ନୀଳଗିରିରେ ଭାରତର ସର୍ବବୃହତ୍ ଫ୍ୟାଶନ ଡେଷ୍ଟିନେସନ ଟ୍ରେଣ୍ଡ୍‌ସର ନୂଆ ଷ୍ଟୋର ଶୁଭାରମ୍ଭ

ରିଲାଏନ୍ସ ରିଟେଲର ଆପାରେଲ ଏବଂ ଆସେସୋରୀ ସ୍ପେଶାଲିଟି ଚେନ୍ ଟ୍ରେଣ୍ଡ୍‌ସ ଓଡ଼ିଶାର ବାଲେଶ୍ୱର ଜିଲ୍ଲା ନୀଳଗିରି ସହରରେ ନୂଆ ଷ୍ଟୋର ଶୁଭାରମ୍ଭ କରିଛି ।

ନୀଳଗିରିରେ ଭାରତର ସର୍ବବୃହତ୍ ଫ୍ୟାଶନ ଡେଷ୍ଟିନେସନ ଟ୍ରେଣ୍ଡ୍‌ସର ନୂଆ ଷ୍ଟୋର ଶୁଭାରମ୍ଭ

ନୀଳଗିରିରେ ଭାରତର ସର୍ବବୃହତ୍ ଫ୍ୟାଶନ ଡେଷ୍ଟିନେସନ ଟ୍ରେଣ୍ଡ୍‌ସର ନୂଆ ଷ୍ଟୋର ଶୁଭାରମ୍ଭ

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ନୀଳଗିରି: ଭାରତର ବୃହତମ ତଥା ଦିନକୁ ଦିନ ଦ୍ରୁତଗତିରେ ବୃଦ୍ଧି ପାଉଥିବା ରିଲାଏନ୍ସ ରିଟେଲ୍ (reliance retail) ର ଆପାରେଲ ଏବଂ ଆସେସୋରୀ ସ୍ପେଶାଲିଟି ଚେନ୍ ଟ୍ରେଣ୍ଡ୍‌ସ ଓଡ଼ିଶାର ବାଲେଶ୍ୱର ଜିଲ୍ଲା ନୀଳଗିରି ସହରରେ ନୂଆ ଷ୍ଟୋର ଶୁଭାରମ୍ଭ କରିଛି ।

ଟ୍ରେଣ୍ଡ୍‌ସ (trends) ବାସ୍ତବରେ ଭାରତର ଫ୍ୟାଶନ କ୍ଷେତ୍ରକୁ ଲୋକାଭିମୁଖି କରି ଫ୍ୟାଶନରେ ଗଣତନ୍ତ୍ରର ବିକାଶ କରିଛି । ଏହା ଭାରତର ଗ୍ରାହକଙ୍କ ସହ ସମ୍ପର୍କ ସୁଦୃଢ କରିଛି ଏବଂ ମେଟ୍ରୋ, ମିନି ମେଟ୍ରୋଠାରୁ ଆରମ୍ଭ କରି ଟିୟର ୧, ଟିୟର ୨ ସହର ଏବଂ ଆହୁରି ଅଧିକ ସ୍ଥାନରେ ଭାରତୀୟ ଉପଭୋକ୍ତାଙ୍କ ନିକଟରେ ପହଂଚିଛି ଏବଂ ଭାରତର ପସନ୍ଦଯୋଗ୍ୟ ଫ୍ୟାଶନ ଶପିଂ ଡେଷ୍ଟିନେସନ ପାଲଟିଛି ।

ନୀଳଗିରିର ନୂଆ ଟ୍ରେଣ୍ଡ୍‌ସ ଷ୍ଟୋରରେ ମଡର୍ଣ୍ଣ ଲୁକ୍ ସହିତ ଉନ୍ନତ ପରିବେଶ ରହିଛି । ଏଥିସହିତ ସ୍ଥାନୀୟ ଗ୍ରାହକମାନଙ୍କ ମନଲାଖି ଉଚ୍ଚମାନର ଆକର୍ଷଣୀୟ ଫ୍ୟାଶନ ମର୍ଚ୍ଚାଣ୍ଡାଇଜ ସମ୍ଭାର ଓ ସୁଲଭ ମୂଲ୍ୟ ଉକ୍ତ ଷ୍ଟୋରକୁ ଅଧିକ ଆକର୍ଷଣୀୟ କରି ତୋଳିଛି । ସ୍ଥାନୀୟ ଅଞ୍ଚଳର ଗ୍ରାହକମାନେ ଏବେ ଟ୍ରେଣ୍ଡି ୱିମେନ ୱିୟର, ମେନ୍ସ ୱିୟର, କିଡ୍‌ସ ୱିୟର ଏବଂ ଫ୍ୟାଶନ ଆସେସୋରିଜ ଅତି ସ୍ୱତନ୍ତ୍ର ମୂଲ୍ୟରେ ଚମତ୍କାର କିଣାକିଣି ଅନୁଭୂତି ସହିତ ଏଠାରେ ପାଇପାରିବେ ।

୫୩୦୦ ବର୍ଗଫୁଟରେ ବ୍ୟାପ୍ତ ଏହି ନୂଆ ଷ୍ଟୋର ନୀଳଗିରିର ପ୍ରଥମ ଏବଂ ଏହି ଷ୍ଟୋର୍‌ରେ ଗ୍ରାହକମାନଙ୍କ ପାଇଁ ସ୍ୱତନ୍ତ୍ର ଉଦଘାଟନୀ ଅଫର ସହିତ ଆକର୍ଷଣୀୟ ଫ୍ୟାଶନ ଓ ଲୋଭନୀୟ ମୂଲ୍ୟର ବ୍ୟାପକ ସମ୍ଭାର ରହିଛି । ୩୯୯୯ ଟଙ୍କାର ବଛାବଛା ସାମଗ୍ରୀ କିଣାକିଣି କରିଲେ ମାତ୍ର ୨୪୯ ଟଙ୍କାରେ ଏକ ଆକର୍ଷଣୀୟ ଉପହାର ପାଇପାରିବେ ।

ଏହି ଖବର ପଢ଼ନ୍ତୁ - http://Black Potato Farming: କଳା ଆଳୁ ଚାଷ କରି ଚର୍ଚ୍ଚାରେ ଚାଷୀ ଆଶିଷ୍: ଦାମ ଶୁଣିଲେ ହେବେ ଆଶ୍ଚର୍ଯ୍ୟ

କେବଳ ସେତିକି ନୁହେଁ, ୩୯୯୯ ଟଙ୍କାର କିଣାକିଣି ଉପରେ ଗ୍ରାହକମାନେ ୨୦୦୦ ଟଙ୍କା ମୂଲ୍ୟର କୁପନ୍ ସମ୍ପୂର୍ଣ୍ଣ ମାଗଣାରେ ପାଇପାରିବେ । ତେଣୁ ଅନନ୍ୟ ଫ୍ୟାଶନ୍ ସପିଙ୍ଗ୍ ଅନୁଭୁତି ପାଇଁ ପ୍ରକୃଷ୍ଟ ସ୍ଥଳ ପାଲଟିଛି ନୀଳଗିରିରେ ଖୋଲିଥିବା ନୂଆ ଟ୍ରେଣ୍ଡ୍‌ସ ଷ୍ଟୋର୍ ।
Published by:Soubhagya Mishra
First published: