ଦିବ୍ୟାଙ୍ଗଙ୍କ ଖେଳକୁଦ ଓ ମନୋରଞ୍ଜନ ପାଇଁ ସହିଦ ନଗରରେ ଉଦଘାଟିତ ହେଲା ସେନସୋରି ପାର୍କ

ଭିନ୍ନକ୍ଷମ ଶସକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ସେନସୋରି ପାର୍କକୁ ଉଦଘାଟନ କରିଥିବାବେଳେ ସ୍ଥାନୀୟ ବିଧାୟକ ଅନନ୍ତ ନାରାୟଣ ଜେନା, ମେୟର ସୁଲୋଚନା ଦାଶ ପ୍ରମୁଖ ଉପସ୍ଥିତ ରହିଥିଲେ।

ଦିବ୍ୟାଙ୍ଗଙ୍କ ଖେଳକୁଦ ଓ ମନୋରଞ୍ଜନ ପାଇଁ ସହିଦ ନଗରରେ ଉଦଘାଟିତ ହେଲା ସେନସୋରି ପାର୍କ

ଦିବ୍ୟାଙ୍ଗଙ୍କ ଖେଳକୁଦ ଓ ମନୋରଞ୍ଜନ ପାଇଁ ସହିଦ ନଗରରେ ଉଦଘାଟିତ ହେଲା ସେନସୋରି ପାର୍କ

  • Share this:
News18 Odia Digital

ଭୁବନେଶ୍ବର: ଦିବ୍ୟାଙ୍ଗଙ୍କ ପାଇଁ ସ୍ୱତନ୍ତ୍ର ପାର୍କ। ମାନସିକ, ଶାରୀରିକ ଭାବେ ଅକ୍ଷମ ପିଲା ସୁବିଧାରେ ଖେଳ କୁଦ ସାଙ୍ଗକୁ ମନୋରଞ୍ଜନ ଓ ଥେରାପି ନେଇ ପାରିବେ। ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ଼ ପକ୍ଷରୁ ସହିଦ ନଗରରେ ଉଦଘାଟିତ ହେଲା ସେନସୋରି ପାର୍କ। ୧ ଏକର ଜାଗାରେ ୧ କୋଟି ବ୍ୟୟରେ ଆଧୁନିକ ଯନ୍ତ୍ରପାତି ରହିଛି ଏହି ପାର୍କରେ।

ଏବେ ସାଧାରଣ ପିଲାଙ୍କ ପରି ଦିବ୍ୟାଙ୍ଗ ପିଲା ବି ଖେଳିବେ ବୁଲିବେ ପାର୍କରେ। ସେଥିପାଇଁ ସ୍ୱତନ୍ତ୍ର ସେନସୋରି ପାର୍କ ତିଆରି ହୋଇଛି ସହିଦ ନଗରଠାରେ। ୧ ଏକର ଜାଗାରେ ଏକ କୋଟ ଟଙ୍କା ବ୍ୟୟରେ ତିଆରି ହୋଇଛି ପାର୍କ।

ଯାହାକୁ ମଗଙ୍ଗଳବାର ଭିନ୍ନକ୍ଷମ ଶସକ୍ତି କରଣ ମନ୍ତ୍ରୀ ଉଦଘାଟନ କରିଛନ୍ତି। ଭାରତର ପ୍ରଥମ ଦିବ୍ୟାଙ୍ଗ ପାର୍କ ଭାବେ ଏହା ନିର୍ମାଣ ହୋଇଛି। ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ଼ ଏହାର ଦାୟିତ୍ୱ ନେଇଥିବାବେଳେ ସବୁ ବର୍ଗର ଦିବ୍ୟାଙ୍ଗ ମାନେ ଏହି ପାର୍କର ମଜା ନେଇ ପାରିବେ ବୋଲି ବିଭାଗୀୟ ମନ୍ତ୍ରୀ କହିଛନ୍ତି। କେବଳ ଖେଳକୁଦ ନୁହେଁ ମାନସିକ ବିକାର ଗ୍ରସ୍ତ ପିଲାମାନେ ଏଠି ସମୟ ବିତାଇ ପାରିବେ। ସମସ୍ତ ଖେଳକୁଦ ସାମଗ୍ରୀ ଓ ମନୋରଞ୍ଜନ ଉପକରଣ ଗୁଡିକ ପିଲାଙ୍କ ସୁରକ୍ଷାକୁ ଆଖିରେ ରଖି କରାଯାଇଛି। ଏପରିକି ପିଲାମାନେ ପଡ଼ିଲେ ବି ଆଘାତ ନହେବା ପାଇଁ ସମ୍ପୂର୍ଣ୍ଣ ପଡିଆରେ ସଫ୍ଟ ସିନ୍ଥେଟିକ ଲାଇନିଂ ବିଛା ଯାଇଛି। ଶାରୀରିକ ଓ ମାନସିକ ଭାବେ ପିଲାଙ୍କୁ ରିଲାକ୍ସ ହେବା ପାଇଁ ଏଭଳି ବ୍ୟବସ୍ଥା କରାଯାଇଥିବା ବିଭାଗୀୟ ମନ୍ତ୍ରୀ ଓ ମେୟର କହିଛନ୍ତି।

ସେନ୍ସ ମାଧ୍ୟମରେ ଖେଳ କୁଦ କରିବାର ସୁଯୋଗ ଆଣିଛି ସେନସୋରି ପାର୍କ। ୨୦୧୮ ମସିହାରୁ ଏହି ପାର୍କ ପାଇଁ ଶୁଭ ଦିଆଯାଇଥିବା ବେଳେ ପ୍ରଥମେ ଜମିଜମା ମାମଲାକୁ ନେଇ ବନ୍ଦ ରହିଥିଲା କାମ। ପରେ କୋଭିଡ ଯୋଗୁଁ ବିଳମ୍ବ ହୋଇଥିବାବେଳେ ଦୁଇ ବର୍ଷ ପରେ ଆଜି ଏହାର ଉଦଘାଟନ ହୋଇଛି। ଯେଉଁଠି ହୁଇଲ ଚେୟାର ସୁଇଂଗ, ଟୁ ସିଟର ସୁଇଂଗ, ବକେଟ ସୁଇଂଗ, ମଲ୍ଟି ଲାଇନ ସୁଇଂଗ, ସ୍ପ୍ରିଂଗ ରାଇଡ଼ର, ମୁଜିକାଲ ପୋଲ, ଡ୍ରମ ଟ୍ରାକ, ସାଉଣ୍ଡ ପ୍ଲେ, ମେରି ଗୋ ରାଉଣ୍ଡ ଭଳି ଅନେକ ଉପକରଣ ରହିଛି। ଦୃଷ୍ଟିହୀନ ପିଲାଙ୍କ ପାଇଁ ବାଦ୍ୟ ଯନ୍ତ୍ର ସହ ବ୍ରେଲି କାନ୍ଥ ରହିବା ସହ ହୁଇଲ ଚେୟାର ସହ ଦୋଳି ଝୁଲିବା ଭଳି ବ୍ୟବସ୍ଥା ହୋଇଛି।

ଏଭଳି ନିଆରା ପାର୍କର ରକ୍ଷଣାବେକ୍ଷଣ ଦାୟିତ୍ୱ ଏକ ସ୍ୱତନ୍ତ୍ର ଏଜେନ୍ସିକୁ ଦିଆଯାଇଛି। ସେହିଭଳି ସାଧାରଣ ପିଲାଙ୍କୁ ମଧ୍ୟ ବାରଣ ହୋଇଛି ସେନସୋରି ପାର୍କକୁ।
Published by:Lipina Das
First published: