Indian Railways: ହୋଲି ପୂର୍ବରୁ ରେଳବାଇ ଚଳାଉଛି ଅନେକ ସ୍ପେଶାଲ ଟ୍ରେନ୍, ଲେଖିନିଅନ୍ତୁ ସମୟ ଓ ଟ୍ରେନ ନମ୍ବର
ଯାତ୍ରୀମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଭାରତୀୟ ରେଳବାଇ ଅନେକ ସ୍ୱତନ୍ତ୍ର ଟ୍ରେନ୍ ଚଳାଇବାକୁ ଘୋଷଣା କରିଛି । ତେଣୁ ଯଦି ଆପଣ ଏଥର ହୋଲିରେ କୌଣସି ସ୍ଥାନକୁ ଯିବାକୁ ପ୍ଲାନ କରୁଛନ୍ତି । ତେବେ ଆପଣ ସହଜରେ ଏକ କନଫର୍ମ ଟିକେଟ୍ ପାଇପାରିବେ ।

ହୋଲି ପୂର୍ବରୁ ରେଳବାଇ ଚଳାଉଛି ଅନେକ ସ୍ପେଶାଲ ଟ୍ରେନ୍
- News18 Odia
- Last Updated: March 18, 2021, 11:13 AM IST
ନୂଆ ଦିଲ୍ଲୀ: ଯାତ୍ରୀମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଭାରତୀୟ ରେଳବାଇ ଅନେକ ସ୍ୱତନ୍ତ୍ର ଟ୍ରେନ୍ ଚଳାଇବାକୁ ଘୋଷଣା କରିଛି । ତେଣୁ ଯଦି ଆପଣ ଏଥର ହୋଲିରେ କୌଣସି ସ୍ଥାନକୁ ବୁଲି ଯିବାକୁ ଯୋଜନା କରୁଛନ୍ତି । ତେବେ ଆପଣ ସହଜରେ ଏକ କନଫର୍ମ ଟିକେଟ୍ ପାଇପାରିବେ । ଏହି ରେଳଗୁଡ଼ିକ ପଶ୍ଚିମ ରେଳବାଇ ଦ୍ୱାରା ଆରମ୍ଭ ହୋଇଛି । ଏହି ସ୍ପେଶାଲ ଟ୍ରେନ୍ ମୁମ୍ବାଇ ସେଣ୍ଟ୍ରାଲରୁ ଜୟପୁର, ଇନ୍ଦୋରରୁ ପୁରୀ, ମୁମ୍ବାଇ ସେଣ୍ଟ୍ରାଲରୁ ଇନ୍ଦୋର, ଇନ୍ଦୋରରୁ ଲିଙ୍ଗମ୍ପଲ୍ଲୀ ଓ ମୁମ୍ବାଇରୁ ହାପା ମଧ୍ୟରେ ଆରମ୍ଭ ହେବ ।
ରେଳବାଇ ଟ୍ୱିଟ୍ କରିଛି
ରେଳବାଇ ଟ୍ୱିଟରେ ଲେଖିଛି ଯେ ଯାତ୍ରୀମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ହମସଫର ସୁପରଫାଷ୍ଟ ଟ୍ରେନ୍ ସାପ୍ତାହିକ ଚଳାଚଳ କରିବ । ଇନ୍ଦୋରରୁ ପୁରୀ ମଧ୍ୟରେ ଚାଲୁଥିବା ଟ୍ରେନର ବୁକିଂ (୦୯୩୭୧) ଗୁରୁବାର ଅର୍ଥାତ୍ ୧୮ ମାର୍ଚ୍ଚରୁ ଆରମ୍ଭ ହେବ । ଯେତେବଳେ କି ଇନ୍ଦୋରରୁ ପୁରୀ ପାଇଁ ଟ୍ରେନ୍ ବୁକିଂ ୨୩ ମାର୍ଚ୍ଚ ମଙ୍ଗଳବାରରୁ ଆରମ୍ଭ ହେବ । ପୁରୀରୁ ଇନ୍ଦୋର (୦୯୩୭୨) ପାଇଁ ଟ୍ରେନ୍ ୨୫ ମାର୍ଚ୍ଚରେ ଛାଡିବ ।
For the convenience of passengers, WR to run special train between Indore & Puri station.
Booking of train no 09371 will open from 18th March,2021 at nominated PRS counters and on IRCTC website. pic.twitter.com/FLSOqRNWxJ
— Western Railway (@WesternRly) March 17, 2021
ଏହା ବ୍ୟତୀତ ରେଳବାଇ ଦୁରନ୍ତ ଏକ୍ସପ୍ରେସ ଚଳାଇବାକୁ ମଧ୍ୟ ଘୋଷଣା କରିଛି । ୧୭ ମାର୍ଚ୍ଚରୁ ଟ୍ରେନ୍ ନମ୍ବର ୦୯୨୨୭, ୦୯୨୨୮, ୦୯୧୩୧/୩୨ ର ବୁକିଂ ଆରମ୍ଭ ହୋଇଛି । ଏହା ବ୍ୟତୀତ ୦୯୨୨୯ ଓ ୦୯୦୧୬ ରେଳ ନମ୍ବର ବୁକିଂ ଆଜି ଅର୍ଥାତ୍ ମାର୍ଚ୍ଚ ୧୮ ରୁ କରାଯିବ ।
ସପ୍ତାହରେ ୨ ଦିନ ଚାଲିବ ଏହି ଟ୍ରେନ୍
ମୁମ୍ବାଇରୁ ଇନ୍ଦୋର ପର୍ଯ୍ୟନ୍ତ ଟ୍ରେନ୍ ସପ୍ତାହରେ ଦୁଇ ଦିନ ଚାଲିବ । ଦୁରନ୍ତ ସୁପରଫାଷ୍ଟର ଏହି ଟ୍ରେନ୍ ମୁମ୍ବାଇରୁ ଇନ୍ଦୋର ପର୍ଯ୍ୟନ୍ତ ରତ୍ଲାମ, ଭଦୋଦରା ଓ ଉଜ୍ଜୈନ ଷ୍ଟେସନରେ ଅଟକିବ । ଏଥି ସହିତ ମୁମ୍ବାଇ ସେଣ୍ଟ୍ରାଲରୁ ଜୟପୁର ଯାଉଥିବା ଟ୍ରେନ ଭଦୋଦରା, ରତ୍ଲାମ ଓ ସାୱାଇ ମାଧୋପୁର ଭଳି ଷ୍ଟେସନରେ ଅଟକି ରହିବ । ଏହି ଟ୍ରେନ୍ ଶନିବାର ଓ ମଙ୍ଗଳବାର ଦିନ ଚାଲିବ ।
ଏହି ଟ୍ରେନ୍ ସପ୍ତାହରେ ସାତ ଦିନ ଚାଲିବ
ଏହା ବ୍ୟତୀତ ମୁମ୍ବାଇରୁ ହାପା ଯାଉଥିବା ଟ୍ରେନ୍ ସପ୍ତାହରେ ସାତ ଦିନ ଚାଲିବ । ଇନ୍ଦୋରରୁ ଲିଙ୍ଗମ୍ପାଲୀ ମଧ୍ୟରେ ଚାଲୁଥିବା ଏହି ସ୍ୱତନ୍ତ୍ର ଟ୍ରେନ୍ ସପ୍ତାହରେ ଗୋଟିଏ ଦିନ ଅର୍ଥାତ କେବଳ ଶନିବାର ଦିନ ଚାଲିବ । ବଢ଼ୁଥିବା କରୋନା ଓ ପାର୍ବଣ ସିଜିନକୁ ଦୃଷ୍ଟିରେ ରଖି ଏହି ସ୍ୱତନ୍ତ୍ର ଟ୍ରେନ୍ ଘୋଷଣା କରାଯାଇଛି ।