ବାରବାଟୀରେ ଭାରତ-ୱେଷ୍ଟ୍ଇଣ୍ଡିଜ୍ ଯୁଦ୍ଧ: ସକାଳ ୯ଟାରୁ କାଉଁଟର୍‌ରେ ଟିକେଟ ବିକ୍ରି ଆରମ୍ଭ

ଭାରତ-ୱେଷ୍ଟ୍ଇଣ୍ଡିଜ୍ କ୍ରିକେଟ ମୁକାବିଲା ପାଇଁ ଷ୍ଟାଡିୟମ ପରିସରରେ ଥିବା ୧୨ଟି କାଉଁଟରରେ ବିକ୍ରି ହେବ ୧୦,୦୫୦ଟି ଟିକେଟ୍ । ସୁରକ୍ଷା ପାଇଁ ପୋଲିସ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । କାଉଣ୍ଟର ପରିସରରେ ଜଣେ ଅତିରିକ୍ତ ଡିସିପିଙ୍କ ନେତୃତ୍ବରେ ୩ ଜଣ ଏସିପି ଓ ୧୨ ଜଣ ଇନ୍ସପେକ୍ଟର୍ଙ୍କ ସହ ୧୩ ପ୍ଲାଟୁନ ଫୋର୍ସ ମୁତୟନ ହେଉଛନ୍ତି ।

ବାରବାଟୀରେ ଭାରତ-ୱେଷ୍ଟ୍ଇଣ୍ଡିଜ୍ ଯୁଦ୍ଧ: ସକାଳ ୯ଟାରୁ କାଉଁଟର୍‌ରେ ଟିକେଟ ବିକ୍ରି ଆରମ୍ଭ
୨୨ ତାରିଖ ଦିନର ମ୍ୟାଚ଼ ପାଇଁ ବାରବାଟୀ ଷ୍ଟାଡିୟମ ପ୍ରସ୍ତୁତ
  • News18 Odia
  • Last Updated: December 18, 2019, 6:48 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
କଟକ: ବାରବାଟୀ ଷ୍ଟାଡିୟମରେ ଭାରତ-ୱେଷ୍ଟ୍‌ଇଣ୍ଡିଜ୍‌ କ୍ରିକେଟ ମୁକାବିଲା ପାଇଁ ଆଉ ମାତ୍ର ଦୁଇ ଦିନ ବାକିଥିବା ବେଳେ ଷ୍ଟାଡିୟମ୍‌ରେ ମ୍ୟାଚ଼୍‌ ପ୍ରସ୍ତୁତି କାର୍ଯ୍ୟ ଶେଷ ହୋଇଛି । ଷ୍ଟାଡିୟମ୍‌ ଭିତରେ ଥିବା ସ୍ପେଶାଲ୍‌ ଏନକ୍ଲୋଜର୍‌ରେ ଚ଼େୟାର ବିଛା କାର୍ଯ୍ୟ ଶେଷ ହୋଇଛି ଓ ନ୍ୟୁ ପାଭିଲିୟନ୍‌ର ନବନର୍ମାଣ କାର୍ଯ୍ୟ ମଧ୍ୟ ଶେଷ ହୋଇଛି । ଏହା ସହ ଷ୍ଟାଡିୟମ ପରିସରରେ ଦୁଇ ଦେଶର ଖେଳାଳିଙ୍କର ବଡ଼ ବଡ଼ ହୋଡି଼ଂ ମଧ୍ୟ ଲଗାଯାଇଛି ।

ଏହି ମ୍ୟାଚ଼୍‌କୁ ନେଇ କ୍ରିକେଟ୍‌ ପ୍ରେମୀମାନଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି । ବାରବାଟୀରେ ଭାରତ ଭଲ ପ୍ରଦର୍ଶନ କରିବ ବୋଲି କହିଛନ୍ତି କ୍ରିକେଟ ପ୍ରେମୀ । ବାରବାଟୀରେ ହେବାକୁ ଥିବା ମ୍ୟାଚ ଏହି ସିରିଜ୍‌ର ଶେଷ ମୁକାବିଲା ହୋଇଥିବାରୁ ଏହା ଏକ ରୋମାଞ୍ଜକର ମ୍ୟାଚ଼୍‌ ହେବ ବୋଲି ଆଶା ରଖିଛନ୍ତି ଦର୍ଶକ ।

’’ଏହି ସିରିଜ୍‌ରେ ୱେଷ୍ଟ୍‌ଇଣ୍ଡିଜ୍‌ ଦଳ ଏ ପର୍ଯ୍ୟନ୍ତ ଉତ୍କୃଷ୍ଟ ଖେଳ ପ୍ରଦର୍ଶନ କରୁଥିଲେ ମଧ୍ୟ ଟିମ୍‌ ଇଣ୍ଡିଆର ଅଧିକାଂଶ ଖେଳାଳି ଭଲ ଫର୍ମରେ ଥିବାରୁ ଏହି ମ୍ୟାଚ ହାଇ ସ୍କୋରିଂ ହେବ,’’ କହିଛନ୍ତି କ୍ରିକେଟ ପ୍ରେମୀ ଓ କଟକବାସୀ ଦିନେଶ ବିଶ୍ବାଳ ।

ମ୍ୟାଚ଼୍‌ ଲାଗି ଗୁରୁବାର ଠାରୁ ସାଧାରଣ ଦର୍ଶକମାନଙ୍କ ପାଇଁ ଷ୍ଟାଡିୟମ୍‌ ପରିସରରେ ଟିକେଟ୍‌ ବିକ୍ରି ଆରମ୍ଭ ହେବ । ସକାଳ ୯ଟା ରୁ ଷ୍ଟାଡିୟମ ପରିସରରେ ଥିବା ୧୨ଟି କାଉଣ୍ଟରରେ ଟିକେଟ ବିକ୍ରି କରାଯିବ। ପୂର୍ବରୁ ଅନଲାଇନ୍‌ରେ ୮,୧୫୦ଟି ଟିକେଟ ବିକ୍ରି ହୋଇଥିବା ବେଳେ ଗୁରୁବାର ୧୦,୦୫୦ଟି ଟିକେଟ ବିକ୍ରି ପାଇଁ କାଉଁଟରକୁ ଆସୁଛି । ଏଥିପାଇଁ ସକାଳ ୭ଟାରୁ ଦର୍ଶକଙ୍କୁ ଲାଇନରେ ଲାଗିବା ପାଇଁ ଅନୁମତି ଦିଆଯାଇଛି । ଟିକେଟ ବିକ୍ରି କାର୍ଯ୍ୟକୁ ଶୃଙ୍ଖଳିତ କରିବା ପାଇଁ ପୋଲିସ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି ।

‘‘କାଉଣ୍ଟର ପରିସରରେ ୧୩ ପ୍ଲାଟୁନ ଫୋର୍ସ ମୁତୟନ କରାଯିବା ସହ ଜଣେ ଅତିରିକ୍ତ ଡିସିପିଙ୍କ ନେତୃତ୍ବରେ ୩ ଜଣ ଏସିପି ଓ ୧୨ ଜଣ ଇନ୍‌ସ୍‌ପେକ୍ଟର୍‌ଙ୍କୁ ସୁରକ୍ଷା ବ୍ୟବସ୍ଥାର ତଦାରଖ କରିବା ଦାୟିତ୍ବ ଦିଆଯାଇଛି । ଟିକେଟ କଳାବଜାରୀ ରୋକିବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି,’’ କହିଛନ୍ତି କଟକ ଡିସିପି ଅଖିଳେଶ୍ବର ସିଂ ।

ବୁଧବାର ଦିନ ତମାମ ପାଗ କେହଲା ରହିବା ସହ ସକାଳୁ କୁହୁଡି଼ ସୃଷ୍ଟି ସୃଷ୍ଟି ଦେଇଥିଲା । ଏହାକୁ ଦେଖି ପିଚ଼୍‌ ଓ ଗ୍ରାଉଣ୍ଡ୍‌ ପ୍ରସ୍ତୁତି କାର୍ଯ୍ୟରେ ପରିବର୍ତ୍ତନ ଅଣାଯାଇଛି । ପଡି଼ଆକୁ ଆବଶ୍ୟକତା ମୁତାବକ ପାଣି ଓ ଆର୍ଦ୍ରତା ଦେବା ପାଇଁ ପୂର୍ବରୁ ପାଇପ୍‌ରେ ପାଣି ଦିଆଯାଉଥିଲା । କିନ୍ତୁ ପରିବର୍ତ୍ତିତ ପାଗକୁ ଦେଖି ପାଇପ୍‌ ବଦଳରେ ସ୍ପ୍ରିଙ୍କ୍‌ଲର୍ ମାଧ୍ୟମରେ ପାଣି ଛିଞ୍ଚା ଯାଉଛି ।

ପଡି଼ଆରେ କାକରର ପ୍ରଭାବକୁ କମ୍‌ କରିବା ପାଇଁ ନିୟମିତ ବ୍ୟବଧାନରେ ଆସ୍ପା-୮୦ ନାମକ ଏକ କେମିମାଲ୍‌ର ସିଞ୍ଚନ ମଧ୍ୟ କରାଯାଉଛି ।

ଅଧିକ କାକର ପଡିଲେ ପଡିଆକୁ ଶୁଖାଇବା ପାଇଁ ସୁପର୍‌ ସକରକୁ ବ୍ୟବହାର କରାଯିବ ବୋଲି ଓସିଏର ପିଚ୍ କ୍ୟୁରେଟର ସୂଚନା ଦେଇଛନ୍ତି ।
First published: December 18, 2019, 6:48 PM IST
corona virus btn
corona virus btn
Loading