ରାଜ୍ୟପାଳ ଗଣେଶୀ ଲାଲ ହକି ବିଶ୍ୱକପକୁ ଉଦଘାଟିତ କରିଥିଲେ (ପ୍ରତୀକାତ୍ମକ ଛବି)
News18 Odia Digital
ଭୁବନେଶ୍ୱର: ରାଜଧାନୀ କଳିଙ୍ଗ ଷ୍ଟାଡିୟମରେ ଉଦଘାଟନ ହେଲା ପୁରୁଷ ଜୁନିୟର ହକି ବିଶ୍ୱକପ-୨୦୧୧ । ଓଡ଼ିଶା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ହକି ବିଶ୍ୱକପକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି ।
ଘରୋଇ ପିଚରେ ଖେଳାଯାଇଥିବା ପ୍ରଥମ ମ୍ୟାଚରେ ଡ଼ିଫେଣ୍ଡିଙ୍ଗ ଭାରତକୁ ପରାସ୍ତ କରିଥିଲା ଭାରତ। ପୁରା ଖେଳ ସଂଘର୍ଷ ହୋଇଥିଲେ ମଧ୍ୟ ଶେଷରେ ଭାରତକୁ ୫-୪ଗୋଲରେ ପରାସ୍ତ କରିଥିଲା ଫ୍ରାନ୍ସ । ଫ୍ରାନ୍ସ ପକ୍ଷରୁ ଅଧିନାୟକ ଟିମୋଦି କ୍ଳିମେଣ୍ଟ ସର୍ବାଧିକ ୩ଟି ଗୋଲ ଦେଇ ଖେଳର ଶ୍ରେଷ୍ଠ ଖେଳାଳି ପୁରସ୍କୃତ ହୋଇଥିଲେ ।
ହକି ବିଶ୍ୱକପର ପ୍ରଥମ ମ୍ୟାଚରେ ଅୟୋଜକ ଭାରତ ଓ ଫ୍ରାନ୍ସ ମଧ୍ୟରେ ମୁକାବିଲା ହୋଇଥିଲା । ଖେଳ ଆରମ୍ଭର ୫୦ ସେକେଣ୍ଡରେ ଫ୍ରାନ୍ସ ପ୍ରଥମ ଗୋଲ ଦେଇ ଭାରତ ଉପରେ ଚାପ ପକାଇଥିଲେ । ଫ୍ରାନ୍ସ ଅଧିନାୟକ ଟିମୋଦି କ୍ଳିମେଣ୍ଟ ଏକ ଚମତ୍କାର ଫିଲଡ଼ ଗୋଲ ଦେଇଥିଲେ । ସେହିଭଳି ପ୍ରଥମ କ୍ୱାଟରର ୬ମିନିଟ ୨୫ସେକେଣ୍ଡରେ ଫ୍ରାନ୍ସ ପକ୍ଷରୁ ଦ୍ୱିତୀୟ ଗୋଲ ଦେଇଥିଲେ ବେଞ୍ଜାମିନ ମର୍କ୍ୟୁ ।
ଦୁଇଟି ଗୋଲ ଖାଇବା ପରେ ଆକ୍ରମନାତ୍ମକ ମ୍ୟାଚ ଖେଳିଥିଲା ଭାରତ । ପ୍ରଥମ କ୍ଵାଟରର ୯ମିନିଟ ୧୨ ସେକେଣ୍ଡରେ ଭାରତ ପକ୍ଷରୁ ଉତ୍ତମ ସିଂ ଏକ ପେନାଲଟି କର୍ଣ୍ଣରକୁ ଗୋଲରେ ପରିଣତ କରି ସ୍କୋରକୁ ୧-୨କୁ ଆଣିଥିଲେ । ପରେ ପ୍ରଥମ କ୍ୱାଟରର ଶେଷ ମିନିଟରେ ଭାରତ ପକ୍ଷରୁ ଉପ ଅଧିନାୟକ ସଞ୍ଜୟ ପୁଣି ଏକ ପେନାଲଟି କର୍ଣ୍ଣର କୁ ଗୋଲରେ ପରିଣତ କରି ସ୍କୋରକୁ ୨-୨ରେ ବରାବର କରିଥିଲେ ।
ଘମାଘୋଟ ଲଢେଇ ମଧ୍ୟରେ ଚାଲିଥିବା ଏହି ମ୍ୟାଚ ଦ୍ଵିତୀୟ କ୍ୱାଟରର ୮ ମିନିଟ ୪୦ସେକେଣ୍ଡରେ ଫ୍ରାନ୍ସ ଅଧିନାୟକ ଟିମୋଦି କ୍ଳିମେଣ୍ଟ ଭାରତକୁ ଏକ ସୁନ୍ଦର ଗୋଲ ଦେଇ ସ୍କୋରକୁ ୩-୨ରେ ଆଗୁଆ କରିଥିଲେ । ପରେ ପୁଣି ଲଗାତାର ତିନୋଟି ପେନାଲଟି କର୍ଣ୍ଣର ପାଇଥିଲେ ମଧ୍ୟ ଗୋଲ କରିବାରେ ବିଫଳ ହୋଇଥିଲା ଫ୍ରାନ୍ସ । ସେହିଭଳି ଦ୍ୱିତୀୟ କ୍ୱାଟରର ଶେଷ ଦୁଇ ମିନିଟରେ ଏକ ପେନାଲଟି କର୍ଣ୍ଣର ମିଳିଥିଲେ ମଧ୍ୟ ଗୋଳରେ ପରିଣତ କରିବାରେ ବିଫଳ ହୋଇଥିଲା ଭାରତ ।
ତୃତୀୟ କ୍ୱାଟର ଆରମ୍ଭରୁ ଆକ୍ରମାଣତ୍ମକ ମ୍ୟାଚ ଆରମ୍ଭ କରିଥିଲା ଫ୍ରାନ୍ସ । ତୃତୀୟ କ୍ୱାଟରର ୧ ମିନିଟ ୧୧ସେକେଣ୍ଡରେ ଦଳର ଅଧିନାୟକ ଟିମୋଡ଼ି କର୍ଣ୍ଣର ପୁଣି ଏକ ଗୋଲ ଦେଇ ସ୍କୋରକୁ ୪-୨ରେ ଆଗୁଆ କରିଥିଲେ । ଶେଷ କ୍ଵାଟରରେ ଫ୍ରାନ୍ସ ପକ୍ଷରୁ ମାଥିସ କ୍ଲିମେଣ୍ଟ ଆଉ ଏକ ଗୋଲ ଭାରତକୁ ଦେଇଥିବା ବେଳେ ଭାରତୀୟ ଖେଳାଳି ସଞ୍ଜୟ ଆଉ ଏକ ପେନାଲଟି କର୍ଣ୍ଣରକୁ ଗୋଲରେ ପରିଣତ କରି ସ୍କୋର କୁ ୩-୫କୁ ଆଣିଥିଲେ । ମ୍ୟାଚ ସରିବାର ଶେଷ ୩ମିନିଟରେ ଭାରତକୁ ମିଳିଥିବା ଏକ ପେନାଲଟି କର୍ଣ୍ଣରକୁ ପୁଣି ଥରେ ଗୋଲରେ ପରିଣତ କରିଥିଲେ ସଞ୍ଜୟ । ଯାହାଦ୍ୱାରା ସ୍କୋର ୪-୫ ସ୍ଥିତିକୁ ଆସିବା ପରେ ଉଭୟ ଦେଶ ମଧ୍ୟରେ କଡା ଟକର ଦେଖିବାକୁ ମିଳିଥିଲେ ମଧ୍ୟ ମ୍ୟାଚରେ ପରାସ୍ତ ହୋଇଥିଲା ଘରୋଇ ଭାରତ ।
ଘରୋଇ ଗ୍ରାଉଣ୍ଡରେ ପରାସ୍ତ ପରେ ଭାରତୀୟ ଦଳର କୋଚ୍ ଗ୍ରାହମ ରିଡ଼ କହିଛନ୍ତି, " ଆମେ ଭଲ ଖେଳିଥିଲୁ । କିନ୍ତୁ ଆମଠୁ ଫ୍ରାନ୍ସ ଅଧିକ ଭଲ ଖେଳିଥିଲା । ପ୍ରଥମ ମ୍ୟାଚରେ କେଉଁଠି ତ୍ରୁଟି ରହିଲା ସେନେଇ ସମୀକ୍ଷା କରିବା ସହ ପରବର୍ତ୍ତୀ ମ୍ୟାଚ ପାଇଁ ପ୍ରସ୍ତୁତି କରାଯିବ ।"
ସେହିପରି ଦଳର ଅଧିନାୟକ ବିବେକ ସାଗର କହିଛନ୍ତ," ଦଳ ଭଲ ଖେଳିଥିଲା, ଅନେକ ପେନାଲଟି କର୍ଣ୍ଣର ସୁଯୋଗ ମିଳିଥିଲା । ହେଲା ଆମେ ଏହାକୁ ଗୋଲରେ ପରିଣତ କରିବାରେ ବିଫଳ ହୋଇଥିଲୁ । ଯାହା ମ୍ୟାଚ ହରିବାର ମୁଖ୍ୟ କାରଣ ଥିଲା । ଆଗାମୀ ମ୍ୟାଚ ପାଇଁ ଆମେ ପୁରା ପ୍ରସ୍ତୁତ ହୋଇ ପଡ଼ିଆକୁ ଓହ୍ଲାଇବାକୁ ଚେଷ୍ଟା କରିବୁ ।"
ଅନ୍ୟମାନଙ୍କ ମଧ୍ୟରେ ଏଫଆଇଏଚ ସଭାପତି ନରିନ୍ଦର ବାତ୍ରା, କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା, କ୍ରୀଡା ସଚିବ ଭିନିଲ କ୍ରିଷ୍ଣା, ପଦ୍ମଶ୍ରୀ ତଥା ପୂର୍ବତନ ଭାରତୀୟ ହକି ଦଳର ଅଧିନାୟକ ଦିଲୀପ ତିର୍କୀ ପ୍ରମୁଖ ଯୋଗ ଦେଇଥିଲେ । ରଙ୍ଗବେରଙ୍ଗର ଆତସବାଜି ସହ ଏହି ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି।
Published by:Soumya Das
First published: