ଜୁନିୟର ହକି ବିଶ୍ୱକପରୁ ବିଦା ହେଲା ଭାରତ; ଜର୍ମାନୀଠୁ ୪-୨ରେ ହେଲା ପରାସ୍ତ

ଜୁନିୟର ହକି ବିଶ୍ୱକପରୁ ଭାରତ ବିଦା । ସେମିଫାଇନାଲ ମ୍ୟାଚରେ ଜର୍ମାନୀ ଠାରୁ ୪-୨ଗୋଲରେ ପରାସ୍ତ ହୋଇ ବିଦାୟର ରାସ୍ତା ଦେଖିଲା ଭାରତୀୟ ଟିମ ।

ଜୁନିୟର ହକି ବିଶ୍ୱକପରୁ ଭାରତ ବିଦା ହୋଇଛି (ପ୍ରତୀକାତ୍ମକ ଛବି)

ଜୁନିୟର ହକି ବିଶ୍ୱକପରୁ ଭାରତ ବିଦା ହୋଇଛି (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ଜୁନିୟର ହକି ବିଶ୍ୱକପରୁ ଭାରତ ବିଦା । ସେମିଫାଇନାଲ ମ୍ୟାଚରେ ଜର୍ମାନୀ ଠାରୁ ୪-୨ଗୋଲରେ ପରାସ୍ତ ହୋଇ ବିଦାୟର ରାସ୍ତା ଦେଖିଲା ଭାରତୀୟ ଟିମ। ଦୁର୍ବଳ ଖେଳ ପ୍ରଦର୍ଶନ କରିବା ମ୍ୟାଚ ପରାଜୟ ର ମୁଖ୍ୟ କାରଣ।

ମ୍ୟାଚର ପ୍ରଥମ ମିନିଟରୁ କଡା ଟକ୍ଙ୍କର ଦେଖିବାକୁ ମିଳିଥିଲା । ମ୍ୟାଚର ପ୍ରଥମ ୫ ମିନିଟରେ ପ୍ରତିପକ୍ଷ ଜର୍ମାନୀକୁ ଏକ ପେନାଲଟି କର୍ଣର ସୁଯୋଗ ମିଳିଥିଲା । ହେଲେ ଗୋଲ କିପର ଏହାକୁ ରୋକିବାରେ ସକ୍ଷମ ହୋଇଥିଲେ । ଯାହାଦ୍ୱାରା ପ୍ରଥମ ଗୋଲରୁ ବଞ୍ଚିତ ହୋଇଥିଲା ଭାରତ । ପରେ ମ୍ୟାଚର ୧୫ ମିନିଟରେ ପୁଣି ଏକ ପେନାଲଟି କର୍ଣର ପାଇଥିଲା ଜର୍ମାନୀ । ଯାହାକୁ ହେଲିନେଲ ଇରିକ ଗୋଲରେ ପରିଣତ କରିଥିଲେ। । ସେହିଭଳି ପ୍ରଥମ କ୍ୱାଟର ଶେଷ ୫ ସେକେଣ୍ଡରେ ଭାରତକୁ ଏକ ପେନାଲଟି କର୍ଣର ମିଳିଥିଲା । ହେଲେ ଗୋଲ ଦେବାରେ ବିଫଳ ହୋଇଥିଲା ଭାରତୀୟ ଟିମ । ଫଳରେ ପ୍ରଥମ କ୍ୱାଟର ଶେଷ ସୁଦ୍ଧା ୧-୦ଗୋଲରେ ଆଗୁଆ ରହିଥିଲା ଭାରତ ।

ପ୍ରଥମ କ୍ୱାଟରରେ ପଛୁଆ ଥିବା ଭାରତ କିନ୍ତୁ ଦ୍ଵିତୀୟ କ୍ୱାଟରରେ ଆରମ୍ଭରୁ ଆକ୍ରମନାତ୍ମକ ଖେଳ ଆରମ୍ଭ କରିଥିଲା । ହେଲେ ପ୍ରତିପକ୍ଷ ଜର୍ମାନୀକୁ ମାତ ଦେବାରେ ଟିମ ସଫଳ ହୋଇନଥିଲା । ମ୍ୟାଚର ୨୩ ମିନିଟରେ ଏକ ସୁନ୍ଦର ଫିଲଡ଼ ଗୋଲ ଦେଇ ଜର୍ମାନୀ ମ୍ୟାଚକୁ ନିଜ ଆଡକୁ ନେଇଥିଲା । ସେହିଭଳି ମ୍ୟାଚର ୨୪ମିନିଟରେ ଜର୍ମାନୀ ଅଧିନାୟକ ମଲର ହେନ୍ସ ଗୋଲ ଦେଇ ପୁଣିଥରେ ମ୍ୟାଚକୁ ନିଜ ନିୟନ୍ତ୍ରଣକୁ ନେଇଥିଲେ । ହେଲେ ୨୫ମିନିଟରେ ଭାରତୀୟ ଖେଳାଳି ମନଜିତ ଏକ ସୁନ୍ଦର ଗୋଲ ଦେଇ ଭାରତୀୟ ଶିବିରରେ ଖୁସିର ମାହୋଲ ସୃଷ୍ଟି କରିଥିଲେ । ହେଲେ ମ୍ୟାଚର ସେହି ୨୫ମିନିଟରେ ଏକ ପେନାଲଟି କର୍ଣ୍ଣରକୁ ପେନାଲଟି ଶୁଟ ଜରିଆରେ ଗୋଲ ଦେଇଥିଲେ ଜର୍ମାନୀର କଟର । ଯାହା ଦ୍ୱାରା ଜର୍ମାନୀର ସ୍କୋର ସଂଖ୍ୟା ୪ରେ ପହଞ୍ଚିଥିବା ବେଳେ ଭାରତ ଗୋଟିଏ ଗୋଲ ରେ ସନ୍ତୁଷ୍ଟ ଥିଲା ।

ତୃତୀୟ କ୍ୱାଟର ଆରମ୍ଭ ହେବା ମାତ୍ରେ ମ୍ୟାଚକୁ ନିୟନ୍ତ୍ରଣ କୁ ଆଣିବାକୁ ଚେଷ୍ଟା କରିଥିଲେ ଭାରତୀ ହକି ଟିମ । ଗୋଲ ଦେବାକୁ ଚେଷ୍ଟା କରିଥିଲେ ମଧ୍ୟ ଜର୍ମାନୀ ଖେଳାଳିଙ୍କ ସୁଯୋଗ ଦେଇନଥିଲେ । ଗୋଟିଏ ପଟେ ପୁରା ଷ୍ଟାଡିୟମର ଦର୍ଶକ ଭାରତୀୟ ଖେଳାଳୀଙ୍କୁ ଚିୟରଅପ କରୁଥିବା ବେଳେ କିନ୍ତୁ ଭାରତୀୟ ଖେଳାଳି ଗୋଲ ଦେବାରେ ସଫଳ ହୋଇ ନଥିଲେ । ଯାହାଫଳରେ ତୃତୀୟ କ୍ୱାଟର ଶେଷ ସୁଦ୍ଧା ସ୍କୋର ୧-୪ରେ ପଛୁଆ ଥିଲା ଭାରତୀୟ ଦଳ ।

ଚତୁର୍ଥ କ୍ୱାଟର ଆରମ୍ଭରୁ ପୁଣିଥରେ ଆକ୍ରମଣାତ୍ମକ ଖେଳ ଆରମ୍ଭ କରିଥିଲା ଭାରତ । ଲଗାତାର ଗୋଲ ଦେବାର ସୁଯୋଗ କୁ ହାତ ଛଡା କରିଥିଲା ଭାରତୀୟ ଯୁବ ଟିମ । ସମୟ ଯେତିକି ସରିଆସୁଥାଏ, ଦର୍ଶକ ମାନଙ୍କ ମଧ୍ୟରେ ନିରାଶ ଦେଖିବାକୁ ମିଳିଥିଲା । ହେଲେ ମ୍ୟାଚର ଶେଷ ୮ ମିନିଟରେ ବବି ସିଂ ଗୋଲ ଦେଇ ପୁଣିଥରେ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ଭରି ଦେଇଥିଲେ ମଧ୍ୟ ମ୍ୟାଚକୁ ନିଜ ନିୟନ୍ତ୍ରଣକୁ ଆଣିବାରେ ବିଫଳ ହୋଇଥିଲା ଭାରତ । ଫଳରେ ଜର୍ମାନୀ ଠାରୁ ୪-୨ଗୋଲରେ ପରାସ୍ତ ହୋଇ ବିଶ୍ୱକପରୁ ବିଦା ହୋଇଥିଲା ଭାରତୀୟ ଟିମ ।
Published by:Soumya Das
First published: