ଓଡ଼ିଆ ପୁଅ ସିଦ୍ଧାର୍ଥ ମହାନ୍ତି ହେଲେ ଏଲଆଇସି ଅଧ୍ୟକ୍ଷ

ଏଲଆଇସିର ନୂଆ ମୁଖ୍ୟ ହେଲେ ଓଡ଼ିଆ ପୁଅ ସିଦ୍ଧାର୍ଥ ମହାନ୍ତି । ୨୦୨୫ ଜୁନ ପର୍ଯ୍ୟନ୍ତ ସେ ମୁଖ୍ୟ ଭାବେ କାର୍ଯ୍ୟ କରିବେ ।

 ଏଲଆଇସି ଅଧ୍ୟକ୍ଷ

ଏଲଆଇସି ଅଧ୍ୟକ୍ଷ

  • News18 Odia
  • Last Updated :
  • Other, India
  • Share this:
News18 Odia Digital

LIC-Chairman: ଏଲଆଇସିର ନୂଆ ମୁଖ୍ୟ ହେଲେ ଓଡ଼ିଆ ପୁଅ ସିଦ୍ଧାର୍ଥ ମହାନ୍ତି । ୨୦୨୫ ଜୁନ ପର୍ଯ୍ୟନ୍ତ ଦେଶର ସବୁଠୁ ବଡ଼ ବୀମା କମ୍ପାନୀ ଏବଂ ସବୁଠୁ ବଡ଼ ନିବେଶକାରୀ ସଂସ୍ଥାର ମୁଖ୍ୟ ଭାବେ ସେ କାର୍ଯ୍ୟ କରିବେ । ଭାରତୀୟ ଜୀବନ ବୀମା ନିଗମର ଅଧ୍ୟକ୍ଷ ଭାବେ ସିଦ୍ଧାର୍ଥ ମହାନ୍ତିଙ୍କୁ ନିଯୁକ୍ତି ଦେଇଛନ୍ତି କେନ୍ଦ୍ର ସରକାର । ଆସନ୍ତା ବର୍ଷ ଜୁନ୍ ମାସ ପର୍ଯ୍ୟନ୍ତ ସେ ଏହି ପଦବୀରେ ରହିବେ । ଏହା ପରେ ୧ ବର୍ଷ ପାଇଁ ଏଲଆଇସିର ଚିଫ୍ ଏଗଜିକ୍ୟୁଟିଭ୍ ଭାବେ କାର୍ଯ୍ୟ କରିବେ ।

ସିଦ୍ଧାର୍ଥ ମହାନ୍ତି ବର୍ତ୍ତମାନ ଏଲଆଇସିର ଅନ୍ତରୀଣ ଅଧ୍ୟକ୍ଷ ତଥା ଯୁଗ୍ମ ପରିଚାଳନା ନିର୍ଦ୍ଦେଶକ ଭାବେ କାର୍ଯ୍ଯ କରୁଥିଲେ। ଭାରତ ସରକାରଙ୍କ ଏଫଏସଆଇବି ( ଫାଇନାନ୍ସିଆଲ ସର୍ଭିସେସ ଇଷ୍ଟିଚ୍ୟୁସନ୍ସ ବ୍ୟୁରୋ) ପକ୍ଷରୁ ଅଧ୍ୟକ୍ଷ ପଦ ପାଇଁ ମହାନ୍ତିଙ୍କ ନାମ ସୁପାରିଶ କରାଯାଇଥିଲା । ଏହାକୁ ଭାରତ ସରକାର ଗ୍ରହଣ କରିଛନ୍ତି । ଏଫଏସଆଇବି ହେଉଛି କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ଅଧିନରେ ଥିବା ଏକ ସ୍ବୟଂ ଶାସିତ ସଂସ୍ଥା ଯାହାକି ରାଷ୍ଟ୍ରାୟତ୍ତ ଆର୍ଥିକ ସଂସ୍ଥା ଓ ବ୍ୟାଙ୍କଗୁଡ଼ିକର ସର୍ବୋଚ୍ଚ ପଦଗୁଡ଼ିକ ଚୟନ କରିଥାଏ ।


Bank Holiday Today: ଆଜି ପଞ୍ଚମ ଶନିବାର..ବ୍ଯାଙ୍କ ଛୁଟି କି?



ଏଲଆଇସିର ପୂର୍ବତନ ଅଧ୍ୟକ୍ଷ ଏମ୍.ଆର୍. କୁମାରଙ୍କ କାର୍ଯ୍ୟକାଳ ଗତ ମାର୍ଚ୍ଚ ମାସରେ ଶେଷ ହେବା ପରେ ଏଲଆଇସିର କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ସେ କାର୍ଯ୍ୟ କରିଆସୁଥିଲେ । ଅଧ୍ୟକ୍ଷ ପଦ ପାଇଁ ଗତ ମାସରେ ତାଙ୍କ ନାଁ କୁ ସୁପାରିସ କରିଥିଲା ଫାଇନାନ୍ସିଆଲ୍ ସର୍ଭିସେସ୍ ଇନଷ୍ଟିଚ୍ୟୁସନ୍ସ ବ୍ୟୁରୋ ।

Published by:Soumya Das
First published: