ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»IND VS ENG: କେ.ଏଲ୍ ରାହୁଲଙ୍କ ଜାଗା ନେବେ ସୂର୍ଯ୍ୟକୁମାର ଯାଦବ? ଜାଣନ୍ତୁ ଭାରତର ସମ୍ଭାବ୍ୟ Playing 11

IND VS ENG: କେ.ଏଲ୍ ରାହୁଲଙ୍କ ଜାଗା ନେବେ ସୂର୍ଯ୍ୟକୁମାର ଯାଦବ? ଜାଣନ୍ତୁ ଭାରତର ସମ୍ଭାବ୍ୟ Playing 11

ଭାରତ ଓ ଇଂଲଣ୍ଡ ମଧ୍ୟରେ ହେବାକୁ ଥିବା ଚତୁର୍ଥ ଟି-୨୦ ମ୍ୟାଚ୍ (India vs England, 4th T20I) ଗୁରୁବାର ସନ୍ଧ୍ୟା ୭ ଟାରୁ ଆରମ୍ଭ ହେବ । ଟିମ୍ ଇଣ୍ଡିଆ ଏହି ସିରିଜରେ ୧-୨ ପଛରେ ରହିଛି । ଦଳ ପାଇଁ ଚତୁର୍ଥ ଟି-୨୦ ମ୍ୟାଚ 'କର ବା ମର' ପରିସ୍ଥିତି ସୃଷ୍ଟି କରିଛି ।

IND VS ENG: କେ.ଏଲ୍ ରାହୁଲଙ୍କ ଜାଗା ନେବେ ସୂର୍ଯ୍ୟକୁମାର ଯାଦବ? ଜାଣନ୍ତୁ ଭାରତର ସମ୍ଭାବ୍ୟ Playing 11
କେ.ଏଲ୍ ରାହୁଲଙ୍କ ଜାଗା ନେବେ ସୂର୍ଯ୍ୟକୁମାର ଯାଦବ!
  • News18 Odia
  • Last Updated: March 18, 2021, 9:26 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: କର ବା ମର ...ଠିକ ଏହିପରି ଟିମ୍ ଇଣ୍ଡିଆ ପାଇଁ ଗୁରୁବାର ଅନୁଷ୍ଠିତ ହେବାକୁ ଥିବା ଚତୁର୍ଥ ଟି-୨୦ ମ୍ୟାଚ୍ ରହିଛି । ଭାରତୀୟ ଦଳ (India vs England, 4th T20I) ଏହି ସିରିଜରେ ଇଂଲଣ୍ଡଠାରୁ ୧-୨ ରେ ପଛରେ ରହିଛି । ବର୍ତ୍ତମାନ ଗୋଟିଏ ମ୍ୟାଚ ପରାଜୟର ଅର୍ଥ ହେଉଛି ସିରିଜ୍ ହରାଇବା । ଏଭଳି ପରିସ୍ଥିତିରେ ଟିମ୍ ଇଣ୍ଡିଆ ଯକୌଣସି ପରିସ୍ଥିତିରେ ଚତୁର୍ଥ ଟି-୨୦ ଜିତିବାକୁ ଚାହିଁବ । ଏବେ ପ୍ରଶ୍ନ ହେଉଛି ଟିମ୍ ଇଣ୍ଡିଆ କେଉଁ ପ୍ଲେଇଂ ଏକାଦଶ ସହିତ ପଡ଼ିଆକୁ ଓଲ୍ହାଇବ। ଗତ ୩ଟି ଟି-୨୦ ମ୍ୟାଚରେ କରାଯାଇଥିବା ସମସ୍ତ ପରିବର୍ତ୍ତନ କ୍ରିକେଟ୍ ବିଶେଷଜ୍ଞ ଓ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରାଇଛି । ଚତୁର୍ଥ ଟି-୨୦ ରେ ସମ୍ଭାବ୍ୟ ଏକାଦଶ କ’ଣ ହେବ ତାହା ପୂର୍ବାନୁମାନ କରିବା କଷ୍ଟକର ।

ଠିକ୍, ତୃତୀୟ ଟି -୨୦ ର ପ୍ରଦର୍ଶନ ଓ ଚତୁର୍ଥ ଟି -୨୦ ର ଗୁରୁତ୍ୱ ଉପରେ ଆଧାର କରି ବୋଧହୁଏ ଟିମ୍ ଇଣ୍ଡିଆ କିଛି କଠୋର ନିଷ୍ପତ୍ତି ନେଇପାରେ । ଠିକ୍ ଯେପରି କେ.ଏଲ୍ ରାହୁଲ ଶେଷ ୩ଟି ମ୍ୟାଚରେ ମାତ୍ର ୧ ରନ୍ ସ୍କୋର କରିବାରେ ସକ୍ଷମ ହୋଇଛନ୍ତି ଓ ଏହା ସ୍ପଷ୍ଟ ସେ ଭଲ ଫର୍ମରେ ନାହାନ୍ତି । ତେବେ ତାଙ୍କ ବଦଳରେ ପୁଣି ସୂର୍ଯ୍ୟକୁମାର ଯାଦବଙ୍କୁ ଖେଳିବାର ସୁଯୋଗ ଦିଆଯାଇପାରେ । ଦ୍ୱିତୀୟ ଟି -୨୦ ରେ ଡେବ୍ୟୁ କରିବା ପରେ ବ୍ୟାଟିଂର ସୁଯୋଗ ପାଇନଥିବା ସୂର୍ଯ୍ୟକୁମାରଙ୍କୁ ତୃତୀୟ ଟି -୨୦ ରୁ ବାଦ ଦିଆଯାଇଥିଲା ।

କେଉଁ ଦଳ ସହିତ ପଡିଆକୁ ଓଲ୍ହାଇବ ଟିମ୍ ଇଣ୍ଡିଆ ?
ଅନୁମାନ କରାଯାଉଛି ଯେ କେଏଲ ରାହୁଲଙ୍କ ସ୍ଥାନରେ ଟିମ୍ ଇଣ୍ଡିଆ ପୁଣି ଥରେ ଇଶାନ କିଶନଙ୍କ ସହ ଓପନିଂ କରାଇବ । ରୋହିତ ଶର୍ମା ତାଙ୍କର ଓପନିଂ ପାର୍ଟନର ହେବେ । ଏହା ପରେ ବିରାଟ କୋହଲି ପୁଣି ଥରେ ତିନି ନମ୍ବରରେ ଖେଳିବେ । ତା’ପରେ ଋଷଭ ପନ୍ତ ଓ ଶ୍ରେୟାସ ଆୟର ଖେଳିବା ନିଶ୍ଚିତ ଲାଗୁଛି । ଷଷ୍ଠ ନମ୍ବରରେ ସୂର୍ଯ୍ୟକୁମାର ଯାଦବଙ୍କୁ ସୁଯୋଗ ଦିଆଯାଇପାରେ । ସପ୍ତମ ନମ୍ବରରେ ହାର୍ଦ୍ଦିକ ପାଣ୍ଡ୍ୟା ଓ ତାଙ୍କ ପରେ ୱାଶିଂଟନ୍ ସୁନ୍ଦର ରହିବେ । ଶାର୍ଦ୍ଦୁଲ ଠାକୁର, ଭୁବନେଶ୍ୱର କୁମାର ଓ ୟୁଜବେନ୍ଦ୍ର ଚହଲଙ୍କ ଖେଳିବା ମଧ୍ୟ ନିଶ୍ଚିତ ବୋଲି କୁହାଯାଉଛି । ୟୁଜବେନ୍ଦ୍ର ଚହଲଙ୍କ ସ୍ଥାନରେ ଅକ୍ଷର ପଟେଲ ଯଦି ସୁଯୋଗ ପାଆନ୍ତି, ତେବେ ବୋଲିଂ ଅଧିକ ଶକ୍ତିଶାଳୀ ହୋଇପାରେ କାରଣ ଚାହଲ ଶେଷ ତିନୋଟି ଟି-୨୦ ମ୍ୟାଚରେ ବିଶେଷ କିଛି କରିପାରିନାହାଁନ୍ତି ।

ଭାରତର ସମ୍ଭାବ୍ୟ ଏକାଦଶ - ରୋହିତ ଶର୍ମା, ଇଶାନ କିଶନ, ବିରାଟ କୋହଲି, ଋଷଭ ପନ୍ତ, ଶ୍ରେୟସ ଆୟର, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ୱାଶିଂଟନ୍ ସୁନ୍ଦର, ଶାର୍ଦ୍ଦୁଲ ଠାକୁର, ଭୁବନେଶ୍ୱର କୁମାର ଓ ୟୁଜବେନ୍ଦ୍ର ଚହଲ ।
Published by: Jagdish Barik
First published: March 18, 2021, 9:26 AM IST