GST Return: ଚଳିତ ବର୍ଷ ଅକ୍ଟୋବର ମାସରେ ୮୦ ଲକ୍ଷ GSTR 3B ରିଟର୍ଣ୍ଣ ଫାଇଲ ହୋଇଛି

ଓଡ଼ିଶା ସମେତ ସମଗ୍ର ଦେଶରେ ୨୦୨୦ ଅକ୍ଟୋବର ମାସରେ ଜିଏସଟି ରାଜସ୍ୱ ସଂଗ୍ରହ ୧,୦୫,୧୫୫ କୋଟି ଟଙ୍କା ହୋଇଛି । ସେଥିମଧ୍ୟରୁ ସିଜିଏସଟି ପରିମାଣ ୧୯,୧୯୩ କୋଟି ଟଙ୍କା, ଏସଜିଏସଟି ୨୫,୪୧୧ କୋଟି ଓ ଆଇଜିଏସଟି ପରିମାଣ ୫୨,୫୪୦କୋଟି ଟଙ୍କା ବୋଲି ସରକାରୀ ସୁତ୍ରରୁ ଜଣାପଡିଛି ।

ଚଳିତ ବର୍ଷ ଅକ୍ଟୋବର ମାସରେ ୮୦ ଲକ୍ଷ ଟଙ୍କାର GSTR 3B ରିଟର୍ଣ୍ଣ ଫାଇଲ ହୋଇଛି

ଚଳିତ ବର୍ଷ ଅକ୍ଟୋବର ମାସରେ ୮୦ ଲକ୍ଷ ଟଙ୍କାର GSTR 3B ରିଟର୍ଣ୍ଣ ଫାଇଲ ହୋଇଛି

  • Share this:
News18 Odia Digital
ଭୁବନେଶ୍ୱର: କରୋନା କଟକଣା ସତ୍ତ୍ୱେ ଅକ୍ଟୋବର ମାସରେ ରାଜ୍ୟର ଜିଏସଟି ଆଦାୟ ଉତ୍ସାହଜନକ ଭାବେ ବୃଦ୍ଧି ହୋଇଛି । ଗତବର୍ଷ ଅକ୍ଟୋବର ମାସ ତୁଳନାରେ ଚଳିତବର୍ଷ ଅକ୍ଟୋବର ମାସରେ ଜିଏସଟି ଆୟ ୨୧.୭୯ ପ୍ରତିଶତ ବୃଦ୍ଧି ଘଟିଛି । ଚଳିତବର୍ଷ ଅକ୍ଟୋବର ମାସରେ ଆଇଜିଏସଟି ୪୮୦.୮୩ କୋଟି ଟଙ୍କା ଆଦାୟ ହୋଇଥିବା ବେଳେ ଗତବର୍ଷ ଏହି ମାସରେ ୩୦୭.୬୯ କୋଟି ଟଙ୍କା ଆଦାୟ ହୋଇଛି । ଯାହା ଗତ ମାସ ତୁଳନାରେ ୫୬.୨୭ ପ୍ରତିଶତ ବୃଦ୍ଧି ହୋଇଛି । ଏଥି ସହ ସେସ ଆଦାୟ ଗତବର୍ଷ ଅକ୍ଟୋବର ତୁଳନାରେ ୫୭.୫୫ ପ୍ରତିଶତ ବୃଦ୍ଧି ହୋଇଛି । ସେହିପରି ଗତବର୍ଷ ସେପ୍ଟେମ୍ବର ତୁଳନାରେ ଚଳିତବର୍ଷ ସେପ୍ଟେମ୍ବରରେ ୧୮.୩ ପ୍ରତିଶତ ଜିଏସଟି ଆଦାୟ ବୃଦ୍ଧି ହୋଇଛି ।

ଓଜିଏସଟି ଆଦାୟ ଚଳିତବର୍ଷ ସେପ୍ଟେମ୍ବର ୩.୪୨ ପ୍ରତିଶତ ଥିବା ବେଳେ ଅକ୍ଟୋବରରେ ୫.୧୬ ପ୍ରତିଶତ ହୋଇଛି । ସେହିପରି ପେଟ୍ରୋଲିୟମ ଦ୍ରବ୍ୟ ଉପରେ ଅଣ ଜିଏସଟି ଆୟ ମଧ୍ୟ ଗତବର୍ଷ ଅକ୍ଟୋବର ତୁଳନାରେ ୩୬.୦୫ ପ୍ରତିଶତ ବୃଦ୍ଧି ପାଇଛି ।

ଗତବର୍ଷ ସେପ୍ଟେମ୍ବର ମାସରେ ପେଟ୍ରୋଲିୟମ ସାମଗ୍ରୀରେ ଟିକସ ସଂଗ୍ରହ ରାଶି ୪୩୧.୦୪ କୋଟି ଟଙ୍କାଥିବାବେଳେ ଚଳିତବର୍ଷ ସେପ୍ଟେମ୍ବରରେ ୪୬୪.୨୫ କୋଟି ଟଙ୍କା ସଂଗ୍ରହ ହୋଇଛି । ସେହିପରି ଗତବର୍ଷ ଅକ୍ଟୋବରରେ ୩୬୯.୪୦ କୋଟି ଟଙ୍କା ସଂଗ୍ରହ ହୋଇଥିବା ବେଳେ ଚଳିତବର୍ଷ ଅକ୍ଟୋବରରେ ୫୧୪.୨୯ କୋଟି ଟଙ୍କା ସଂଗ୍ରହ ହୋଇଛି । ଯାହା ଗତବର୍ଷ ସେପ୍ଟେମ୍ବର ଓ ଅକ୍ଟୋବର ତୁଳନାରେ ଚଳିତବର୍ଷ ସେପ୍ଟେମ୍ବର ଓ ଅକ୍ଟୋବରରେ ଯଥାକ୍ରମେ ୭.୬ ପ୍ରତିଶତ ଓ 39 ପ୍ରତିଶତ ବୃଦ୍ଧି ହୋଇଛି । ସିଟି ଆଣ୍ଡ ଜିଏସଟି କମିଶନରେଟ ପକ୍ଷରୁ ଏ ନେଇ ଏକ ପ୍ରେସ ବିଜ୍ଞପ୍ତି ପ୍ରକାଶ ପାଇଛି । ମିଳିଥିବା ସୂଚନା ଅନୁସାରେ କୋରନା ମହାମାରୀ ଯୋଗୁଁ ଚଳିତ ଆର୍ଥିକ ବର୍ଷର ପ୍ରଥମ କ୍ୱାଟରରେ ଜିଏସଟି ଆଦାୟ ନୈରାଶ୍ୟଜନକ ଥିଲା । ଲକଡାଉନ ପ୍ରଭାବରେ ୨୦୧୯ ତୁଳନାରେ ଚଳିତବର୍ଷ ଏପ୍ରିଲ ମାସରେ ୬୧.୧୫ ପ୍ରତିଶତ କମ ଜିଏସଟି ଆଦାୟ ହୋଇଥିଲା । ସେହିପରି ମେ ଓ ଜୁନ ମାସରେ ଯଥାକ୍ରମେ ୨୫.୧୨ ଓ ୫.୮୩ ପ୍ରତିଶତ ଜିଏସଟି କମ ଆଦାୟ ହୋଇଥିଲା । ଅନଲକ ପ୍ରକ୍ରିୟା ଅରମ୍ବ ହୋଇଥିବାରୁ ଜୁଲାଇ ମାସରୁ ଜିଏସଟି ସଂଗ୍ରହର ଚିତ୍ର ବଦଳିଛି ।



GST ରିଟର୍ଣ୍ଣ ତାଜା ସ୍ଥିତିର ମ୍ୟାପ୍


ଓଡିଶା ସମେତ ସମଗ୍ର ଦେଶରେ ୨୦୨୦ ଅକ୍ଟୋବର ମାସରେ ଜିଏସଟି ରାଜସ୍ୱ ସଂଗ୍ରହ ୧,୦୫,୧୫୫ କୋଟି ଟଙ୍କା ହୋଇଛି । ସେଥିମଧ୍ୟରୁ ସିଜିଏସଟି ପରିମାଣ ୧୯,୧୯୩ କୋଟି ଟଙ୍କା, ଏସଜିଏସଟି ୨୫,୪୧୧ କୋଟି ଓ ଆଇଜିଏସଟି ପରିମାଣ ୫୨,୫୪୦କୋଟି ଟଙ୍କା ବୋଲି ସରକାରୀ ସୁତ୍ରରୁ ଜଣାପଡିଛି । ଏଥିରେ ଆମଦାନୀ ସାମଗ୍ରୀ ଉପରୁ ସଂଗୃହିତ ଟିକସ ରାଜସ୍ବର ପରିମାଣ ୨୩,୩୭୫ କୋଟି ଟଙ୍କା ଅନ୍ତର୍ଭୁକ୍ତ ।

ଏହାଛଡା ସାମଗ୍ରୀ ରପ୍ତାନୀ ଉପରୁ ୯୩୨ କୋଟି ଟଙ୍କା ରାଜସ୍ବ ସମେତ ମୋଟ ୮,୦୧୧ କୋଟି ଟଙ୍କାର ସେସ ବା ଉପକର ସଂଗୃହିତ ହୋଇଛି । ଚଳିତ ବର୍ଷ ଅକ୍ଟୋବର ମାସରେ ୮୦ଲକ୍ଷ ଜିଏସଟିଆର-୩ ବି ରିଟର୍ଣ୍ଣ ଫାଇଲ କରାଯାଇଛି । କରୋନା ମହାମାରୀ ଯୋଗୁଁ ଜିଏସଟି ଆଦାୟ ଗୁରୁତର ପ୍ରଭାବିତ ହୋଇଥିଲା । ଏ ବର୍ଷ ଜୁଲାଇ- ଅଗଷ୍ଟ ମାସରେ ଏହା ଧାର୍ଯ୍ୟ ଲକ୍ଷଠାରୁ ତଳେ ଥିଲା । ସେପ୍ଟେମ୍ବରରୁ ଏହା ଅଭିବୃଦ୍ଧି ଘଟିଛି ।
Published by:Jagdish Barik
First published: