ଖୁସି ଖବର; ପୋଲିସ ଚାକିରି ପାଇଁ ବୟସ କୋହଳ ଏବଂ ଆବେଦନ ତାରିଖ ବୃଦ୍ଧି

ଓଡ଼ିଶାରେ ପୋଲିସ କନେଷ୍ଟବଳ ନିଯୁକ୍ତି ପାଇଁ ବୟସସୀମା କୋହଳ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ଆବେଦନର ତାରିଖ ମଧ୍ୟ ବଢ଼ାଯାଇଛି ।

ଖୁସି ଖବର; ପୋଲିସ ଚାକିରି ପାଇଁ ବୟସ କୋହଳ ଏବଂ ଆବେଦନ ତାରିଖ ବୃଦ୍ଧି

ଖୁସି ଖବର; ପୋଲିସ ଚାକିରି ପାଇଁ ବୟସ କୋହଳ ଏବଂ ଆବେଦନ ତାରିଖ ବୃଦ୍ଧି

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର; ପୋଲିସ ଚାକିରି (Police job) ପାଇଁ ଇଚ୍ଛୁକ ବ୍ୟକ୍ତିଙ୍କ ପାଇଁ ଏକ ଖୁସି ଖବର ଆସିଛି । ପୋଲିସ କନେଷ୍ଟବଳ ନିଯୁକ୍ତି ପାଇଁ ହାଇକୋର୍ଟ ( High court ) ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ଓଡ଼ିଶାରେ ପୋଲିସ (Odisha police ) କନେଷ୍ଟବଳ ନିଯୁକ୍ତି ପାଇଁ ବୟସସୀମା ବଢାଇବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ୨୦୨୨ ଡିସେମ୍ୱର ମାସରେ ପ୍ରକାଶ ପାଇଥିବା ବିଜ୍ଞପ୍ତିକୁ ନେଇ ହାଇକୋର୍ଟ ଏପରି ରାୟ ଦେଇଛନ୍ତି । ଆବେଦନକାରୀଙ୍କ ପାଇଁ ବୟସସୀମା ୪ବର୍ଷ କୋହଳ କରିବା ପାଇଁ ହାଇକୋର୍ଟ ଦର୍ଶାଇଛନ୍ତି । କରୋନା ସମୟରେ ପୋଲିସ ନିଯୁକ୍ତି ଓ ପରୀକ୍ଷା ହୋଇନଥିବାରୁ ବୟସସୀମା କୋହଳ କରାଯାଇଛି । ଆବେଦନର ଶେଷ ତାରିଖକୁ ବୃଦ୍ଧି କରାଯାଇ ଫେବୃଆରୀ ପର୍ଯ୍ୟନ୍ତ ରଖାଯାଇଛି । ଫେବୃଆରୀ ୨୦ ତାରିଖ ପରୀକ୍ଷା କରାଇବା ପାଇଁ ହାଇକୋର୍ଟଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଜାନୁଆରୀ ୩୦ ପୂର୍ବରୁ ସଂଶୋଧିତ  ବିଜ୍ଞପ୍ତି ପ୍ରକାଶ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।

୨୦୧୮ ମସିହାରେ ଶେଷଥର ପାଇଁ କନେଷ୍ଟବଳ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞାପନ ପ୍ରକାଶ ପାଇଥିଲା । ତାପରେ କରୋନା କାରଣ ପାଇଁ ନିଯୁକ୍ତି ବିଜ୍ଞାପନ ପ୍ରକାଶ ହୋଇନଥିଲା । କେବଳ ଓଡ଼ିଶା ପୋଲିସ ନୁହେଁ, ରାଜ୍ୟର ଅନ୍ୟ ବିଭାଗ ଗୁଡିକରେ ମଧ୍ୟ ନିଯୁକ୍ତି ପାଇଁ ବିଜ୍ଞାପନ ବାହାରି ନଥିଲା । ଗତବର୍ଷ ଜାନୁଆରୀ ୧୧ ତାରିଖରେ ରାଜ୍ୟ ପୋଲିସ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ କରାଯାଇଥିଲା । ବିଜ୍ଞପ୍ତି ସହ ସୂଚନା ଦିଆଯାଇଥିଲା ଯେ, ଯେହେତୁ ୨ବର୍ଷ ହେବ କରୋନା କାରଣରୁ ନିଯୁକ୍ତି ବନ୍ଦ ରହିଛି ତେଣୁ ସବୁକ୍ଷେତ୍ରରେ ସର୍ବାଧିକ ବୟସସୀମା ୬ ବର୍ଷ ପର୍ଯ୍ୟନ୍ତ ବଢାଯାଇଥିଲା । କିନ୍ତୁ ପୂର୍ବରୁ ଯେଉଁ ବିଜ୍ଞପ୍ତି ପ୍ରକାଶ ହୋଇଥିଲା ସେଥିରେ ୪ହଜାର ୭ଶହ ୯୦ଟି ପୋଲିସ ପଦବୀ ବାହାରିଥିଲା । ଉକ୍ତ ପଦବୀ ପାଇଁ ବୟସସୀମା କୋହଳ ହୋଇନଥିଲା । ଯାହାଫଳରେ ହାଇକୋର୍ଟ ପର୍ଯ୍ୟନ୍ତ କଥା ଯାଇଥିଲା ।

ତେବେ ବର୍ତ୍ତମାନ ଦୁଇଟି କ୍ଷେତ୍ରରେ ଚାକିରି ଆଶାୟୀଙ୍କୁ ଫାଇଦା ମିଳିବ । ଗୋଟିଏ ହେଉଛି ବୟସସୀମା ୪ବର୍ଷ ପର୍ଯ୍ୟନ୍ତ କୋହଳ ଏବଂ ଅନ୍ୟଟି ଆବେଦନ ପାଇଁ ତାରିଖ ବୃଦ୍ଧି । ଫେବୃଆରୀ ୧୦ ତାରିଖ ଆବେଦନର ଶେଷ ତାରିଖ ରହିଛି । ଏହି ଖବର ଆସିବାପରେ ଆଶାୟୀଙ୍କ କ୍ଷେତ୍ରରେ ଅତ୍ୟନ୍ତ ଖୁସିର ମାହୋଲ ଦେଖିବାକୁ ମିଳିଛି । ପୋଲିସ ଚାକିରି ପାଇଁ ଦିନରାତି ଅକ୍ଳାନ୍ତ ପରିଶ୍ରମ କରୁଥିବା ଆଶାୟୀମାନେ ହାଇକୋର୍ଟଙ୍କ ଏହି ରାୟକୁ ସ୍ୱାଗତ କରିଛନ୍ତି ।

ଅଧିକ ଖବର ପଢ଼ନ୍ତୁ- http://ବନ୍ଦ ହେବ କି ୧୦ମିନିଟରେ ଖାଦ୍ୟ ପହଞ୍ଚାଉଥିବା କମ୍ପାନୀ? ଜୋମାଟୋର ତଥ୍ୟ ଆସିଲା ସାମ୍ନାକୁ
Published by:Soubhagya Mishra
First published: