ପଦ୍ମପୁରରେ କାହା ସପକ୍ଷରେ ଯିବ ଆଦିବାସୀ ଭୋଟ? କ'ଣ କହୁଛନ୍ତି ବିଜେଡି ଓ ବିଜେପି

ଧାମନଗର ଉପନିର୍ବାଚନରେ ବିଜୟ ପରେ ବିଜେପି କ୍ୟାମ୍ପରେ ଉତ୍ସାହ ଭରି ରହିଛି । ଧାମନଗର ବିଜୟ କର୍ମୀଙ୍କ ମନୋବଳକୁ ବୃଦ୍ଧି କରିଥିବା ବେଳେ ପଦ୍ମପୁରରେ ଏହାର ପ୍ରତିଫଳନ ଦେଖିବାକୁ ମିଳିବ ବୋଲି ବିଜେପି ଆଶା ରଖିଛି ।

ପଦ୍ମପୁରରେ କାହା ସପକ୍ଷରେ ଯିବ ଆଦିବାସୀ ଭୋଟ? କ'ଣ କହୁଛନ୍ତି ବିଜେଡି ଓ ବିଜେପି

ପଦ୍ମପୁରରେ କାହା ସପକ୍ଷରେ ଯିବ ଆଦିବାସୀ ଭୋଟ? କ'ଣ କହୁଛନ୍ତି ବିଜେଡି ଓ ବିଜେପି

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର; ପଦ୍ମପୁର ଉପନିର୍ବାଚନ ପାଇଁ ଜମୁଛି ପ୍ରଚାର । ସବୁ ଦଳର ହେଭିୱେଟ ନେତା ବର୍ତ୍ତମାନ ମଇଦାନକୁ ଓହ୍ଲାଇଛନ୍ତି । ଘରକୁ ଘର ବୁଲି ପ୍ରଚାର କରୁଛନ୍ତି ତିନି ଦଳର ପାର୍ଥୀ । ଧାମନଗର ଉପନିର୍ବାଚନରେ ବିଜୟ ପରେ ବିଜେପି କ୍ୟାମ୍ପରେ ଉତ୍ସାହ ଭରି ରହିଛି । ଧାମନଗର ବିଜୟ କର୍ମୀଙ୍କ ମନୋବଳକୁ ବୃଦ୍ଧି କରିଥିବା ବେଳେ ପଦ୍ମପୁରରେ ଏହାର ପ୍ରତିଫଳନ ଦେଖିବାକୁ ମିଳିବ ବୋଲି ବିଜେପି ଆଶା ରଖିଛି ।

ବିଜେଡି ପାଇଁ ପଦ୍ମପୁର ସମ୍ମାନର ପ୍ରଶ୍ନ ପାଲଟିଛି । କଂଗ୍ରେସ ବି କିଛି ଓଲଟ ପାଲଟ କରିବା ଲକ୍ଷ୍ୟରେ ରହିଛି । ଆଗକୁ ନିର୍ବାଚନ ଥିଲେ ବି ଏବେଠୁ ବିଜୟ ନେଇ ଦୃଢୋକ୍ତି କରିଛନ୍ତି ତିନି ଦଳ । ତେବେ ପଦ୍ମପୁରରେ ଆଦିବାସୀ ଭୋଟ ଅଧିକ ଥିବାରୁ ଏହି ଭୋଟ ବି ନିର୍ଣ୍ଣାୟକ ହୋଇପାରେ। ଆଦିବାସୀ ଭୋଟ ନେବାକୁ ତିନି ଦଳ ରଣନୀତି କରୁଛନ୍ତି । ପଦ୍ମପୁର ଉପନିର୍ବାଚନ ନେଇ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ କହିଛନ୍ତି  ବୁଥ ସ୍ତର ପର୍ଯ୍ୟନ୍ତ କମିଟି ଗଠନ ହୋଇ ସାଂଗଠନିକ କାର୍ଯ୍ୟକ୍ରମ ଚାଲିଛି। ଉପନିର୍ବାଚନ ପାଇଁ ବିଭିନ୍ନ ପ୍ରାନ୍ତରୁ କୋଣ ଅନୁକୋଣରେ ନେତା ଓ ତାରକା ପ୍ରଚାରକ ପହଞ୍ଚିବେ। କେନ୍ଦ୍ର ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାକୁ ନେଇ ନେତା ଓ କର୍ମୀ ଲୋକଙ୍କ ପାଖକୁ ଯିବେ। ବିଭିନ୍ନ ଦଳର ବିଭିନ୍ନ ରଣନିତି ରହୁଛି। କିନ୍ତୁ ବିଜେପି ବୁଥ କମିଟି କରି ତୃଣମୂଳ ସ୍ତରରେ କାର୍ଯ୍ୟ ଜାରି ରଖିଛି । ପ୍ରଦୀପ ପୁରୋହିତ ଦକ୍ଷ ସଂଗଠକ। ସଂଗ୍ରାମୀ ନେତା। ଲୋକଙ୍କ ସହ ରହିଛନ୍ତି। ବିଜେଡି ସରକାରୀ କଳକୁ ବ୍ୟବହାର କରି ନିର୍ବାଚନ ଜିତୁଥିଲା। ଏବେ ଲୋକ ବୁଝିଲେଣି। ଧାମନଗରରେ ଏହା ପ୍ରତିଫଳିତ ହୋଇଛି। ପଦ୍ମପୁରରେ ବି ପ୍ରତିଫଳିତ ହେବ। ପଦ୍ମପୁରରରେ ଆଦିବାସୀ ଭୋଟ ବିଜେପି ସପକ୍ଷରେ ଯିବ । ବିଜେପି ପଦ୍ମପୁରକୁ ନିଜ ଦଖଲରେ ନେବ ।

ବିଜେଡି ସାଂସଦ ମୁନା ଖାଁ କହିଛନ୍ତି ଯେ, ଆଦିବାସୀ ଭୋଟ ବିଜେଡି ସପକ୍ଷରେ ଅଛି। ଅଧିକ ଭୋଟ ବିଜେଡି ସପକ୍ଷରେ ଯିବ। ସେମାନଙ୍କ ଚେଷ୍ଟା ବୃଥା ଯିବ। ପଞ୍ଚାୟତ ନିର୍ବାଚନର ଖୋଦ କେନ୍ଦ୍ରମନ୍ତ୍ରୀଙ୍କ ଜିଲ୍ଲାରେ ବିଜେପି ଫେଲ ମାରିଛି। ବିଗତ ୨୨ ବର୍ଷରେ ସବୁ ବର୍ଗର ଲୋକଙ୍କ ପାଇଁ ବିଜେଡି ସରକାର କାମ କରିଛି। ଆଦିବାସୀ ଅଞ୍ଚଳରେ ଅନେକ ବିକାଶ ହୋଇଛି। ପୂର୍ବଭଳି ଆଦିବାସୀ ଲୋକ ଯେଉଁଭଳି ସମସ୍ୟାରେ ରହୁଥିଲେ ସେ ସମସ୍ୟା ନାହିଁ। ଓଡ଼ିଶାରୁ ସେ ମନ୍ତ୍ରୀ ହୋଇଛନ୍ତି। କେନ୍ଦ୍ରମନ୍ତ୍ରୀ ବି ଓଡ଼ିଶା ଲୋକଙ୍କ ପାଇଁ କାମ କରନ୍ତୁ। ତାଙ୍କ ଠାରୁ ଅନେକ ଆଶା ଅଛି। ତାଙ୍କ ସମୟରେ ସେପରି କିଛି କାର୍ଯ୍ୟ ନଜିର ନାହିଁ। କିନ୍ତୁ ଆଶା ରହିଛି ସେ ଓଡ଼ିଶା ପାଇଁ କାର୍ଯ୍ୟ କରନ୍ତୁ ।

କଂଗ୍ରେସର ସତ୍ୟଭୂଷଣ ସାହୁ କହିଛନ୍ତି " କଂଗ୍ରେସ ସବୁ ସମୟରେ ଆଗରେ ଥିଲା, ଅଛି ରହିଥିବ । ପଦ୍ମପୁରରେ ବି ଆଗରେ ଅଛି । କଂଗ୍ରେସ ପଛରେ ରହିବାର ଚାନ୍ସ ନାହିଁ। ଦଳ ଉପନିର୍ବାଚନରେ ଏକ ନମ୍ବର ରହିବ। ବିଜେଡି ଆଉ ବିଜେପି ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ ଭଳି। ତେଣୁ କଂଗ୍ରେସର ଫାଇଟ ବିଜେଡି ବିଜେପି ସହ ହେଉଛି। ପଦ୍ମପୁରର ବିକାଶ କଂଗ୍ରେସ ସମୟରେ ହିଁ ହେଇଛି। ଲୋକେ ବିକାଶ ପାଇଁ କଂଗ୍ରେସ ହିଁ ଭୋଟ ଦେବେ ବୋଲି କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ କହିଛନ୍ତି।
Published by:Soubhagya Mishra
First published: