କୋଭିଡ କଟକଣାକୁ ଦୃଷ୍ଟିରେ ରଖି ରାକ୍ଷୀ ପୂର୍ଣ୍ଣିମା ପାଳିବେନି CM ନବୀନ ପଟ୍ଟନାୟକ

ରାକ୍ଷୀ ପୂର୍ଣ୍ଣିମା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। କୋଭିଡକୁ ଦୃଷ୍ଟିରେ ରଖି ଗହଳି ନ କରି ଜନସାଧାରଣ ନିରାପଦରେ ଏହି ଉତ୍ସବ ପାଳନ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

ନବୀନ ପଟ୍ଟନାୟକ (ପ୍ରତୀକାତ୍ମକ ଛବି)

ନବୀନ ପଟ୍ଟନାୟକ (ପ୍ରତୀକାତ୍ମକ ଛବି)

  • Share this:
News 18 Odia Digital

ଭୁବନେଶ୍ୱର: ରାକ୍ଷୀ ପୁର୍ଣ୍ଣିମା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। କୋଭିଡକୁ ଦୃଷ୍ଟିରେ ରଖି ଗହଳି ନ କରି ଜନସାଧାରଣ ନିରାପଦରେ ରାକ୍ଷୀ ପୂର୍ଣ୍ଣିମା ପର୍ବ ପାଳନ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଆସନ୍ତାକାଲି ରାକ୍ଷୀ ପୂର୍ଣ୍ଣିମା ପାଇଁ ନବୀନ ନିବାସକୁ ନ ଆସିବା ପାଇଁ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି। ଏହି ଅବସରରେ ତାଙ୍କୁ ଅଭିବାଦନ ଜଣାଇବା ପାଇଁ ଲୋକ ଓ ପାର୍ଟି କର୍ମୀଙ୍କୁ ତାଙ୍କ ବାସଭବନକୁ ନଆସିବାକୁ ନିବେଦନ ମଧ୍ୟ କରିଛନ୍ତି।

ମୂଖ୍ୟମନ୍ତ୍ରୀ ଏହି ପର୍ବ ପାଇଁ ଶୁଭେଚ୍ଛା ଜଣାଇବାବେଳେ ଲୋକଙ୍କୁ କୋଭିଡ ଉପଯୁକ୍ତ ଆଚରଣ ସହ ଏହି ଉତ୍ସବ ପାଳନ କରିବାକୁ ଅନୁରୋଧ କରିଛନ୍ତି। ରାକ୍ଷୀ ପୂର୍ଣ୍ଣିମା ଶ୍ରାବଣ ମାସର ପୂର୍ଣ୍ଣିମା ଦିନ ପାଳନ କରାଯାଏ। ଗୁରୁବାର ଦିନ ସାରା ଦେଶରେ ଭାଇ ଓ ଭଉଣୀଙ୍କ ମଧ୍ୟରେ ଥିବା ଏହି ନିଆରା ପ୍ରେମ ସମ୍ପର୍କ ରାକ୍ଷୀ ପୂର୍ଣ୍ଣିମା ପାଳନ କରାଯିବ।
Published by:Soumyashree Mishra
First published: