ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ସ୍ୱଚ୍ଛତା କ୍ଷେତ୍ରରେ ବ୍ରହ୍ମପୁର ରାଜ୍ୟରେ ପ୍ରଥମ; ଦେଶରେ ରହିଛି ୫୬ତମ ସ୍ଥାନରେ

ସ୍ୱଚ୍ଛତା କ୍ଷେତ୍ରରେ ବ୍ରହ୍ମପୁର ରାଜ୍ୟରେ ପ୍ରଥମ; ଦେଶରେ ରହିଛି ୫୬ତମ ସ୍ଥାନରେ

ସହରକୁ ସ୍ବଚ୍ଛ ରଖିବା ନିମନ୍ତେ ବିଏମସି ନିଜର ଦାୟିତ୍ବ ଠିକ୍ ଭାବେ ତୁଲାଇବା ସହ ସହର ସ୍ବଚ୍ଛ ରହିଥିବା ଯୋଗୁଁ ବିଏମସିକୁ ମିଳିଛି ଜାତୀୟ ସମ୍ମାନ । ସ୍ବଚ୍ଛ ଅମ୍ରିତ ମେହୋତ୍ସବରେ ବିଏମସିକୁ ଏହି ଜାତୀୟ ପୁରସ୍କାର ପ୍ରଦାନ କରାଯାଇଛି ।

ସ୍ୱଚ୍ଛତା କ୍ଷେତ୍ରରେ ବ୍ରହ୍ମପୁର ରାଜ୍ୟରେ ପ୍ରଥମ; ଦେଶରେ ରହିଛି ୫୬ତମ ସ୍ଥାନରେ
ସ୍ୱଚ୍ଛତା ପାଇଁ ପୁରସ୍କୃତ ହେଲା ବ୍ରହ୍ମପୁର (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: November 23, 2021, 6:57 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ବ୍ରହ୍ମପୁର: ସହରକୁ ସ୍ବଚ୍ଛ ରଖିବା ନିମନ୍ତେ ବିଏମସି ନିଜର ଦାୟିତ୍ବ ଠିକ୍‌ ଭାବେ ତୁଲାଇବା ସହ ସହର ସ୍ବଚ୍ଛ ରହିଥିବା ଯୋଗୁଁ ବିଏମସିକୁ ମିଳିଛି ଜାତୀୟ ସମ୍ମାନ । ନୂଆଦିଲ୍ଳୀର ବିଜ୍ଞାନ ଭବନରେ ସ୍ବଚ୍ଛ ଅମ୍ରିତ ମେହୋତ୍ସବରେ ବିଏମସିକୁ ଏହି ଜାତୀୟ ପୁରସ୍କାର ପ୍ରଦାନ କରାଯାଇଛି ।

ସ୍ୱଚ୍ଛତା କ୍ଷେତ୍ରରେ ବ୍ରହ୍ମପୁର ସହର ଆଗରେ। ମଧ୍ୟମ ଧରଣ ସହର ଯାହାକି ତିନି ଲକ୍ଷରୁ ୧୦ ଲକ୍ଷ ଜନସଂଖ୍ୟା ମଧ୍ୟରେ ବ୍ରହ୍ମପୁର ସହରକୁ ଇନୋଭେସନ ଏବଂ ବେଷ୍ଟ ପ୍ରାକ୍ଟିସେସ୍‌ରେ ଶ୍ରେଷ୍ଠ ସହର ଭାବେ ପୁରସ୍କୃତ କରାଯାଇଛି । ଏକ ଲକ୍ଷରୁ ୧୦ ଜନସଂଖ୍ୟଶ ବିଶିଷ୍ଟ ସ୍ବଚ୍ଛ ସହର ମଧ୍ୟରେ ଦେଶରେ ୫୬ ତମ ସ୍ଥାନରେ ରହିଛି ବ୍ରହ୍ମପୁର । ସେହିପରି ସ୍ବଚ୍ଛତାରେ ବ୍ରହ୍ମପୁର ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାରୀ କରିଛି ।

ଭାରତର ବିଭିନ୍ନ ସହର ଗୁଡ଼ିକର ପରିସ୍କାର ପରିଚ୍ଛନ୍ନତା, ସ୍ବଚ୍ଛତା ଓ ପରିମଳକୁ ନେଇ ବାର୍ଷିକ ସର୍ବେକ୍ଷଣ କରାଯାଇଥିଲା । ଏହି ସଫଳତାକୁ ଶ୍ରେୟ ବ୍ରହ୍ମପୁର ବାସିନ୍ଦାଙ୍କୁ ବିଏମସି କମିଶନର ଓ ବିଧାୟକ ଦେଇଛନ୍ତି । ସେପଟେ ପୂର୍ବ ଅପେକ୍ଷା ସହରବାସୀ ଅଧିକ ସଚେତନ ହୋଇଥିବା ବେଳେ ଆଗାମୀ ଦିନରେ ସ୍ବଚ୍ଛତାକୁ ନେଇ ସହର ଆହୁରି ଆଗକୁ ବଢ଼ିବ ବୋଲି କହିଛନ୍ତି ବ୍ରହ୍ମପୁର ବାସିନ୍ଦା।

‘‘ମଧ୍ୟମ ଧରଣ ସହର ଯାହାକି ତିନି ଲକ୍ଷରୁ ୧୦ ଲକ୍ଷ ଜନସଂଖ୍ୟା ମଧ୍ୟରେ ବ୍ରହ୍ମପୁର ସହରକୁ ଇନୋଭେସନ ଏବଂ ବେଷ୍ଟ ପ୍ରାକ୍ଟିସେସ୍‌ରେ ଶ୍ରେଷ୍ଠ ସହର ଭାବେ ପୁରସ୍କୃତ କରାଯାଇଛି । ଏକ ଲକ୍ଷରୁ ୧୦ ଜନସଂଖ୍ୟ ବିଶିଷ୍ଟ ସ୍ବଚ୍ଛ ସହର ମଧ୍ୟରେ ଦେଶରେ ୫୬ ତମ ସ୍ଥାନରେ ରହିଛି ବ୍ରହ୍ମପୁର । ଭାରତର ବିଭିନ୍ନ ସହର ଗୁଡ଼ିକର ପରିସ୍କାର ପରିଚ୍ଛନ୍ନତା, ସ୍ବଚ୍ଛତା ଓ ପରିମଳକୁ ନେଇ ବାର୍ଷିକ ସର୍ବେକ୍ଷଣ କରାଯାଇଥିଲା । ଏହି ସଫଳତା କେବଳ ବିଏମସିର ପଦକ୍ଷେପ ଦ୍ବାରା ନୁହେଁ ବରଂ ସହରବାସୀ ମାନେ ତାହାକୁ ସଠିକ୍‌ ଭାବେ ପାଳନ କରିଥିବା ଯୋଗୁଁ ହାସଲ କରାଯାଇଛି,‘‘ କହିଛନ୍ତି ବିଏମସି କମିଶନର ସିଦ୍ଧେଶ୍ବର ବଳିରାମ ବୋନ୍ଦର।

‘‘ବ୍ରହ୍ମପୁର ସହରବାସୀ ବିଏମସିର ଓ ରାଜ୍ୟ ସରକାର ସ୍ବଚ୍ଛତାକୁ ନେଇ ନେଉଥିବା ପ୍ରତ୍ୟେକ ନିୟମକୁ ପାଳନ କରି ଆସୁଛନ୍ତି । ଯାହାଫଳରେ ସହର ପୂର୍ବ ଅପେକ୍ଷା ଆହୁରି ସୁନ୍ଦର ଦେଖାଯାଉଛି । ଆଗାମୀ ଦିନରେ ଏଭଳି ସହରବାସୀ ମାନେ ବିଏମସିକୁ ସହଯୋଗ କଲେ ଆହୁରି ସ୍ବଚ୍ଛତା କ୍ଷେତ୍ରରେ ସହର ଆଗକୁ ବଢ଼ିବ,‘‘ କହିଛନ୍ତି ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ।

‘‘ସହରର ସାହି ଗଳି ଠାରୁ ଆରମ୍ଭ କରି ନାଳ ନର୍ଦ୍ଧମାକୁ ସଫେଇ କରିବା ନିମନ୍ତେ ମଧ୍ୟ ଲାଗି ପଡ଼ିଥାନ୍ତି ବିଏମସିର ସଫେଇ କର୍ମଚାରୀ ମାନେ । ନିୟମିତ ଭାବେ ରାସ୍ତା କଡ଼ର ଅଳିଆ ଆବର୍ଜନାଠାରୁ ନାଳ ନର୍ଦ୍ଧମାର ଆବର୍ଜନାକୁ ମଧ୍ୟ ସଫେଇ କରିଥାନ୍ତି ସେମାନେ । ଯାହାଫଳରେ ସହର ସଫେଇ ନିମନ୍ତେ ବେଶ ସହାୟକ ହୋଇଥାଏ,‘‘ କହିଛନ୍ତି ବ୍ରହ୍ମପୁର ବାସିନ୍ଦା ମୋହନ ସିଂହାରୀ  ।

ନିକଟରେ ମହିଳା ସଶକ୍ତିକରଣ ଓ ପରିବେଶ ସୁରକ୍ଷା ନିମନ୍ତେ ବିଏମସି ଅନ୍ତର୍ଜାତୀୟ ପୁରସ୍କାର ପାଇଥିବା ବେଳେ ବର୍ତ୍ତମାନ ସ୍ବଚ୍ଛତା କ୍ଷେତ୍ରରେ ରାଜ୍ୟରେ ପ୍ରଥମ ହୋଇ ଜାତୀୟ ପୁରସ୍କାର ଲାଭ କରିଛି । ବ୍ରହ୍ମପୁର ସହରବାସୀଙ୍କ ଏଭଳି ସହରର ସ୍ବଚ୍ଛତା ପ୍ରତି ସଚେତନ ରହିଲେ ଆଗାମୀ ଦିନରେ ସହର ସ୍ବଚ୍ଛତା ଓ ପରିବେଶ ସୁରକ୍ଷା ସହ ଅନ୍ୟାନ୍ୟ ଦିଗରେ ବେଶ ଆଗକୁ ବଢ଼ିପାରିବ ଏଥିରେ ତିଳେ ମାତ୍ରେ ସନ୍ଦେହ ନାହିଁ ।
Published by: Soumya Das
First published: November 23, 2021, 6:57 PM IST