ରାଜ୍ୟରେ IPS ସ୍ତରରେ ଅଦଳବଦଳ: ୫ ଜଣ ଯୁବ IPS ଅଧିକାରୀଙ୍କୁ ମିଳିଥିବା ଦାୟିତ୍ଵ ଚ୍ୟାଲେଞ୍ଜରେ ଭରା

ବଦଳି ହୋଇଥିବା ୧୭ ଜଣ ଅଫିସରଙ୍କ ମଧ୍ୟରେ ପାଞ୍ଚ ଜଣ ଯୁବ IPS ଅଧିକାରୀଙ୍କ କାନ୍ଧରେ ଗୁରୁ ଦାୟିତ୍ଵ ଦେଇଛନ୍ତି ରାଜ୍ୟ ପୋଲିସ ମୁଖିଆ ଅଭୟ l ଆଗକୁ ସେମାନଙ୍କ ପାଇଁ ରହିଛି ବଡ଼ ଚ୍ୟାଲେଞ୍ଜ l

ରାଜ୍ୟରେ IPS ସ୍ତରରେ ଅଦଳବଦଳ: ୫ ଜଣ ଯୁବ IPS ଅଧିକାରୀଙ୍କୁ ମିଳିଥିବା ଦାୟିତ୍ଵ ଚ୍ୟାଲେଞ୍ଜରେ ଭରା
IPS ଅଫିସର୍ ଉମାଶଙ୍କର ଦାଶ ଓ (ଡାହାଣ) ଅନୁପ ସାହୁ
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: କରୋନା ମହାମାରୀ ସମୟରେ ରାଜ୍ୟରେ ଆଇ.ପି.ଏସ୍‌. ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର l ୧୭ ଜଣ ଆଇ.ପି.ଏସ. ଓ ଜଣେ ଓ.ପି.ଏସ. ଅଧିକାରୀଙ୍କୁ ନୂଆ ଦାୟିତ୍ଵ ଦେଇ ତୁରନ୍ତ କାର୍ଯ୍ୟରେ ଯୋଗ ଦେବାକୁ ନିର୍ଦ୍ଦେଶ ଜାରି କରାଯାଇଛି l ତେବେ ଏହି ଅଦଳବଦଳ ମଧ୍ୟରେ ପାଞ୍ଚ ଜଣ ଆଇ.ପି.ଏସ. ଅଧିକାରୀଙ୍କୁ ଦିଆଯାଇଥିବା ଦାୟିତ୍ଵ ଯେତିକି ଗୁରୁତ୍ଵପୂର୍ଣ୍ଣ ସେତିକି ଚ୍ୟାଲେଞ୍ଜିଂ ମଧ୍ୟ l

ବଦଳି ହୋଇଥିବା ୧୭ ଜଣ ଆଇ.ପି.ଏସ୍‌.ଙ୍କ ମଧ୍ୟରେ ଏହି ପାଞ୍ଚ ଜଣ ଯୁବ ଅଧିକାରୀଙ୍କ କାନ୍ଧରେ ଗୁରୁ ଦାୟିତ୍ଵ ଦେଇଛନ୍ତି ରାଜ୍ୟ ପୋଲିସ ମୁଖିଆ ଅଭୟ l ସେମାନେ ହେଲେ ଅନୁପ ସାହୁ, ଅଖିଳେଶ୍ଵର ସିଂ, ଉମାଶଙ୍କର ଦାସ, ପ୍ରତୀକ ସିଂ ଓ ସୌମ୍ୟା ମିଶ୍ର l ଆଗକୁ ସେମାନଙ୍କ ପାଇଁ ରହିଛି ବଡ଼ ଚ୍ୟାଲେଞ୍ଜ l

ଗୁଇନ୍ଦା ଡି.ଆଇ.ଜି. ଭାବେ ନୂଆ ଦାୟିତ୍ଵ ପାଇଥିବା ଅନୁପ ସାହୁଙ୍କ ପାଇଁ ଚ୍ୟାଲେଞ୍ଜରେ ଭରା ରହିବ ଗୁଇନ୍ଦାଗିରି l ରାଜ୍ୟର ନକ୍ସଲ ଗତିବିଧି ଉପରେ ଗୁଇନ୍ଦା ତଥ୍ୟ ସଂଗ୍ରହ ଓ ଓଡ଼ିଶା ରାଜନୀତିର ଭିତର ଓ ବାହାରର ସମସ୍ତ ତଥ୍ୟ ସଂଗ୍ରହ ଏବଂ ବିଶ୍ଳେଷଣ ଅନୁପଙ୍କ ପାଇଁ ହେବ ସବୁ ଠାରୁ ବଡ଼ ଚ୍ୟାଲେଞ୍ଜ l ତେବେ ଅଭିଜ୍ଞତା ସମ୍ପନ୍ନ ଅନୁପଙ୍କ ପାଇଁ ଏହା ସେତେଟା ସମସ୍ୟା ହେବ ନାହିଁ ବୋଲି ଆଶା କରାଯାଏ l

ଭୁବନେଶ୍ୱର-କଟକର ନୂଆ ଟ୍ରାଫିକ୍ ଡିସିପି ସୌମ୍ୟା ମିଶ୍ର


ପୁରୀ ଏସ୍‌.ପି. ଅଖିଳେଶ୍ଵର ସିଂଙ୍କ ପାଇଁ ମୁଖ୍ୟ ଚ୍ୟାଲେଞ୍ଜ ହେବ ପୁରୀରେ ଚାଲିଥିବା ଉଚ୍ଛେଦ ଓ ଉନ୍ନୟନମୂଳକ କାର୍ଯ୍ୟକୁ ସୁରକ୍ଷିତ ଢଙ୍ଗରେ ଆଗେଇ ନେବାରେ ପ୍ରଶାସନର ସହାୟତା କରିବା l ଜଗନ୍ନାଥ ମନ୍ଦିରକୁ ନେଇ ସବୁବେଳେ ଠିଆ ହେଉଛି ବିବାଦ l ସେବାୟତ ଓ ସ୍ଥାନୀୟ ଲୋକଙ୍କ ମନକୁ ଜିଣି ପୁରୀରେ ଶାନ୍ତି ବ୍ୟବସ୍ଥା ଜାରି ରଖିବା ହେବ ଅଖିଳେଶ୍ଵରଙ୍କ ନୂଆ ଦାୟିତ୍ୱରୁ ସବୁ ଠୁ ଗୁରୁତ୍ଵପୂର୍ଣ୍ଣ l ଆଗକୁ ରହିଛି ମହାପ୍ରଭୁଙ୍କ ନାଗାର୍ଜନ ବେଶ । ଶାନ୍ତି  ଶୃଙ୍ଖଳାରେ ତାହା ସମ୍ପନ୍ନ କରାଇବା ହେବ ସିଂଙ୍କ ପାଇଁ ପ୍ରଥମ ଚ୍ୟାଲେଞ୍ଜ୍‌ l ତା’ ଛଡ଼ା ପୁରୀ ସହର ଓ ଜିଲ୍ଲାରେ ବଢ଼ି ଚାଲିଥିବା ଆପରାଧିକ ଘଟଣାଗୁଡ଼ିକୁ କମ୍‌ କରିବା ଓ ଅସମ୍ପୂର୍ଣ୍ଣ ତଦନ୍ତଗୁଡ଼ିକୁ ପୂରା କରିବା ତାଙ୍କ ପାଇଁ ହେବ ଆଉ ଏକ ଚ୍ୟାଲେଞ୍ଜ୍‌ ।

ଭୁବନେଶ୍ଵରର ନୂଆ ଡିସିପି ଦାୟିତ୍ୱ ପାଇଥିବା ଉମାଶଙ୍କର ଦାଶଙ୍କ ପାଇଁ ରାଜଧାନୀ ସହର ଏକ ପ୍ରକାର ନୂଆ l ସରକାରଙ୍କ ସୀଧା ନଜର ରହିବ ତାଙ୍କ ଉପରେ l ମୁଖ୍ୟ ମନ୍ତ୍ରୀଙ୍କ ସୁରକ୍ଷା ଏବଂ ଅନ୍ୟ ଭିଆଇପି ଓ ଭିଭିଆଇପିଙ୍କ ସୁରକ୍ଷା ଉମାଶଙ୍କରଙ୍କ ଫୋକସରେ ରହିବ l ଏଥି ସହ ସହରର ବଢ଼ୁଥିବା ଅପରାଧ, ଆଇନ ଶୃଙ୍ଖଳା, ବରିଷ୍ଠ ନାଗରିକଙ୍କ ସୁରକ୍ଷା ଏବଂ କରୋନା ମହାମାରୀ ସମୟରେ ପୋଲିସ ବ୍ୟବସ୍ଥାର ସୁପରିଚାଳନା ଦାଶଙ୍କ ପାଇଁ ହେବ ବଡ଼ ଚ୍ୟାଲେଞ୍ଜ୍‌ l

ଟପ୍‌ ମାଓ ନେତା ଶୁକ୍ରୁ ଓ ଡେଭିଡ ଭଳି ଆଠରୁ ଅଧିକ ନକ୍ସଲଙ୍କୁ ନିପାତ କରି ସେମାନଙ୍କ ଗଡ଼ ଭାଙ୍ଗିଥିବା ପ୍ରତୀକ ସିଂଙ୍କ ଉପରେ ଅଧିକ ଆସ୍ଥା ପ୍ରକଟ କରିଛନ୍ତି ରାଜ୍ୟ ସରକାର l ପ୍ରତୀକଙ୍କ ପାଇଁ କଟକ ସହର ପୂରା ନୂଆ l ଗ୍ୟାଙ୍ଗଷ୍ଟରଙ୍କ ଗଡ଼ରେ ପଶି ସହରରେ ଅପରାଧ ନିୟନ୍ତ୍ରଣ କରିବା ତାଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ହେବ l ଏଥି ସହ ଭାଇଚାରାର ସହର କଟକରେ ଯେଭଳି ମହାମାରୀ କରୋନା ଭାଇରସ୍‌ ବ୍ୟାପୁଛି ତା’ର ମୁକାବିଲାରେ ପ୍ରଶାସନର ସହଯୋଗ କରିବା ଏବେ ତାଙ୍କ ମୁଖ୍ୟ ଫୋକସରେ ରହିବ l

ଏହା ବି ପଢ଼ନ୍ତୁ: ସୁଶାନ୍ତ ସିଂ ରାଜପୁତ ଡିପ୍ରେସନର ଚିକିତ୍ସା ପାଇଁ ହିନ୍ଦୁଜା ହସପିଟାଲରେ ୭ ଦିନ ଭର୍ତ୍ତି ହୋଇଥିଲେ

ଏହା ବି ପଢ଼ନ୍ତୁ: ପତି ଓ ପତ୍ନୀଙ୍କ ସହ ତାଙ୍କର ୧୨ ଓ ୮ ବର୍ଷର ପୁଅ ଝିଅ ବି ଦଉଡ଼ି ଲଗେଇ ଆତ୍ମହତ୍ୟା କଲେ

ସାଗରିକା ନାଥଙ୍କ ପରେ ଭୁବନେଶ୍ଵରର ନୂଆ ଟ୍ରାଫିକ ଡିସିପି ହୋଇଛନ୍ତି ସୌମ୍ୟା ମିଶ୍ର l ସୁନ୍ଦରଗଡ଼ ଜିଲ୍ଲା ସମ୍ଭାଳୁଥିବା ସୌମ୍ୟା ମିଶ୍ରଙ୍କ ପାଇଁ ଟ୍ୱିନ୍‌ ସିଟିର ଟ୍ରାଫିକ ପରିଚାଳନା ସୁବ୍ୟବସ୍ଥିତ ରଖିବା ଦାୟିତ୍ଵରେ ଭରା ରହିବ l କୋଭିଡ଼ ସମୟରେ ରାଜଧାନୀରେ ମୋଟର ଯାନ ଆଇନର କାର୍ଯ୍ୟକାରିତା ତାଙ୍କ ପାଇଁ ଏକ ବଡ଼  ଚ୍ୟାଲେଞ୍ଜ ହେବ ବୋଲି ଚର୍ଚ୍ଚା ହେଉଛି l
Published by: Anand Shankar Thankur Das
First published: July 15, 2020, 1:54 AM IST
corona virus btn
corona virus btn
Loading