ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ରାଜଧାନୀ ପରେ ପୁରୀରେ ଭିଡ଼ିଓ ଭାଇରାଲ; ମୋବାଇଲ ନଂ ଜାରି କଲା ପୋଲିସ

ରାଜଧାନୀ ପରେ ପୁରୀରେ ଭିଡ଼ିଓ ଭାଇରାଲ; ମୋବାଇଲ ନଂ ଜାରି କଲା ପୋଲିସ

ପୁରୀରେ ବି ଚାଲିଛି ଗ୍ୟାଙ୍ଗ ରାଜୁତି। ହାତରେ ଧାରୁଆ ଖଣ୍ଡା ଓ ବନ୍ଧକ ଧରି ଅନେକ ପଥଭ୍ରଷ୍ଟ ଯୁବକ ନିଜକୁ ଅପରାଧି ଭାବେ ପ୍ରଦର୍ଶିତ କରୁଥିବା ଦୃଶ୍ୟ ସମସ୍ତଙ୍କୁ ଭୟଭୀତ କରିଛି।

ରାଜଧାନୀ ପରେ ପୁରୀରେ ଭିଡ଼ିଓ ଭାଇରାଲ;  ମୋବାଇଲ ନଂ ଜାରି କଲା ପୋଲିସ
ଦୁଇ ଜଣଙ୍କୁ ଡାକି ପୋଲିସ ପଚରାଉଚରା କରୁଛି (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: November 18, 2021, 5:18 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ପୁରୀ : ଭୁବନେଶ୍ୱର, କଟକ ଓ  ବଲାଙ୍ଗୀର ପରେ ପୁରୀରେ ବି ଚାଲିଛି ଗ୍ୟାଙ୍ଗ ରାଜୁତି। ହାତରେ ଧାରୁଆ ଖଣ୍ଡା ଓ ବନ୍ଧକ ଧରି ଅନେକ ପଥଭ୍ରଷ୍ଟ ଯୁବକ ନିଜକୁ ଅପରାଧି ଭାବେ ପ୍ରଦର୍ଶିତ କରୁଥିବା ଦୃଶ୍ୟ ସମସ୍ତଙ୍କୁ ଭୟଭୀତ କରିଛି। ଆଉ ଏଥିରେ ଡନ ଦୌଡରେ ଭାଇଗିରି  ନିଶା ସହ କୋଡ ୱାର୍ଡରେ ଦେଉଛନ୍ତି ଧମକ ।

ଭାଇରାଲ ହେଉଥିବା ଭିଡ଼ିଓରେ କୋର୍ଡ ୱାର୍ଡରେ ଅପରାଧୀମାନେ ଦେଉଛନ୍ତି ଧମକ। ଦାନା ନବୁରେ ପୁଅ , ଖିଲ ନେବୁ। ଠୁଙ୍କିଦେବି (ଗୁଳିମାଡ଼), ମାରଣାସ୍ତ୍ରରେ ଆକ୍ରମଣକୁ ଗାରେଇ ଦେବି , ରଙ୍ଗେଇ ଦେବି ଓ ତୁ କଲର ହେବୁ , (ଏକାଧିକ ଗୁଳିମାଡ) ଜାଲି କରିଦେବି , ଧୁଆଁ କରିଦେବି (ବୋମାମାଡ) , ହଜେଇ ଦେବୀ (ଅପହରଣ )  ।

"ନିଶା ଡନ ସାଜିବେ । ପରେ ପେସାଭାବେ ଅପରାଧକୁ ଆଦରିନେବେ । ବିଳାସପୁର୍ଣ୍ଣ ଜୀବନ ଅତିବାହିତ କରିବା ପାଇଁ ପଥଭ୍ରଷ୍ଟ ଯୁବକ ଏବେ ଡନ୍ ଦୌଡରେ ସାମିଲ ହୋଇଛନ୍ତି । ଭୁବନେଶ୍ୱରର କେବିଏନ , କଟକର ପବ୍ଲିକ ଷଣ୍ଢ ଓ ବଲାଙ୍ଗୀରର ଅମାନିଆ ବାଘ ଗ୍ରୁପ ପରେ ପୁରୀରେ କିଏ ହେବ ଡନ ସେ ନେଇ ଚାଲିଛି ଲଢେଇ । ଗତ କିଛି ଦିନ ଧରି ପୁରୀ ବେଳାଭୂମିରୁ ବଡଦାଣ୍ଡ , ବିଭିନ୍ନ ଗଳିକନ୍ଦିରେ ଅସାମାଜିକ ଯୁବକଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ସବୁ ଭିଡିଓରେ କେଉଁଠି ଯୁବକମାନେ ଖଣ୍ଡା ଓ ବନ୍ଧୁକ ଧରି ଭୟଭୀତ କଲାଭଳି ଭିଡ଼ିଓ , ଆଉ କେଉଁଠ ହକିଷ୍ଟିକରେ ଦୋକାନୀକୁ ମାଡମାରି ରକ୍ତାକ୍ତ କରୁଥିବା ଦୃଶ୍ୟ ଭାଇରାଲ ହୋଇଛି । ନିଜକୁ ଗ୍ୟାଙ୍ଗଷ୍ଟାର ବୋଲି ଲେଖି ସହରରେ ଭୟଭୀତ କରୁଥିବା ଏହି ଭିଡିଓଗୁଡିକ ଉପରେ ତଦନ୍ତ କରି ପଦକ୍ଷେପ ନେବା ଉଚିତ ବୋଲି କଂଗ୍ରେସର ଯୁବ ନେତା ଆଲୋକ ଦାଶ ଦାବି କରିଛନ୍ତି।

"୨୪ ଘଣ୍ଟା ମଧ୍ୟରେ ୫ଟି ଭଡିଓ ପୁରୀ ଏସପିଙ୍କ ହସ୍ତଗତ ହୋଇଥିବା ସୂଚନା ମିଳିଛି। କେବଳ ସେତିକି ନୁହେଁ ଜଣେ ଯୁବକଙ୍କୁ ଗୋଡାଇ ଗୋଡାଇ ଆକ୍ରମଣ କରୁଥିବା ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହା ପୁରୀ ଚନ୍ଦନପୁର ଅଞ୍ଚଳରେ ବୋଲି ଜଣାପଡିଛି। ଯାହାକୁ ନେଇ ପୁରୀର ଅପରାଧ କିଭଳି ସିମା ଲଂଘିଛି ତାହାର ଏହେଉଛି ଜ୍ୱଳନ୍ତ ଉଦାହରଣ। ସେପଟେ ପୁଲିସ ପାଖରେ ଏହା ଗୋଟିଏ ଭିଡିଓ କି ଫଟୋ ନୂହେଁ ୫ଟି ଭାଇରାଲ ଭିଡିଓ ହସ୍ତଗତ ହୋଇଛି। ତାକୁ ନେଇ ତଦନ୍ତ ଚାଲିଛି।ପୁଲିସ ପକ୍ଷରୁତଦନ୍ତ କରାଯାଇ ୩ଜଣଙ୍କୁ ଚିହ୍ନଟ କରାଯାଇଥିଲା  । ସେମାନେ ହେଲେ ବେଲଦଳର ୧୯ ବର୍ଷିୟ ଯୁବକ ସତ୍ୟଜିତ ପ୍ରଧାନ , ତଳଜଙ୍ଘର ୨୫ ବର୍ଷିୟ ବାପି ପ୍ରଧାନ , ବାଙ୍ଗାଲୋରରେ ରହୁଥିବା ପେଣ୍ଠକଟା ମେରାଇନ ଥାନାର ଦେବ ପ୍ରଧାନ  । ଏମାନେ ଭାଇରାଲ ଭିଡିଓ କରିଥିବା ବେଳେ କୌଣସି ମାମଲାରେ ଜଡିତ ନାହାଁନ୍ତି  । ୨ ଜଣଙ୍କୁ ଡାକି ଜେରା କରି ଛଡାଯାଇଛି । ସେପଟେ  ଏ ନେଇ ଅଭିଯୋଗ ଆସିଲେ ୨ ଜଣ ଡିଏସପିଙ୍କ ନମ୍ବର ଦିଆଯାଇଛି । ସଦର ଏସଡିପିଓ କିଶୋର ମୁଣ୍ଡ ଓ ପୁରୀ ସିଟି ଡିଏସପି ଜନାର୍ଦ୍ଧନ ପାଢୀଙ୍କ ଟୋଲିଫୋନ ନମ୍ବର ଦିଆଯାଇଛି," କହିଛନ୍ତି ପୁରୀ ଏସପି କନୱର ବିଶାଳ ସିଂ  ।

ଅପରାଧ ନିୟନ୍ତ୍ରଣ ପାଇଁ ଏସପିଙ୍କ ସୁଚନା ଅନୁସାରେ ଅପରାଧିଙ୍କୁ ଧରିବା ପାଇଁ ସ୍ୱତନ୍ତ୍ର ସ୍କ୍ୱାର୍ଡ ଗଠନ କରାଯାଇଛି। ଅପରାଧିଙ୍କୁ ଧରିବା ନେଇ କଠୋର ପଦକ୍ଷେପ ଗ୍ରହଣ କରାଯାଇଛି। ଏହା ଭିତରେ ଅନେକ ଅପରାଧିଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ପୂର୍ବାପେକ୍ଷା ଅପରାଧ ନିୟନ୍ତ୍ରଣ ରହିଛି। ସପ୍ତାହ ମଧ୍ୟରେ ଷ୍ଟାଭିଂ ହେଉ କି ଯେକୌଣସି ଅପରାଧିକ କାର୍ଯ୍ୟରେ ଲିପ୍ତ ଅପରାଧିଙ୍କୁ ଗିରଫ କରାଯାଇଛି  ।

ସହରରେ ଅପରାଧ ବୃଦ୍ଧି ପାଇବା ନେଇ ଉଦବେଗ ପ୍ରକାଶ କରିଛନ୍ତି ପୁରୀ ବିଜେପି ବିଧାୟକ ଜୟନ୍ତ ଷଡଙ୍ଗୀ। ସେ କହିଛନ୍ତି," ଅପରାଧୀ ନିୟନ୍ତ୍ରଣରେ ପୁଲିସ ପଦକ୍ଷେପ ଉତ୍ସାହଜନକ । ହେଲେ ଏଠାର ଯୁବପିଢିମାନେ ସୋସିଆଲ ମିଡିଆରେ ଅପରାଧୀଙ୍କ ଭଳି  ଅନେକ କାର୍ଯ୍ୟ କରୁଛନ୍ତି"।
Published by: Soumya Das
First published: November 18, 2021, 5:18 PM IST