ଗଜପତି ଜିଲ୍ଲାର ହାଡୁଭାଙ୍ଗୀ ଗ୍ରାମରେ ସରକାରୀ ଜମିରେ ଜବର ଦଖଲ କରିଥିବା ଲୋକଙ୍କୁ ଉଚ୍ଛେଦ

ଏନେଇ ଏକ ଦାବିପତ୍ର ପ୍ରଦାନ କରିବା ସହ ମଙ୍ଗଳବାର ଠାରୁ ହାଡୁଭାଙ୍ଗି ଠାରେ ଲୋକ ଧାରଣାରେ ବସିଥିଲେ । ତଥାପି ହାଇକୋର୍ଟଙ୍କ ନିର୍ଦ୍ଦେଶ ଆନୁସାରେ ଏହି ଅଞ୍ଚଳକୁ ଜବରଦଖଲ ମୁକ୍ତ କରିବା ପାଇଁ ପ୍ରଶାସନ ପକ୍ଷରୁ ବୁଧବାର ଠାରୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି ।

ଗଜପତି ଜିଲ୍ଲାର ହାଡୁଭାଙ୍ଗୀ ଗ୍ରାମରେ ସରକାରୀ ଜମିରେ ଜବର ଦଖଲ କରିଥିବା ଲୋକଙ୍କୁ ଉଚ୍ଛେଦ

ଗଜପତି ଜିଲ୍ଲାର ହାଡୁଭାଙ୍ଗୀ ଗ୍ରାମରେ ସରକାରୀ ଜମିରେ ଜବର ଦଖଲ କରିଥିବା ଲୋକଙ୍କୁ ଉଚ୍ଛେଦ

  • Share this:
News18 Odia Digital

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା କାଶୀନଗର ବ୍ଲକର ଅନ୍ୟତମ ମୁଖ୍ୟ ସ୍ଥାନ ହାଡୁଭାଙ୍ଗିରେ ସରକାରୀ ଜାଗାକୁ ଗତ କିଛି ବର୍ଷ ହେଲା ଲୋକେ ଜବରଦଖଲ କରି ରଖିଥିବା ବେଳେ ପ୍ରଶାସନ ପକ୍ଷରୁ ବୁଧବାର ଏହାର ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି । ଏଥିପାଇଁ ପୂର୍ବରୁ ପ୍ରଶାସନ ପକ୍ଷରୁ ନୋଟିସ୍ ଜାରି କରାଯାଇଥିଲା । ଏହି ନୋଟିସ୍ ପାଇବା ପରେ ମୁଖ୍ୟ ରାସ୍ତା କଡ଼ରେ ଦୋକାନ କରି ନିଜର ଜୀବିକା ନିର୍ବାହ କରୁଥିବା ଲୋକେ ଜିଲ୍ଲା ପ୍ରଶାସନକୁ ଭେଟି ଏଭଳି ନକରିବା ପାଇଁ ଦାବି କରିଥିଲେ ।

ଏନେଇ ଏକ ଦାବିପତ୍ର ପ୍ରଦାନ କରିବା ସହ ମଙ୍ଗଳବାର ଠାରୁ ହାଡୁଭାଙ୍ଗି ଠାରେ ଲୋକ ଧାରଣାରେ ବସିଥିଲେ । ତଥାପି ହାଇକୋର୍ଟଙ୍କ ନିର୍ଦ୍ଦେଶ ଆନୁସାରେ ଏହି ଅଞ୍ଚଳକୁ ଜବରଦଖଲ ମୁକ୍ତ କରିବା ପାଇଁ ପ୍ରଶାସନ ପକ୍ଷରୁ ବୁଧବାର ଠାରୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି ।

କାଶୀନଗର ବ୍ଲକର ଅନ୍ୟତମ ବ୍ୟବସାୟିକ ପେଣ୍ଠସ୍ଥଳୀ ହେଉଛି ହାଡୁଭାଙ୍ଗି। ଏହା ବିଭିନ୍ନ ଅଞ୍ଚଳର ମଧ୍ୟ ସ୍ଥଳ ହୋଇଥିବାରୁ ଏଠାରେ ପ୍ରତିଦିନ ଶତାଧିକ ଲୋକଙ୍କ ଭିଡ଼ ଜମିଥାଏ। ତେଣୁ ଲୋକେ ହୋଟେଲ, କିରାଣୀ, ଆଦି ଦୋକାନ କରି ବ୍ୟବସାୟ କରିଛନ୍ତି । ଏଠାରେ ହେଉଥିବା ଭିଡ଼କୁ ଦୃଷ୍ଟିରେ ରଖି ଏହି ଅଞ୍ଚଳର ରାସ୍ତାଘାଟ ଓସାର କରିବା ପାଇଁ ପ୍ରଶାସନ ନିଷ୍ପତ୍ତି ନେବା ସହ ରାସ୍ତାକଡରେ ହୋଇଥିବା ଜବରଦଖଲ ଉଚ୍ଛେଦ କରିବା ପାଇଁ ଜବରଖଦଲକାରୀଙ୍କୁ ନୋଟିସ୍ ଜାରି କରାଯାଇଥିଲା ।

ହାଡୁଭାଙ୍ଗିରେ ସରକାରୀ ଜାଗାକୁ ଗତ କିଛି ବର୍ଷ ହେଲା ଲୋକେ ଜବରଦଖଲ କରି ରଖିଥିବା ବେଳେ ପ୍ରଶାସନ ପକ୍ଷରୁ ବୁଧବାର ଏହାର ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି


ଏହି ନୋଟିସ୍ ପାଇବା ପରେ ଲୋକେ ଏହାର ପ୍ରତିବାଦରେ ମେଳି ହୋଇ ସୋମବାର ସନ୍ଧ୍ୟାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ଏଭଳି ନକରିବା ପାଇଁ ଅନୁରୋଧ କରଥିଲେ। ଏହା ପରେ ମଙ୍ଗଳବାର ଠାରୁ ଲୋକେ ଧାରଣାରେ ବସିଥିଲେ ।

ଏଠାକାର ସରକାରୀ ଜମିକୁ ଦୀର୍ଘ ବର୍ଷ ହେଲା ଲୋକେ ଜବଦଖଲ କରି ରଖିଥିବା ବେଳେ ଏହାକୁ ମୁକ୍ତ କରିବା ପାଇଁ ପ୍ରଶାସନ ବୁଧବାର ଠାରୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରିଛି । ପ୍ରଥମ ଦିନରେ ୧୦ଟି ଦୋକାନ ଓ ଘରକୁ ଭାଙ୍ଗଯାଇଥିବା ବେଳେ ଚିହ୍ନଟ ହୋଇଥିବା ୫୬ଟି ଦୋକାନ ଓ ଘର ଜବରଦଖଲ ହୋଇଛି । ସେସବୁକୁ ଉଚ୍ଛେଦ କରାଯିବ ବୋଲି କାଶୀନଗର ତହସିଲଦାର ସୀମାଞ୍ଚଳ ମହାନ୍ତି କହିଥିଲେ।
Published by:Lipina Das
First published:
)}