News 18 Odia Digital
ଭୁବନେଶ୍ୱର; ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ (Naba das) ହତ୍ୟା ଘଟଣାରେ ବେଳକୁ ବେଳ ତଦନ୍ତ ଭିନ୍ନ ମୋଡ ନେଇଥିବା ଦେଖିବାକୁ ମିଳିଛି । କ୍ରାଇମବ୍ରାଞ୍ଚ (Crime branch) ଘଟଣାର ତଦନ୍ତ କରୁଥିବା ସମୟରେ ତଦନ୍ତର ଦିଗକୁ ନେଇ ବିରୋଧୀ ପ୍ରଶ୍ନ ଉଠାଇଛନ୍ତି ।
ଆଜି ସକାଳୁ ଗୋପାଳର ହାତ ଲେଖା ଚିଠିର ଖଣ୍ଡ ଝାରସୁଗୁଡା ବିମାନ ବନ୍ଦର (Airport) ଥାନା ପରିସର ପାଇଖାନା ଟାଙ୍କିରୁ ଉଦ୍ଧାର କରାଯିବା ପରେ ଘଟଣାକୁ ନେଇ ଅନେକ ପ୍ରଶ୍ନ ଉଠିଛି । ଗୋପାଳ ଗୁଳିମାଡ କରିବା ପରେ ପୋଲିସ ଗୋପାଳକୁ ଗିରଫ କରିଥିଲା । ଥାନାରେ ରଖି ପଚରା ଉଚରା କରିଥିଲା । ଗୋପାଳ ଠାରୁ ଜୀବନ୍ତ ଗୁଳି ଉଦ୍ଧାର ହୋଇଥିବା ସୂଚନା ମିଳିଥିଲା । ତେବେ ଗୋପାଳ କେବେ କାଗଜରେ ଲେଖିଲା ଓ କଣ ଲେଖିଲା ତାକୁ କିପରି ପାଇଖାନା ଟାଙ୍କିରେ ପକାଇଲା । ୩ ଦିନ ପରେ ପୋଲିସ ଖବର ପାଇବା ପରେ ପାଇଖାନା ଟାଙ୍କିରୁ ଭିଜା କାଗଜ ଉଦ୍ଧାର କରିଲା । ସେହି କାଗଜରେ ଅସ୍ପଷ୍ଟ ଲେଖା ଇଂରାଜୀ ଏବଂ ଓଡ଼ିଆ ଭାଷାରେ ଲେଖାଯାଇଥିବାବେଳେ କଣ ଲେଖାଯାଇଛି ତାହା ପଢିବା ମୁସ୍କିଲ ।
ଗୋପାଳକୁ ହତ୍ୟା କରି ଆତ୍ମହତ୍ୟାର ରୁପ ଦେବେ । ବିଗତ ଦିନରେ ଯେତେ ଘଟଣା ହୋଇଛି ସବୁ ଚାପିଦିଆଯାଇଛି । ଠିକ ସେହିପରି ଭାବରେ ଏହି ଘଟଣାକୁ ଚାପି ଦେବେ । ରାଜ୍ୟ ପୋଲିସ ଉପରେ ଭରଷା ନାହିଁ ବୋଲି କହିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ।
ବିଜେଡି ନେତା ଶଶୀଭୂଷଣ ବେହେରା କହିଛନ୍ତି ଯେ, ନବ ଦାସଙ୍କ ହତ୍ୟାରେ ତାଙ୍କ ପରିବାର ଆଖିରୁ ଲୁହ ଶୁଖିନଥିବାବେଳେ ଏହାକୁ ନେଇ ରାଜନୀତି କରିବା ଶୋଭନୀୟ ନୁହେଁ ।
ସୂଚନାଯୋଗ୍ୟ, ନବ ଦାସଙ୍କ ହତ୍ୟା ଘଟଣାର ତଦନ୍ତର ତଦାରଖ କରିବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ହାଇକୋର୍ଟଙ୍କୁ ଚିଠି ଲେଖାଯାଇଥିଲା । ଉତ୍ତରରେ ହାଇକୋର୍ଟ ପୂର୍ବତନ ବିଚାରପରି ଜଷ୍ଟିସ ଜେପି ଦାସଙ୍କୁ ତଦନ୍ତର ତଦାରଖ କରିବା ପାଇଁ ଦାୟିତ୍ୱ ଦେଇଛନ୍ତି । କ୍ରାଇମବ୍ରାଞ୍ଚ ସମସ୍ତ ତଦନ୍ତର ରିପୋର୍ଟ ଜଷ୍ଟିସ ଜେପି ଦାସଙ୍କୁ ପ୍ରଦାନ କରିବ । ଜଷ୍ଟି ଜେପି ଦାସ ତଦନ୍ତର ସମ୍ପୂର୍ଣ୍ଣ ତଦାରଖ କରିବା ସହ ତଦନ୍ତ ଦିଗ ସମ୍ପର୍କରେ କ୍ରାଇମବ୍ରାଞ୍ଚକୁ ସୂଚନା ଦେବେ । ଯାହା ଫଳରେ ତଦନ୍ତ ସଠିକ ଏବଂ ଶୀଘ୍ର ଶେଷ ହେବା ସହ ଗୋପାଳ ଦାସ ହତ୍ୟା କରିବାର କାରଣ ଲୋକ ଲୋଚନକୁ ଆସିବ ।
ଅନ୍ୟପଟେ, କ୍ରାଇମବ୍ରାଞ୍ଚ ଟିମ ଅଭିଯୁକ୍ତ ଗୋପାଳକୁ ୪ ଦିନିଆ ରିମାଣ୍ଡରେ ନେଇ ପଚରାଉଚରା କରୁଛି । ଗୋପାଳର ଭାଇଙ୍କୁ ଏକ ସ୍ଥାନକୁ ନେଇ ପଚରା ଉଚରା କରିଛି । ହତ୍ୟାକାଣ୍ଡ ଦିନ ହୋଟେଲ କାହିଁକି ବନ୍ଦ ଥିଲା ତାହା ମଧ୍ୟ ପଚାରି ବୁଝିଛି କ୍ରାଇମବ୍ରାଞ୍ଚ । ଏଥିସହ ଗୋପାଳଙ୍କ ସ୍ତ୍ରୀ ଓ ପୁତୁରାଙ୍କୁ ମଧ୍ୟ ପଚରା ଉଚରା କରି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିଛି । ଗୋପାଳଙ୍କ ସ୍ତ୍ରୀ ଗଣମାଧ୍ୟମକୁ କହିଛନ୍ତି ଯେ, ତଦନ୍ତରେ ମୁଁ କ୍ରାଇମବ୍ରାଞ୍ଚକୁ ସମ୍ପୂର୍ଣ୍ଣ ସହଯୋଗ କରିଛି ।
ଏହି ଖବର ପଢ଼ନ୍ତୁ -
http://ମର୍ଡର କେସରେ ମୁଁ ରାଜନୀତି କରିବାକୁ ଚାହେଁନି; ତାରା ବାହିନୀପତିPublished by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।