ଚଳିତ ଆର୍ଥିକ ବର୍ଷ ବହୁ ବିଭାଗ ବଜେଟ ଅନୁମୋଦନ ଖର୍ଚ୍ଚରେ ନୈରାଶ୍ୟଜନକ ଖର୍ଚ୍ଚ ହୋଇଛି

ଚଳିତ ଆର୍ଥିକ ବର୍ଷରେ ଫେବୃଆରୀ ୧୯ ତାରିଖ ସୁଦ୍ଧା ସରକାରଙ୍କ ଅନୁମୋଦିତ ଅର୍ଥର ମାତ୍ର ୩୦ ପ୍ରତିଶତ ଖର୍ଚ୍ଚ କରାଯାଇଛି। ତେଣୁ ବଜେଟ ଅନୁମୋଦିତ ଅର୍ଥ ଖର୍ଚ୍ଚ କରିବାରେ କାହିଁକି ବିଳମ୍ବ ହେଉଛି, ତାହାର ଜବାବ ଦେବା ଲାଗି ବିଭାଗ ନିର୍ଦ୍ଦେଶ ଦେଇଛି।

ଚଳିତ ଆର୍ଥିକ ବର୍ଷ ବହୁ ବିଭାଗ ବଜେଟ ଅନୁମୋଦନ ଖର୍ଚ୍ଚରେ ନୈରାଶ୍ୟଜନକ ଖର୍ଚ୍ଚ ହୋଇଛି

ଚଳିତ ଆର୍ଥିକ ବର୍ଷ ବହୁ ବିଭାଗ ବଜେଟ ଅନୁମୋଦନ ଖର୍ଚ୍ଚରେ ନୈରାଶ୍ୟଜନକ ଖର୍ଚ୍ଚ ହୋଇଛି

  • Share this:
News18 Odia Digital

ଭୁବନେଶ୍ବର: ଚଳିତ ଆର୍ଥିକ ବର୍ଷ ବହୁ ବିଭାଗ ବଜେଟ ଅନୁମୋଦନ ଖର୍ଚ୍ଚରେ ନୈରାଶ୍ୟଜନକ ଖର୍ଚ୍ଚ କରିଥିବା ଜଣାପଡ଼ିଛି। ଗ୍ରାମୀଣ ବିକାଶ ବିଭାଗ ଅଧିନରେ ଅଣ ଯୋଜନା କାର୍ଯ୍ୟନ୍ବୟନରେ ଖରାପ ପ୍ରଦର୍ଶନ ପରିଲକ୍ଷିତ ହୋଇଥିବା ବେଳେ ଏହି ବାବଦ ଅନୁମୋଦିତ ଅର୍ଥ ଖର୍ଚ୍ଚ କମିଛି।

ଚଳିତ ଆର୍ଥିକ ବର୍ଷରେ ଫେବୃଆରୀ ୧୯ ତାରିଖ ସୁଦ୍ଧା ସରକାରଙ୍କ ଅନୁମୋଦିତ ଅର୍ଥର ମାତ୍ର ୩୦ ପ୍ରତିଶତ ଖର୍ଚ୍ଚ କରାଯାଇଛି। ତେଣୁ ବଜେଟ ଅନୁମୋଦିତ ଅର୍ଥ ଖର୍ଚ୍ଚ କରିବାରେ କାହିଁକି ବିଳମ୍ବ ହେଉଛି, ତାହାର ଜବାବ ଦେବା ଲାଗି ବିଭାଗ ନିର୍ଦ୍ଦେଶ ଦେଇଛି।

ଏନେଇ ଗ୍ରାମ୍ୟ ନିର୍ମାଣ ସର୍ବୋଚ୍ଚ ଯନ୍ତ୍ରୀ ଅସନ୍ତୋଷବ୍ୟକ୍ତ କରିବା ସହିତ ୧୭ଟି ଡିଭିଜନର ଅଧୀକ୍ଷଣଯନ୍ତ୍ରୀ ଓ ନିର୍ବାହୀ ଅଧିକାରୀମାନଙ୍କୁ ୫ ଦିନ ମଧ୍ୟରେ ରିପୋର୍ଟ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ବଜେଟ ପୂର୍ବରୁ ଗ୍ରାମୀଣ ବିକାଶ ଲାଗି କେଉଁ ଅଞ୍ଚଳରେ କେଉଁ କାର୍ଯ୍ୟର ଆବଶ୍ୟକତା ସେନେଇ ତୃଣମୂଳସ୍ତରରୁ ନିର୍ବାହୀ ଅଧିକାରୀମାନେ ପ୍ରସ୍ତାବ ଦେଉଛନ୍ତି। ସେଥିରେ ନିର୍ବାହୀ ଅଧିକାରୀମାନେ ପ୍ରଦାନ କରୁଥିବା ପ୍ରସ୍ତାବରେ ଯୋଜନା ଓ ଅଣ ଯୋଜନା ବାବଦ ଖର୍ଚ୍ଚର ହିସାବ ଦେଇଥାନ୍ତି।

ସେହି ଅନୁସାରେ ସେହି ଅଞ୍ଚଳ ଲାଗି ଯୋଜନା ଓ ଅଣଯୋଜନା ବାବଦ ଉନ୍ନତିମୂଳକ କାର୍ଯ୍ୟ ଲାଗି ଅର୍ଥ ଅନୁମୋଦନ କରାଯାଇଥାଏ। ହେଲେ ବାସ୍ତବ କ୍ଷେତ୍ରରେ ତାହା ରୂପାୟନ ହୋଇପାରୁନଥିବା ଜଣାପଡ଼ିଛି। ନିର୍ବାହୀ ଅଧିକାରୀଙ୍କ ପ୍ରସ୍ତାବକୁ ନେଇ ପ୍ରତିବର୍ଷ ବଜେଟ ଆକଳନ ବଢ଼ି ଚାଲିଛି, କିନ୍ତୁ ଲୋକଙ୍କ ମୌଳିକ ସମସ୍ୟାର ସମାଧାନ ହୋଇପାରୁନାହିଁ କି ଗ୍ରାମ୍ୟ ନିର୍ମାଣ କାର୍ଯ୍ୟ ଆଗେଇ ପାରୁନାହିଁ। ଆଗକୁ ୨୦୨୨-୨୩ ଆର୍ଥିକ ବର୍ଷର ବଜେଟ ଅଧିବେଶନ ଥିବାବେଳେ ଏପର୍ଯ୍ୟନ୍ତ ଗ୍ରାମ୍ୟ ନିର୍ମାଣ କ୍ଷେତ୍ରରେ ଅଣଯୋଜନା ବାବଦରେ ୩୦ ପ୍ରତିଶତ କାର୍ଯ୍ୟ ହୋଇପାରିନାହିଁ।

ଏହାକୁ ନେଇ ଗ୍ରାମ୍ୟ ନିର୍ମାଣ ସର୍ବୋଚ୍ଚ ଯନ୍ତ୍ରୀ ଅସନ୍ତୋଷବ୍ୟକ୍ତ କରିବା ସହିତ ଅଧୀକ୍ଷଣଯନ୍ତ୍ରୀ ଓ ନିର୍ବାହୀ ଅଧିକାରୀମାନଙ୍କୁ କୈଫିୟତ ଲୋଡ଼ିଛନ୍ତି। ସୋମବାର ଗ୍ରାମ୍ୟ ନିର୍ମାଣ ସର୍ବୋଚ୍ଚ ଯନ୍ତ୍ରୀ ଏନେଇ ପ୍ରାୟ ୧୭ଟି ଡିଭିଜନର ନିର୍ବାହୀ ଅଧିକାରୀ ଓ ଅଧୀକ୍ଷଣ ଯନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ ଦର୍ଶାଇଛନ୍ତି ଯେ, ଏଭଳି ମନମୁଖି କାର୍ଯ୍ୟକୁ ବରଦାସ୍ତ କରାଯିବ ନାହିଁ। ବଜେଟ୍ ପୂର୍ବରୁ ଯେଉଁଭଳି ଭାବେ ପ୍ରସ୍ତାବ ଦେଉଛ, ସେହି ଅନୁସାରେ କାର୍ଯ୍ୟ କରିବାକୁ ପଡ଼ିବ। କାର୍ଯ୍ୟର ଅଗ୍ରଗତି ନେଇ ସମୀକ୍ଷା ସମୟରେ ବାରମ୍ବାର ତାଗିଦା କରାଯାଉଛି। ଏହା ସତ୍ତ୍ବେ କାହିଁକି ନିର୍ମାଣ ହାର ବଢୁନାହିଁ ତାହା ବୁଝାପଡୁନି। କେଉଁ କାରଣ ଯୋଗୁଁ ଗ୍ରାମ୍ୟ ନିର୍ମାଣ କାର୍ଯ୍ୟ ଆଗେଇ ପାରୁନାହିଁ ତାହା ଲିଖିତ ଭାବେ ଜଣାଇବା ଲାଗି ସର୍ବୋଚ୍ଚ ଯନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ସର୍ବୋଚ୍ଚ ଯନ୍ତ୍ରୀ ଆହୁରି ମଧ୍ୟ ଦର୍ଶାଇଛନ୍ତି ଯେ, ଗ୍ରାମ୍ୟ ନିର୍ମାଣ କ୍ଷେତ୍ରରେ ଏତେ ନୈରାଶ୍ୟଜନକ ପ୍ରଦର୍ଶନ ବିଭାଗର କାର୍ଯ୍ୟକାରିତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ତେଣୁ ତୁମ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନଯିବ ସେନେଇ ଦର୍ଶାଇବାକୁ ପଡ଼ିବ।
Published by:Lipina Das
First published: