News 18 digital
ରାଜଧାନୀରେ ଦିନକୁ ଦିନ ମହିଳାଙ୍କ ନିଶାସେବନ ହାର ବଢିବାରେ ଲାଗିଛି । ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ଭେ (ଏନ୍ଏଫ୍ଏଚ୍ଏସ୍) ଅନୁସାରେ ସାରା ଦେଶରେ ଯେତିକି ପୁରୁଷ ମଦ୍ୟ ପାନ କରୁଛନ୍ତି , ସେମାନଙ୍କର ୨୨ ପତିଶତ ମହିଳା ମଦ୍ୟପାନ କରୁଛନ୍ତି । ସେହିପରି ୧୫ ରୁ ୪୯ ବର୍ଷ ମଧରେ ୩୯ ପତିଶତ ପୁରୁଷ ମଦ୍ୟପାନ କରୁଥିବା ବେଳେ ୪ ପ୍ରତିଶତ ମହିଳା ମଦ୍ୟପାନ କରୁଛନ୍ତି।
ଏନ୍ଏଫ୍ଏଚ୍ଏସ୍ ଆକଳନ ଅନୁସାରେ ଦେଶରେ ୧୫ ବର୍ଷରୁ ଅଧିକା ୧୮ ପ୍ରତିଶତ ପୁରୁଷ ମଦ୍ୟପାନ କରୁଥିବା ବେଳେ ଓଡିଶାରେ ଏହି ମଦ୍ୟପାନ ହାର ୨୮.୮ ପ୍ରତିଶତ ସ୍ବାସ୍ଥ୍ୟ ବିଭାଗ ଏକ ଦଳ ଘରକୁ ଘର ବୁଲି ଏକ ସର୍ବେକ୍ଷଣ କରିବା ବେଳେ ଏଭଳି ଏକ ତଥ୍ୟ ମିଳିଛି । ୨୦୨୧ ରେ ୬.୩୬ ଲକ୍ଷ୍ୟରୁ ଅଧିକ ଘରୁ ଏହି ସର୍ବେ୍ଷଣ କରାଯାଇଥିଲା। ଏଥିରେ ଓଡିଶାର ୨୬,୪୪୭ ଘରକୁ ସାମିଲ୍ କରାଯାଇଥିଲା ରାଜ୍ୟରେ ଗ୍ରାମାଞ୍ଚଳରେ ୧.୪ ପ୍ରତିଶତ ମହିଳା ମଦ୍ୟପାନ କରୁଥିବା ବେଳେ ସହାରାଞ୍ଚଳରେ ୪.୯ ପ୍ରତିଶତ ମହିଳା ମଦ୍ୟପାନ କରୁଥିବା ଜଣାପଡିଛି ।
ରାଜଧାନୀ ହେଟେଲ୍,ବାର୍, ଓ କ୍ଲବ୍ ମିଶାଇ ପ୍ରାୟ ୧୦୦ଟି ସ୍ଥାନରେ ଅଧିକରୀ ବିଭାଗ ଅନୁମତିରେ ମଦ୍ୟପାନ ବ୍ୟବସ୍ଥା ରହିଛି। କ୍ଲବ ଓ ବାର୍ ମହିଳା ଯୁବତୀ ମଦ୍ୟପାନ କରିବାକୁ ଆସୁଛନ୍ତି। ବର୍ଷକୁ ବର୍ଷ ରାଜଧାନୀରେ ମହିଳାମାନଙ୍କ ମଦ୍ୟପାନ ହାର ବଢିବାରେ ଲାଗିଛି ବୋଲି ଜଣେ କ୍ଲବ୍ ମାଲିକ କହିଛନ୍ତି। ୪୦ ପ୍ରତିଶତ ହାରରେ ଏହା ବୃଦ୍ଧି ପାଇବାରେ ଲାଗିଛି । ଯୁବତୀ ବା ମହିଳାଙ୍କୁ ମଦ୍ୟପାନ କରିବାକୁ ଆକୃଷ୍ଟ କରିବା ଲାଗି କ୍ଲବ୍ ଓ ବାର୍ ଗୁଡିକରେ ଅନେକ ଆକଷଣୀୟ ଉପହାର ମଧ୍ୟ ଦିଆଯାଇଛି।
ଚନ୍ଦ୍ରେଶେଖରପୁର, ଇନଫୋସିଟି ଓ ନନ୍ଦନକାନନ ଥାନା ଅଞ୍ଚଳରେ ରହିଥିବା କ୍ଳବ ଗୁଡ଼ିକରେ ବିଶେଷ କରି ଯୁବକ ଓ ଯୁବତୀଙ୍କ ଭିଡ ଦେଖିବାକୁ ମିଳୁଛି । ଯୁବତୀଙ୍କ କ୍ଲବ୍ ଆକଷିତ କରିବା ଲାଗି ୪୦ରୁ ୫୦ ପ୍ରତିଶତ ରିହାତି ଦିଆଯାଇଛିା ଏଭଳି ଅଫର ଯୋଗୁଁ ଏସବୁ କ୍ଲବ୍ ଗୁଡିକରେ ଯୁବତୀ ଓ ମହିଳାଙ୍କ ସଂଖ୍ୟା ବଢିବାରେ ଲାଗିଛି ।
ଯେଉଁ କ୍ଲବ୍ ଯେତେ ଯୁବତୀ ବା ମହିଳା ଆସିବେ ସେଠାରେ ଯୁବକଙ୍କର ଅଧିକ ଭିଡ ଦେଖାଯିବା ଏହି ବ୍ୟବସାୟିକ ପ୍ରତିଯୋଗିତା ଏବେ ରାଜଧାନୀରେ ଯୁବତୀଙ୍କୁ ମଦ୍ୟପାନ ପ୍ରତି ଆକୃଷ୍ଟ କରିବାର ଏକ କାରଣ ପାଲଟିଛିା
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।