News18 Odia Digital
ଭୁବନେଶ୍ୱର: ଖରାଛୁଟିରେ ଛାତ୍ରଛାତ୍ରୀଙ୍କୁ ମିଳିବ ଆଇରନ ଓ ଫଲିକ ଏସିଡ ଟାବଲେଟ। ୯ ଏପ୍ରିଲରୁ ୧୬ ଜୁନ ଯାଏ ଘରକୁ ଘର ବୁଲି ଟାବଲେଟ ବଣ୍ଟାଯିବ । ଶିକ୍ଷକମାନଙ୍କୁ ଟାବଲେଟ ବାଣ୍ଟିବାକୁ ଚିଠି ଜରିଆରେ ନିର୍ଦ୍ଦେଶ ଦିଆଯାଇଛି । ପିଏମ ପୋଷଣର ରାଜ୍ୟ ନୋଡାଲ ଅଫିସର ଏନେଇ ରାଜ୍ୟର ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି ମାଧ୍ୟମରେ ନିର୍ଦ୍ଦେଶ ଦେଇଛନ୍ତି ।
ସୂଚନା ମୁତାବକ ଖରାଛୁଟିରେ ପିଲାମାନଙ୍କୁ ଏହି ବଟିକା ଦିଆଯିବ। ପ୍ରତ୍ୟେକ ପିଲାମାନଙ୍କୁ ଏହି କ୍ରମରେ ୮ଟି ଲେଖାଏଁ ବଟିକା ଦିଆଯିବ । ଜୁନ ୧୬ ଯାଏଁ ଘରକୁ ଘର ବୁଲି ଏହି ବଟିକା ପ୍ରଦାନ କରାଯିବ। ପିଙ୍କ ଟାବଲେଟ ପ୍ରଥମରୁ ପଞ୍ଚମ ଓ ବ୍ଲୁ ଟାବଲେଟ ଷଷ୍ଠରୁ ଦ୍ୱାଦଶ ଛାତ୍ରଛାତ୍ରୀଙ୍କୁ ଦିଆଯିବ। ଏକ୍ସପାରୀ ଡେଟ ଯାଞ୍ଚ ପରେ ଅଭିଭାବକଙ୍କୁ ହସ୍ତାନ୍ତର ହେବ ଟାବଲେଟ। ଏକ୍ସପାରୀ ଟାବଲେଟକୁ ନବାଣ୍ଟି ସ୍ୱାସ୍ଥ୍ୟ ବିଭାଗକୁ ଫେରସ୍ତ କରାଯିବ।
ରାଜ୍ୟ ସରକାରଙ୍କ ଆନେମିଆ ମୁକ୍ତ ଲକ୍ଷ ଅଭିଯାନ କାର୍ଯ୍ୟକ୍ରମ ଜରିଆରେ ଆନେମିଆ ଦୂରୀକରଣ ଲକ୍ଷ୍ୟ ରଖାଯାଇଛି । ଏହା କାର୍ଯ୍ୟରେ ଶିକ୍ଷକ ମାନେ ନିଯୋଜିତ ହେବେ । କେବଳ ଏତିକି ନୁହେଁ ଟାବଲେଟ ବାଣ୍ଟିବା ପରେ ସେମାନେ ବିଭାଗକୁ ଏହି ବିଷୟରେ ମଧ୍ୟ ଅବଗତ କରାଇବା ନେଇ ସୂଚନା ମିଳିଛି ।
ପ୍ରତି ଛାତ୍ରଛାତ୍ରୀ ସୋମବାର ଗୋଟିଏ IFA ଟ୍ୟାବଲେଟ ଲଞ୍ଚ ବା ଡିନର ଖାଇବା ପରେ ଖାଇବେ। ତାପରେ ଗୋଟିଏ ଗ୍ଲାସ ପାଣି ପିଇବେ। ଏସବୁ ଅଭିଭାବକଙ୍କ ଉପସ୍ଥିତିରେ କରାଯିବ। ଆବଶ୍ୟକସ୍ଥଳେ ସ୍କୁଲ SMC ଏହାର ତଦାରଖ କରିବ। ଟାଣ ଖରା ଯୋଗୁଁ SRC ଙ୍କ ଗାଇଡଲାଇନ ମାନି ସକାଳି ନହେଲେ ସାନ୍ଧ୍ୟ ସମୟରେ ଏହି ଟାବଲେଟ ଘରକୁ ଯାଇ ବାଣ୍ଟିବେ ଶିକ୍ଷକ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।