ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ସୌମ୍ୟ ମୃତ୍ୟୁ: ୩ ଦିନ ପରେ ଗଜପତି SPଙ୍କ ଅବସର; ହାଇ କୋର୍ଟରେ CBI ତଦନ୍ତ ଦାବି ହେଲା

ସୌମ୍ୟ ମୃତ୍ୟୁ: ୩ ଦିନ ପରେ ଗଜପତି SPଙ୍କ ଅବସର; ହାଇ କୋର୍ଟରେ CBI ତଦନ୍ତ ଦାବି ହେଲା

Demand rises for CBI probe into forest officer Soumya’s mysterious death in wife presence | ପୋଲିସ ଓ କ୍ରାଇମ୍ ବ୍ରାଞ୍ଚର ତଦନ୍ତ ଉପରେ ସୌମ୍ୟରଞ୍ଜନଙ୍କ ପରିବାର ଲୋକେ ଘୋର ଆପତ୍ତି ଉଠାଇଛନ୍ତି । ଏହି ମାମଲା ଉପରେ ନଜର ରଖିଥିବା ଲୋକଙ୍କ କହିବାନୁସାରେ ଅବସର ପୂର୍ବରୁ ତଦନ୍ତରେ ପୂର୍ଣ୍ଣଚ୍ଛେଦ ପକାଇବାକୁ SP ପ୍ରୟାସ କରୁଛନ୍ତି ।

ସୌମ୍ୟ ମୃତ୍ୟୁ: ୩ ଦିନ ପରେ ଗଜପତି SPଙ୍କ ଅବସର; ହାଇ କୋର୍ଟରେ CBI ତଦନ୍ତ ଦାବି ହେଲା
ସୌମ୍ୟରଞ୍ଜନ ମହାପାତ୍ର ଓ ପତ୍ନୀ ବିଦ୍ୟାଭାରତୀ; (ଡାହାଣ) ଓଡ଼ିଶା ହାଇ କୋର୍ଟ
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ପାରଳାଖେମୁଣ୍ଡି/ଭୁବନେଶ୍ୱର: ଯୁବ ବନ ଅଧିକାରୀ ସୌମ୍ୟରଞ୍ଜନ ମହାପାତ୍ରଙ୍କ ରହସ୍ୟମୟ ମୃତ୍ୟୁ ମାମଲାରେ ପୋଲିସ ତଦନ୍ତ ଜାରି ରହିଥିବା ବେଳେ ଏ ପର୍ଯ୍ୟନ୍ତ ପୋଲିସ ହାତରେ ଲାଗିଥିବା ପ୍ରମାଣ ଓ ପୋଷ୍ଟମର୍ଟମ ରିପୋର୍ଟରୁ ଏହା ଏକ ହତ୍ୟା ନା ଆତ୍ମହତ୍ୟା ତାହା ସ୍ପଷ୍ଟ ହୋଇ ପାରିନାହିଁ । ଏହି ଚର୍ଚ୍ଚିତ ଘଟଣାର ସିବିଆଇ ତଦନ୍ତ ଦାବି କରି ହାଇ କୋର୍ଟଙ୍କ ଦ୍ବାରସ୍ଥ ହୋଇଛି ଏକ ସ୍ବେଚ୍ଛାସେବୀ ସଙ୍ଗଠନ ।

ଏହି ମାମଲାର ତଦନ୍ତ ସିବିଆଇ କରୁ କିମ୍ବା ହାଇ କୋର୍ଟଙ୍କ ଜଣେ ବିଚାରପତିଙ୍କ ତତ୍ତ୍ବାବଧାନରେ ଏହାର ତଦନ୍ତ ହେଉ ବୋଲି ପ୍ରାର୍ଥନା କରି ଏକ ଜନସ୍ବାର୍ଥ ମାମଲା ଦାଏର କରିଛି ଭାରତୀୟ ବିକାଶ ପରିଷଦ ନାମକ ସଙ୍ଗଠନ । ପିଟିସନରେ ପୋଲିସ ତଥା କ୍ରାଇମ୍‌ ବ୍ରାଞ୍ଜର ତଦନ୍ତକୁ ନେଇ ସନ୍ଦେହ ପ୍ରକାଶ କରାଯାଇଛି । ତଦନ୍ତ ଚାଲିଥିବା ବେଳେ ଅନ୍ୟତମ ଅଭିଯୁକ୍ତ ଥିବା ପାରଳାଖେମୁଣ୍ଡିର ଡି.ଏଫ୍‌.ଓ. ସଂଗ୍ରାମ କେଶରୀ ବେହେରା ଓ ଗୁରାଣ୍ଡି ଥାନାଧିକାରିଣୀ ମମତାରାଣୀ ପଣ୍ଡାଙ୍କୁ ପୋଲିସ ଦେଇଥିବା କ୍ଲିନ୍ ଚିଟ୍ ଉପରେ ଆବେଦନକାରୀଙ୍କ ଓକିଲ ପ୍ରଶ୍ନ ଉଠାଇଛନ୍ତି । ଏହି ମାମଲାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହ ଗୃହ ବିଭାଗର ପ୍ରମୁଖ ସଚିବ, ପୋଲିସ ଡିଜି, ଗଜପତି ଏସ୍‌.ପି. ଓ ପାରଳାଖେମୁଣ୍ଡି ଥାନାଧିକାରୀଙ୍କୁ ପକ୍ଷଭୁକ୍ତ କରାଯାଇଛି ।

ଏହା ବି ପଢ଼ନ୍ତୁ | ବାସବରାଜ ବୋମାଇ କର୍ଣ୍ଣାଟକର ନୂଆ CM ହେଲେ; ସେ ପେଶାରେ ଇଞ୍ଜିନିୟର୍ ଜଣେ ପୂର୍ବ CMଙ୍କ ପୁଅ

‘‘ଏହି ଚର୍ଚ୍ଚିତ ଘଟଣାରେ ଲାଗୁଛି ରାଜ୍ୟ ପୋଲିସ ଓ କ୍ରାଇମ୍‌ ବ୍ରାଞ୍ଚ୍‌ ପ୍ରକୃତ ତଥ୍ୟ ବାହାର କରିପାରିବ ନାହିଁ । ଯଦିଓ ଏହି ମାମଲାରେ କ୍ରାଇମ୍‌ ବ୍ରାଞ୍ଚ୍‌ ବି ତଦନ୍ତରେ ସାମିଲ ଅଛି ଓ ତଦନ୍ତ ଏବେ ବି ଚାଲିଛି, ଗଜପତି ଏସ୍‌.ପି. ନିଜ ତରଫରୁ ଘୋଷଣା କରୁଛନ୍ତି ଯେ ଡି.ଏଫ୍‌.ଓ. ଓ ପୋଲିସ ଅଧିକାରିଣୀ ମମତା ପଣ୍ଡାଙ୍କୁ କ୍ଲିନ୍‌ ଚିଟ୍‌ ଦିଆଯାଇଛି । ତେଣୁ ଏହି ମାମଲାରେ କ’ଣ ଅଛି ତାହା ରାଜ୍ୟ ପୋଲିସ ବାହାର କରିପାରିବ ନାହିଁ । ସେଇଥି ପାଇଁ ଆମେ ମାନ୍ୟବର ହାଇ କୋର୍ଟଙ୍କୁ ନିବେଦନ କରିଛୁ ସିବିଆଇ ତଦନ୍ତ ଆଦେଶ ଦେବା ପାଇଁ । ନହେଲେ ହାଇ କୋର୍ଟଙ୍କ ଜଣେ ବିଚାରପତିଙ୍କ ତତ୍ତ୍ବାବଧାନରେ ଏହାର ତଦନ୍ତ ହେଉ ବୋଲି ଆମେ ପ୍ରାର୍ଥନା କରିଛୁ,’’ କହିଛନ୍ତି ଭାରତୀୟ ବିକାଶ ପରିଷଦ ସଙ୍ଗଠନର ଓକିଲ ଗୋପାଳ ଜେନା ।

ଏହା ବି ପଢ଼ନ୍ତୁ | Porn Probe: ଶିଳ୍ପା ସେଟ୍ଟୀ ରାଜ୍ କୁନ୍ଦ୍ରାଙ୍କୁ ମୁହାଁମୁହିଁ ବସାଇ ପଚରା ଉଚୁରା ହେଲା; ଶିଳ୍ପା କାନ୍ଦିଲେ

ଭାରତୀୟ ବିକାଶ ପରିଷଦ ସଙ୍ଗଠନର ଓକିଲ ଗୋପାଳ ଜେନା


ସବୁଠୁ ବଡ଼ କଥା ହେଉଛି ଯେ ଗଜପତି ଏସ୍‌.ପି. ତପନ କୁମାର ପଟ୍ଟନାୟକଙ୍କ ଅବସର ସମୟ ପାଖେଇ ଆସୁଥିବାରୁ ତାହା ଦ୍ୱାରା ଏହି ତଦନ୍ତ ପ୍ରଭାବିତ ହେଉଛି ବୋଲି ଆଶଙ୍କା ପ୍ରକାଶ ପାଇଛି । ଏହି ମାମଲା ଉପରେ ନଜର ରଖିଥିବା ଅନେକ ଲୋକଙ୍କ କହିବା ଅନୁସାରେ ନିଜ ଅବସର ପୂର୍ବରୁ ତଦନ୍ତରେ ପୂର୍ଣ୍ଣଚ୍ଛେଦ ପକାଇବାକୁ ଏସ୍‌.ପି. ପ୍ରୟାସ କରୁଥିବା ଅଭିଯୋଗ ଶୁଣିବାକୁ ମିଳୁଛି । ତପନ କୁମାର ପଟ୍ଟନାୟକ ଆଉ ତିନି ଦିନ ପରେ ଅବସର ନେଉଛନ୍ତି ।

ଏହା ବି ପଢ଼ନ୍ତୁ | Reliance ନିଜ କର୍ମଚାରୀ ଓ ତାଙ୍କ ପରିବାର ଲୋକଙ୍କୁ ୧୦ ଲକ୍ଷ କରୋନା ଟିକା ଲଗାଇସାରିଛି

ଗଜପତି ଏସ୍‌.ପି. ତପନ କୁମାର ପଟ୍ଟନାୟକ


ପୋଲିସ ଓ କ୍ରାଇମ୍‌ ବ୍ରାଞ୍ଚର ତଦନ୍ତ ଉପରେ ସୌମ୍ୟରଞ୍ଜନଙ୍କ ପରିବାର ଲୋକେ ଘୋର ଆପତ୍ତି ଉଠାଇଛନ୍ତି ।  ସୌମ୍ୟରଞ୍ଜନଙ୍କ ପରିବାର ନିଜ ପତ୍ନୀ ବିଦ୍ୟାଭାରତୀଙ୍କ ଉପସ୍ଥିତିରେ ସୌମ୍ୟଙ୍କ ମୃତ୍ୟୁ ହେବା ଘଟଣାକୁ ଏକ ସୁନିୟୋଜିତ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରି ଆସୁଥିବା ବେଳେ ଏ ପର୍ଯ୍ୟନ୍ତ ପୋଲିସର ତଦନ୍ତରୁ ହତ୍ୟା ସନ୍ଦେହ ଦିଗରେ କୌଣସି ତଥ୍ୟ ଓ ପ୍ରମାଣ ସାମ୍ନାକୁ ଆସିପାରିନାହିଁ ।



ଗଜପତି ପୋଲିସ ମାତ୍ର ଛଅ ମାସ ତଳେ ବିବାହ କରିଥିବା ୩୨ ବର୍ଷୀୟ ଏ.ସି.ଏଫ୍‌. ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁକୁ ଏକ ଦୁର୍ଘଟଣାଜନିତ ଅଗ୍ନି ଅଘଟଣ କହୁଥିବା ବେଳେ ପୋଷ୍ଟମର୍ଟମ ରିପୋର୍ଟ ମଧ୍ୟ ପୋଲିସର ଆକ୍ସିଡେଣ୍ଟ ଥିଓରିକୁ ଖୋରାକ ଯୋଗାଇଛି ।
Published by: Anand ST Das
First published: July 27, 2021, 10:36 PM IST