ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ଚିନ୍ତା ବଢ଼ାଉଛି ବିଦେଶରେ ସଂକ୍ରମଣ; ଗ୍ରାମାଞ୍ଚଳରେ ଟୀକାକରଣକୁ ଦିଆଯିବ ଫୋକସ

ଚିନ୍ତା ବଢ଼ାଉଛି ବିଦେଶରେ ସଂକ୍ରମଣ; ଗ୍ରାମାଞ୍ଚଳରେ ଟୀକାକରଣକୁ ଦିଆଯିବ ଫୋକସ

ବିଦେଶରେ ବଢ଼ୁଥିବା କରୋନା ମାମଲା ରାଜ୍ୟ ପାଇଁ ଚିନ୍ତାର କାରଣ ପାଲଟିଛି। ଗ୍ରାମାଞ୍ଚଳରେ ଟୀକାକରଣକୁ ଅଧିକ ଫୋକସ ଦିଆଯିବ ବୋଲି ବିଶେଷଜ୍ଞ କହିଛନ୍ତି ।

ଚିନ୍ତା ବଢ଼ାଉଛି ବିଦେଶରେ ସଂକ୍ରମଣ; ଗ୍ରାମାଞ୍ଚଳରେ ଟୀକାକରଣକୁ ଦିଆଯିବ ଫୋକସ
ଗ୍ରାମାଞ୍ଚଳରେ ଟୀକାକରଣକୁ ଅଧିକ ଫୋକସ ଦିଆଯିବ (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: November 16, 2021, 7:03 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜ୍ୟରେ ସମ୍ପୂର୍ଣ୍ଣ ରୂପେ କୋଭିଡ ଟେନସନ ଦୂର ହୋଇନାହିଁ। ଯଦିଓ ଦେଶ ଅବା ରାଜ୍ୟରେ ଦୈନିକ ସଂକ୍ରମଣ କମ ରହୁଛି କିନ୍ତୁ ବିଦେଶରେ ବଢିବା ଆରମ୍ଭ କଲାଣି। ୟୁରୋପ, ଚୀନ ଭଳି ଦେଶରେ ସଂକ୍ରମଣ ବଢୁଥିବାରୁ ଟେନସନ ଦେଉଛି। ବିଦେଶରେ ବଢ଼ୁଥିବା କରୋନା ମାମଲା ରାଜ୍ୟ ପାଇଁ ଚିନ୍ତାର କାରଣ ପାଲଟିଛି।

ୟୁରୋପ,ଚୀନରେ ସଂକ୍ରମଣ ବଢୁଛି। ୠଷିଆରେ ରେକର୍ଡ଼ ଭାଙ୍ଗୁଛି ମୄତ୍ୟୁ ସଂଖ୍ୟା। ପ୍ରଥମ ଲହରରେ ଚୀନ ପରେ ଇଟାଲୀ ଓ ୟୁରୋପରେ ଦେଖାଦେଇଥିଲା ସଂକ୍ରମଣ ଦେଖା ଦେଇଥିଲା। ତାର ଅଳ୍ପ କିଛି ଦିନ ଭିତରେ ଭାରତରେ ଦେଖାଦେଇଥିଲା। ଏବେ ସେଭଳି ଘଗଣାର ପୁନରାବୃତ୍ତିକୁ ଏଡ଼ାଇ ଦିଆଯାଇନପାରେ ।

ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର କହିଛନ୍ତି," ରାଜ୍ୟରେ କରୋନା ସଂକ୍ରମଣ କମ ରହିଥିଲେ ମଧ୍ୟ ବିଦେଶରେ ସଂକ୍ରମଣ ବଢିବା ଆରମ୍ଭ କାଲାଣି। ଯାହାକି କରୋନା ଆରମ୍ଭରୁ ଚାଇନା ଓ ୟୁରୋପ ଦେଶ ମାନଙ୍କରେ ପ୍ରଥମେ ଆରମ୍ଭ ହୋଇ ଭରତାକୁ କରୋନା ଭୁତାଣୁ ଆସିଲା। ଦେଶରେ ସଂକ୍ରମଣ କମ ଥିବା ବେଳେ ଏବେ ବି କରୋନା ପ୍ରତି ଡର ଭୟ କମ୍ୟୁନିଟି ମଧ୍ୟରେ ରହିବା ଆବଶ୍ୟକ। ପୁଣି ଥରେ ସଂକ୍ରମଣ ବଢିବାକୁ ନେଇ ଅନ୍ତର୍ଜାତୀୟ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହୁଛନ୍ତି ଯେ ଯେଉଁଠାରେ ସଂକ୍ରମଣ ବଢୁଛି ସେଠାରେ କମ ଟୀକାକରଣ, ଲୋକମାନଙ୍କ ମଧ୍ୟରେ ସାମାଜିକ ଦୂରତାର ଅଭାବ, ଅନେକ ସମୟରେ ଦୀର୍ଘ ସମୟ ଧରି ଏକଜୁଟ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟରେ ସଭିଲାନ୍ସ କଡାକଡି କରାଯାଉଛି। ଟୀକାକରଣକୁ ଅଧିକ ଗୁରୁତ୍ୱ ଦିଆଯାଉଛି ଓ କରୋନା ନିୟମକୁ କଡାକଡି ପାଳନ କରିବାକୁ ମଧ୍ୟ ଲୋକଙ୍କୁ ସଚେତନ କରାଯାଉଛି। ଯେଉଁମାନେ ଟୀକା ନେଇନାହାନ୍ତି ସେମାନେ ଦୁଇଟି ଡୋଜ ନିଅନ୍ତୁ। ଯଦି କୌଣସି କାରଣରୁ କିଛି ଲକ୍ଷଣ ଦେଖାଯାଏ ତେବେ ଟେଷ୍ଟ କରନ୍ତୁ। ନିଜେ ସୁରକ୍ଷିତ ରହିବା ସହ ଚାରି ପାଖରେ ଥିବା ଲୋକଙ୍କୁ ସଂରକ୍ଷିତ ରଖିପାରିବା"।

ଟିକାକରଣକୁ ନେଇ ଦେଖାଦେଇଛି ଉଦବେଗଜନ ସ୍ଥିତି। ସହରାଞ୍ଚଳରେ ଶତପ୍ରତିଶତ ଟିକାଦାନ ହୋଇଥିବା କୁହାଯାଉଥିବା ବେଳେ ଗ୍ରାମାଞ୍ଚଳରେ ସ୍ଥିତି ଖରାପ ରହିଛି । ଗ୍ରାମାଞ୍ଚଳରେ ଅଧିକ ଟିକାକରଣ କେନ୍ଦ୍ର ଖୋଲାଯିବ ସହ ଏହାକୁ ପ୍ରାଥମିକତା ଦେଉଥିବା ପରିବାର କଲ୍ୟାଣ ନିର୍ଦଶକ ଡାକ୍ତର ବିଜୟ ପାଣିଗ୍ରାହୀ କହିଛନ୍ତି। ସେ କହିଛନ୍ତିଜ଼" ରାଜ୍ୟରେ ବର୍ତ୍ତମାନ ସୁଧା ୪ କୋଟି ୩ ଲକ୍ଷ ଡୋଜ ଦିଆସରିଛି । ଏଥି ମଧ୍ୟରୁ ପ୍ରଥମ ଡୋଜ ୨କୋଟି ୩୮ ଲକ୍ଷ ରହିଛି। ଯାହାକି ମୋଟ ଟିକାର ୮୨ ପ୍ରତିଶତ। ସେହିପରି ଦ୍ୱିତୀୟ ଡୋଜ ୧ କୋଟି ୩୫ ଲକ୍ଷ ରହିଛି। ଯାହାକି ୪୧.୫ ପ୍ରତିଶତ । ଏପଟେ ନଭେମ୍ବର ମାସରୁ ଆରମ୍ଭ ହୋଉଥିବା ହର ଘର ଦସ୍ତକ କାର୍ଯ୍ୟକ୍ରମରେ ଦ୍ୱିତୀୟ ଡୋଜକୁ ଅଧିକ ଗୁରୁତ୍ୱ ଦିଆଯାଇଛି । ଚଳିତ ମାସରେ 30 ଲକ୍ଷ ଟିକା କରଣ ସରିଛି। ସେଥିମଧ୍ୟରୁ ପ୍ରଥମ ଡୋଜ ୧୦ ଲକ୍ଷ ଓ ଦ୍ୱିତୀୟ ଡୋଜ ୨୦ ଲକ୍ଷ ରହିଛି । ଟିକା କରଣକୁ କିପରି ଭାବରେ ଦୈନିକ ୪ଲକ୍ଷ କରାଯିବ ସେ ନେଇ ଯୋଜନା ଚାଲିଛି । ପ୍ରଥମ ଡୋଜ ନେଇ ନଥିବା ୧୮ ପ୍ରତିଶତ ଲୋକଙ୍କୁ ଶୀଘ୍ର ଟିକା ନେବକୁ ଅନୁରୋଧ କରାଯାଉଛି । ଏହା ସହ ଗାଁ ଲୋକ କିପରି ଅଧିକ ଟିକା କରଣ ପ୍ରକ୍ରିୟାରେ ସାମିଲ ହେବେ ତାକୁ ଗୁରୁତ୍ୱ ଦିଆଯାଇଛି"।

ବୁଷ୍ଟର ଡୋଜ ତୁରନ୍ତ ବନ୍ଦ ପାଇଁ ହୁ ମୁଖ୍ୟ ପରାମର୍ଶ ଦେଇଛନ୍ତି। କିଛି ଦେଶ ସେମାନଙ୍କ ଲୋକଙ୍କୁ ପ୍ରଥମ ଡୋଜ ଦେଇନଥିବା ବେଳେ କିଛି ଦେଶ ସେମାନଙ୍କ ଲୋକଙ୍କୁ ଦୁଇଟି ଡୋଜ ପରେ ବୁଷ୍ଟର ଡୋଜ ଦେଉଛନ୍ତି।
Published by: Soumya Das
First published: November 16, 2021, 7:03 PM IST