News18 Odia Digital
ରଘୁରାଜପୁର (ପୁରୀ): ନୂଆବୋହୂ ଭଳି ସଜେଇ ହେଉଛି କଳାଗ୍ରାମ ରଘୁରାଜପୁର । ଫିକା ପଡ଼ି ଆସୁଥିବା ଘରର କାନ୍ଥ ସବୁ ଏବେ ବଖାଣୁଛି ପୁରାଣ ଗାଥା ସହ ଆଧୁନିକ ଦୁନିଆର କିଛି ପ୍ରତିଛବି । ଅପରୂପ କାରିଗରୀର ମୋହିନୀ ମନ୍ତ୍ରରେ ପର୍ଯ୍ୟଟକଙ୍କୁ ହାତ ଠାରି ଡାକୁଥିବା ଏହି ଐତିହ୍ୟ ଗ୍ରାମକୁ ପ୍ରବେଶ ମାତ୍ରେ ଏଣିକି ଆଉ ଆଖିର ପଲକ ପଡ଼ିବନି । ନୂଆ ରୂପରେ ପର୍ଯ୍ୟଟକଙ୍କୁ ସ୍ୱାଗତ କରିବ ଶିଳ୍ପୀ ଗ୍ରାମ ରଘୁରାଜପୁର ।
ଚାରିଆଡ଼ ଲକଡାଉନ୍ ଯୋଗୁଁ ନିଃସ୍ୱ ମନେ ହେଉଥିବା ବେଳେ ପୁରୀର ଐତିହ୍ୟ ଗ୍ରାମ ରଘୁରାଜପୁରରେ ଲାଗିଛି ସୃଜନର ମେଳା । ଗ୍ରାମର ୧୫୦ଟି ପରିବାର ନିଜ ଘରର କାନ୍ଥରେ ଉତାରୁଛନ୍ତି ରାମାୟଣରୁ ରାସଲୀଳା ଯାଏ ବିଭିନ୍ନ ଦୃଶ୍ୟର ରଙ୍ଗୀନ ଛବି । ରାଜ୍ୟ ସଂସ୍କୃତି ବିଭାଗ ଅଧୀନସ୍ଥ ଓଡ଼ିଶା ଲଳିତ କଳା ଏକାଡେମି ଓ ଓଡ଼ିଶା ଖଣି ନିଗମ ମିଳିତ ସହଯୋଗରେ ପରମ୍ପରାଭିତ୍ତିକ ପଟ୍ଟଚିତ୍ର କଳା ଶିବିର ଭଳି ଏକ ନିଆରା ପଦକ୍ଷେପ ନିଆଯାଇଛି ଏଠି । ଜିଲ୍ଲାପାଳ ସମର୍ଥ ବର୍ମା ଓ ବିଶିଷ୍ଟ ବାଲୁକା ଶିଳ୍ପୀ ତଥା ଓଡ଼ିଶା ଲଳିତ କଳା ଏକାଡେମି ସଭାପତି ସୁଦର୍ଶନ ପଟ୍ଟନାୟକ ଏହି ଗ୍ରାମ ପରିଦର୍ଶନ କରି ବିଭୋର ହୋଇଛନ୍ତି।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | ଭୂଇଁ ଗିଳିଦେଲା କାର୍! ମୁମ୍ବାଇ ଓ ଇସ୍ରାଏଲରେ ଏମିତି ଦୁଇଟି ଘଟଣା ଘଟିଛି; ଦେଖନ୍ତୁ VIDEOଲକଡାଉନ୍ ଯୋଗୁଁ ଶିଳ୍ପୀମାନେ ରୋଜଗାର ହରାଇଥିବାରୁ ସେମାନଙ୍କୁ କାମ ଦେବା ସହ ଏହି ଗ୍ରାମର ୧୫୦ଟି ପରିବାରକୁ ପ୍ରତି ପରିବାର ୧୦ ହଜାର ଟଙ୍କା ଲେଖାଏଁ ପ୍ରୋତ୍ସାହନ ରାଶି ଦେବାର ବ୍ୟବସ୍ଥା ହୋଇଛି । ପ୍ରତ୍ୟେକ ପରିବାରକୁ ନିଜ ଘରର ୫୦ ବର୍ଗଫୁଟ ପରିମିତ କାନ୍ଥରେ ଭିତ୍ତିଚିତ୍ର ପ୍ରସ୍ତୁତ କରିବାକୁ ଦିଆଯାଇଥିବା ବେଳେ ମୋଟ୍ ୭,୫୦୦ ବର୍ଗଫୁଟ କାନ୍ଥକୁ ଚିତ୍ରିତ କରିବାରେ ଲାଗି ପଡ଼ିଛନ୍ତି ଶିଳ୍ପୀବୃନ୍ଦ । କରୋନା ମହାମାରୀ ସମୟରେ ହାତବାନ୍ଧି ବସିଥିବା ଶିଳ୍ପୀମାନଙ୍କ ପାଇଁ ଏହା ବେଶ ଉପାଦେୟ ହୋଇପାରିଛି । ଏଇ ପରିକଳ୍ପନା ରଘୁରାଜପୁର ଗ୍ରାମର ଶିଳ୍ପୀମାନଙ୍କ ପାଇଁ ଏକ ବରଦାନ ହେବା ସହ ପର୍ଯ୍ୟଟକଙ୍କ ପାଇଁ ଗ୍ରାମର ଆକର୍ଷଣ ଦ୍ୱିଗୁଣିତ ହେବାକୁ ଯାଉଛି ।

ଗୋଟିଏ ସାନ ପିଲା ବି ନିଜ ବାପା-ମା’ଙ୍କ ପରି ଚିତ୍ର କଳାରେ ସିଦ୍ଧହସ୍ତ ହେବାରେ ଲାଗିଛି ।
‘‘ଗ୍ରାମର ସବୁ କାନ୍ଥରେ ଶୋଭା ପାଉଥିବା ରାମାୟଣ, କୃଷ୍ଣ ଲୀଳା, ରାସଲୀଳା, ଗିର ଗୋବର୍ଦ୍ଧନ, ଯଜ୍ଞ ନାରାୟଣ, କାଞ୍ଚି ଅଭିଯାନ ଓ ରଥ ଯାତ୍ରାର ଭିତ୍ତିଚିତ୍ର ଇତିହାସ ସୃଷ୍ଟି କରିବାକୁ ଯାଉଛି । ଗ୍ରାମର ଆକର୍ଷଣ ବଢ଼ାଇବା ପାଇଁ ଦୁଇ ପାର୍ଶ୍ୱରେ ବୃକ୍ଷରାଜି, ରାସ୍ତା ମରାମତି ଓ ପାନୀୟ ଜଳ ଆଦିକୁ ବ୍ୟବସ୍ଥିତ କରାଯିବ,’’ କହିଛନ୍ତି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | ବେଙ୍ଗଲ୍ BJP MP ଲକେଟ୍ ଚାଟାର୍ଜୀ ଲୋକଙ୍କ ବିରୋଧର ସାମନା କରିବା ପରେ ରାଜ୍ୟପାଳ ଖପାସୁଦର୍ଶନ ପଟ୍ଟନାୟକ ଏହି ଗ୍ରାମ ପରିଦର୍ଶନ କରିବା ପରେ କହିଛନ୍ତି, ‘‘କଳାକାରମାନଙ୍କୁ ଆର୍ଥିକ ସହାୟତା ଦେବା ଅପେକ୍ଷା ସେମାନଙ୍କୁ କଳା ପରିବେଷଣ ସହିତ ପ୍ରୋତ୍ସାହନ ରାଶି ଯୋଗାଇ ଦେବା ହିଁ ଆମର ଲକ୍ଷ୍ୟ ଥିଲା। ଏହା ଦ୍ୱାରା କଳାକାରଟିଏ ଆତ୍ମସନ୍ତୋଷ ପାଇପାରିବ ଓ ମହାମାରୀ ସମୟରେ କିଛି ଆର୍ଥିକ ସହାୟତା ମଧ୍ୟ । ଅନଲକ୍ ହେବା ପରେ ପର୍ଯ୍ୟଟକମାନେ ଏହି ଗାଁ’କୁ ଏକ ଗ୍ୟାଲେରି ଭାବେ ଆବିଷ୍କାର କରିବେ। ମୁଖ୍ୟ ମନ୍ତ୍ରୀଙ୍କ ନିର୍ଦେଶ କ୍ରମେ ଏଭଳି କାର୍ଯ୍ୟକ୍ରମର ପରିକଳ୍ପନା କରାଯାଇଛି । ଏଠାକାର ପ୍ରତିଟି ପରିବାର ସଦସ୍ୟଙ୍କ ଆଗ୍ରହ ଆମ ଉତ୍ସାହକୁ ବହୁଗୁଣିତ କରିଛି ।’’
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | ପ୍ରାୟ ‘ନଗ୍ନ’ ପୋଷାକରେ ରାଖୀ ସାୱନ୍ତଙ୍କ ବ୍ୟାୟାମର VIDEO ଭାଇରାଲ୍ ହେଲା, ପ୍ରଶ୍ନ ଠିଆ କଲାରଘୁରାଜପୁର ଗ୍ରାମ୍ୟ କମିଟିର ସମ୍ପାଦକ ଅଭିରାମ ଦାସ କହିଛନ୍ତି ଯେ ପୂର୍ବରୁ ୨୦୧୨ରେ ଇନ୍ଟାକ୍ ପକ୍ଷରୁ ଏପରି ଏକ ପରିକଳ୍ପନା କରାଯାଇଥିଲା । ସେତେବେଳେ ୪୦ରୁ ୫୦ଟି ପରିବାରର ଘରର କାନ୍ଥରେ ଏହି ଭିତ୍ତିଚିତ୍ର ସୃଷ୍ଟିର ଅବସର ସୀମିତ ଥିଲା । ‘‘ଏବେ ଆର୍ଥିକ ପ୍ରୋତ୍ସାହନ ବ୍ୟତୀତ ପାଞ୍ଚଟି ଶ୍ରେଷ୍ଠ ଚିତ୍ରକୁ ସମ୍ମାନିତ କରାଯିବାର ଥିବାରୁ ପ୍ରତ୍ୟେକ ପରିବାର ନିଜ ଘର କାନ୍ଥରେ ଶ୍ରେଷ୍ଠ ଚିତ୍ର ଉତାରିବାରେ ଲାଗିପଡ଼ିଛନ୍ତି । କୋଭିଡ୍ ଲକଡାଉନ ପରବର୍ତ୍ତୀ ସମୟରେ ଆମ ଗାଁ ପର୍ଯ୍ୟଟକଙ୍କୁ ଆହୁରି ଆକର୍ଷିତ କରିବା ସହ ଆମକୁ ଅଧିକ ରୋଜଗାରକ୍ଷମ କରାଇବାରେ ସହାୟକ ହେବ ବୋଲି ଆଶା କରୁଛୁ,’’ ସେ କହିଛନ୍ତି ।

ପ୍ରତି ଘରର କାନ୍ଥରେ ଲୋକେ ମନଯୋଗ ସହ ଚିତ୍ର କଳା ତିଆରି କରୁଛନ୍ତି ।
ରଘୁରାଜପୁରର ସବୁ ଶିଳ୍ପୀ ପରିବାର ନିଜ ଦୁଆରକୁ ଚିତ୍ରକଳା ମାଧ୍ୟମରେ ସଜେଇବାରେ ଲାଗିପଡ଼ିଛନ୍ତି । କିଏ ଜଗନ୍ନାଥ ମହାପ୍ରଭୁଙ୍କ ନବକଳେବରର ଭିନ୍ନ ଭିନ୍ନ ଚିତ୍ରକଳା କରୁଛନ୍ତି ତ ଆଉ କେହି କୃଷ୍ଣ ଲୀଳା, ନାଟ ଗଣେଶ, ଜଗନ୍ନାଥଙ୍କ ନାଗାର୍ଜୁନ ବେଶ, କାଳୀୟଦଳନ ଓ ଦଶାବତାର ବନାଉଛନ୍ତି ତ ଆଉ କିଏ କୋଭିଡ ସମୟରେ ମାସ୍କ ପିନ୍ଧା ପ୍ରେମୀଯୁଗଳଙ୍କ କଳାକୃତି ବି ବନାଉଛନ୍ତି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ତୃଣମୂଳ କଂଗ୍ରେସର ଗର୍ଭବତୀ MP ନୁସରତ୍ ଜହାଁ କହିଲେ ସ୍ୱାମୀ ନିଖିଲ୍ ଜୈନଙ୍କ ସହ ତାହା ତାଙ୍କର ‘‘ବିବାହ ନ ଥିଲା’’‘‘ରାଜ୍ୟ ସରକାରଙ୍କ ଏହି ଶିବିର ଆୟୋଜନ ଆମକୁ ବେଶ୍ ଖୁସି ଦେଇଛି । ଶିବିରଟି ଜୁନ ୯ରୁ ୧୬ ତାରିଖ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଥିବାରୁ ଏହା ଆମକୁ ଏହି ଗାଁକୁ ଏକ ନିଆରା ରୂପ ଦେବାରେ ସହାୟକ ହୋଇଛି । ପିଲାଠାରୁ ବୁଢ଼ା ଓ କୁନି ଝିଅଠାରୁ ଆରମ୍ଭ କରି ମହିଳା ଓ ବୃଦ୍ଧା ସମସ୍ତେ ଲାଗିପଡି଼ଛନ୍ତି ଏହି କାର୍ଯ୍ୟରେ । ଏହି ଶିବିରକୁ ରୁଷିଆ, ଜର୍ମାନୀ, ସ୍ୱିଜରଲ୍ୟାଣ୍ଡ ଓ ଆମେରିକା ଆଦି ଦେଶରେ ଥିବା କଳାପ୍ରେମୀ ବିଦେଶୀ ପର୍ଯ୍ୟଟକମାନଙ୍କୁ ଏଠାକାର ଶିଳ୍ପୀମାନେ ଅନଲାଇନରେ ଭିଡିଓ କଲ୍ କରି ଏହି କଳାଗ୍ରାମର ନୂଆ ଝଲକକୁ ବୁଝାଉଛନ୍ତି । ଏଭଳି ପ୍ରୟାସ ଦେଖି ଖୁସି ଅନୁଭବ ହେଉଛି,’’ କହିଛନ୍ତି ୪୫ ବର୍ଷୀୟ ଶିଳ୍ପୀ ଜିତେନ୍ଦ୍ର ବେହେରା ।
କୋଭିଡ୍ ମହାମାରୀ ଗଲା ପରେ ପର୍ଯ୍ୟଟକମାନେ ରଘୁରାଜପୁରକୁ ଆସି ଦେଖିବେ ଏହି ଐତିହ୍ୟ ଶିଳ୍ପୀ ଗାଁର ରଙ୍ଗ ବଦଳିଯାଇଛି ଓ ପୂର୍ବ ଠାରୁ ଏହି ଗାଁ ଅଧିକ ଚମକୁଛି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।