ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ACF ସୌମ୍ୟଙ୍କ ମୃତ୍ୟୁ ତଦନ୍ତ: ଏବେ ପତ୍ନୀ ବିଦ୍ୟାଭାରତୀଙ୍କ ଉପରେ କେନ୍ଦ୍ରିତ ହେଲା ସର୍ବାଧିକ ସନ୍ଦେହ

ACF ସୌମ୍ୟଙ୍କ ମୃତ୍ୟୁ ତଦନ୍ତ: ଏବେ ପତ୍ନୀ ବିଦ୍ୟାଭାରତୀଙ୍କ ଉପରେ କେନ୍ଦ୍ରିତ ହେଲା ସର୍ବାଧିକ ସନ୍ଦେହ

In OFS officer Soumya death his wife Bidyabharati main suspect now | ୩୨-ବର୍ଷୀୟ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ପଛରେ ସ୍ତ୍ରୀ ବିଦ୍ୟାଭାରତୀଙ୍କ ସହ ତାଙ୍କର କଳହ ହିଁ ଏକ ମାତ୍ର କାରଣ ବୋଲି ସ୍ପଷ୍ଟ ହେବା ପରେ ତାଙ୍କ ମୃତ୍ୟୁ କେମିତି ହେଲା ଜାଣିବା ପାଇଁ ବିଦ୍ୟାଭାରତୀଙ୍କୁ ବିଭିନ୍ନ ପ୍ରମାଣ ସହ ପଚରାଉଚରା କରିବ ପୋଲିସ ।

ACF ସୌମ୍ୟଙ୍କ ମୃତ୍ୟୁ ତଦନ୍ତ: ଏବେ ପତ୍ନୀ ବିଦ୍ୟାଭାରତୀଙ୍କ ଉପରେ କେନ୍ଦ୍ରିତ ହେଲା ସର୍ବାଧିକ ସନ୍ଦେହ
ଏକ ସୁଖଦ ମୁହୂର୍ତ୍ତରେ ସୌମ୍ୟରଞ୍ଜନ ଓ ବିଦ୍ୟାଭାରତୀ; (ଡାହାଣ) ହସପିଟାଲରେ ବିଦ୍ୟାଭାରତୀ
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଯୁବ ବନ ଅଧିକାରୀ ସୌମ୍ୟରଞ୍ଜନ ମହାପାତ୍ରଙ୍କର ନିଜ ପତ୍ନୀଙ୍କ ସାମନାରେ ରହସ୍ୟମୟ ଢଙ୍ଗରେ ଘଟିଥିବା ମୃତ୍ୟୁ ମାମଲାରେ ତିନି ଜଣ ସନ୍ଦିଗ୍ଧ ବ୍ୟକ୍ତି ପୋଲିସ ତଦନ୍ତରେ କ୍ଲିନ୍‌ ଚିଟ୍‌ ପାଇବା ପରେ ତାଙ୍କ ପତ୍ନୀ ବିଦ୍ୟାଭାରତୀଙ୍କ ଉପରେ ତଦନ୍ତକାରୀ ଟିମର ସର୍ବାଧିକ ସନ୍ଦେହ କେନ୍ଦ୍ରିତ ହୋଇଥିବା ଜଣାପଡ଼ିଛି ।

ପାରଳାଖେମୁଣ୍ଡିରେ ଏ.ସି.ଏଫ୍‌. ଭାବେ କାର୍ଯ୍ୟରତ ୩୨-ବର୍ଷୀୟ ସୌମ୍ୟରଞ୍ଜନ ଓ ମାତ୍ର ଛଅ ମାସ ତଳର ବିବାହ ପରେ ତାଙ୍କ ସ୍ତ୍ରୀ ହୋଇ ତାଙ୍କ ସହ ସରକାରୀ ଆବାସରେ ରହୁଥିବା ବିଦ୍ୟାଭାରତୀଙ୍କ କଲ୍ ଡିଟେଲ୍ସ ସହ ଅନ୍ୟ ଘନିଷ୍ଠ ସମ୍ପର୍କକୁ ନେଇ ପୋଲିସ ତଦନ୍ତ ସକ୍ରିୟ ହୋଇଛି । ତଦନ୍ତକାରୀ ପୋଲିସ୍‌ ଟିମ୍‌, ଯେଉଁଥିରେ କ୍ରାଇମ୍‌ ବ୍ରାଞ୍ଚର ଚାରି ଜଣ ଅଧିକାରୀ ବି ସାମିଲ୍‌ ଅଛନ୍ତି, ଖୁବ୍‌ ଶୀଘ୍ର ବିଦ୍ୟାଭାରତୀଙ୍କୁ ବିଭିନ୍ନ ପ୍ରମାଣ ସହ ପଚରାଉଚରା କରିବ ବୋଲି ସୂଚନା ମିଳିଛି ।

ଏହା ବି ପଢ଼ନ୍ତୁ | English ଶିଖନ୍ତୁ []: ଯଦି ଗ୍ୟାଙ୍ଗଷ୍ଟର୍ ହାଇଦର୍ ଧରାପଡ଼ି ଥାନ୍ତା,… If gangster Hyder…

ବଲାଙ୍ଗିରରେ ଥିବା ଏଲ୍‌.ଆଇ. ଟ୍ରେନିଂ ଅନୁଷ୍ଠାନରେ ବିଦ୍ୟାଭାରତୀ ଆୟୋଜନ କରିଥିବା ଏକ କଥିତ ‘ବ୍ୟାଚେଲର୍‌ ପାର୍ଟି’ର ଲିଙ୍କ୍‌ ତାଙ୍କର ସୌମ୍ୟରଞ୍ଜନଙ୍କ ସହ ମନୋମାଳିନ୍ୟର ବଡ଼ କାରଣ ବୋଲି ତଦନ୍ତରୁ ଜଣାପଡ଼ିବା ପରେ ସେହି ପାର୍ଟି ବିଷୟରେ ଅଧିକ ଖୋଳତାଡ଼ ଆରମ୍ଭ କରି ଦେଇଛି ପୋଲିସ । ସେହି ପାର୍ଟିରେ ସାମିଲ ହୋଇଥିଲେ ବିଦ୍ୟାବାରତୀଙ୍କ ପାଖାପାଖି ୮୦ ଜଣ ସହପାଠୀ । ସେଠାରେ ତଦନ୍ତ ପାଇଁ ବଲାଙ୍ଗିର ଅଭିମୁଖେ ଯାଇଛନ୍ତି ପାଞ୍ଚ-ଜଣିଆ ପୋଲିସ ଟିମ୍ ।

କ୍ଲିନ୍ ଚିଟ୍ ପାଇଥିବା ଡି.ଏଫ୍.ଓ., ରୋଷେଇଆ ଓ ଥାନାଧିକାରିଣୀ


ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଭିଡିଓ | ଅଲିମ୍ପିକ୍ସ: ଖେଳାଳିମାନଙ୍କ ପାଇଁ ଥିବା ବିଛଣାଗୁଡ଼ିକ anti-Sex ନୁହେଁ; Video ବନେଇ ଦେଖାଇଲେ ଖେଳାଳି

ପାରଳାଖେମୁଣ୍ଡିରେ ସୌମ୍ୟରଞ୍ଜନ ଓ ବିଦ୍ୟାଭାରତୀ ରହିବା ଭିତରେ ଦୁହିଁଙ୍କର କ୍ଲୋଜ୍ ଲିଙ୍କ୍ ବି ଖୋଜିବା ଆରମ୍ଭ କରିଛି ପୋଲିସ । ଉଭୟଙ୍କ ମୋବାଇଲ ଫୋନ୍ ସିଜ୍ କରିବା ପରଠାରୁ ସେମାନଙ୍କ କଲ୍ ଡିଟେଲ୍ସ, ହ୍ବାଟ୍ସ ଆପ୍ ଚାଟ୍ ଓ ଫେସବୁକ୍ ଡାଟାର ମଧ୍ୟ ତର୍ଜମା ଚାଲିଥିବା ଜଣାପଡ଼ିଛି ।

ଏହା ବି ପଢ଼ନ୍ତୁ | Horror Story: ଖାଇ ପିଇ ୧୦ ଦିନ ନବଦମ୍ପତି ଗଛରେ ବିତାଇଲେ; ତଳେ ଭୋକିଲା ଭାଲୁ ଅନେଇଥିଲା

ସୌମ୍ୟରଞ୍ଜନଙ୍କ ମୃତ୍ୟୁ ପଛରେ ପାରିବାରିକ କଳହ ହିଁ ଏକ ମାତ୍ର କାରଣ ହୋଇଥିବା ସନ୍ଦେହ ବଢ଼ିବା ପରେ ତାଙ୍କ ମୃତ୍ୟୁ କେମିତି ହେଲା ସେହି ରହସ୍ୟ ଖୁବ୍ ଶୀଘ୍ର ଖୋଲିବ ବୋଲି ଆଶା ବଢ଼ିଥିବା କହିଛନ୍ତି ତଦନ୍ତରେ ସାମିଲ୍‌ ଜଣେ ପୋଲିସ ଅଧିକାରୀ । ପାରଲାଖେମୁଣ୍ଡି ଡି.ଏଫ୍‌.ଓ. ସଂଗ୍ରାମ କେଶରୀ ବେହେରା, ଗୁରାଣ୍ଡି ଥାନା ଅଧିକାରୀ (ଓଆଇସି) ମମତାରାଣୀ ପଣ୍ଡା ଓ ବନ ବିଭାଗର ରୋଷେଇଆ ମନ୍ମଥ କୁମ୍ଭ ଏହି ମାମଲାରେ ସମ୍ପୃକ୍ତ ନାହାନ୍ତି ବୋଲି ଗଜପତି ଏସ୍‌.ପି. ତପନ କୁମାର ପଟ୍ଟନାୟକ ଶୁକ୍ରବାର ଦିନ କହିଥିଲେ । ଏହା ପରେ ଏବେ ସୌମ୍ୟରଞ୍ଜନଙ୍କ ପତ୍ନୀ ବିଦ୍ୟାଭାରତୀ ସର୍ବାଧିକ ସନ୍ଦେହ ଘେରକୁ ଆସିଛନ୍ତି ।

ଗଜପତି ଏସ୍‌.ପି. ତପନ କୁମାର ପଟ୍ଟନାୟକ


ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ପ୍ରିୟଙ୍କା ଚୋପ୍ରା ୩୯ ବର୍ଷର ହେଲେ; ଜନ୍ମ ଦିନରେ କେକ୍ କାଟିଲେ, ହେଲେ ପାଖରେ ଥିଲେ ପତି ନିକ୍ ଜୋନାସ୍

‘‘ଆମେ ସବୁ ଦିଗକୁ ଠିକ୍‌ ଭାବରେ ତଦନ୍ତ କରୁଛୁ । ତଦନ୍ତ ଏବେ ଚାଲିଛି । ଯଦି ଆବଶ୍ୟକତା ପଡ଼ିବ ତାଙ୍କୁ  (ବିଦ୍ୟାଭାରତୀଙ୍କୁ) ନିଶ୍ଚିତ ପଚରାଉଚରା ପାଇଁ ଡକାଯିବ । ପ୍ରତ୍ୟେକ ସାକ୍ଷ ପ୍ରମାଣ ଓ ଇଲେକ୍ଟ୍ରୋନିକ୍ସ ପ୍ରମାଣକୁ ଆମେ ଆନାଲିସିସ୍‌ କରିଛୁ । ଆମେ ଚେଷ୍ଟା କରୁଛୁ ଗୋଟେ ସିଦ୍ଧାନ୍ତରେ ଉପନୀତ ହେବା ପାଇଁ ଯେ ଏ ଘଟଣା କେମିତି ଘଟିଲା,’’ କହିଛନ୍ତି ଗଜପତି ଏସ୍‌.ପି. ତପନ କୁମାର ପଟ୍ଟନାୟକ ।



ସୌମ୍ୟରଞ୍ଜନଙ୍କ ପାରଳାଖେମୁଣ୍ଡିସ୍ଥ ସରକାରୀ କ୍ବାର୍ଟର୍ସରୁ ପୋଲିସ ହାତରେ ଲାଗିଥିବା ବିଦ୍ୟା ଓ ସୌମ୍ୟଙ୍କ ଦୁଇ ଦୁଇଟି ଚିଠି ପୋଲିସର ତଦନ୍ତକୁ ଅଧିକ ଖୋରାକ ଯୋଗାଇଛି । ପରକୀୟା ପ୍ରୀତିକୁ ନେଇ ସୌମ୍ୟ ଓ ବିଦ୍ୟାଙ୍କ ବୈବାହିକ ଜୀବନରେ ଝଡ଼ ଉଠିଥିଲା ବୋଲି ସ୍ପଷ୍ଟ ହୋଇସାରିଛି । ଏଥି ମଧ୍ୟରେ ବିଦ୍ୟାଭାରତୀ ଏମିତି କିଛି କରୁଥିଲେ ଯେଉଁଥି ପାଇଁ ସୌମ୍ୟରଞ୍ଜନ ଦୁଃଖିତ ଥିଲେ ଓ ବିରୋଧ କରୁଥିଲେ ବୋଲି ବି ସୁରାଗ ମିଳିସାରିଛି ।
Published by: Anand ST Das
First published: July 24, 2021, 11:52 PM IST