News18 Odia Digital
ସମ୍ବଲପୁର: ସମ୍ବଲପୁରରେ ପ୍ରତି ବର୍ଷ ଭଳି ଏ ବର୍ଷ ମଧ୍ୟ ଧୁମଧାମରେ ପାଳନ ହୋଇଛି ମହରମ । ମହରମ ମୁସଲମାନ ମାନଙ୍କର ପର୍ବ ହୋଇଥିଲେ ମଧ୍ୟ ସମ୍ବଲପୁର ସହରର ମୁଦିପଡାରେ ଥିବା ଏକ ହିନ୍ଦୁ ପରିବାର ତାଜିଆ ଶୋଭାଯାତ୍ରା କରିଛନ୍ତି।
ପରମ୍ପରା ରକ୍ଷା ପୂର୍ବକ ଏ ବର୍ଷ ମୁଦିପଡାର ପଢିଆରି ପରିବାର ହିନ୍ଦୁ ତାଜିଆ ବାହର କରିଥିଲେ। ମୁଦିପଡାର ପଢିଆରି ପରିବାର ଦୀର୍ଘ ୩୫୯ ବର୍ଷ ହେଲା ତାଜିଆ ବାହାର କରି ଆସୁଛନ୍ତି । ବହୁ ବର୍ଷ ପୂର୍ବରୁ ପଡିଆରି ପରିବାରର ଜୟଦେବ ପଢିଆରି ମକ୍କା ଯାଇଥିଲେ । ସେଠାରୁ ଫେରିବା ପରେ ସେ ମହରମରେ ଆରମ୍ଭ କରିଥିଲେ ତାଜିଆ ଶେଭାଯାତ୍ରା । ପଢିଆରି ପରିବାରର ପିଢି ପରେ ପଢି ଏହି ତାଜିଆ ଶୋଭଯାତ୍ରାରେ ସାମିଲ ହୋଇ ଏହାକୁ ପାଳନ କରୁଛନ୍ତି । ମହରମରେ ପରେ ଏହା କୁ ହିନ୍ଦୁ ତାଜିଆ କୁହାଯାଉଛିମ ତେବେ ମୁଦିପଡା ହିନ୍ଦୁ ତାଜିଆର ବିଶେଷତ୍ୱ ହେଉଛି ଏହାର ଗୋମୁଦ ରଙ୍ଗ। ଅନ୍ୟ ସବୁର ତାଜିଆର ଗୋମୁଦ ସବୁଜ ରଙ୍ଗର ହୋଇଥିବା ବେଳେ ପଢିଆରି ପରିବାର ଦ୍ବାରା ବହାର କରା ଯାଉଥିବା ତାଜିଆର ଗୋମୁଦ ରଙ୍ଗ ଲାଲ ହୋଇଥାଏ ।

‘‘ପ୍ରାୟ ୧୦ ପିଢି ହେବ ଆମେ ମହାରମରେ ହିନ୍ଦୁ ତାଜିଆ ବାହାର କରି ତାଜିଆ ଶୋଭଯାତ୍ରାରେ ସାମିଲ ହୋଇଥାଏ । ଯେହେତୁ ଆମ ପୂର୍ବ ପୁରୁଷ ମାନେ ଏହାକୁ ଆରମ୍ଭ କରିଥିଲେ ପରମ୍ପରା ରକ୍ଷା ପୂର୍ବକ ଆମେ ଏହି ତାଜିଆ ବାହାର କରିଥାଉ,"କହିଛନ୍ତି ପଢିଆରି ପରିବାର ସଦସ୍ୟ ରାଜେନ୍ଦ୍ର ମୋହନ ପଢିଆରି।
ପଢିଆରି ପରିବାର ତରଫରୁ ବାହରୁଥିବା ହିନ୍ଦୁ ତାଜିଆ ରେ ପୂଜାର୍ଚ୍ଚନା କରିଥନ୍ତି ମୁସଲମାନ ପୂଜକ ବା ମୁଜାବର । ତାଜିଆକୁ ନଡିଆ ଓ ଧୂପକାଠି ନେଇ ପୂଜା କରାଯାଇଥାଏ। ଏହାକୁ ହିନ୍ଦୁ ମାନେ ପୂଜା କରୁଥିବା ବେଳେ ଏହାର ପୂଜକ କିନ୍ତୁ ମୁସଲମାନ ରହିଥାନ୍ତି ବୋଲି ମୁଜାବର ସୟଦ ଅଝର ଅଲ୍ଲୀ କହିଛନ୍ତି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।