ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ପାର୍ବଣରେ କୋଭିଡ଼ ନିୟମକୁ ଗୁରୁତ୍ୱ; ଭୁବନେଶ୍ୱରର ଅନେକ ଜାଗାରେ ମୂର୍ତ୍ତି ବଦଳରେ ହେବ ଘଟ ପୂଜା

ପାର୍ବଣରେ କୋଭିଡ଼ ନିୟମକୁ ଗୁରୁତ୍ୱ; ଭୁବନେଶ୍ୱରର ଅନେକ ଜାଗାରେ ମୂର୍ତ୍ତି ବଦଳରେ ହେବ ଘଟ ପୂଜା

କୋଭିଡ଼ କଟକଣା ସତ୍ତ୍ୱେ ଭୁବନେଶ୍ୱରର ବିଭିନ୍ନ ଛୋଟବଡ଼ ପୂଜା ମଣ୍ଡପରେ ପୂଜା ପାଇଁ ପ୍ରସ୍ତୁତି ଚାଲିଛି। ଭକ୍ତଙ୍କୁ ମଣ୍ଡପକୁ ବାରଣ କରିବା ତଥା ସର୍ବାଧିକ ୭ ଜଣ କର୍ମକର୍ତ୍ତାଙ୍କୁ ପୂଜା ଆୟୋଜନରେ ସାମିଲ କରାଇବାକୁ ସମସ୍ତେ ଗୁରୁତ୍ୱ ଦେଉଛନ୍ତି ।

ପାର୍ବଣରେ କୋଭିଡ଼ ନିୟମକୁ ଗୁରୁତ୍ୱ; ଭୁବନେଶ୍ୱରର ଅନେକ ଜାଗାରେ ମୂର୍ତ୍ତି ବଦଳରେ ହେବ ଘଟ ପୂଜା
ରାଜଧାନୀରେ ଅଧିକାଂଶ ଜାଗାରେ ମୂର୍ତ୍ତି ବଦଳରେ ଘଟ ପୂଜା ହେଉଛି (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: October 10, 2021, 1:25 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର : କୋଭିଡ଼ କଟକଣା ସତ୍ତ୍ୱେ ଭୁବନେଶ୍ୱରର ବିଭିନ୍ନ ଛୋଟବଡ଼ ପୂଜା ମଣ୍ଡପରେ ପୂଜା ପାଇଁ ପ୍ରସ୍ତୁତି ଚାଲିଛି। ବିଶେଷକରି ୪ ଫୁଟ ଭିତରେ ମୂର୍ତ୍ତିର ଉଚ୍ଚତା ସୀମିତ ରଖିବା, ଭକ୍ତଙ୍କୁ ମଣ୍ଡପକୁ ବାରଣ କରିବା ତଥା ସର୍ବାଧିକ ୭ ଜଣ କର୍ମକର୍ତ୍ତାଙ୍କୁ ପୂଜା ଆୟୋଜନରେ ସାମିଲ କରାଇବାକୁ ସମସ୍ତେ ଗୁରୁତ୍ୱ ଦେଉଛନ୍ତି ।

ଭୁବନେଶ୍ୱରରେ ବଙ୍ଗୀୟ ସମ୍ପ୍ରଦାୟଙ୍କ ଦ୍ୱାରା ଆୟୋଜିତ ହେଉଥିବା  ବିଭିନ୍ନ ପୂଜାମଣ୍ଡପରେ ମୃଣ୍ମୟୀ ମୂର୍ତ୍ତି ବଦଳରେ କେବଳ ଘଟ ପୂଜା କରିବାକୁ ନିଷ୍ପତ୍ତି ହୋଇଛି। ଭୁବନେଶ୍ୱରର ବହୁ ପୁରୁଣା ବର୍ଷ ପୁରୁଣା ଅଶୋକନଗର କାଳିବାଡ଼ି ପୂଜା ସମିତି ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଥିବା ବେଳେ କଟକରୋଡ଼ସ୍ଥିତ ରିଫ୍ୟୁଜି କଲୋନୀ ମୂର୍ତ୍ତି ପୂଜା କିନ୍ତୁ  ଭକ୍ତବିହୀନ ପାଳନ କରାଯିବ ବୋଲି କୁହାଯାଇଛି ।

ଭୁବନେଶ୍ୱରରେ ବହୁବର୍ଷ ଧରି ଆୟୋଜିତ ହୋଇ ଆସୁଥିବା ଅଶୋକନଗରର କାଳୀବାଡ଼ି ପୂଜା ସମିତିର ରହିଛି ସ୍ଵତନ୍ତ୍ର ପରିଚୟ। ପୂର୍ବରୁ ରାଜମହଲ  ଅଞ୍ଚଳରେ ଆୟୋଜିତ ହୋଇ ଆସୁଥିବା ଏହି ପୂଜା ଏବେ ଅଶୋକନଗରକୁ ସ୍ଥାୟୀ ଭାବେ ଉଠି ଆସିଛି । ଏହି ପୂଜାମଣ୍ଡପର ବିଶେଷତ୍ୱ ହେଲା ଏଠାରେ ସମ୍ପୂର୍ଣ୍ଣ ଭାବେ ବଙ୍ଗୀୟ ସମ୍ପ୍ରଦାୟର ପୂଜା ଧାରାରେ ଦେବୀଙ୍କ ଆବାହନ କରାଯାଇଥାଏ । ମଣ୍ଡପରେ ପଞ୍ଚମୀରୁ ଦେବୀଙ୍କ  ସ୍ୱତନ୍ତ୍ର ରୀତିନୀତିରେ ପୂଜା ଆୟୋଜନ କରାଯିବା ସହ ଦଶମୀରେ ସିନ୍ଦୂର ଖେଳ ଅନୁଷ୍ଠିତ ହୋଇଥାଏ । ଏଥି ପାଇଁ କେବଳ ବଙ୍ଗୀୟ ସମ୍ପ୍ରଦାୟ ନୁହଁନ୍ତି , ଅନ୍ୟ ଭାଷାଭାଷୀର ଶ୍ରଦ୍ଧାଳୁମାନେ ମଧ୍ୟ ଏଥିରେ ସାମିଲ ହୋଇଥାନ୍ତି।

"ଗତ ବର୍ଷ କୋଭିଡ଼ କାରଣରୁ ଏହି ମଣ୍ଡପରେ କେବଳ ଔପଚାରିକ ପୂଜା  ଅନୁଷ୍ଠିତ ହୋଇଥିବା ବେଳେ ଚଳିତବର୍ଷ ମଧ୍ୟ ସମାନ ରୀତିନୀତିରେ ପୂଜା ଆୟୋଜନ କରାଯିବ। ଏଥର ପୂଜା କମିଟିର ନିଷ୍ପତ୍ତି ଅନୁସାରେ , ମୂର୍ତ୍ତି ନିର୍ମାଣକୁ ବନ୍ଦ ରଖାଯିବା ସହିତ  ପରମ୍ପରା କେବଳ ଘଟ ପୂଜା ଭିତରେ ସୀମିତ ରହିବ । କୌଣସି ଭକ୍ତଙ୍କୁ ମଣ୍ଡପ ଭିତରକୁ ପ୍ରବେଶ ପାଇଁ ଅନୁମତି ମିଳିବ ନାହିଁ  ବୋଲି ନିଷ୍ପତ୍ତି ହୋଇଛି," କହିଛନ୍ତି କାଳୀବାଡ଼ି ପୂଜା ସମିତି, ଅଶୋକନଗର କର୍ମକର୍ତ୍ତ ଶଙ୍କର ପ୍ରସାଦ ଚକ୍ରବର୍ତୀ ।

ସେହିଭଳି ପୂଜକ ବିଶ୍ଵରୂପ କହିଛନ୍ତି, "ଦୁଃଖ ଲାଗୁଛି ଯେ ଦୁଇ ବର୍ଷ ହେଲା ଠିକଭାବେ ଦେବୀଙ୍କ ପୂଜା ହୋଇ ପାରୁନାହିଁ। କିନ୍ତୁ ନିୟମ ଭିତରେ ଆମେ ବନ୍ଧା ହୋଇଯାଇଛୁ।"

ଭୁବନେଶ୍ୱରରେ କୋଭିଡ଼ ଗାଇଡ଼ ଲାଇନ ମାନି ପୂଜା ପ୍ରସ୍ତୁତି କରିଛନ୍ତି ଲୋକ (ପ୍ରତୀକାତ୍ମକ ଛବି)


କୋଭିଡ଼ କଟକଣା କାରଣରୁ କାଳୀବାଡ଼ି ପୂଜା ମଣ୍ଡପରେ କେବଳ ଘଟପୂଜା ହେଉଥିବାବେଳେ ଭୁବନେଶ୍ୱରର କିନ୍ତୁ ଆଉ ଗୋଟିଏ , ଦୁଇଟି ସ୍ଥାନରେ  ବଙ୍ଗୀୟ ସମ୍ପ୍ରଦାୟଙ୍କ ପୂଜା ଧାରାରେ ଦେବୀଙ୍କ ମୂର୍ତ୍ତି ନିର୍ମାଣ ହେଉଛି। ସେ ଭିତରେ ଅଛି କଟକ ରୋଡ଼ରେ ଥିବା ରିଫିୟୁଜି ପୂଜା କମିଟି ସମିତି ସଦସ୍ୟ ଚନ୍ଦନ କୁମାର ଶାହଙ୍କ ସୂଚନା ଅନୁସାରେ, ସୀମିତି ସଂଖ୍ୟକ ଭକ୍ତ ଭିତରେ ପୂଜାର୍ଚ୍ଚନା କରାଯିବ। ତେବେ ମଣ୍ଡପରେ ଦେବୀଙ୍କୁ ଆବାହନ କରାଯିବ ।

ସରକାରୀ ନିୟମ କାରଣରୁ ଗତବର୍ଷ ଭଳି ଏଥର ବି ପୂଜା ଆୟୋଜନକୁ ସଂକୁଚିତ କରାଯାଇଥିବାରୁ ଭକ୍ତଙ୍କ ଭାବାବେଗକୁ ଏହା କଷ୍ଟ ଦେଇଛି ବୋଲି ଅନେକ ଶ୍ରଦ୍ଧାଳୁ କହିଛନ୍ତି । ଶ୍ରଦ୍ଧାଳୁ ସୁଚିତ୍ରା ଭୌମିକ କହିଛନ୍ତି," ଖୁଵ କଷ୍ଟ ଲାଗୁଛି ଯେ କୋଭିଡ଼ ପାଇଁ ଆମେ ଦେବୀଙ୍କ ଆବାହନରୁ ବଞ୍ଚିତ ହେଉଛନ୍ତି। ଦେବୀଙ୍କୁ ପ୍ରାର୍ଥନା ଏ ସଙ୍କଟ ଶୀଘ୍ର ଦୂର ହେଉ। ସେହିଭଳି ସମାନ ମତ ପୋଷଣ କରିଛନ୍ତି ଶ୍ରଧାକୁ ଜ୍ଞାନ ରଞ୍ଜନ।

ନିରାଡ଼ମ୍ବର ପୂଜା ପାଳନ ପାଇଁ ସରକାରୀ ନିଷ୍ପତ୍ତି କାରଣରୁ ଏଥର ସାରା ଭୁବନେଶ୍ୱରରେ ବିଭିନ୍ନ ପୂଜା ମଣ୍ଡପ ଗୁଡିକ ରଙ୍ଗହୀନ ହୋଇ ପଡ଼ିଛନ୍ତି। କେବଳ ମଣ୍ଡପ ଭିତରେ ପୂଜା ବିଧି ସୀମିତ ରଖିବାକୁ ନିଷ୍ପତ୍ତି ହୋଇଥିବାରୁ ପାର୍ବଣ ଅନୁଭବ ଫିକା ପଡ଼ିଛି।
Published by: Soumya Das
First published: October 10, 2021, 1:21 PM IST