ଗଞ୍ଜାମ ଜିଲ୍ଲାରୁ କମିବାର ନାଁ ନେଉନାହିଁ ବାସନ୍ଦ ପ୍ରଥା; ୨ ବର୍ଷ ହେଲାଣି ବାସନ୍ଦ ଅଛନ୍ତି ଏହି ପରିବାର

ଗଞ୍ଜାମ ଜିଲ୍ଲାର ବିଭିନ୍ନ ଗ୍ରାମାଞ୍ଚଳରେ ସାମାଜିକ ବାସନ୍ଦ ପ୍ରଥା ଗୁରୁତର ବ୍ୟାଧିର ରୂପ ନେଲାଣି। ପ୍ରତିଦିନ ‌ବିଭିନ୍ନ ଗାଁରୁ ଏଭଳି ଘଟଣା ସାମ୍ନାକୁ ଆସିବାରେ ଲାଗିଥିବା ବେ‌ଳେ ଜୋରିମନା, ଧମକ, ଗାଁ ଛାଡ଼ିବା ଓ ହିଂସା ବି ଘଟୁଛି।

ଗଞ୍ଜାମ ଜିଲ୍ଲାରୁ କମିବାର ନାଁ ନେଉନାହିଁ ବାସନ୍ଦ ପ୍ରଥା

ଗଞ୍ଜାମ ଜିଲ୍ଲାରୁ କମିବାର ନାଁ ନେଉନାହିଁ ବାସନ୍ଦ ପ୍ରଥା

  • Share this:
News18 Odia Digital

ଗଞ୍ଜାମ: ଗଞ୍ଜାମ ଜିଲ୍ଲାରୁ କମିବାର ନାଁ ନେଉନାହିଁ ବାସନ୍ଦ ପ୍ରଥା ଅଭିଯୋଗ ଘଟଣା। ଦିନକୁ ଦିନ ବାସନ୍ଦ ଅଭିଯୋଗ ବଢୁଥିବା ବେଳେ କୁଳ ସମାଜର ନାଲି ଆଖିରେ ଅନେକ ଲୋକ ବାସନ୍ଦ ହେଉଥିବାର ଖବର ଏହି ଜିଲ୍ଲାରେ କ୍ରମାଗତ ଭାବେ ନଜରକୁ ଆସୁଛି।

ଇତିମଧ୍ୟରେ ପୁଣି ସେମିତି ଏକ ଅଭିଯୋଗ ସାମ୍ନାକୁ ଆସିଛି। ନିଜ ଭଉଣୀ ଅନ୍ୟ ଜାତିରେ ପ୍ରେମ ବିବାହ କରିଥିବା ହେତୁ ଗଲା ଦୁଇ ବର୍ଷ ହେବ କୁଳ ସମାଜ ବାସନ୍ଦ କରିଥିବା ବେଳେ ଭଉଣୀ ବଞ୍ଚି ଥାଉଥାଉ ତା'ର ସଂସ୍କାର କରିବା ପାଇଁ ନିର୍ଦ୍ଦେଶ ଦେଇଥିଲା କୁଳ ସମାଜ।

ଏମିତି ସଙ୍ଗୀନ ଅଭିଯୋଗ କୁଳ ସମାଜ ମୁଖିଆଙ୍କୁ ନେଇ ସାମ୍ନାକୁ ଆସିଛି। ବାସନ୍ଦ ନୁହେଁ ସଭ୍ୟ ପଦ୍ଧରଦ୍ଧ ବୋଲି କହି ଘଟଣାକୁ ଏଡ଼ାଇ ଦେଇଛନ୍ତି ସେ। ଯାହାକି ଏହି ଘଟଣା ପୁଣି ସାରା ଜିଲ୍ଲାରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ବେଲଗୁଣ୍ଠା ଥାନା ତଥା ଜଗନ୍ନାଥପ୍ରସାଦ ବ୍ଳକର ବାଲିମାଳ ଗ୍ରାମରେ ବାସନ୍ଦ ପ୍ରଥାକୁ ନେଇ ଚର୍ଚ୍ଚାର ଜୋର ଧରିଛି। ନିକଟରେ ପୋଲସରା ଥାନା ଅଞ୍ଚଳର ଦୁଇ ସେନା କର୍ମଚାରୀ ବାସନ୍ଦ ହୋଇଥିବା ଖବର ସାରା ଜିଲ୍ଲାରେ ଚର୍ଚ୍ଚା ଜୋର ଧରିଥିବା ବେଳେ ଏହି ଗ୍ରାମର ମିଥୁନ ଗୌଡଙ୍କ ପରିବାରକୁ ଗଲା ଦୁଇ ବର୍ଷ ହେବ ଗୋପାଳ ସମାଜ ବାସନ୍ଦ କରିଥିବା ଅଭିଯୋଗ ହୋଇଛି।

ଭୁଲ ଏତି କି ଭଉଣୀ ଅଜାତି ପୁଅକୁ ପ୍ରେମ ବିବାହ କରିଥିବା ହେତୁ ଦଣ୍ଡ ଭୋଗୁଛନ୍ତି ମିଥୁନଙ୍କ ପରିବାର। କେବଳ ସେତିକି ନୁହେଁ ଗୋପାଳ ସମାଜର ମୁଖିଆଙ୍କ ହୁକୁମରେ ଜୋରିମନା ଦେବା ସହ ଭଉଣୀ ମରିଗଲା ବୋଲି ଶୁଦ୍ଧିକ୍ରୟା ହେବା ପାଇଁ ନିର୍ଦ୍ଦେଶ ରହିଥିଲା।

ଯାହାକୁ ମଧ୍ୟ ପାଳନ କରିଥିଲେ ଏହି ପରିବାର। ଜୋରିମନା ଦେବା ସହ ଭଉଣୀ ବଞ୍ଚି ଥାଉ ଥାଉ ଶୁଦ୍ଧିକ୍ରିୟା ମଧ୍ୟ ହୋଇଥିଲା। ତଥାପି ସାମାଜିକ ବାସନ୍ଦ ଉଠିନଥିବା ବେଳେ ଜାତିର କୌଣସି ମାଙ୍ଗଳିକ କାର୍ଯ୍ୟରେ ଯୋଗ ଦାନ ପାଇଁ କରାଯାଇଛି ବାରଣ। ଉକ୍ତ ପରିବାର ପୋଲିସ ପ୍ରଶାସନ ପାଖରେ ବହୁବାର ଗୁହାରି କରିଥିଲେ ମଧ୍ୟ କେହି ଶୁଣୁନଥିବା ଏମାନେ ଅଭିଯୋଗ କରିଛନ୍ତି।

ନିବେଦନ କରି ଦଣ୍ଡ ଭୋଗୁଥିବା ମିଥୁନ ଗୌଡ କହିଛନ୍ତି,“ତେବେ ଯେଉଁମାନେ ଏହିଭଳି ଘୃଣ୍ୟ ଦଣ୍ଡରେ ଦଣ୍ଡିତ କରିଛନ୍ତି ମୋତେ ଓ ମୋ ପରିବାରକୁ ସାମାନଙ୍କୁ ତୁରନ୍ତ ଗିରଫ କରାଯାଉ।’’

ଖାଲି ସେତିକି ନୁହେଁ। ଏବେ ମଧ୍ୟ ଅ।ହୁରି ଜୋରିମନା ଦେବା ପାଇଁ ମିଥୁନଙ୍କ ପରିବାରକୁ ବାଧ୍ୟ କରାଯାଉଥିବା ବେଳେ ବାସନ୍ଦ କରିବାର କିଏ କ୍ଷମତା ଦେଲା ବୋଲି ଉକ୍ତ ପରିବାର ପ୍ରଶ୍ନ କରିଛନ୍ତି। ଏଥିସହ ତୁରନ୍ତ ବାସନ୍ଦ ଆଦେଶ ଦେଇଥିବା ବ୍ୟକ୍ତିମାନଙ୍କୁ କଠୋର ଦଣ୍ଡ ଦେବା ପାଇଁ ସେମାନେ ଦାବି କରିଥିବା ବେଳେ ଘଟଣାକୁ ଅତି ହାଲକା ଭାବେ ନେଇଛି ଘୁମୁଷର ତାଲୁକା ଷୋହଳ ଖଣ୍ଡ ଗୋପାଳ ସମାଜ।

ତେବେ ଓଲଟା ଏହି ଅଭିଯୋଗ ବାସନ୍ଦ ନୁହେଁ ବରଂ ସମାଜରୁ ସଭ୍ୟ ପଦ୍ଧରଦ୍ଧ କରାଯାଇଥିବା ସମାଜର ସଭାପତି ହରିହର ଗୌଡ କହିଥିବା ବେଳେ ସମାଜ ନାମରେ ଏମିତି କ୍ରମାଗତ ଭାବେ ଏହି ଜିଲ୍ଲାରୁ ବଢ଼ିବାରେ ଲାଗିଛି।

ତେବେ ସେ ଯାହା ହେଉ ନା କାହିଁକି ଏହି ଘଟଣାର ଏକ ଉଚ୍ଚ ସ୍ତରୀୟ ତଦନ୍ତ ହେବା ଏବେ ଜରୁରୀ ହୋଇପଡ଼ିଛି।
Published by:Lipina Das
First published: