ULB polls: ଗଞ୍ଜାମରେ ନାମାଙ୍କନ ଦାଖଲର ଫର୍ମ କିଣିଲେ ୯୦ ଜଣ ପ୍ରାର୍ଥୀ ଓ ପ୍ରାର୍ଥୀନୀ

ଗଞ୍ଜାମ କିନ୍ନର ମହାସଂଘର ସଭାପତି କିନ୍ନର ସୁଇଟି ସାହୁ ମଧ୍ୟ ୩୭ ନମ୍ବର କର୍ପୋରେଟର ପଦ ନିମନ୍ତେ ନାମାଙ୍କନ ଫର୍ମ କିଣି ଛନ୍ତି। ଗୁରୁବାର ନାମାଙ୍କନ ଫର୍ମ କିଣି ନେଇଥିବା ବେଳେ ବିଜେଡ଼ି ଦଳ ପକ୍ଷରୁ ଟିକେଟ୍ ମିଳିବା ପରେ ନାମାଙ୍କନ ପତ୍ର ଦାଖଲ କରିବେ ସୁଇଟି।

ଗଞ୍ଜାମରେ ଦ୍ବିତୀୟ ଦିନରେ ନାମାଙ୍କନ ଦାଖଲରେ ଫର୍ମ କିଣିଲେ ୯୦ ଜଣ ପ୍ରାର୍ଥୀ ଓ ପ୍ରାର୍ଥୀନୀ

ଗଞ୍ଜାମରେ ଦ୍ବିତୀୟ ଦିନରେ ନାମାଙ୍କନ ଦାଖଲରେ ଫର୍ମ କିଣିଲେ ୯୦ ଜଣ ପ୍ରାର୍ଥୀ ଓ ପ୍ରାର୍ଥୀନୀ

  • Share this:
News18 Odia Digital

ବ୍ରହ୍ମପୁର: ଚାଲିଛି ବ୍ରହ୍ମପୁର ମହାନଗର ନିଗମ ନିର୍ବାଚନ ନିମନ୍ତେ ନାମାଙ୍କନ ଦାଖଲ। ଗୁରୁବାର ନାମାଙ୍କନ ଦାଖଲର ଦ୍ବିତୀୟ ଦିନ ରହିଥିବା ବେଳେ ୯୦ ଜଣ ପ୍ରାର୍ଥୀ ଓ ପ୍ରାର୍ଥୀନୀମାନେ ମେୟର ଓ କର୍ପୋରେଟର ପଦ ନିମନ୍ତ ନାମାଙ୍କନ ଫର୍ମ କିଣି ନେଇଛନ୍ତି।

ସେହିପରି ଗଞ୍ଜାମ କିନ୍ନର ମହାସଂଘର ସଭାପତି କିନ୍ନର ସୁଇଟି ସାହୁ ମଧ୍ୟ ୩୭ ନମ୍ବର କର୍ପୋରେଟର ପଦ ନିମନ୍ତେ ନାମାଙ୍କନ ଫର୍ମ କିଣି ଛନ୍ତି। ଗୁରୁବାର ନାମାଙ୍କନ ଫର୍ମ କିଣି ନେଇଥିବା ବେଳେ ବିଜେଡ଼ି ଦଳ ପକ୍ଷରୁ ଟିକେଟ୍ ମିଳିବା ପରେ ନାମାଙ୍କନ ପତ୍ର ଦାଖଲ କରିବେ ସୁଇଟି।

ସେପଟେ ଗଞ୍ଜାମରେ ବୁଧବାର ନାମାଙ୍କନ ଫର୍ମ କିଣିଥିବା ଜଣେ ମାତ୍ର ପ୍ରାର୍ଥୀ ଗୁରୁବାର ନିଜର ନାମାଙ୍କନ ପତ୍ର ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଦାଖଲ କରିଛନ୍ତି। ପ୍ରାର୍ଥୀ ଓ ପ୍ରାର୍ଥୀନୀଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।

‘‘ଦୀର୍ଘ ବର୍ଷ ହେଲା ସେହି ୱାର୍ଡ଼ର ବାସିନ୍ଦା ଭାବେ ରହି ଆସୁଛି। ୱାର୍ଡ଼ରେ ରହିଥିବା ମୌଳିକ ସମସ୍ୟାକୁ ନେଇ ମୁଁ ଅବଗତ ରହିଥିବା ବେଳେ ତାହାର କିଭଳି ଭାବେ ସମାଧାନ ହେବ ସେ ନେଇ ପଦକ୍ଷେପ ନେବା ପାଇଁ କର୍ପୋରେଟର ହେବା ନିମନ୍ତେ ମୁଁ ଆଶାବାଦୀ। ଏହାଛଡ଼ା ପୂର୍ବରୁ କିନ୍ନରମାନଙ୍କୁ ବିଭିନ୍ନ କ୍ଷେତ୍ରରେ ଅଗ୍ରାଧିକାର ଦିଆଯାଉଥିବା ବେଳେ ବର୍ତ୍ତମାନ କିନ୍ନରମାନେ ନିର୍ବାଚନରେ ଲଢ଼ି ସମାଜସେବା କରିପାରିବେ। ଆଜି ନାମାଙ୍କନ ଫର୍ମ କିଣିଥିବା ବେଳେ ବିଜେଡ଼ି ଦଳ ପକ୍ଷରୁ ମତେ ଟିକେଟ ମିଳିଲେ ଖୁବ୍ ଶୀଘ୍ର ନାମାଙ୍କନ ପତ୍ର ଦାଖଲ କରିବେ ମୁଁ,’’ କହିଛନ୍ତି କିନ୍ନର ସୁଇଟି ସାହୁ।

ଦୁଇ ଦିନ ଧରି ନାମାଙ୍କନ ଦାଖଲ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ଗୁରୁବାର ପ୍ରଥମ ଥର ନିମନ୍ତେ ନାମାଙ୍କନ ଦାଖଲ କରିଛନ୍ତି ଶରତ ଚନ୍ଦ୍ର ପଣ୍ଡା। ଶରତ ଚନ୍ଦ୍ର ପଣ୍ଡା ୨୬ ନମ୍ବର ୱାର୍ଡ଼ର କର୍ପୋରେଟର ପାଇଁ ପ୍ରତିଦ୍ବିନ୍ଦିତା କରିବା ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିଲେ।

ପୂର୍ବରୁ ଦୁଇ ଥର ନିର୍ବାଚନ ଲଢ଼ିଥିବା ବେଳେ ସହରବାସୀଙ୍କ ତାଙ୍କ ପ୍ରତି ସହଯୋଗ ରହିଛି। ତେଣୁ ପୁଣି ଥରେ କର୍ପୋରେଟର ଭାବେ ୱାର୍ଡ଼ବାସୀ ତାଙ୍କୁ ସେବା କରିବା ନିମନ୍ତେ ସହଯୋଗ ଦେବେ ବୋଲି ଆଶାବାଦୀ ଅଛନ୍ତି କର୍ପୋରେଟର ଆଶାୟୀ ପ୍ରାର୍ଥୀ ଶରତ ଚନ୍ଦ୍ର ପଣ୍ଡା।

ଗୁରୁବାର ନାମାଙ୍କନ ଦାଖଲର ଦ୍ବିତୀୟ ଦିନ ରହିଥିବା ଯୋଗୁଁ ପ୍ରାର୍ଥୀ ଓ ପ୍ରାର୍ଥୀନୀମାନେ ବେଶ ଉତ୍ସାହର ସହିତ ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ଫର୍ମ କିଣି ନେଉଥିବା ଦେଖିବାକୁ ମିଳିଥିଲା। ଭାରତୀୟ ଜନତା ପାର୍ଟି ଓ ଆମ ଆଦମୀ ପାର୍ଟିର ବହୁ ପ୍ରାର୍ଥୀ ଓ ପ୍ରାର୍ଥୀନୀମାନେ କର୍ପୋରେଟର ପଦ ନିମନ୍ତେ ଫର୍ମ କିଣି ନେଇଥିଲେ। ନିଜ ଅଞ୍ଚଳର ବିକାଶକୁ ପାଥେୟ କରି ନିର୍ବାଚନ ରଣାଜ୍ଞନକୁ ଓହ୍ଲାଇଥିବା ବେଳେ ଦଳ ପକ୍ଷରୁ ସହଯୋଗ ମିଳିବା ପରେ ଆଗକୁ ନାମାଙ୍କନ ଦାଖଲ କରିବେ ବୋଲି କହିଛନ୍ତି ପ୍ରାର୍ଥୀ ଓ ପ୍ରାର୍ଥୀନୀମାନେ। ପ୍ରାର୍ଥୀମାନେ ନିଜ ଅଞ୍ଚଳରେ ରହିଥିବା ସମସ୍ୟାର ସମାଧାନ କରିବା ପାଇଁ ଏଭଳି ନିର୍ବାଚନ ମଇଦାନକୁ ଓହ୍ଳାଇଥିବା କହିଛନ୍ତି।

ସେପଟେ ବୁଧବାର ନାମାଙ୍କନ ଦାଖଲର ପ୍ରଥମ ଦିନ ରହିଥିବା ବେଳେ କର୍ପୋରେଟର ପଦ ପାଇଁ ୫୮ ଓ ମେୟର ପଦ ପାଇଁ ୨ ଜଣ ପ୍ରାର୍ଥୀ ନାମାଙ୍କନ ଫର୍ମ କିଣି ନେଇଥିଲେ।

ଆଉ ଦ୍ବିତୀୟ ଦିନରେ ୮୮ ଜଣ କର୍ପୋରେଟର ପଦ ପାଇଁ ଓ ୨ ଜଣ ମେୟର ପଦ ପାଇଁ ନାମାଙ୍କନ ପତ୍ର କିଣି ନେଇଛନ୍ତି। ଦୁଇ ଦିନ ମଧ୍ୟରେ ୧୫୦ଟି ନାମାଙ୍କନ ପତ୍ର ପ୍ରାର୍ଥୀମାନେ କିଣିଥିବା ବେଳେ ମାତ୍ର ଜଣେ ହିଁ ନାମାଙ୍କନ ଦାଖଲ କରିଛନ୍ତି।

‘‘ପ୍ରାର୍ଥୀ ଓ ପ୍ରାର୍ଥୀନୀ ମାନେ କିଭଳି ଶାନ୍ତିଶୃଙ୍ଖଳାର ସହ ଆସି ନାମାଙ୍କନ ଦାଖଲ କରିବେ ସେ ନେଇ ସମସ୍ତ ପ୍ରକାରର ବ୍ୟବସ୍ଥା କରାଯାଇଛି । ଯଦି ପ୍ରାର୍ଥୀ ଓ ପ୍ରାର୍ଥୀନୀ ମାନଙ୍କ ସଂଖ୍ୟା ବଢ଼େ ତେବେ ଅପରାହ୍ନ 3ଟା ପରେ କାର୍ଯ୍ୟାଳୟର ପରିସରେ ରହିଥିବା ପ୍ରାର୍ଥୀ ମାନଙ୍କୁ ନିଜର ନାମାଙ୍କନ ପତ୍ର ଦାଖଲ କରିବା ନିମନ୍ତେ ସୁଯୋଗ ପ୍ରଦାନ କରାଯିବ ବୋଲି କହିଛନ୍ତି,‘‘ ବ୍ରହ୍ମପୁର ଉପ-ଜିଲ୍ଲାପାଳ ଭି.କୀର୍ତ୍ତି ଭାସନ ।

ଦୁଇ ଦିନ ଧରି ଅଧିକାଂଶ ପ୍ରାର୍ଥୀ ଓ ପ୍ରାର୍ଥୀନୀ ମାନେ କେବଳ ନାମାଙ୍କନ ଫର୍ମ କିଣି ନେଉଥିବା ବେଳେ ଆସନ୍ତାକାଲି ଠାରୁ ନାମାଙ୍କନ ଦାଖଲ କରିବା ପ୍ରାର୍ଥୀଙ୍କ ସଂଖ୍ୟା ବଢ଼ିବା ନେଇ ସମ୍ଭାବନା ରହିଥିବା ବେଳେ ବିଭିନ୍ନ ଦଳର ପ୍ରାର୍ଥୀଙ୍କ ନାମ ମେୟର ଓ କର୍ପୋରେଟର ପଦ ପାଇଁ ମଧ୍ୟ ଘୋଷଣା ହୋଇପାରେ ।
Published by:Lipina Das
First published: