ଗଞ୍ଜାମରେ ଏଥର ବିଳମ୍ବରେ ଆରମ୍ଭ ହୋଇଛି ଚାଷ କାର୍ଯ୍ୟ; ଜମିରେ ଚାଲିଛି ତଳି ପକା

ବର୍ଷା ଅଭାବ ହେତୁ ଚାଷ କାର୍ଯ୍ୟ ବଢ଼ି ପାରିନଥିବା ବେଳେ ଗଲା ଦୁଇ ଦିନ ତଳେ ବର୍ଷା ହେବା ହେତୁ ଜମିକୁ ଯାଇଛନ୍ତି ଚାଷୀମାନେ। ଆଉ ହଳ ଲଙ୍ଗଳ କରି ଏବେ ବିହନ ବୁଣା କାର୍ଯ୍ୟ ଆରମ୍ଭ କରିଛନ୍ତି।

ଗଞ୍ଜାମରେ ଏଥର ବିଳମ୍ବରେ ଆରମ୍ଭ ହୋଇଛି ଚାଷ କାର୍ଯ୍ୟ

ଗଞ୍ଜାମରେ ଏଥର ବିଳମ୍ବରେ ଆରମ୍ଭ ହୋଇଛି ଚାଷ କାର୍ଯ୍ୟ

  • Share this:
News18 Odia Digital

ଗଞ୍ଜାମ: ଗଞ୍ଜାମ ଚାଷୀ ସବୁବେଳେ ଚାଷ କାଯ୍ୟକୁ ନେଇ ଚିନ୍ତାରେ ରୁହନ୍ତି। କେତେବେଳେ ପୋଡ଼ିରେ ଉଜୁଡି ଯାଉଛି ଫସଲ ତ ଅ।ଉ କେତେବେଳେ ବଢ଼ିରେ ଉଜୁଡି ଯାଉଛି ଧାନ ଫସଲ। ତଥାପି ଚାଷୀମାନେ ନିଜର ଚାଷ କାର୍ଯ୍ୟ ଜାରି ରଖିଥିବା ବେଳେ ଚଳିତ ବର୍ଷ ଚାଷ କାର୍ଯ୍ୟରେ ବିଳମ୍ଵ ଦେଖା ଦେଇଛି।

ବର୍ଷା ଅଭାବ ହେତୁ ଚାଷ କାର୍ଯ୍ୟ ବଢ଼ି ପାରିନଥିବା ବେଳେ ଗଲା ଦୁଇ ଦିନ ତଳେ ବର୍ଷା ହେବା ହେତୁ ଜମିକୁ ଯାଇଛନ୍ତି ଚାଷୀମାନେ। ଆଉ ହଳ ଲଙ୍ଗଳ କରି ଏବେ ବିହନ ବୁଣା କାର୍ଯ୍ୟ ଆରମ୍ଭ କରିଛନ୍ତି। ଆଉ ଆଶା ରଖିଛି ବିଳମ୍ଵ ହେଲେ ମଧ୍ୟ ଚଳିତ ବର୍ଷ ଫସଲ ଭଲ ହେବକୁ ନେଇ।

ଗଞ୍ଜାମ ଜିଲ୍ଲାର ସମସ୍ତ ଅଞ୍ଚଳରେ ଚଳିତ ବର୍ଷ ଚାଷ କାର୍ଯ୍ୟ ବିଳମ୍ଵରେ ଆରମ୍ଭ ହୋଇଛି। କାରଣ ଗଲା ଅନେକ ମାସ ହେବ ଏହି ଜିଲ୍ଲାରେ ଆଶାଜନକ ଭାବେ ବର୍ଷା ହୋଇନଥିବା କାରଣରୁ ବନ୍ଦ ରହିଥିଲା ଚାଷ କାର୍ଯ୍ୟ। ଚାଷୀକୁଳ ଚଳିତ ବର୍ଷ ଚାଷ କାର୍ଯ୍ୟକୁ ନେଇ ପୂରା ଚିନ୍ତିତ ଥିବା ବେଳେ ଜିଲ୍ଲାର ସମସ୍ତ ଅଞ୍ଚଳରେ ଗଲା ଦୁଇ ଦିନ ତଳେ ଭଲ ବର୍ଷା ହୋଇଛି।

ଯାହାକି ଚାଷିକୁଳ ଏବେ ଚଳଚଞ୍ଚଳ ହୋଇ ଉଠିଥିବା ବେଳେ ନିଜ ଜମିରେ ତଳି ବୁଣିବା ସହ ହଳ ଲଙ୍ଗଳ ବୁଲାଇବାରେ ସକ୍ଷମ ହୋଇଛି। ଆଉ ସକାଳର ସୂର୍ଯ୍ୟ ଆଲୋକ ଆଗରୁ ସନ୍ଧ୍ୟା ପର୍ଯ୍ୟନ୍ତ ହଳ ଲଙ୍ଗଳ ଧରି ନିଜ ନିଜ ଜମିରେ ଲାଗିପଡ଼ିଛନ୍ତି ଜିଲ୍ଲାର ହଜାର ହଜାର ଚାଷୀ।

ସବୁ ବେଳେ କ୍ଷତି ସହୁଥିବା ଚାଷୀମାନେ ଚଳିତ ବର୍ଷ ଭଲ ଫସଲ ଅମଳ କରିବା ଉଦ୍ଦେଶ୍ୟରେ ମୁଣ୍ଡର ଝାଳକୁ ତୁଣ୍ଡରେ ମାରି ଧାନ ବିଲରେ ଲାଗିପଡ଼ିଛନ୍ତି। ତଥାପି ଚଳିତ ବର୍ଷର ପ୍ରଥମ ବର୍ଷା ହେତୁ ଚାଷୀମାନେ ଖୁସି ଥିବା ବେଳେ ବିଳମ୍ଵରେ ଚାଷ କାର୍ଯ୍ୟ ଆରମ୍ଭ କରିଥିବା କହିଛନ୍ତି।

ତେବେ ଚଳିତ ବର୍ଷ ବିଳମ୍ଵ ହେଲେ ମଧ୍ୟ ଭଲ ଫସଲ ହେବାର ଆଶା ବିଶ୍ଵାସ ରଖିଛନ୍ତି ଚାଷିମାନେ ବୋଲି କୁହନ୍ତି ଧରାକୋଟ ବ୍ଳକ ବୋରିଗଡା ଗ୍ରାମର ଚାଷୀ ସୀମାଚଞ୍ଚ ପାତ୍ର।

ଏମିତି କି ରଜ ପରେ ପରେ କିମ୍ବା ରଜ ପୂର୍ବରୁ ସବୁ ବର୍ଷ ଭଲ ବର୍ଷା ହେଉଥିଲା। ହେଲେ କିନ୍ତୁ ଚଳିତ ବର୍ଷ ବର୍ଷାର ଘୋର ଅଭାବ ଦେଖାଦେଇଥିଲା। ଏମିତି କି ଜିଲ୍ଲାର ହଜାର ହଜାର ହେକ୍ଟର ଚାଷ ଜମି ଫାଟି ଆଁ କରିଥିବା ବେଳେ ଅନେକ ଜମିରେ ମଧ୍ୟ ହଳ ଲଙ୍ଗଳ ବୁଲି ପାରୁନଥିଲା। ହେଲେ କିନ୍ତୁ ଗଲା ଦୁଇ ଦିନର ବର୍ଷା ଜଳ ଏବେ ଜିଲ୍ଲାର ଚାଷୀମାନଙ୍କ ପାଇଁ ବେଶ ସହାୟକ ହୋଇଛି। ଅନ୍ୟପଟେ କିନ୍ତୁ ରାଜ୍ୟରେ ମୌସୁମି ପ୍ରବେଶ ନେଇ ପାଣିପାଗ ବିଭାଗ ପକ୍ଷରୁ କେବେଠୁ ଘୋଷଣା କରାଗଲାଣି।

“ଏମିତି କି ଆଜି ସୁଦ୍ଧା ଭଲ ବର୍ଷା ହୋଇନଥିବା ହେତୁ ଚାଷ କାର୍ଯ୍ୟ ପୂରା ବିଳମ୍ଵ ଦେଖା ଦେଇଥିଲା। ହେଲେ ଏହି ବର୍ଷା ଚାଷୀମାନଙ୍କୁ ବେଶ ସହାୟକ ହୋଇଥିବା ବେଳେ ଆହୁରି ବର୍ଷାର ଆବଶ୍ୟକତା ରହିଛି,’’ କହିଛନ୍ତି କୁଶରାବ ଗାଁର ଚାଷୀ ଗୋପାଳ ନାୟକ।
Published by:Lipina Das
First published: