ବାତ୍ୟାକୁ ନେଇ ଚାଷୀ ଆତଙ୍କିତ: ମଣ୍ଡି ଖୋଲୁନି ପ୍ରଶାସନ; ଶାଗ ମାଛ ଦରରେ ଧାନ ନେଉଛନ୍ତି ଆନ୍ଧ୍ର ବେପାରୀ

ଡିସେମ୍ବର ଶେଷ ସପ୍ତାହରେ ଜିଲ୍ଲାରେ ଖୁବ୍ ଶୀଘ୍ର ମଣ୍ଡି ଖୋଲାଯିବ ଓ ସେହି ସମୟ ଯାଏଁ ଚାଷୀ ନିଜ ଧାନକୁ ସୁରକ୍ଷିତ ଭାବେ ରଖିବା ପାଇଁ ଉପଦେଶ ଦେଇଛନ୍ତି ଯୋଗାଣ ବିଭାଗ ଅଧିକାରୀ ।

ଡିସେମ୍ବର ଶେଷ ସପ୍ତାହରେ ଜିଲ୍ଲାରେ ଖୁବ୍ ଶୀଘ୍ର ମଣ୍ଡି ଖୋଲାଯିବ ଓ ସେହି ସମୟ ଯାଏଁ ଚାଷୀ ନିଜ ଧାନକୁ ସୁରକ୍ଷିତ ଭାବେ ରଖିବା ପାଇଁ ଉପଦେଶ ଦେଇଛନ୍ତି ଯୋଗାଣ ବିଭାଗ ଅଧିକାରୀ ।

ଡିସେମ୍ବର ଶେଷ ସପ୍ତାହରେ ଜିଲ୍ଲାରେ ଖୁବ୍ ଶୀଘ୍ର ମଣ୍ଡି ଖୋଲାଯିବ ଓ ସେହି ସମୟ ଯାଏଁ ଚାଷୀ ନିଜ ଧାନକୁ ସୁରକ୍ଷିତ ଭାବେ ରଖିବା ପାଇଁ ଉପଦେଶ ଦେଇଛନ୍ତି ଯୋଗାଣ ବିଭାଗ ଅଧିକାରୀ ।

  • Share this:
News18 Odia Digital

ଗଜପତି: ପୁଣି ଏକ ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷିବା ନେଇ ପାଣିପାଗ ବିଭାଗ ପୂର୍ବନୁମାନ କରିଛି । ଗଜପତି ଜିଲ୍ଲାରେ ଏଯାଏଁ ମଣ୍ଡି ଖୋଲିନାହିଁ ସେପଟେ ଅମଳ ଧାନ ରଖିବା ପାଇଁ ପର୍ଯ୍ୟାପ୍ତ ସ୍ଥାନ ନାହିଁ । ଫଳରେ ଧାନ ଅମଳ ପରେ ସାଇତି ରଖିବାରେ ଅସୁବିଧା ଥିବା ବେଳେ ବାରମ୍ବାର ବର୍ଷା ମାଡ଼ ଆନ୍ଧ୍ର ବ୍ୟବସାୟୀଙ୍କୁ ବେଶ୍ ସୁହାଇଛି । ଚାଷୀଙ୍କ ବାଧ୍ୟବାଧକତାକୁ ଦୃଷ୍ଟିରେ ରଖି ଆନ୍ଧ୍ର ବ୍ୟବସାୟୀମାନେ ମଧ୍ୟ ଚାଷୀଙ୍କ ଅମଳ ଧାନକୁ ଶାଗମାଛ ଦରରେ କିଣି ନେଉଛନ୍ତି । ପ୍ରତିଦିନ ଶହ ଶହ ଟ୍ରକ୍ ଧାନ ଆନ୍ଧ୍ରକୁ ଚାଲାଣ ହେଉଛି।

ତେବେ ଡିସେମ୍ବର ଶେଷ ସପ୍ତାହରେ ଜିଲ୍ଲାରେ ଖୁବ୍ ଶୀଘ୍ର ମଣ୍ଡି ଖୋଲାଯିବ ଓ ସେହି ସମୟ ଯାଏଁ ଚାଷୀ ନିଜ ଧାନକୁ ସୁରକ୍ଷିତ ଭାବେ ରଖିବା ପାଇଁ ଉପଦେଶ ଦେଇଛନ୍ତି ଯୋଗାଣ ବିଭାଗ ଅଧିକାରୀ ।

ପ୍ରଶାସନ ପକ୍ଷରୁ ଏଯାଏଁ ମଣ୍ଡି ଖୋଲିନାହିଁ । ସେପଟେ ଅମଳ ଧାନ ରଖିବା ପାଇଁ ପର୍ଯ୍ୟାପ୍ତ ସ୍ଥାନ ନାହିଁ । ଫଳରେ ଅମଳ ଧାନକୁ କେତେକ ଚାଷୀ ଖୋଲା ଆକାଶ ତଳେ ପକାଇ ରଖିଛନ୍ତି ତ ଆଉ କିଛି ଧାନ କାଟି ଗଦା କରି ରଖିଛନ୍ତି । ଚଳିତ ବର୍ଷ ବାରମ୍ବାର ବର୍ଷା ମାଡ଼ ହେଉଥିବାରୁ ଖୋଲା ଆକାଶ ତଳେ ଥିବା ଧାନ ନଷ୍ଟ ହେବା ଆଶଙ୍କା ପ୍ରକାଶ ପାଇଛି । ତେଣୁ ଚାଷୀମାନେ ନିଜ ଧାନ ବିକ୍ରି କରିବା ପାଇଁ ଉତ୍ସୁକତାର ଚାହିଁ ରହିଛନ୍ତି । ଏହାର ଫାଇଦା ନେଇ ଆନ୍ଧ୍ରର ବ୍ୟାବୟାସୀମାନେ ଓ ଗଜପତି ଜିଲ୍ଲାରେ ଡେରା ପକାଇ ବସିଛନ୍ତି । ଚାଷୀଙ୍କ ଠାରୁ ଶାଗମାଛ ଦରରେ ଧାନ କିଣିନେବାକୁ ପ୍ରୟାସ କରୁଛନ୍ତି । ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଥିବା ଚାଷୀ ମଧ୍ୟ ଆନ୍ଧ୍ର ବ୍ୟବସାୟୀଙ୍କ କଥାରେ କମ୍ ଦରରେ ହେଉ ପଛେ ଏହା ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି । ଆଉ ଏକ ପ୍ରଶାସନିକ ଭଲ ମଧ୍ୟ ଚାଷୀଙ୍କୁ ଏଭଳି କରିବାକୁ ବାଧ୍ୟ କରୁଛି । ଚାଷୀମାନଙ୍କ ନାମ ପଞ୍ଜିକରଣ ସମୟରେ ସେମାନଙ୍କ ନିକଟରେ ପ୍ରକୃତ ଜମି ବଦଳରେ ବହୁ କମ୍ ଜମି ଥିବା ଦର୍ଶାଯାଇଛି । ଯାହା ଫଳରେ ବଳକା ଧାନକୁ ସେମାନେ କିଭଳି ବିକ୍ରି କରିବେ ସେନେଇ ମଧ୍ୟ ଚାଷୀ ଚିନ୍ତାରେ ପଡ଼ିଛନ୍ତି।

ଗଜପତି ଜିଲ୍ଲାରେ ଏଯାଏଁ ମଣ୍ଡି ଖୋଲିନାହିଁ


ଗତ ଲଗାଣ ବର୍ଷାରେ ଅନେକ ଧାନ ନଷ୍ଟ ହୋଇଥିବା ବେଳେ ଏବେ ଆଉ ଲଘୁଚାପ ଯୋଗୁଁ ଆସନ୍ତା ଦିନେ ଦୁଇଦିନ ମଧ୍ୟରେ ଖୁବ ବର୍ଷିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହାକୁ ବହୁତ ଚିନ୍ତାରେ ଅଛୁ । ଗତ ବର୍ଷାରେ ଅଧିକରୁ ଅଧିକ ଧାନ ନଷ୍ଟ ହୋଇଯାଇଛି। ଯାହା ବଳକା ଅଛି ତାହାକୁ ଆମେ ଆନ୍ଧ୍ର ବ୍ୟବସାୟୀକୁ ବିକ୍ରି କରିଦେଉଛୁ । ଅମଳ ଧାନ ରିଖବା ପାଇଁ ଜାଗା ନାହିଁ କି ସରକାର ଏ ପର୍ଯ୍ୟନ୍ତ ମଣ୍ଡି ଖୋଲୁନାହାଁନ୍ତି। ତେଣୁ ନିଜର ଅମଳ ଧାନକୁ କମ୍ ଦର ହେଉ ପଛେ ବିକ୍ରି କରିଦେଉଛି” ବୋଲି କହିଛନ୍ତି ଚାଷୀ ରଙ୍ଗନିଧୀ ପାତ୍ର।

କୃଷକ ସଂଘ ସଭାପତି ସୂର୍ଯ୍ୟନାରାୟଣ ପଟ୍ଟନାୟକ କହିଛନ୍ତି, “ଚଳିତ ବର୍ଷ ସରକାର ଧାନ କୁଣ୍ଟାଲ ପିଛା ୧,୯୪୦ ଟଙ୍କା ଦର ଧାର୍ଯ୍ୟ କରିଛନ୍ତି। ହେଲେ ଏବେ ଚାଷୀ ପରିସ୍ଥିତିରେ ପତି ନିଜର ଧାନକୁ ମାତ୍ର ୯୦୦ ହଜାରେ ଟଙ୍କାରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି । ଏହା ନହେଲେ ଏତେ ଶୀଘ୍ର ମଣ୍ଡି ଖୋଲିବା ନେଇ କୌଣସି ସୂଚନା ନଥିବା ବେଳେ ଲଘୁଚାପ ଜନିତ ବର୍ଷାରେ ଧାନ ନଷ୍ଟ ହେବାର ସମ୍ଭାବନା ରହିଛି ।’’

ଶାଗ ମାଛ ଦରରେ ଧାନ ନେଉଛନ୍ତି ଆନ୍ଧ୍ର ବେପାରୀ


ଡିସେମ୍ବର ଶେଷ ସପ୍ତାହରେ ମଣ୍ଡି ଖୋଲାଯିବା ନେଇ ସ୍ଥିର ହୋଇଛି । ସେହି ସମୟ ଯାଏଁ ଚାଷୀ ନିଜ ଧାନ ନିଜେ ସୁରକ୍ଷିତ ଭାବେ ରଖିବା ଆବଶ୍ୟକ ବୋଲି ଜିଲ୍ଲା ଯୋଗାଣ ଅଧିକାରୀ ସେ କହିଛନ୍ତି।

ଗୋଟିଏ ପ୍ରକୃତିର ଦାଉ ଅନ୍ୟପଟେ ପ୍ରଶାସନିକ ଅବହେଳାରେ ପେଶି ହୋଉଛନ୍ତି ସାଧାରଣ ଚାଷୀ । ଏଭଳି ସ୍ଥିତିରେ ଚାଷୀଙ୍କ ଉନ୍ନତି ପାଇଁ ବିଭିନ୍ନ ପଦେକ୍ଷପ ଗ୍ରହଣ କରୁଥିବା ଘୋଷଣା ସରକାରଙ୍କ କେବଳ ଫମ୍ପା ଆୱାଜ୍ ବୋଲି କହିଲେ କିଛି ଭୂଲ ହେବ ନାହିଁ।
Published by:Lipina Das
First published:
)}