ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ଅବହେଳା ଦାବିରେ RDC କାର୍ଯ୍ୟାଳୟ ଆଗରେ ଧାରଣ ଦେଲେ ହୀରାକୁଦ ବିସ୍ଥାପିତ ପରିବାର

ଅବହେଳା ଦାବିରେ RDC କାର୍ଯ୍ୟାଳୟ ଆଗରେ ଧାରଣ ଦେଲେ ହୀରାକୁଦ ବିସ୍ଥାପିତ ପରିବାର

ହୀରାକୁଦ ବିସ୍ଥାପିତଙ୍କ ବର୍ଷ ବର୍ଷର ଦାବି ପୂରଣ କରିବାରେ ସରକାରଙ୍କ ଅବହେଳା ପ୍ରତିବାଦରେ ହୀରାକୁଦ ବୁଡ଼ି ଅଞ୍ଚଳ ସଂଗ୍ରାମ ସମିତି ତରଫରୁ ସମ୍ବଲପୁରରେ ଉତ୍ତରାଞ୍ଚଳ RDC କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି ।

ଅବହେଳା ଦାବିରେ RDC କାର୍ଯ୍ୟାଳୟ ଆଗରେ ଧାରଣ ଦେଲେ ହୀରାକୁଦ ବିସ୍ଥାପିତ ପରିବାର
RDC ଅଫିସ ଆଗରେ ହୀରାକୁଦ ବିସ୍ଥାପିତ ପରିବାର ଧାରଣା ଦେଇଛନ୍ତି (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: November 22, 2021, 8:27 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ସମ୍ବଲପୁର: ହୀରାକୁଦ ବିସ୍ଥାପିତଙ୍କ ବର୍ଷ ବର୍ଷର ଦାବି ପୂରଣ କରିବାରେ ସରକାରଙ୍କ ଅବହେଳା ପ୍ରତିବାଦରେ ହୀରାକୁଦ ବୁଡ଼ି ଅଞ୍ଚଳ ସଂଗ୍ରାମ ସମିତି ତରଫରୁ ସମ୍ବଲପୁରରେ ଉତ୍ତରାଞ୍ଚଳ RDC କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି ।

ନଭେମ୍ବର ୧୫ ତାରିଖରେ ଝାରସୁଗୁଡ଼ାଠାରେ ବିଜୁ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ ଅବସରରେ ମୁଖ୍ୟମନ୍ତ୍ରୀ ଭିଡ଼ିଓ କନ୍ଫରେନ୍ସ ମାଧ୍ୟମରେ ୨୦ ଜଣ ବିସ୍ଥାପିତ ପରିବାରଙ୍କୁ ୧୦ଡିସମିଲ ଲେଖାଏଁ ଜାଗାର ପଟ୍ଟା ବଣ୍ଟନ କରିଥିଲେ । ଏହା ସହ ବିସ୍ଥାପିତ ହୋଇଥିବା ୨୦୦୦ ଜଣଙ୍କୁ ରାଜ୍ୟ ସରକାର ପଟ୍ଟା ଦେବେ ବୋଲି ଘୋଷଣା ମଧ୍ୟ କରିଛନ୍ତି । କିନ୍ତୁ ବାକି ହଜାର ହଜାର ବିସ୍ଥାପିତଙ୍କ ପରିବାର ୧୦ ଡିସମିଲ ପାଇ ନାହାନ୍ତି । ସରକାର ତୁରନ୍ତ କିଛି ଉଚିତ ପଦକ୍ଷେପ ନେଇ ସମସ୍ତ ବିସ୍ଥାପିତଙ୍କୁ ୧୦ ଡିସମିଲ ଜାଗା ସହ ପଟ୍ଟା ଦିଅନ୍ତୁ ବୋଲି ଦାବୀ କରିଛି ହୀରାକୁଦ ବୁଡି ଅଞ୍ଚଳ ସଂଗ୍ରାମ ସମିତି ।

ଦୀର୍ଘ ୬୪ବର୍ଷରୁ ଉର୍ଦ୍ଧ୍ବ ହେବ ଅନେକେ ଜମି ପଟ୍ଟା ପାଇବା ଆଶା କରି ମରି ହଜି ଗଲେଣି। ତାଙ୍କ ପରିବାର ଲୋକ ମଧ୍ୟ ହଇରାଣ ହେଉଛନ୍ତି। କେତେକଙ୍କ ପାଖରେ କୌଣସି ନଥି ପତ୍ର ମଧ୍ୟ ନାହିଁ । ବର୍ତ୍ତମାନ ସେମାନଙ୍କ ଅବସ୍ଥା କଣ ହେବ। ଏତେ ବର୍ଷ ପରେ ସରକାର ଶୁଣି ଥିବାରୁ ସଂଗ୍ରାମ ସମିତି ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଛି। କିନ୍ତୁ ବାକି ହଜାର ହଜାର ବିସ୍ଥାପିତଙ୍କ ପରିବାର ୧୦ ଡିସମିଲ ପାଇ ନାହାନ୍ତି ସେମାନଙ୍କର ପରିବାର ପାଇଁ ମୁଖ୍ୟମନ୍ତ୍ରୀ କଣ ଆଭିମୁଖ୍ୟ ଗ୍ରହଣ କରିଛନ୍ତି ବୋଲି ପ୍ରଶ୍ନ କରିଛି ସମିତି ।

"ଅଭିବକ୍ତ ସମ୍ବଲପୁର ଜିଲ୍ଲାରେ ବାକି ରହିଯାଇଥିବା ୧୬ ହଜାର ୯୩୪ ବିସ୍ଥାପିତ ପରିବାରଙ୍କୁ ସରକାର କୌଣସି ଜମି ପଟ୍ଟା ଦେଇ ନାହାନ୍ତି । ଶୀଘ୍ର ଏହାର ସମାଧାନର କରିବା ସହ ବାକି ରହିଯାଇଥିବା ବିସ୍ଥାପିତ ପରିବାରଙ୍କୁ ଜମି ପଟ୍ଟା ପ୍ରଦାନ କରାଯାଉ," କହିଛନ୍ତି ହୀରାକୁଦ ବୁଡି ଅଞ୍ଚଳର ସଂଗ୍ରାମ ସମିତିର  ସାଧାରଣ ସମ୍ପାଦକ ଗୋପୀନାଥ ମାଝୀ।
Published by: Soumya Das
First published: November 22, 2021, 8:27 PM IST