ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ଆଜିର ଏହି ଡିଜିଟାଲ୍ ଦୁନିଆରେ ହଜିଗଲାଣି ଡାକ ବାକ୍ସର ଚାହିଦା; ଭଙ୍ଗା ଦଦରା ଅବସ୍ଥାରେ ଝୁଲୁଛି

ଆଜିର ଏହି ଡିଜିଟାଲ୍ ଦୁନିଆରେ ହଜିଗଲାଣି ଡାକ ବାକ୍ସର ଚାହିଦା; ଭଙ୍ଗା ଦଦରା ଅବସ୍ଥାରେ ଝୁଲୁଛି

ସବୁରି ହାତରେ ଏବେ ଭଳି କି ଭଳି ମୋବାଇଲ ସାଙ୍ଗକୁ କମ୍ପ୍ୟୁଟର ଭଳି ସୁବିଧା ରହିଛି । ମାତ୍ର କେଇ ସେକଣ୍ଡ ମଧ୍ୟରେ ଖବର ଅ।ଦାନ ପ୍ରଦାନ ଅର୍ଥ ଦେଣନେଣ ମଧ୍ୟ ହୋଇପାରୁଛି । ଅ।ଉ ଲୋକଙ୍କ ଆବଶ୍ୟକତା ପଡୁନାହିଁ ଡାକ ବାକ୍ସର ଚିଠିପତ୍ର ।

ଆଜିର ଏହି ଡିଜିଟାଲ୍ ଦୁନିଆରେ ହଜିଗଲାଣି ଡାକ ବାକ୍ସର ଚାହିଦା; ଭଙ୍ଗା ଦଦରା ଅବସ୍ଥାରେ ଝୁଲୁଛି
ଆଜିର ଏହି ଡିଜିଟାଲ୍ ଦୁନିଆରେ ହଜିଗଲାଣି ଡାକ ବାକ୍ସର ଚାହିଦା
  • News18 Odia
  • Last Updated: October 22, 2021, 4:08 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଗଞ୍ଜାମ: ଦିନ ଥିଲା କାହା ସହିତ କଥା ହେବାକୁ ହେଲେ ଖୋଜା ପଡୁଥିଲା ଡାକ ବାକ୍ସ ଟିଏ । ହାତରେ ଚିଠିଟିଏ ଲେଖି ଦେଇ ଗାଁ ଦାଣ୍ଡରେ ଝୁଲୁଥିବା ଡାକବାକ୍ସରେ ପକାଇ ଦେଲେ ବେଶ୍ ସହଜରେ ଦୁଇ ବନ୍ଧୁଙ୍କ ମଧ୍ୟରେ କଥାବାର୍ତ୍ତା ହୋଇପାରୁଥିଲା । ହେଲେ କିନ୍ତୁ ସେହି ଦିନ ଅ।ଜି ଅ।ଉ ନାହିଁ । ଅ।ଜିର ଡିଜିଟାଲ୍ ଯୁଗରେ ସବୁରି ହାତରେ ମୋବାଇଲ ସାଙ୍ଗକୁ ଭଳି କି ଭଳି ନେଟଓ୍ଵାର୍କ ବ୍ୟବସ୍ଥା । ମାତ୍ର କେଇ ମିନଟ ମଧ୍ୟରେ କଥାବାର୍ତ୍ତା ସାଙ୍ଗକୁ ଭିଡିଓ କଲିଂ ଓ ଟଙ୍କା ଦେଣନେଣ ବେଶ୍ ସହଜରେ ହୋଇପାରୁଛି । ଏହାରି ପ୍ରଭାବରେ ସମ୍ପୂର୍ଣ୍ଣ ରୂପେ ହଜିଯିବାକୁ ବସିଲାଣି ସେହି ପୁରାତନ ଡାକବାକ୍ସ । କେବଳ ଖରାତରା ଖାଇ ଭଙ୍ଗା ଦଦରା ଅବସ୍ଥାରେ ଗାଁ ଡାକଘରର ସମ୍ମୁଖରେ ଝୁଲୁଛି ଡାକ ବାକ୍ସ । ସତେ ଯେମିତି ଅ।ଜି ସେହି ପୁରୁଣା ଅତିତକୁ ମନେ ପକାଇ କାନ୍ଦୁଛି ଡାକ ବକ୍ସ ।

ଦିନ ଥିଲା ପ୍ରତିଟି ଗାଁ ଦାଣ୍ଡରେ ଥିବା ଡାକ ଘର ସମ୍ମୁଖରେ ଝୁଲୁଥିଲା ଡାକ ବାକ୍ସଟିଏ । ସମସ୍ତେ କେବଳ ନିର୍ଭର କରୁଥିଲେ ସେହି ଡାକ ବାକ୍ସ ଉପରେ । ନିଜ ପରିବାର ସଦସ୍ୟ ହେଉ ବା ସରାକାରୀ କାର୍ଯ୍ୟ ସବୁ କିଛି ସେହି ଡାକ ବାକ୍ସ ଉପରେ ନିର୍ଭର କରୁଥିବା ବେଳେ ଠିକ୍ ଅପରାହ୍ନ ସମୟରେ ଡାକ ବାଲା ଟିଏ ନିଜ ସାଇକେଲର ଘଣ୍ଟି ବଜାଇ ଘରକୁ ଘର ବୁଲି ବାଣ୍ଟୁଥିଲା ଚିଠିପତ୍ର । ଡାକ ବାଲାର ଅ।ସିବା ବାଟକୁ ସମସ୍ତେ ଯେମିତି ଅନାଇ ବସୁଥିଲେ । ହେଲେ କିନ୍ତୁ ମାତ୍ର କେଇଟା ବର୍ଷ ମଧ୍ୟରେ ପୂରା ବଦଳି ଯାଇଛି ଯୁଗ । ଅ।ଉ ଏତେ ମାତ୍ରାରେ ଡିଜିଟାଲ ଯୁଗର ସମାଜ ଉପରେ ପଡ଼ିଛି ଯେ ବର୍ଷ ବର୍ଷର ସେହି ପୁରାତନ ଡାକ ବାକ୍ସ ଏବେ ଅଲୋଡା ହୋଇପଡ଼ିଛି ।

ସବୁରି ହାତରେ ଏବେ ଭଳି କି ଭଳି ମୋବାଇଲ ସାଙ୍ଗକୁ କମ୍ପ୍ୟୁଟର ଭଳି ସୁବିଧା ରହିଛି । ମାତ୍ର କେଇ ସେକଣ୍ଡ ମଧ୍ୟରେ ଖବର ଅ।ଦାନ ପ୍ରଦାନ ଅର୍ଥ ଦେଣନେଣ ମଧ୍ୟ ହୋଇପାରୁଛି । ଅ।ଉ ଲୋକଙ୍କ ଆବଶ୍ୟକତା ପଡୁନାହିଁ ଡାକ ବାକ୍ସର ଚିଠିପତ୍ର । କେବଳ ଭଙ୍ଗା ଦଦରା ଅବସ୍ଥାରେ ଏବେ ଡାକ ବାକ୍ସ ଡାକଘର ସମ୍ମୁଖରେ ଦଣ୍ଡନିୟ ଭଳି ଝୁଲି ରହିଛି ।

କମି ଗଲାଣି ଡାକ ବାକ୍ସର ଚାହିଦା


‘‘ଯାହାକୁ ନେଇ ଲୋକ ମାନେ ଏବେ ସେହି ପୁରାତନ ଡାକ ବକ୍ସର କଥାକୁ କେବଳ ମନେ ପକାଇବା ସହ ଅନ୍ୟ କୌଣସୀ ଉପାୟ ନାହିଁ । ତଥାପି ଏହି ଡାକ ବକ୍ସକୁ ପୁଣି ଲୋକଙ୍କ ମନକୁ ଜିଣିବା ପାଇଁ ହେଲେ ଡାକ ବିଭାଗ ପକ୍ଷରୁ ଗାଁ ଗାଁରେ ସଚେତନତା କରାଯିବାର ଆବଶ୍ୟକତା ରହିଛି,’’ କହିଛନ୍ତି ବାଇସଫଳ ଗ୍ରାମର ପାଣ୍ଡବ ବରାଡ଼ ।

ଖାଲି ସେତିକି ନୁହେଁ । ଅନେକ ଅଞ୍ଚଳରେ ମଧ୍ୟ ଡାକ ବାକ୍ସ ଭଙ୍ଗା ଦଦରା ହୋଇ ପଡ଼ି ରହିଥିବା ବେଳେ ଚିଠିପତ୍ର ଅ।ସୁନଥିବା ହେତୁ ମାସ ମାସ ଧରି ଖୋଲାଯାଉ ନାହିଁ । ଏଥି ସହ ସଡ଼କ ନିର୍ମାଣରେ ମଧ୍ୟ ପୋତି ହୋଇଗଲାଣି ପୁରାତନ ଡାକ ବାକ୍ସ । କେବେ ବି ଏହାକୁ ପୁଣି ଲୋକଙ୍କ ମନକୁ ଜିଣିପାରିବ ସେ ନେଇ କୌଣସୀ ବ୍ୟବସ୍ଥା ଗ୍ରହଣ କରାଯାଉନଥିବା ବେଳେ ଡାକ ବାକ୍ସ ଅ।ଜି ନିଜର ପୁରାତନ ପରିଚୟ ହରାଇବାକୁ ବସିଛି ।

ଭଙ୍ଗା ଦଦରା ଅବସ୍ଥାରେ ଝୁଲୁଛି ଡାକ ବାକ୍ସ


ସତେ ଯେମିତି ଅ।ଜିର ଏହି ନୂତନତ୍ଵ ଦୁନିଅ।ରେ ଏହି ପୁରାତନ କଥାକୁ ସମସ୍ତେ ଭୁଲି ଯାଇଛନ୍ତି କହିଲେ କିଛି ଭୁଲ୍ ହେବ ନାହିଁ । ତଥାପି ଏହାକୁ ବଞ୍ଚାଇ ରଖିବାର ମଧ୍ୟ ଆବଶ୍ୟକତା ରହିଛି । ଗାଁ ଗାଁରେ ସଚେତନତା ବୈଠକ ମାଧ୍ୟମରେ ଲୋକଙ୍କୁ ସଚେତନତା କରାଗଲେ ଏହା ପୁଣି ଲୋକଙ୍କ ପାଇଁ ଅ।ଦୃତ ହୋଇପାରିବ ବୋଲି ମତ ପ୍ରକାଶ ପାଇଛି।

“ତେବେ ଏହି ଡାକ ବକ୍ସର ଚିତ୍ରଣ ବିଭାଗର କର୍ମଚାରୀମାନଙ୍କୁ ଏକ ପୁରାତନ ସନ୍ତକ ରୂପରେ ଗ୍ରହଣ କରାଯାଉଥିବା ବେଳେ ଏହାକୁ ପୁଣି ଲୋକେ କିଭଳି ବ୍ୟବହାର କରିବେ ସେ ନେଇ ଡାକ ବିଭାଗର ଉଚ୍ଚ କତ୍ତୃପକ୍ଷମାନେ ନଜର ଦେଲେ ଭଲ ହୁଅନ୍ତା,’’ କହିଛନ୍ତି କୁରୁଳା ଗ୍ରାମର ପୋଷ୍ଟ ମାଷ୍ଟର ରାମଚନ୍ଦ୍ର ପଟ୍ଟନାୟକ ।

ତେବେ ଏଥି ପ୍ରତି ସରକାର ନଜର ଦେବାର ସମୟ ଆସିଛି । ନଚେତ୍ ଏମିତି ସମୟ ଅ।ସିବ ଡାକ ବାକ୍ସ ଏକ ଉଦାହରଣ ହୋଇ ରହିଯିବ ।
Published by: Lipina Das
First published: October 22, 2021, 4:08 PM IST