ଭୁବନେଶ୍ୱରରେ ୫ ବର୍ଷୀୟ ବାଳକର ମୃତ୍ୟୁ: ‘‘ମୋ’ ମାଆ ଶାଢ଼ିରେ ସାଇରାମର ବେକକୁ ଚିପି ଧରିଥିଲେ’’

ଭୁବନେଶ୍ଵର ରାଜୀବ ନଗରର ପାଞ୍ଚ ବର୍ଷର ଶିଶୁ ପୁତ୍ର ସାଇରାମ ପାତ୍ରର ହତ୍ୟା ଘଟଣାରେ ଏହି କୁନି ଝିଅର ବୟାନକୁ ପୋଲିସ ତଦନ୍ତରେ ଏକ ବଳିଷ୍ଠ ସାକ୍ଷ ଭାବେ ଗ୍ରହଣ କରିଛି l

ଭୁବନେଶ୍ୱରରେ ୫ ବର୍ଷୀୟ ବାଳକର ମୃତ୍ୟୁ: ‘‘ମୋ’ ମାଆ ଶାଢ଼ିରେ ସାଇରାମର ବେକକୁ ଚିପି ଧରିଥିଲେ’’
ମୃତ ବାଳକ ସାଇରାମ; (ଡାହାଣ) ଅଭିଯୁକ୍ତ ପଡ଼ୋଶୀ ତନୁଶ୍ରୀ ପରମାଣିକଙ୍କ ସହ ତାଙ୍କ ଝିଅ
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଜୁନ ୪ ତାରିଖ ମଧ୍ୟ୍ୟାହ୍ନରେ ଭୁବନେଶ୍ଵର ରାଜୀବ ନଗରର ପାଞ୍ଚ ବର୍ଷର ବାଳକ ସାଇରାମ ନିଜ ପଡ଼ୋଶୀ ମହିଳାଙ୍କ ଘରେ ମୃତ ମିଳିବା ଘଟଣାରେ ଆସିଛି ଏକ ଲୋମହର୍ଷକ ମୋଡ଼ । ସାଇରାମକୁ ସେହି ପଡ଼ୋଶୀ ମହିଳା ତନୁଶ୍ରୀ ପରମାଣିକ ଗଳା ଚିପି ହତ୍ୟା କରିଥିବା କହିଛି ତାଙ୍କ ପାଞ୍ଚ ବର୍ଷର ଝିଅ ।

‘‘ଏକ ନୂଆ ଗେମ୍‌ ଖେଳିବାକୁ କହି ମା’ ମୋତେ ଓ ସାଇରାମକୁ ଡ୍ରଇଂ ରୁମରୁ ବେଡ଼ରୁମକୁ ଡାକି ନେଇଥିଲେ l ମା’ ନିଜ ଶାଢ଼ିରେ ସାଇରାମର ବେକକୁ ଚିପି ଧରିଥିଲେ l ସାଇ କାନ୍ଦିବାରୁ ମା’ ତା’ ବେକକୁ ଆହୁରି ଜୋରରେ ଚିପି ଦେଇଥିଲେ,’’ ବିଚାରପତିଙ୍କ ଆଗରେ ଦଫା ୧୬୪ରେ ବୟାନ ରେକର୍ଡ ବେଳେ ଏହି ବୟାନ ଦେଇଛି ପାଞ୍ଚ ବର୍ଷର କୁନି ଝିଅଟି l

ଭୁବନେଶ୍ଵର ରାଜୀବ ନଗରର ପାଞ୍ଚ ବର୍ଷର ଶିଶୁ ପୁତ୍ର ସାଇରାମ ପାତ୍ରର ହତ୍ୟା ଘଟଣାରେ ଏହି କୁନି ଝିଅର ବୟାନକୁ ପୋଲିସ ତଦନ୍ତରେ ଏକ ବଳିଷ୍ଠ ସାକ୍ଷ ଭାବେ ଗ୍ରହଣ କରିଛି l

ଜୁନ ୪ ତାରିଖ ମଧ୍ୟ୍ୟାହ୍ନରେ ସାଇରାମ ନିଜ ଘର ପାଖରେ ଥିବା ପଡ଼ୋଶୀ ତନୁଶ୍ରୀ ପରମାଣିକଙ୍କ ଘରର ଚଟାଣରେ ମୃତ ମିଳିଥିଲା । ଏହି ଘଟଣାକୁ  ୧୦ ଦିନ ବିତିଯାଇଥିଲେ ବି ଆଜି ପର୍ଯ୍ୟନ୍ତ ତନୁଶ୍ରୀ ପରମାଣିକକୁ ଗିରଫ କରାଯାଇ ନ ଥିବାରୁ ପୋଲିସ ଉପରେ ପ୍ରଶ୍ନ ଉଠାଇଛନ୍ତି ସାଇରାମଙ୍କ ବାପା ସମୀର କୁମାର ପାତ୍ର l

ସାଇରାମର ମୃତ୍ୟୁ ପରେ ତା’ ପରିବାର ଦୁଃଖରେ ଭାଙ୍ଗି ପଡ଼ିଛି ।


‘‘ସତରେ ତନୁଶ୍ରୀଙ୍କ ମୁଣ୍ଡ ଦୋଷ ଅଛି ନା ଗିରଫରୁ ବର୍ତ୍ତିବା ପାଇଁ ସେ ଏଭଳି ଏକ ନାଟକ କରି AIIMSରେ ଚିକିତ୍ସିତ ହେଉଛନ୍ତି? ହସ୍ପିଟାଲରେ ତନୁଶ୍ରୀଙ୍କର କଣ ଚିକିତ୍ସା ଚାଲିଛି ତାହା ଜାଣିବାକୁ ଆରଟିଆଇରେ AIIMSକୁ ତଥ୍ୟ ମାଗିବାକୁ ପଡ଼ିବ,’’ କହିଛନ୍ତି ସମୀର ପାତ୍ର ।

ଏହି ମୃତ୍ୟୁ ଘଟଣା ପର ଠାରୁ ତନୁଶ୍ରୀ AIIMSରେ ଆଡ଼ମିଟ ହୋଇଥିବାରୁ ତାଙ୍କ ବୟାନ ରେକର୍ଡ଼ କରାଯାଇପାରୁ ନାହିଁ । ସେଥି ପାଇଁ ତଦନ୍ତ ଆଗକୁ ବଢ଼ି ପାରୁନି l ସାଇରାମର ମୃତ୍ୟୁର ପୂରା ଦୃଶ୍ୟ ତନୁଶ୍ରୀଙ୍କ ୫ ବର୍ଷର ଝିଅ ଦେଖିଥିବାରୁ ତା’ର ବୟାନ ରେକର୍ଡ଼ କରିବାକୁ ପୋଲିସ ଚାହିଁଥିଲା l ଏପରିକି ଝିଅଟି ପ୍ରାପ୍ତ ବୟସ୍କା ହୋଇ ନ ଥିଲେ ବି ତାକୁ ପ୍ରତ୍ୟକ୍ଷଦର୍ଶୀ କରିଥିଲା ପୋଲିସ l

ବହୁ ସତର୍କତାର ସହ ମଙ୍ଗଳବାର ଖଣ୍ଡଗିରି ଥାନାରେ ଝିଅର ୧୬୧ ଦଫାରେ ବୟାନ ରେକର୍ଡ଼ କରିଥିଲା ପୋଲିସ l କୁନି ଝିଅଟି ଯାହା ଦେଖିଥିଲା ତାହା ପୋଲିସ ପାଖରେ କହିଥିଲା l ଏହା ପରେ ଭୁବନେଶ୍ଵର ଜୁଡିସିଆଲ ମାଜିଷ୍ଚ୍ରେଟ ଫାଷ୍ଟଟ୍ରାକ କୋର୍ଟ (ଜେଏମଏଫସି)ଙ୍କ କୋର୍ଟରେ ଝିଅ ବୟାନ ଦେଇଥିଲା l

ଆଇନଜୀବୀ ସିଦ୍ଧାର୍ଥ ଦାସ କହିଛନ୍ତି, ‘‘ଏହି ସନ୍ଦେହଜନକ ମୃତ୍ୟୁ ଘଟଣାରେ କେବଳ ତନୁଶ୍ରୀଙ୍କ ସାନ ଝିଅଟି ପ୍ରତ୍ୟେକ୍ଷଦର୍ଶୀ ଥିବାରୁ ତା’ର ବୟାନ ବେଶ ଗୁରୁତ୍ଵପୂର୍ଣ୍ଣ l କିନ୍ତୁ ତନୁଶ୍ରୀଙ୍କର ଯଦି ମୁଣ୍ଡ ଦୋଷ ରହିଛି ତେବେ ସେ ନିର୍ଦ୍ଦୋଶରେ ଖଲାସ ହେବାର ଯଥେଷ୍ଟ ସମ୍ଭାବନା ରହିଛି l’’

ଜୁନ ୪ ତାରିଖରେ ଘଟିଥିଲା ଏହି ଲୋକଟାଙ୍କୁରା ଘଟଣା l ପ୍ରଥମ ଦିନରୁ ହିଁ ଏହା ଏକ ହତ୍ୟା ଓ ତନୁଶ୍ରୀଙ୍କୁ ହତ୍ୟାକାରୀଣୀ ବୋଲି ସନ୍ଦେହ କରାଯାଉଥିଲା l କିନ୍ତୁ ଏବେ ଧୀରେ ଧୀରେ ଘଟଣା ଉପରୁ ପରଦା ହଟୁଛି l ଶବ ବ୍ୟବଛେଦ ରିପୋର୍ଟ ମଧ୍ୟ ଆସିସାରିଛି l ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ ସାଇରାମର ବେକରେ ରାଉଣ୍ଡ ହୋଇ କଳା ଦାଗ ରହିଛି l ତେଣୁ ବେଳକୁ କପଡ଼ା ଦ୍ଵାରା ଚିପି ଦିଆଯାଇଛି l ଶ୍ଵାସରୁଦ୍ଧ ହେବା ଯୋଗୁଁ ତା’ର ମୃତ୍ୟୁ ହୋଇଥିବା ଡାକ୍ତର ରିପୋର୍ଟରେ ଉଲ୍ଲେଖ କରିଛନ୍ତି l

ଏହା ବି ପଢ଼ନ୍ତୁ: 

ଫ୍ୟାକ୍ଟ ଚେକ୍: ଏହି ତି୩ଟି ମୃତ୍ୟୁକୁ ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ସହ ଯୋଡ଼ାଯାଉଛି କାହିକି?

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୁମ୍ବାଇରେ ନିଜ ଘରେ ଆତ୍ମହତ୍ୟା କଲେ

କାହିଁକି ଡିପ୍ରେସନରେ ଥିଲେ ସୁଶାନ୍ତ ସିଂ ରାଜପୁତ? କଥିତ ଗର୍ଲଫ୍ରେଣ୍ଡ ରିୟାଙ୍କ ସହ ପଚରାଉଚରା କରିବ ପୋଲିସ୍‌

ସୁଶାନ୍ତ ସିଂ ରାଜପୁତଙ୍କ ପୂର୍ବ ମ୍ୟାନେଜର୍ ଦିଶା ୫ ଦିନ ତଳେ ୧୨ ମହଲାରୁ ତଳକୁ ଖସି ମରିଥିଲେ

ବେଶୀ ରୋଜଗାର ପାଇଁ ଏହି ୨୫ ବର୍ଷୀୟା ସୁପରକାର୍ ରେସର୍ ପର୍ଣ୍ଣ ଷ୍ଟାର୍ ହୋଇ ଭାରି ଖୁସି ଅଛନ୍ତି

ଇଂଲଣ୍ଡରେ ଏଣିକି ସାଙ୍ଗରେ ରହୁଥିବା ଲୋକ ବ୍ୟତୀତ ଆଉ କାହା ସହ ଯୌନ ସମ୍ପର୍କ ବେଆଇନ୍

ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ

ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ପତି ମଦ ପିଆଇଲା, ତା’ ପରେ ତା’ର ଚାରି ବନ୍ଧୁ ମହିଳାଙ୍କୁ ନିଜ ପିଲା ସାମନାରେ ରେପ୍ କଲେ

ପତ୍ନୀ ହେବ ତ ଏମିତି! ପତି ପେଟ୍ରୋଲରେ ଜଳେଇବାକୁ ଆସିଥିଲା, ନିଜେ ଜଳିଗଲା; ପତ୍ନୀ ତାକୁ ବଞ୍ଚାଇଲା 

ନିଜ ପତ୍ନୀ ଓ ୩ ପିଲାଙ୍କୁ ଛୁରୀରେ କାଟି ମାରିବା ପରେ ନିଜେ ଫାଶି ଲଗେଇ ମଲା ଯୁବକ

ନୂଆ ନିୟମ ଯୋଗୁଁ ଅମିତାଭ ବଚ୍ଚନଙ୍କ ହାତରୁ ଯିବ ୫ଟି ଫିଲ୍ମ? କୋଟି କୋଟି ଟଙ୍କାର କ୍ଷତି ହେବ!

କରୀନା କପୁର ଖାନ୍ ଓ ଅମୃତା ଆରୋରାଙ୍କ ୨୦ ବର୍ଷ ତଳର ଫଟୋ ଭାଇରାଲ୍ ହେଉଛି

ହ୍ରିତିକ ରୋଶନଙ୍କ ଭଉଣୀ ବଲିଉଡରେ ଡେବ୍ୟୁ କରୁଛନ୍ତି; ଅଭିନେତା କହିଲେ: ‘ତୁମ ପାଇଁ ଗର୍ବିତ’

ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେ

ଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ

‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ

ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା
First published: June 16, 2020, 9:48 PM IST