କଟକ IIFL ସୁନା ‘ଡକାୟତି’ର ଖୋଲୁଛି ଗୁମର: ଆତ୍ମଘୋଷିତ ବାବାଙ୍କ ଶରଣ ପଶିଥିଲା ଲାଲା

ଘଟଣାର ମାଷ୍ଟରମାଇଣ୍ଟ ତଥା ଆଇଆଇଏଫଏଲର ଆସିଷ୍ଟାଣ୍ଡ ମ୍ୟାନେଜର ଲାଲା ଅମ୍ରିତ ରାୟଙ୍କ ବାଲ୍ୟବନ୍ଧୁ ରଞ୍ଜନ ବେହେରା ଜଣେ ଆତ୍ମଘୋଷିତ ବାବା । ବ୍ୟାଙ୍କକୁ ନୂଆ ଅଡିଟର ଆସିଥିବାରୁ ଫସିଯିବା ଆଶଙ୍କା କରି ଲାଲା ରଞ୍ଜନଙ୍କ ଶରଣ ପଶିଥିଲା ।

କଟକ IIFL ସୁନା ‘ଡକାୟତି’ର ଖୋଲୁଛି ଗୁମର: ଆତ୍ମଘୋଷିତ ବାବାଙ୍କ ଶରଣ ପଶିଥିଲା ଲାଲା
କଟକରେ IIFL ସଂସ୍ଥାର ଏକ ଶାଖାରୁ ସୁନା ଲୁଟ୍ କରିଥିଲେ ଏହାର କେତେକ କର୍ମଚାରୀ ।
  • News18 Odia
  • Last Updated: November 27, 2020, 9:57 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: କଟକ ନୟାସଡ଼କ ସ୍ଥିତ ଅର୍ଥ ଲଗାଣକାରୀ ସଂସ୍ଥା ଆଇଆଇଏଫଏଲରୁ ଡକାୟତି ଘଟଣାରେ ପୋଲିସ ତଦନ୍ତ ଯେତିକି ଯେତିକି ଆଗକୁ ବଢୁଛି ପ୍ରତି ଦିନ କିଛି ନା କିଛି ନୂଆ ସୁରାକ ପୋଲିସ ହାତରେ ଲାଗୁଛି । ଏହି କ୍ରମରେ ଘଟଣାର ମାଷ୍ଟରମାଇଣ୍ଟ ତଥା ଆଇଆଇଏଫଏଲର ଆସିଷ୍ଟାଣ୍ଡ ମ୍ୟାନେଜର ଲାଲା ଅମ୍ରିତ ରାୟ ଓ ଅନ୍ୟତମ ଅଭିଯୁକ୍ତ ତଥା ଏହି ଘଟଣାରେ ଗରିଫ ହୋଇ ଜେଲରେ ଥିବା ଲାଲାର ବାଲ୍ୟବନ୍ଧୁ ରଞ୍ଜନ ବେହେରାର ସମ୍ପର୍କ ଏବଂ ଡକାୟତି ଘଟଣାରେ ରଞ୍ଜନ ବେହେରାର ଭୁମିକାକୁ ନେଇ କିଛି ରୋଚକ ତଥ୍ୟ ସାମନାକୁ ଆସିଛି ।

କଟକ କିଶୋରନଗର ବାସିନ୍ଦା ରଞ୍ଜନ ବେହେରା ଜଣେ ଆତ୍ମଘୋଷିତ ବାବା । ନିଜ ଘରେ ରହି ହନୁମାନଙ୍କ ସାଧନା କରୁଥିବା ରଞ୍ଜନ ବେହେରାର ଅନୁଗାମୀ ଥିଲା ଲାଲା । ବ୍ୟାଙ୍କକୁ ନୂଆ ଅଡିଟର ଆସିଥିବାରୁ ଫସିଯିବା ଆଶଙ୍କା କରି ସେ ଆତ୍ମଘୋଷିତ ବାବା ରଞ୍ଜନଙ୍କ ଶରଣ ପଶିଥିଲା । ବାବା ରଞ୍ଜନ ଲାଲାକୁ ଅଭୟ ବର ଦେବା ସହିତ ତା’ର ଚାରି ଜଣ ଅନୁଗାମୀଙ୍କୁ ନେଇ ବ୍ୟାଙ୍କ ଲୁଟ କରିବାକୁ ପ୍ରେରିତ କରିଥିବା କଥା ଏବେ ସାମନାକୁ ଆସିଛି । ରଞ୍ଜନ କେବଳ ବ୍ୟାଙ୍କ ଲୁଟ କରିବା ପାଇଁ ପ୍ରେରଣା ଯୋଗାଇ ନ ଥିଲା, ବରଂ ପୂରା ଲୁଟର ବ୍ଲୁ ପ୍ରିଣ୍ଟ ବି ପ୍ରସ୍ତୁତ କରିଥିଲା ବୋଲି ସୂଚନା ଦେଇଛି ପୋଲିସ ।

ଲୁଟର ମାଷ୍ଟରମାଇଣ୍ଡ୍‌ ଲାଲା ଅମ୍ରିତ ରାୟ


ଏହା ବି ପଢ଼ନ୍ତୁପତି କେତେ ଦରମା ପାଉଛନ୍ତି ତାହା ଜାଣିବାର ଅଧିକାର ପ୍ରତ୍ୟେକ ପତ୍ନୀଙ୍କର ଅଛି; ଆଇନ ଅଧିକାର ଦେଇଛି

ତିନି-ଦିନିଆ ରିମାଣ୍ଡରେ ଆସିଥିବା ଲାଲା ଓ ବ୍ୟାଙ୍କ ଲୁଟିଥିବା ଅନ୍ୟ ଚାରି ଜଣ ଅଭିଯୁକ୍ତଙ୍କୁ ନେଇ ପୋଲିସ ଗୁରୁବାର ଦିନ ଘଟଣାସ୍ଥଳ ଅର୍ଥାତ ବ୍ୟାଙ୍କ ପରିଦର୍ଶନ କରିଥିଲା । ଅପରାହ୍ଣ ଅଢ଼େଇଟାରୁ ୨ଟା ୪୫ ପର୍ଯ୍ୟନ୍ତ ୧୫ ମିନିଟ ଧରି ବ୍ୟାଙ୍କ ଭିତରେ ଚାଲିଥିଲା ସିନ୍‌ ରିକ୍ରିଏସନ କାର୍ଯ୍ୟ । କେଉଁଠାରେ ବାଇକ ରଖିଥିଲେ, ବ୍ୟାଙ୍କ ଲୁଟ କିପରି କରିଥିଲେ, କିଏ ନକଲି ବନ୍ଧୁକ ଦେଖାଇଥିଲା, କିଏ କେଉଁଠି ଛିଡ଼ା ହୋଇଥିଲା, ବ୍ୟାଙ୍କର ସୁରକ୍ଷାକର୍ମୀଙ୍କୁ କିଏ ମାଡ଼ ମାରିଥିଲା, ଲକର୍‌ ଚାବି କିଏ କାହାକୁ ଦେଲା, କିଏ ଲକର ଭିତରରୁ ସୁନା କାଢ଼ିଲା, କେମିତି ବ୍ୟାଗ୍‌ ଭିତରେ ସୁନା ଭର୍ତ୍ତି କରିଥିଲେ ଓ କେମିତି ସେଠାରୁ ଚମ୍ପଟ ମାରିଲେ, ସବୁ କିଛି ପୋଲିସ ଆଗରେ ପ୍ରଦର୍ଶନ କରିଥିଲେ ଅଭିଯୁକ୍ତ ।

ଏହା ପୁର୍ବରୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ମୁହଁରେ ମୁଖା ପିନ୍ଧାଇ ସମସ୍ତ ଅଭିଯୁକ୍ତଙ୍କୁ ଆଇଆଇଏଫଏଲ ବ୍ୟାଙ୍କୁ ଆଣିଥିଲା ପୋଲିସ । ପୂରା ଘଟଣାର ଭିଡିଓଗ୍ରାଫି ବି କରିଥିଲା ପୋଲିସ । ସିନ୍‌ ରିକ୍ରିଏସନ ଶେଷ ହେବା ପରେ ପୁଣି ସେମାନଙ୍କୁ ପଚରା ଉଚରା ପାଇଁ ଏକ ଅଜ୍ଞାତ ସ୍ଥାନକୁ ନେଇ ଯାଇଥିଲା । ଏହି ସମୟରେ ବ୍ୟାଙ୍କ ପରିସରରେ ବ୍ୟାପକ ପୋଲିସ ମୁତୟନ ହେବା ସହ ସେଠାରେ ଦେଖଣାହାରୀଙ୍କ ଭିଡ଼ ମଧ୍ୟ ଜମିଥିଲା ।

ଏହା ବି ପଢ଼ନ୍ତୁଗର୍ଭବତୀ ଅନୁଷ୍କା ଶର୍ମା ଗୋଟେ ପରେ ଗୋଟେ ଶୁଟିଂ କରିବା ଆରମ୍ଭ କରିଛନ୍ତି; ମେ ମାସରୁ ପୂର୍ବ ପରି ସୁଟିଂ କରିବେ

ବନ୍ଧକ ସୁନାକୁ ପୁଣି ଥରେ ବନ୍ଧକ ରଖିବା ବା ହେରଫେର ଘଟଣାରେ ବୁଧବାର ଦିନ ରେଡ କରିଥିବା ବଜ୍ରକବାଟି ସ୍ଥିତ ମର୍ଣ୍ଣାପୁରମ୍‌ ଶାଖାର ପରିଚାଳକଙ୍କୁ ପୋଲିସ ଉଠାଇ ନେଇଥିଲା । ଅଭିଯୋଗ ହୋଇଥିଲା ଯେ ଲାଲା ମର୍ଣ୍ଣାପୁରମର ବଜ୍ରକବାଟି ଶାଖରେ ପ୍ରାୟ ୭ କେଜି ସୁନା ରଖିଥିଲା । ଏଥି ପାଇଁ ସେ ଅନେକ ନକଲି ବା ଭୁତ ଆକାଉଣ୍ଟ ମଧ୍ୟ ଖୋଲିଥିଲା ।

କଟକ ଡସିପି ପ୍ରତୀକ ସିଂ


ଏହା ବି ପଢ଼ନ୍ତୁ | ବିବାହ ପରେ ବି ଅଫେୟାର୍ ଚଳାଇଥିଲା; ପତ୍ନୀ ଦେଲା ନିଆରା ଦଣ୍ଡ; ହାତଗୋଡ଼ ବାନ୍ଧିବା ପରେ...

ଲାଲାର ଏହି କାରନାମା ବିଷୟରେ ମର୍ଣ୍ଣାପୁରମ୍‌ଶାଖା ପରିଚାଳକ ପିତାମ୍ବର ସାହୁ ଅବଗତ ଥିଲେ । ଏପରି କି ସେ ମଧ୍ୟ ଏହି ଗୋଲକଧନ୍ଦାରେ ପ୍ରତ୍ୟକ୍ଷ ଭାବେ ସାମିଲ ଥିଲେ । ତେବେ ବୁଧବାର ଦିନ ପିତାମ୍ବରଙ୍କ ବାହାଘର ଥିଲା । ତାଙ୍କ ବିରୁଦ୍ଧରେ ଶକ୍ତ ପ୍ରମାଣ ମଳିବାରୁ ତାଙ୍କୁ ପୋଲିସ ଅଟକ ରଖି ଜେରା କରୁଛି । ଫଳରେ ବାହା ବେଦୀରେ ବସିବାକୁ ଥିବା ପିତାମ୍ବର ଏବେ ଲାଲବାଗ ଥାନାରେ ହାଜତରେ ବସିବାକୁ ପଡ଼ିଛି ।



“ଏହି ସିନ୍‌ ରିକ୍ରିଏସନରୁ ଆମକୁ ଡକାୟତି ବାବଦରରେ ଅନେକ ଗୁରୁତ୍ବପୂର୍ଣ୍ଣ ସୂଚନା ମିଳିଛି । ଏହା ଆମକୁ ତଦନ୍ତରେ ସାହାଯ୍ୟ କରିବ । ପିତାମ୍ବର ସାହୁଙ୍କ କାର୍ଯ୍ୟକଳାପ ସନ୍ଦେହଜନକ ରହିଛି । ତାଙ୍କ ସହଯୋଗ ଯୋଗୁଁ ଲାଲା ଅମ୍ରିତ ରାୟ ଆଇଆଇଏଫଏଲରେ ବନ୍ଧକ ଥିବା ସୁନାକୁ ଆଣି ମର୍ଣ୍ଣାପୁରମ୍‌ ଶାଖାରେ ରଖିଥିଲା । ଏହି ଘଟଣାରେ ବିଭିନ୍ନ ଅର୍ଥ ଲଗାଣକାରୀ ସଂସ୍ଥାରେ ରେଡ ଜାରି ରହିଛି । ଯେଉଁମାନଙ୍କ ସମ୍ପୃକ୍ତି ସାମନାକୁ ଆସିବ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠନ ହେବ,” କହିଛନ୍ତି କଟକ ଡସିପି ପ୍ରତୀକ ସିଂ ।
Published by: Anand Shankar Thankur Das
First published: November 27, 2020, 9:57 PM IST
corona virus btn
corona virus btn
Loading