ବଜେଟ ୨୦୨୦: ଚ଼ାଷୀଙ୍କ ପାଇଁ ୧୬ଟି ଯୋଜନା ଘୋଷଣା କଲେ ନିର୍ମଳା; ଆୟକର ସ୍ଲାବ୍‌ରେ ହେଲା ପରିବର୍ତ୍ତନ

ଦେଶରେ ରୋଜଗାର ବୃଦ୍ଧି କରିବା ସହ ଲୋକମାନଙ୍କର ଖର୍ଚ୍ଚ କରିବାର କ୍ଷମତା ବୃଦ୍ଧି କରିବା ଏହି ବଜେଟର ଉଦ୍ଦେଶ୍ୟ ବୋଲି କହିଛନ୍ତି କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ।

ବଜେଟ ୨୦୨୦: ଚ଼ାଷୀଙ୍କ ପାଇଁ ୧୬ଟି ଯୋଜନା ଘୋଷଣା କଲେ ନିର୍ମଳା; ଆୟକର ସ୍ଲାବ୍‌ରେ ହେଲା ପରିବର୍ତ୍ତନ
ନିର୍ମଳା ସୀତାରମଣ ବଜେଟ ଭାଷଣ ଦେଉଛନ୍ତି । (ଫଟୋ ସାଭାର: ଲୋକସଭା ଟିଭି)
  • News18 Odia
  • Last Updated: February 1, 2020, 1:13 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: କୃଷି କ୍ଷେତ୍ରରେ ଉଦାରନୀତି ଆଣି କୃଷି ସଂଙ୍କଟକୁ ଦୂର କରିବା ପାଇଁ ନରେନ୍ଦ୍ର ମୋଦି ସରକାର ୧୬ଟି ଯୋଜନା ଆଣୁଛନ୍ତି ବୋଲି କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ତାଙ୍କର ବଜେଟ ଭାଷଣରେ କହିଛନ୍ତି । ଦେଶରେ ରୋଜଗାର ବୃଦ୍ଧି କରିବା ସହ ଲୋକମାନଙ୍କର ଖର୍ଚ୍ଚ କରିବାର କ୍ଷମତା ବୃଦ୍ଧି କରିବା ଏହି ବଜେଟର ଉଦ୍ଦେଶ୍ୟ ବୋଲି କହି ସୀତାରମଣ ଆୟକର ସ୍ଲାବ୍‌ ଓ ରେଟରେ ପରିବର୍ତ୍ତନ ହେବାର ଆଶା ବଢ଼େଇଛନ୍ତି ।

ଏହି ଦଶନ୍ଧିରେ ସବୁଠୁ ନିମ୍ନକୁ ଚାଲିଯାଇଥିବା ଆର୍ଥିକ ଅଭିବୃଦ୍ଧି ଦରକୁ ତ୍ବରିତ ଗତିରେ ବଢ଼େଇବା ପାଇଁ ମୋଦି ସରକାର ଆୟକର ଦରରେ କିଛି ପ୍ରୋତ୍ସାହନ ଦେବା ସହ ରାଜ୍ୟମାନଙ୍କୁ ଭିତ୍ତିଭୂମି ନିର୍ମାଣ କ୍ଷେତ୍ରରେ ଅଧିକ ଖର୍ଚ୍ଚ କରିବାକୁ ସୁଯୋଗ ଦେଇପାରନ୍ତି ବୋଲି ସୂଚ଼ନା ମିଳୁଛି ।

ନିର୍ମଳା ସୀତାରମଣ କହିଛନ୍ତି ଯେ ବଜେଟ ୨୦୨୦ ମୁଖ୍ୟତଃ ତିନି ଭାଗରେ ବିଭକ୍ତ – ଉଚ୍ଚାକାଙ୍‌କ୍ଷା କରୁଥିବା ଭାରତବର୍ଷ, ଅର୍ଥନୈତିକ ଅଭିବୃଦ୍ଧି ଓ ମାନବତାପୂର୍ଣ୍ଣ ପରସ୍ପର ସହଯୋଗରେ ସମାଜ ନିର୍ମାଣ । ଶୁକ୍ରବାର ପ୍ରକାଶିତ ହୋଇଥିବା ଅର୍ଥନୈତିକ ସର୍ଭେ ୨୦୨୦ରେ କେନ୍ଦ୍ର ସରକାର ଅପ୍ରେଲ ୧ ତାରିଖ ପରେ ଅଭିବୃଦ୍ଧି ଦର ୬% ରୁ ୬.୫% କୁ ବୃଦ୍ଧି ହେବାନେଇ ଆଶାପୋଷଣ କରିଛନ୍ତି, କିନ୍ତୁ ଅଭିବୃଦ୍ଧିକୁ ତ୍ବରାନ୍ବିତ କରିବା ପାଇଁ ନିଅଣ୍ଟିଆ ଲକ୍ଷ୍ୟକୁ ଅତିକ୍ରମ କରିବାକୁ ପଡ଼ିପାରେ ।

ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଏକ ମହତ୍ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ମିଶନ ଇନ୍ଦ୍ରଧନୁଶରେ ନୂତନ ରୋଗ ଓ ନୂଆ ଟୀକାଗୁଡିକୁ ଯୋଡାଯାଇଛି । ସେ କହିଛନ୍ତି ସ୍ବସ୍ଥ ଭାରତ ଏହାର ଏକ ଅଂଶ ଅଟେ । ଆୟୁଷ୍ମାନ ଭାରତ ଯୋଜନାରେ କୋଡ଼ିଏ ହଜାର ଡାକ୍ତରଖାନା ସାମିଲ ହୋଇଥିବାବେଳେ ଆହୁରି ଅଧିକ ୨ ଟାଏର ଓ ୩ ଟାଏର ସହର ଗୁଡିକୁ ସାମିଲ କରାଯାଇ ସେହି ଅଞ୍ଚଳର ଗରିବ ଲୋକଙ୍କୁ ଲାଭାନ୍ବିତ କରାଯିବ ।

ଡାକ୍ତରଖାନା ସୁବିଧା ନଥିବା ଅଞ୍ଚଳଗୁଡ଼ିକରେର ପବ୍ଲିକ ପ୍ରାଇଭେଟ ପାର୍ଟନରସିପ ଜରିଆରେ ଡାକ୍ତରଖାନା ସ୍ଥାପନ ପାଇଁ ବ୍ୟବସ୍ଥା କରାଯିବ । ୧୧୨ଟି ଜିଲ୍ଲାରେ ପ୍ରାଥମିକତା ଭିତ୍ତିରେ ଏହା କରାଯିବ ।
First published: February 1, 2020, 1:13 PM IST
corona virus btn
corona virus btn
Loading