ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ବ୍ରହ୍ମପୁରରେ ସ୍ୱାସ୍ଥ୍ୟ ସେବାର ବିକଳ ଚିତ୍ର; ଲାଇଟ ନଥିବାରୁ ହୋଇପାରୁନି ଅସ୍ତ୍ରୋପଚାର

ବ୍ରହ୍ମପୁରରେ ସ୍ୱାସ୍ଥ୍ୟ ସେବାର ବିକଳ ଚିତ୍ର; ଲାଇଟ ନଥିବାରୁ ହୋଇପାରୁନି ଅସ୍ତ୍ରୋପଚାର

ବ୍ରହ୍ମପୁର ଏମକେସିଜି ମେଡ଼ିକାଲରେ ବଡ଼ ଅବ୍ୟବସ୍ଥାର ଚିତ୍ର ସାମନାକୁ ଆସିଛି । ମେଡିକାଲର ଅସ୍ଥିଶଲ୍ୟା ବିଭାଗର ଅପରେସନ ଥିଏଟରରେ ରହିଥିବା ଏକ ସ୍ବତନ୍ତ୍ର ଲାଇଟ ଅଚଳ ହୋଇଥିବା ଯୋଗୁଁ ଅପରେସନ ବନ୍ଦ ହୋଇଛି ।

ବ୍ରହ୍ମପୁରରେ ସ୍ୱାସ୍ଥ୍ୟ ସେବାର ବିକଳ ଚିତ୍ର; ଲାଇଟ ନଥିବାରୁ ହୋଇପାରୁନି ଅସ୍ତ୍ରୋପଚାର
ଅପରେସନ କରିବା ପାଇଁ ହସ୍ପିଟାଲରେ ଲାଇଟ ନାହିଁ (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: November 19, 2021, 7:10 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ବ୍ରହ୍ମପୁର: ବ୍ରହ୍ମପୁର ଏମକେସିଜି ମେଡ଼ିକାଲରେ ବଡ଼ ଅବ୍ୟବସ୍ଥାର ଚିତ୍ର ସାମନାକୁ ଆସିଛି । ମେଡିକାଲର ଅସ୍ଥିଶଲ୍ୟା ବିଭାଗର ଅପରେସନ ଥିଏଟରରେ ରହିଥିବା ଏକ ସ୍ବତନ୍ତ୍ର ଲାଇଟ ଅଚଳ ହୋଇଥିବା ଯୋଗୁଁ ଅପରେସନ ବନ୍ଦ ହୋଇଛି । କେବେ ଲାଇଟ ମରାମତି ହେବ ସେ ନେଇ ରୋଗୀଙ୍କୁ କିଛି କୁହାଯାଇନଥିବା ବେଳେ ଶଯ୍ୟାରେ ପଡ଼ି ଛଟପଟ ହେଉଛନ୍ତି । ସେପଟେ ଏଭଳି କୌଣସି ଅଭିଯୋଗ ଆସିନଥିବା ବେଳେ ଅସ୍ଥିଶଲ୍ୟ ବିଭାଗରେ କଣ ହୋଇଛି ସେ ନେଇ ତଦନ୍ତ କରାଯାଇ ରୋଗୀଙ୍କୁ ଉତ୍ତମ ଚିକିତ୍ସା ସେବା ଯୋଗାଇ ଦିଆଯିବ ବୋଲି କହିଛନ୍ତି ଏମକେସିଜି ମେଡ଼ିକାଲର ଅଧ୍ୟକ୍ଷ ।

ଅଚଳ ହେଲା ଅପରେସନ ଥିଏଟରର ସ୍ବତନ୍ତ୍ର ଲାଇଟ । କୌଣସି ଗାଁ ଗହଳି ମେଡ଼ିକାଲର ଏହା ଦୃଶ୍ୟ ନୁହେଁ ବରଂ ଦକ୍ଷିଣ ଓଡ଼ିଶାର ସବୁଠାର ବଡ଼ ମେଡ଼ିକାଲ କୁହାଯାଉଥିବା ବ୍ରହ୍ମପୁର ଏମକେସିଜି ମେଡ଼ିକାଲର ଦୃଶ୍ୟ । ଗତ ମାସ 27 ତାରିଖରେ ସୋନପୁର ଜିଲ୍ଲାରେ କାମ କରୁଥିବା ଡ଼ି.ନୀଳମାଧବ ନିଜର ଜଙ୍ଘରେ ଯନ୍ତ୍ରଣାକୁ ନେଇ ବ୍ରହ୍ମପୁର ଏମକେସିଜି ମେଡ଼ିକାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି ହୋଇଥିଲେ । ଚିକିତ୍ସା କରିବା ପରେ ତାଙ୍କୁ ଡ଼ାକ୍ତର ଅପରେସନ ହେବା ନେଇ କହିଥିଲେ । ଏହାପରେ କିଛି ଜରୁରୀ କାର୍ଯ୍ୟରେ ନୀଳମାଧବ ସୋନପୁର ଚାଲିଯାଇଥିଲେ । ପୁଣି ଜଙ୍ଘର ଯନ୍ତ୍ରଣା ଅଧିକ ହେବା ଯୋଗୁଁ ଏମକେସିଜି ମେଡ଼ିକାଲରେ ଗତ ୧୧ ଦିନ ହେଲା ଆସି ପୁଣି ଚିକିତ୍ସା ନିମନ୍ତେ ଭର୍ତ୍ତି ହୋଇଥିଲେ । ଇତିମଧ୍ୟରେ ତାଙ୍କର ରକ୍ତଠାରୁ ଆରମ୍ଭ କରି ଅନ୍ୟାନ୍ୟ ପରୀକ୍ଷା ଶେଷ ହୋଇଥିଲା । ଏହାପରେ ତାଙ୍କର ଅପରେସନ କରାଯିବା ନେଇ ଡ଼ାକ୍ତର କହିଥିଲେ । କିନ୍ତୁ ସେ ପ୍ରସ୍ତୁତ ହେବା ପରେ ପୁଣି ଡ଼ାକ୍ତର ତାଙ୍କୁ ମନା କରିଦେଇଥିଲେ । କାରଣ ଅସ୍ଥିଶଲ୍ୟ ବିଭାଗର ଅପରେସନ ଥିଏଟରରେ ରହିଥିବା ଅପରେଟିଂ ଲାଇଟ୍ ତଥା ସର୍ଜିକାଲ ଲାଇଟ୍‌ଟି ଅଚଳ ହୋଇଯାଇଛି । ଯାହାଫଳରେ ଗତ ତିନି ଦିନ ହେଲା ନୀଳମାଧବଙ୍କ ଅପରେସନ ହୋଇପାରୁନାହିଁ ।

‘‘କେବେ ଅପରେସନ ହେବ ସେ ନେଇ ତାଙ୍କୁ କୌଣସି ସୂଚନା ଦିଆଯାଉନାହିଁ । ଏପରିକି ଡ଼ାକ୍ତରଙ୍କୁ ଅପରେସନ କେବେ ହେବ ବୋଲି ପଚାରିଲେ ସିଧାସଳଖ ଭାବେ ଡ଼ାକ୍ତର ତାଙ୍କୁ ଲାଇଟ୍ ଯେବେ ସଚଳ ହେବ ସେବେ ତାଙ୍କ ଅପରେସନ ହେବ ବୋଲି କହୁଛନ୍ତି । ଗୋଟିଏ ପଟେ ଅପରେସନ ହେଉନଥିବା ବେଳେ ଅନ୍ୟପଟେ ଶର୍ଯ୍ୟାରେ ପଡ଼ି ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ନୀଳମାଧବ । ଖୁବଶୀଘ୍ର ଲାଇଟଟି ସଚଳ କରି ଅପରେସନ କରିବା ନିମନ୍ତେ ଅନୁରୋଧ କରିଛନ୍ତି,‘‘ ଡ଼ି.ନୀଳମାଧବ ପାତ୍ର ।

‘‘ଏଠାରେ ଉପଯୁକ୍ତ ଚିକିତ୍ସା ସୁବିଧା ପାଇବା ବିଶ୍ବାସରେ ରୋଗୀ ଏଠାକୁ ଆସୁଥିବା ବେଳେ ଯଦି ଏଭଳି ଅବ୍ୟବସ୍ଥା ରହିବ ତେବେ ରୋଗୀଙ୍କ ବିଶ୍ବାସ ମେଡ଼ିକାଲ ଉପରୁ ତୁଟିଯିବ । ଏତେ ବଡ଼ ମେନିକାଲରେ ସାମାନ୍ୟ ଲାଇଟ ଅଚଳ ଯୋଗୁଁ ଯଦି ଦିନ ଦିନ ଧରି ଅପରେସନ ହେଉନାହିଁ ତେବେ କିଭଳି ରୋଗୀମାନେ ଚିକିତ୍ସା ସୁବିଧା ପାଇପାରିବେ । ଅର୍ଥ ଅଭାବ ଯୋଗୁଁ ଲୋକେ ଘରୋଇ ମେଡ଼ିକାଲ ପରିବର୍ତ୍ତେ ସରକାରୀ ମେଡ଼ିକାଲକୁ ଆସୁଥିବା ବେଳେ ଯଦି ସରକାରୀ ମେଡ଼ିକାଲରେ ଏଭଳି ଅବସ୍ଥା ତେବେ ରୋଗୀ କିଭଳି ଚିକିତ୍ସା ସୁବିଧା ପାଇବେ,"କହିଛନ୍ତି ନୀଳମାଧବଙ୍କ ସମ୍ପର୍କୀୟ ମଧୂସୁଧନ ସାହୁ ।

‘‘ଅସ୍ଥିଶଲ୍ୟ ବିଭାଗର ଅପରେସନ ଥିଏଟରରେ ଏଭଳି ଅବ୍ୟବସ୍ଥା ନେଇ କୌଣସି ଅଭିଯୋଗ ଆସିନାହିଁ । ଏହାଛଡ଼ା ଅପରେସନ ଥିଏଟର ଗୋଟିଏ ଲାଇଟ ଅଚଳ ହେଲେ ଅନ୍ୟ ଲାଇଟ ରହିଛି । ତାହାକୁ ବ୍ୟବହାର କରି ଅପରେସନ ହୋଇପାରିବ । ତେବେ ଅଚଳ ହୋଇଥିବା ଲାଇଟ ଅପରେସନ ଥିଏଟରରେ ରହିଥିବା ଅନ୍ୟ ଲାଇଟ୍‌ ଭଳି ନା ଅଲଗା ସେ ନେଇ ତଦନ୍ତ କରାଯିବ । ଏହାଛଡ଼ା କିଭଳି ଅପରେସନ ବନ୍ଦ ହେଲା ରୋଗୀଙ୍କ ସେ ନେଇ ମଧ୍ୟ ପଚାରଉଚୁରା କରାଯିବ । ଏହାଛଡ଼ା ଅଚଳ ଲାଇଟକୁ ଖୁବଶୀଘ୍ର ସଚଳ କରାଯାଇ ରୋଗୀଙ୍କ ଅପରେସନ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି,‘‘ କହିଛନ୍ତି ଏମକେସିଜି ମେଡ଼ିକାଲ କର୍ତ୍ତୃପକ୍ଷ ପ୍ରଫେସର ସନ୍ତୋଷ କୁମାର ମିଶ୍ର ।

ଅସ୍ଥିଶଲ୍ୟ ବିଭାଗରେ ଚିକିତ୍ସତ ହେଉଥିବା ଅନ୍ୟ ରୋଗୀ ମାନଙ୍କର ଅପରେସନ ହେଉଥିବା ବେଳେ ନୀଳମାଧବଙ୍କ ଅପରେସନ ଭିନ୍ନ ରହିଥିବା ଯୋଗୁଁ ତାଙ୍କ ଅପରେସନ ହୋଇପାରୁନାହିଁ । ତେଣୁ ନୀଳମାଧବଙ୍କ ସ୍ବାସ୍ଥ୍ୟବସ୍ଥାକୁ ଦୃଷ୍ଟିରେ ରଖି ଖୁବଶୀଘ୍ର ଅଚଳ ଲାଇଟକୁ ମରାମତି କରିବା ସହ ତାଙ୍କର ଅପରେସନ କରାଯିବାର ଆବଶ୍ୟକତା ରହିଛି ।
Published by: Soumya Das
First published: November 19, 2021, 7:10 PM IST