- News18 Odia
- Last Updated :
- Other, India
News18 Odia Digital
ଭୁବନେଶ୍ୱର: ହାଇପ୍ରୋଫାଇଲ ଚୋରର ହାଇ ପ୍ରୋଫାଇଲ ଠାଣି। ଥର ଗାଡି ନେଇ ଚୋରି କରିବାକୁ ଆସିଛି ଚୋର। ଦୁର୍ଭାଗ୍ୟବଶତଃ ଲୋକଙ୍କ ହାତରେ ଧରା ପଡି ନିର୍ଧୁମ ମାଡ଼ ଖାଇଛି। ସହିଦନଗର ଥାନା ପୋଲିସ ପହଞ୍ଚି ଚୋରକୁ ନିଜ ହେପାଜାତକୁ ନେଇଛି। ଏଭଳି ଘଟଣା ଦେଖିବାକୁ ମିଳିଛି ରାଜଧାନୀ ଭିଏସଏସ ନଗରରେ।
ଏହି ଷ୍ଟାଣ୍ଡାର୍ଡ଼ ଚୋର ଜଣଙ୍କ ହେଉଛନ୍ତି ଗୌତମ ପାଣିଗ୍ରାହୀ। ସେ ଜଣେ MBA ପଢୁଆ ଯୁବକ। ତାଙ୍କ ଘର ଶୈଳଶ୍ରୀ ବିହାର ଅଞ୍ଚଳରେ ବୋଲି ଜଣା ପଡିଛି। ଆଜି ଭିଏସଏସ ନଗର ସ୍ଥିତ ଏକ ମୋବାଇଲ ଦୋକାନକୁ 'ଥର' ଗାଡିରେ ଚୋରି କରିବାକୁ ଆସିଥିଲେ। ଦୋକାନର ସଟର କାଟି ଚୋରି କରିବାକୁ ଦୋକାନ ଭିତରକୁ ପଶିଥିଲେ ଗୌତମ। ସେହି ସମୟରେ ଲୋକଙ୍କ ହାବୁଡ଼ରେ ପଡ଼ିଯାଇଥିଲେ ଗୌତମ। ଲୋକଙ୍କ ନିର୍ଧୁମ ମାଡ଼ରୁ ସେ ବର୍ତ୍ତି ପାରିନଥିଲେ।
ଅନ୍ୟପଟେ ଚୋରି କରିବାକୁ ସାଙ୍ଗରେ ଆଣିଥିବା ଥର୍ ଗାଡିକୁ ଜବତ କରିଛି ପୋଲିସ। ଗୌତମ ପାଖରୁ ବିପୁଳ ସଂଖ୍ୟାର ମୋବାଇଲ ଜବତ କରିଛି ପୋଲିସ। ଗୌତମଙ୍କୁ ସହିଦ ନଗର ଥାନା ପୋଲିସ ଗିରଫ କରି ପଚରାଉଚରା କରୁଛି।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।