ଗୋଟଏ ବର୍ଷରେ ରାଜ୍ୟ ରାଜଧାନୀରେ ୨୫୭ ଅପହରଣ ମାମଲା ରୁଜୁ; ୪୦ ଜଣଙ୍କୁ ଗିରଫ କରିଛି ପୋଲିସ

କମିଶନରେଟ ପୋଲିସ ତଥ୍ୟ ଅନୁସାରେ, ନୟାପଲ୍ଲୀ ଥାନାରେ ସର୍ବାଧିକ ୨୩ଟି, ମଞ୍ଚେଶ୍ବର ଥାନାରେ ୨୦ଟି, କ୍ୟାପିଟାଲ ଥାନା ଓ ବଡଗଡ ଥାନାରେ ୧୭ଟି, ସହିଦ ନଗର ଓ ଚନ୍ଦ୍ରଶେଖରପୁର ଥାନାରେ ୧୫ଟି , ଖାରବେଳ ନଗର ଓ ବାଲିଅନ୍ତା ଥାନାରେ ୧୩ଟି ମାମଲା ରୁଜୁ ହୋଇଥିଲା।

ଗୋଟଏ ବର୍ଷରେ ରାଜ୍ୟ ରାଜଧାନୀରେ ୨୫୭ ଅପହରଣ ମାମଲା ରୁଜୁ

ଗୋଟଏ ବର୍ଷରେ ରାଜ୍ୟ ରାଜଧାନୀରେ ୨୫୭ ଅପହରଣ ମାମଲା ରୁଜୁ

  • Share this:
News18 Odia Digital

ଭୁବନେଶ୍ୱର: ରାଜ୍ୟ ରାଜଧାନୀରେ ଚଳିତ ବର୍ଷ ନଭେମ୍ବର ଶେଷ ସୁଦ୍ଧା ବିଭିନ୍ନ ଥାନାରେ ୨୫୮ ଜଣଙ୍କୁ ଅପହରଣ କରାଯାଇଥିବା ନେଇ ମାମଲା ଗୁଜୁ ହୋଇଛି । ଯେଉଁଥିରେ ୪୦ ଅପହର୍ତ୍ତାମାନଙ୍କୁ ପୋଲିସ ଗିରଫ କରିବାରେ ସକ୍ଷମ ହୋଇଛି। ସେହିଭଳି ୧୫୪ ନାବାଳିକା ଓ ନାବାଳକଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୫୯ଟି ମାମଲାର ତଦନ୍ତ ପ୍ରକ୍ରିୟା ଶେଷ କରାଯାଇଛି । ଶୁକ୍ରବାର କମିଶନରେଟ୍‌ ପୋଲିସ ଦେଇଥିବା ବାର୍ଷିକ ଅପରାଧ ସମୀକ୍ଷା ରିପୋର୍ଟରେ ଏହି ତଥ୍ୟ ଉପସ୍ଥାପନ ହୋଇଛି । ଯେଉଁଥିରେ ବିଗତ ବର୍ଷ ଅପେକ୍ଷା ଅଧିକ ଅପହରଣ ମାମଲା ରୁଜୁ ହୋଇଛି।

କମିଶନରେଟ ପୋଲିସ ତଥ୍ୟ ଅନୁସାରେ, ନୟାପଲ୍ଲୀ ଥାନାରେ ସର୍ବାଧିକ ୨୩ଟି, ମଞ୍ଚେଶ୍ବର ଥାନାରେ ୨୦ଟି, କ୍ୟାପିଟାଲ ଥାନା ଓ ବଡଗଡ ଥାନାରେ ୧୭ଟି, ସହିଦ ନଗର ଓ ଚନ୍ଦ୍ରଶେଖରପୁର ଥାନାରେ ୧୫ଟି , ଖାରବେଳ ନଗର ଓ ବାଲିଅନ୍ତା ଥାନାରେ ୧୩ଟି ମାମଲା ରୁଜୁ ହୋଇଥିଲା । ସେହିପରି ନନ୍ଦନକାନନ ଥାନାରେ ସର୍ବନିମ୍ନ ୩ଟି ମାମଲା ରୁଜୁ ହୋଇଥିବା ବେଳେ ଧଉଳି ଥାନାରେ ୫ଟି, ଇନଫୋସିଟି ଥାନାରେ ୮ଟି, ଏୟାରପୋର୍ଟ, ଏୟାରଫିଲ୍ମ, ତମାଣ୍ଡୋ ଓ ଲକ୍ଷ୍ମୀସାଗର ଥାନାରେ ୯ଟି ଲେଖାଏଁ ଅପହରଣ ଜନିତ ମାମଲା ରୁଜୁ ହୋଇଛି।

ନୂଆପଲ୍ଲୀ ଥାନାରେ ସର୍ବାଧିକ ୨୩ଟି ଅପହରଣ ମାମଲା ରୁଜୁ ହୋଇଛି । ହେଲେ ପୋଲିସ ମାତ୍ର ଜଣେ ଅପହର୍ତ୍ତାକୁ ଗିରଫ କରିଛି । ନୂଆପଲ୍ଲୀ ପଛକୁ ରହିଛି ମଞ୍ଚେଶ୍ଵର ପଛେ ପଛେ ରହିଛି କ୍ୟାପିଟାଲ ଓ ବଡ଼ଗଡ଼ ଥାନା ମଞ୍ଚେଶ୍ୱର ଥାନାରେ ୨୦ଟି ଅପରହରଣ ମାମଲା ରୁଜୁ ହୋଇଥିବା ବେଳେ ୨ଜଣଙ୍କୁ ଗିରଫ ହୋଇଛି । ସେହିଭଳି କ୍ୟାପିଟାଲ ଓ ବଡ଼ଗଡ଼ ଥାନାରେ ୧୭ ଲେଖାଏଁ ଅପକରଣ ମାମଲା ରୁଜୁ ହୋଇଥିବା ବେଳେ ୪ଜଣ ଅପହର୍ତ୍ତା ଗିରଫ ହୋଇଥିବା କୁହାଯାଇଛି।

"ପୂର୍ବ ବର୍ଷମାନଙ୍କର ବକେୟା ଅପହରଣ ମାମଲା ତଥା ଏ ବର୍ଷ ରୁଜୁ ହୋଇଥିବା ଅପହରଣ ମାମଲା ମଧ୍ୟରୁ ସମସ୍ତ ଥାନା ତଥା କିଛି ମାସ ତଳୁ ଡି.ସି.ପି. ଅଫିସରେ ଗଠିତ ହୋଇଥିବା କିଡ୍ ନାପିଙ୍ଗ ଓ ମ୍ୟାନ୍ ମିସିଂ ସେଲର ମିଳିତ ଉଦ୍ୟମରେ ସର୍ବମୋଟ ୧୪୭ ଟି ମାମଲାର ତଦନ୍ତ ଶେଷ କରିଛନ୍ତି । କିଡନାପିଙ୍ଗ ଓ ମ୍ୟାନ୍ ମିସିଂ ସେଲ୍ ସର୍ବମୋଟ ୧୫୪ଟି ନାବାଳକ ତଥା ନାବାଳିକାମାନଙ୍କୁ ଠାବ କରିବା ସହ ୫୯ଟି ମାମଲାର ତଦନ୍ତ ଶେଷ କରିବାରେ ସାହାଯ୍ୟ କରିଥିବାବେଳେ ମଞ୍ଚେଶ୍ବର ଥାନାର ସର୍ବାଧିକ ୧୭ ଟି, ନୟାପଲ୍ଲୀ ଥାନାର ୧୩ଟି, କ୍ୟାପିଟାଲ ଥାନା ୧୧ଟି ମାମଲାର ତଦନ୍ତ ଶେଷ ହୋଇଛି। ଚଳିତ ବର୍ଷ ୩୦.୧୧.୨୦୨୧ ମଧ୍ୟରେ ଅପହରଣ ମାମଲାରେ ଜଡ଼ିତ ୪୦ ଜଣ ଅପରାଧ୍ୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି,’’ ଭୁବନେଶ୍ୱର ଡି.ସି.ପି କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ ଯେ ଗତ ମେ ମାସରୁ ଡି.ସି.ପି ଅଫିସ, ଭୁବନେଶ୍ବରେରେ ଗଠିତ ହୋଇଥିବା Kidnapping ଓ Man Missing Cell ୨୦୦୮ ମସିହାରୁ ରାଜଧାନୀର ବିଭିନ୍ନ ଥାନାମାନଙ୍କରେ ରୁଜୁ ହୋଇଥିବା ଅପହରଣ ମାମଲାର ତଦନ୍ତରେ ତଦନ୍ତ କରି ଅଫିସରମାନଙ୍କୁ ଉଚିତ ସହାୟତା ଯୋଗାଇ ଆସୁଛି । ୧୮ ବର୍ଷରୁ କମ୍ ବୟସର ନାବାଳକ ଓ ନାବାଳିକା ସ୍ବଇଚ୍ଛାରେ ପାରିବାରିକ ଗଣ୍ଡଗୋଳ କିମ୍ବା ପ୍ରେମ ସମ୍ପର୍କ ଥାଇ ଘରୁ ପଳାୟନ କଲେ ମଧ୍ୟ ଆଇନ ଗତ ଦୃଷ୍ଟି କୋଣରୁ ଅପହରଣ ମାମଲା ରୁଜୁ କରାଯିବାର ନିୟମ ପଲ ରହିଛି। କିନ୍ତୁ 'Kidnapping ଓ Man Missing Cell'ର ପ୍ରଚେଷ୍ଟା କ୍ରମେ ଭୁବନେଶ୍ବର ସହରାଞ୍ଚଳ ଜିଲ୍ଲାର ବିଭିନ୍ନ ଥାନା ମାନଙ୍କରେ ୨୦୦୮ ମସିହାରୁ ରୁଜୁ ହୋଇଥିବା ଅପହରଣ ମାମଲା ମଧ୍ୟରୁ ଗତ ମେ ମାସରୁ ଏଯାବତ ସମୁଦାୟ ୧,୧୬୯ ଜଣ ଅଭିଯୋଗକାରୀ ତଥା ଅପହରଣ ମାମଲାରେ ଅନ୍ତର୍ଭୁକ୍ତ ଥିବା ନାବାଳକ ଓ ନାବାଳିକା ମାନଙ୍କୁ ଠାବ କରାଯାଇ ସେଲ ତରଫରୁ ସମ୍ପର୍କ କରାଯାଇଛି।

ନାବାଳକ ହେଉ ଅବା ନାବାଳିକା ଉଦ୍ଧାର ହେବା ପରେ ପୋଲିସ ସେମାନଙ୍କର ବୟାନ ନେଇଥିଲା । ଉଲ୍ଲେଖଯୋଗ୍ୟ ଯେ ବହୁତ ଜଣ ନାବାଳକ ଓ ନାବାଳିକା ନିଜ ଇଛାରେ ପ୍ରେମ ସମ୍ପର୍କ କିମ୍ବା ପାରିବାରିକ ଗଣ୍ଡଗୋଳରୁ ଉତକ୍ଷିପ୍ତ ହୋଇ ଘରୁ ପଳାୟନ କରିଥିଲେ । ତେଣୁ ଭୁବନେଶ୍ବର ସହରାଞ୍ଚଳ ଜିଲ୍ଲାର ସ୍କୁଲ ଓ କଲେଜ ପିଲାମାନଙ୍କୁ ଏହି ବାବଦରେ ସଚେତନ କରିବା ପାଇଁ ଡି.ସି.ପି. ଅଫିସ ଭୁବନେଶ୍ବର ପକ୍ଷରୁ 'ପ୍ରାରମ୍ଭ ' ନାମକ ଏକ କାର୍ଯ୍ୟକ୍ରମର କରି କଲେଜ ଛାତ୍ରଛାତ୍ରୀଙ୍କୁ ସଚେତନ କରିଥିଲା ପୋଲିସ।
Published by:Lipina Das
First published:
)}