ସଚେତନ ପରେ ବି ଥମୁନି ଠକେଇ; ଏପ୍ରିଲ ମାସରେ ସାଇବର ଠକ ଲୁଟିଲେ ୭୬ ଲକ୍ଷ

ରାଜଧାନୀରେ ଏପ୍ରିଲ ମାସରେ ସାଇବର ଠକ ଲୁଟିଛନ୍ତି ୭୬ଲକ୍ଷ ୫୫ହଜାର ୬୬୧ ଟଙ୍କା । ସାଇବର୍ କ୍ରାଇମ ହେଲ୍ସ ଡେସ୍କରେ ଏପ୍ରିଲ ମାସରେ ସର୍ବମୋଟ ୩୧୩ଟି ଅଭିଯୋଗ ଜାରି କରାଯାଇଥିବା ହେଲ୍ଡଲାଇନ ନମ୍ବର ମାଧ୍ୟମରେ ଅଭିଯୋଗ ଗ୍ରହଣ କରାଯାଇଥିଲା

ଏପ୍ରିଲ ମାସରେ ସାଇବର ଠକ ଲୁଟିଲେ ୭୬ଲକ୍ଷ (ପ୍ରତୀକାତ୍ମକ ଛବି)

ଏପ୍ରିଲ ମାସରେ ସାଇବର ଠକ ଲୁଟିଲେ ୭୬ଲକ୍ଷ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ରାଜଧାନୀରେ ଗତ ଏପ୍ରିଲ ମାସରେ ସାଇବର ଠକ ଲୁଟିଛନ୍ତି ୭୬ଲକ୍ଷ ୫୫ହଜାର ୬୬୧ ଟଙ୍କା । ସାଇବର୍ କ୍ରାଇମ ହେଲ୍ସ ଡେସ୍କରେ ଗତ ଏପ୍ରିଲ ମାସରେ ସର୍ବମୋଟ ୩୧୩ ଟି ଅଭିଯୋଗ ଜାରି କରାଯାଇଥିବା ହେଲ୍ଡଲାଇନ ନମ୍ବର ୭୪୪୦୦୦୬୭୦୯ ମାଧ୍ୟମରେ ଅଭିଯୋଗ ଗ୍ରହଣ କରାଯାଇଥିଲା । ସେଥି ମଧ୍ୟରୁ ଭୁବନେଶ୍ବର ସହରରୁ ୨୬୧ଟି ଅଭିଯୋଗ ଆସିଥିବା ବେଳେ ରାଜ୍ୟର ଅନ୍ୟାନ୍ୟ ଜିଲ୍ଲାରୁ ୫୨ଟି କଲ ଗ୍ରହଣ କରାଯାଇଥିବା ସୂଚନା ଦିଆଯାଇଛି ।

"ଗତ ଏପ୍ରିଲ ମାସରେ ରାଜଧାନୀରୁ ୧୧୪ଟି UPI ଫ୍ରଡ୍, ୭୪ଟି କ୍ରେଡ଼ିଟ୍ ଓ ଡେବିଟ୍ କାର୍ଡ଼ ଫ୍ରଡ୍ ସମ୍ବନ୍ଧିତ ଅଭିଯୋଗ ହେଲ୍ପଡେସ୍କକୁ ଆସିଥିଲା । ଯେଉଁଥିରେ ମୋଟ ଭୁବନେଶ୍ବରରେ ୭୬ଲକ୍ଷ ୫୫ହଜାର ୬୬୧ ଟଙ୍କାର ସାଇବର ଠକେଇ ଅଭିଯୋଗ ହୋଇଥିଲା । ସେଥିରୁ ୨ଟି ମାମଲା ଭୁବନେଶ୍ବର ସାଇବର ଥାନା ଓ ଅର୍ଥନୈତିକ ଅପରାଧ ଥାନାରେ ପଞ୍ଜୀକୃତ ହୋଇଥିଲା । ଅଭିଯୋଗକାରୀଙ୍କୁ ୯ଲକ୍ଷ ୬୯ ହଜାର ୫୬୩ ଫେରସ୍ତ କରାଯାଇଛଇି । ଏହାସହ ୧ଲକ୍ଷ ୩୧ ହଜାର ୫୬୬ ଟଙ୍କା ବ୍ଲକ କରାଯାଇଛି । ଠକାମୀର ଶିକାର  ହୋଇଥିବା ୩୨ ଜଣଙ୍କର ସମ୍ପୁର୍ଣ୍ଣ ଓ ଆଂଶିକ ଅର୍ଥରାଶି ଫେରସ୍ତ କରାଯାଇଛି । ଗତ ଏପ୍ରିଲରେ ସର୍ବାଧିକ ୧ଲକ୍ଷ ୧୮ହଜାର ୫୮୮, ୧ଲକ୍ଷ ଓ ୯୯ହଜାର ୮୭୯ଟଙ୍କା ସାଇବର କ୍ରାଇମ ଓ ଅର୍ଥନୈତିକ ଅପରାଧ ହେଲ୍ପ ଡେସ୍କର ମିଳିତ ଉଦ୍ୟମରେ ଫେରସ୍ତ କରାଯାଇଛି,"କହିଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ।

"ଏ.ଟି.ଏମ୍ କାର୍ଡ଼ ବ୍ଲକ ହୋଇଯିବ । ସିମକାର୍ଡ଼ ବନ୍ଦ ହୋଇଯିବ। ଯଥା ଶୀଘ୍ର ଏସବୁରେ ଆଧାର ଲିଙ୍କ କରନ୍ତୁ । ନଚେତ୍ ସବୁ ସୁବିଧାରୁ ଆପଣ ବଞ୍ଚିତ ହେବେ । ଏଭଳି କିଛି ଫୋନ କଲ କରି ଏବେ ସାଇବର ଲୁଟେରାମାନେ ମୋବାଇଲ ଫୋନକୁ ଲିଙ୍କ ପଠାଉଛନ୍ତି । ଯେଉଁମାନେ ଏଭଳି ଲିଙ୍କରେ କ୍ଲିକ କରୁଛନ୍ତି ସେମାନଙ୍କ ଆକାଉଣ୍ଟ ରୁ ଆଖି ପିଛୁଳାକେ ଟଙ୍କା ଗାଏବ ହୋଇ ଯାଉଛି। ତେଣୁ ଏଭଳି ଫ୍ରଡ଼ କଲ ଠାରୁ ଦୂରେଇ ରହିବା ସହ ଏଭଳି କଲ କିମ୍ବା ମେସେଜ ଆସିଲେ ପୋଲିସର ସହାୟତା ନିଅନ୍ତୁ," କହିଛନ୍ତି ସାଇବର ଏକ୍ସପର୍ଟ ।

୨୦୨୧ରେ ରାଜଧାନୀ ବାସୀଙ୍କଠାରୁ ପ୍ରାୟ ୮କୋଟି ଟଙ୍କା ଲୁଟିଛନ୍ତି ସାଇବର ଠକ । ମୋଟ ୨୮୭୨ ଜଣଙ୍କୁ କଲ କରିଛନ୍ତି ସାଇବର ଠକ । ତେବେ ଗୋଲଡେନ ପିରିୟଡ଼ ମଧ୍ୟରେ ପୋଲିସ କେବଳ ୧କୋଟି ୪୮ହଜାର ଟଙ୍କା ଫେରି ପାଇଛି । ୬୭ଟି ମାମଲା ରୁଜୁ ହୋଇଥିବା ବେଳେ ପୋଲିସ ୧୩ ଜଣଙ୍କୁ ସାଇବର ଠକକୁ ଗିରଫ କରିଛି ।
Published by:Soumya Das
First published: