ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ନିର୍ବାଚନ ୭ ଦିନ ଆଗରୁ ବ୍ୟାନ ହେବ ମଦ; ସର୍ବଦଳୀୟ ବୈଠକରେ ରଖା ହେଲା ପ୍ରସ୍ତାବ

ନିର୍ବାଚନ ୭ ଦିନ ଆଗରୁ ବ୍ୟାନ ହେବ ମଦ; ସର୍ବଦଳୀୟ ବୈଠକରେ ରଖା ହେଲା ପ୍ରସ୍ତାବ

ପଞ୍ଚାୟତ ନିର୍ବାଚନ ନେଇ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି। ନିର୍ବାଚନର ୭ ଦିନ ପୂର୍ବରୁ ମଦ ବ୍ୟାନ, ନିର୍ବାଚନ ଖର୍ଚ୍ଚ ବୃଦ୍ଧି, ସମୟ ଅବଧି ବୃଦ୍ଧି ପାଇଁ ପ୍ରସ୍ତାବ ଦେଇଛନ୍ତି ରାଜନୈତିକ ଦଳ।

ନିର୍ବାଚନ ୭ ଦିନ ଆଗରୁ ବ୍ୟାନ ହେବ ମଦ; ସର୍ବଦଳୀୟ ବୈଠକରେ ରଖା ହେଲା ପ୍ରସ୍ତାବ
ମଦ ବ୍ୟାନ କରିବାକୁ ସର୍ବଦଳୀୟ ବୈଠକରେ ପ୍ରସ୍ତାବ ରଖା ହେଲା (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: November 7, 2021, 4:34 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ନେଇ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି। ନିର୍ବାଚନର ୭ ଦିନ ପୂର୍ବରୁ ମଦ ବ୍ୟାନ, ନିର୍ବାଚନ ଖର୍ଚ୍ଚ ବୃଦ୍ଧି, ସମୟ ଅବଧି ବୃଦ୍ଧି ପାଇଁ ପ୍ରସ୍ତାବ ଦେଇଛନ୍ତି ରାଜନୈତିକ ଦଳ।

ନିର୍ବାଚନ ପୂର୍ବରୁ ସର୍ବଦଳୀୟ ବୈଠକ ଶେଷ ହୋଇଛି। ନିର୍ବାଚନ ପ୍ରକ୍ରିୟା ପୂର୍ବରୁ ବିଭିନ୍ନ ରାଜ୍ୟ ନିର୍ବାଚନ କମିଶନଙ୍କ ସମ୍ମିଳନୀ କକ୍ଷରେ ରାଜନୈତିକ ଦଳର ପ୍ରତିନିଧିଙ୍କ ସହ ଆଲୋଚନା କରିଛନ୍ତି ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ। ଭୋଟର ତାଲିକା ସଂଶୋଧନ ସହ ମୋଟ ୬ଟି ଏଜେଣ୍ଡା ଉପରେ ବିଚାର ବିମର୍ଷ କରାଯାଇଛି।  ୨୦୨୨ ମାର୍ଚ୍ଚ ଦିତୀୟ ସପ୍ତାହ ସୁଦ୍ଧା ଜିଲ୍ଲା ପରିଷଦ କାର୍ଯ୍ୟକାଳ ଶେଷ ହେବ। କାର୍ଯ୍ୟକାଳ ସରିବା ପୂର୍ବରୁ ନିର୍ବାଚନ ହେବା ନେଇ ସମ୍ଭାବନା ଦେଖାଦେଇଛି। ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଶାସନିକ ପ୍ରସ୍ତୁତି ପରେ ରାଜ୍ୟ ନିର୍ବାଚନ କମିଶନ ପ୍ରକ୍ରିୟା ଆରମ୍ଭ କରିବେ। ତାରିଖ ଘୋଷଣା ହୋଇନଥିଲେ ବି ନିର୍ବାଚନ ପାଇଁ  ଲପ୍ରାକ ପ୍ରସ୍ତୁତି ଆରମ୍ଭ ହୋଇଛି। ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ସର୍ବଦଳୀୟ ବୈଠକରେ ବିଚାର ବିମର୍ଷ କରାଯାଇଛି।

୨୦୨୧ ନଭେମ୍ବର ୧ ସୁଦ୍ଧା ୧୮ ବର୍ଷ ହୋଇଥିବା ବ୍ୟକ୍ତିଙ୍କୁ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ ନେଇ କମିଶନ ରଖିଥିବା  ପ୍ରସ୍ତାବ ଉପରେ ମତାମତ ଦେଇଛନ୍ତି ବିଭିନ୍ନ ରାଜନୈତିକ ଦଳ। ବୈଠକରେ ମୋଟ ୬ଟି ଏଜେଣ୍ଡା ଥିଲେ ବି ନିର୍ବାଚନର ୭ ଦିନ ପୂର୍ବରୁ ମଦ ବନ୍ଦ ନେଇ ପ୍ରସ୍ତାବ ଦେଇଛନ୍ତି ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି। ସେହିପରି ପଞ୍ଚାୟତ ଓ ସମିତି ସଭ୍ୟ ପାଇଁ ନିର୍ବାଚନୀ ଖର୍ଚ୍ଚ ୮୦ ହଜାର ରୁ ୧ ଲକ୍ଷ ୬୦ ଓ ଜିଲ୍ଲା ପରିଷଦ ପାଇଁ ୨ ଲକ୍ଷ ପରିବର୍ତ୍ତେ ୫ ଲକ୍ଷ ପାଇଁ ପ୍ରସ୍ତାବ ଦିଆଯାଇଛି। ପୂର୍ବରୁ ନିର୍ବାଚନ ସମୟ ୭ ଟାରୁ ୧୨ଟା ରହୁଥିବା ବେଳେ ୨ଟା ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ସମସ୍ତେ ପ୍ରସ୍ତାବ ରଖିଛନ୍ତି। ପଞ୍ଚାୟତ ରାଜ ଅନୁଷ୍ଠାନ ଗୁଡିକର ଅବଧି, ଗ୍ରାମ ପଞ୍ଚାୟତ ପୁନର୍ଗଠନ, ଭୋଟ ଗ୍ରହଣ କେନ୍ଦ୍ର ଚିହ୍ନଟ ଭଳି ପ୍ରସଙ୍ଗ ଉପରେ ବି ବୈଠକରେ ଆଲୋକପାତ କରାଯାଇଛି।

ବିଜେଡି ପ୍ରତିନିଧି ଭାବେ ଯୋଗ ଦେଇ ଦଳର ଉପସଭାପତି ଦେବୀ ମିଶ୍ର କହିଛନ୍ତି," ତ୍ରୁଟିଶୁନ୍ୟ ଭୋଟର ତାଲିକା ନେଇ ଆଲୋଚନା ହୋଇଛି। ଏହା ସହ ବୈଠକରେ ସ୍ଥାନୀତ ହୋଇଥିବା ଏଜେଣ୍ଡା ଉପରେ ମତାମତ ରଖିଛୁ। ବିରୋଧୀମାନେ ବି ତାଙ୍କର ମତାମତ ରଖିଛନ୍ତି। ନିର୍ବାଚନ ଖର୍ଚ୍ଚ ଓ ଭୋଟ ଗ୍ରହଣ ଅବଧି ବଢ଼ାଇବା ଉପରେ ସମସ୍ତେ ମତ ଦେଇଥିବା ସେ କହିଛନ୍ତି"।

ସେହିପରି ବିଜେପି ପ୍ରତିନିଧି ଭାବେ ଶଙ୍କର୍ଷଣ ପରିଡା ଯୋଗ ଦେଇ କହିଛନ୍ତି," ନିର୍ବାଚନର ୭ ଦିନ ପୂର୍ବରୁ ମଦ ବନ୍ଦ ପାଇଁ ପ୍ରସ୍ତାବ ଦେଇଛୁ। ଏହା ସହ ନିର୍ବାଚନ ସମୟ ବୃଦ୍ଧି ଓ ନିର୍ବାଚନୀ ଖର୍ଚ୍ଚ ବୃଦ୍ଧି ପ୍ରସଙ୍ଗରେ ବି ମତ ରଖିଛୁ"।

କଂଗ୍ରେସ ବି ସମାନ ଦାବି ରଖିଛି। କଂଗ୍ରେସ ପ୍ରତିନିଧି ଭାବେ ଶିବାନନ୍ଦ ରାୟ କହିଛନ୍ତି," ମଦ ବନ୍ଦ ସହ ଯେଉଁ ଏଜେଣ୍ଡା ଥିଲା ଦଳ ପକ୍ଷରୁ ମତ ରଖିଛୁ। ଆଶା କରୁଛୁ ରାଜ୍ୟ ନିର୍ବାଚନ କମିଶନ ଏ ସଂକ୍ରାନ୍ତରେ ପଦକ୍ଷେପ ନେବେ"।

ସର୍ବଦଳୀୟ ବୈଠକ ପରେ ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ କହିଛନ୍ତି," ଭୋଟର ତାଲିକା ନିର୍ଭୁଲ ପାଇଁ ଚଳିତ ଥର ଭୋଟରେ ତାଲିକାରେ ନାଁ ସହିତ ଏପିକ ଆଇଡି ଯୋଡ଼ା ଯିବ। ୱାର୍ଡ  ଅନୁସାରେ ଭୋଟର ତାଲିକା ପ୍ରସ୍ତୁତ କରାଯିବ। ଭୋଟର ତାଲିକା ସଂଶୋଧନ ପାଇଁ ଫର୍ମ ୧୬ ଓ ୧୭ ରହିଥିବା ବେଳେ ନା ସାମିଲ ଓ ବାଦ ଦେବା ପାଇଁ ସମସ୍ତେ ଆପତ୍ତି ଅଭିଯୋଗ କରିପାରିବେ। ଅଭିଯୋଗ ଆସିବା ପରେ ବିଚାର କରିବେ କମିଶନ। ଏହା ବାଦ ଭୋଟ ଗ୍ରହଣ ଅବଧି, ନିର୍ବାଚନ ଖର୍ଚ୍ଚ, ଯାନବାହନ ବ୍ୟବହାର ଭଳି ରାଜନୈତିକ ଦଳ ଗୁଡିକର ପ୍ରସ୍ତାବ ଉପରେ ବିଚାର କରି ନିସ୍ପତି ନିଆଯିବ ବୋଲି କହିଛନ୍ତି ରାଜ୍ୟ ନିର୍ବାଚନ କମିଶନ।
Published by: Soumya Das
First published: November 7, 2021, 4:34 PM IST