News18 Odia Digital
ଭୁବନେଶ୍ୱର: ଯୁବ ସମାଜସେବୀ ଆଦିତ୍ୟ ଦାଶଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ଦାବି କରି ହାଇ କୋର୍ଟର ଦ୍ଵାରସ୍ଥ ହୋଇଛନ୍ତି ତାଙ୍କ ପତ୍ନୀ ବିଦ୍ୟାଶ୍ରୀ ଦାଶ, ତାଙ୍କ ବାପା ଓ ମାଆ l ନିଜ ଆବେଦନରେ ବିଦ୍ୟାଶ୍ରୀ କହିଛନ୍ତି ଯେ କ୍ରାଇମ ବ୍ରାଞ୍ଚ ଉପରେ ଆଉ ତାଙ୍କର ଭରସା ପାଉନି l ସିବିଆଇ ତଦନ୍ତ ହେଲେ ଦୋଷୀ ଧରା ପଡ଼ିବେ ବୋଲି ସେ କହିଛନ୍ତି l
ଏହି ମାମଲାରେ ବର୍ତ୍ତମାନ କ୍ରାଇମ୍ ବ୍ରାଞ୍ଚର ତଦନ୍ତ ଚାଲିଛି ଓ ବିଶେଷଜ୍ଞମାନଙ୍କ ମତାମତ ନିଆଯାଉଛି l ଜଣକ ପରେ ଜଣଙ୍କର ଲାଏ ଡିଟେକ୍ସନ ଟେଷ୍ଟ ବି କରାଯାଉଛି l ଆଉ ଏହାରି ଭିତରେ ସିବିଆଇ ତଦନ୍ତ ଦାବି କରି ହାଇ କୋର୍ଟଙ୍କ ଦ୍ଵାରସ୍ଥ ହୋଇଛନ୍ତି ବିଦ୍ୟାଶ୍ରୀ ଓ ଆଦିତ୍ୟଙ୍କ ବାପା ଓ ମାଆ l
‘‘ମୋ’ ପୁଅକୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି l କ୍ରାଇମ ବ୍ରାଞ୍ଚ ତଦନ୍ତ ଉପରେ ଆମର ଆଉ ଭରସା ନାହିଁ l ତଦନ୍ତ ହେଉଛି କି ନାହିଁ ତାହା ଆମେ ଜାଣିପାରୁନୁ l ଆମେ ଅନ୍ଧାର ଭିତରେ ରହୁଛୁ l ତେଣୁ ସିବିଆଇକୁ ତଦନ୍ତ ଭାର ଦିଆଯାଉ,’’ କହିଛନ୍ତି ଆଦିତ୍ୟଙ୍କ ମାଆ ପଦ୍ମାଳୟା ଦାଶ ।

ବିଦ୍ୟାଶ୍ରୀଙ୍କୁ ଗୁରୁବାର ଦିନ ଲାଇ ଡିଟେକ୍ସନ ଟେଷ୍ଟ୍ ପାଇଁ ନିଆଯାଉଛି ।
ଗୋଟିଏ ପଟେ ସିବିଆଇ ତଦନ୍ତକୁ ନେଇ ହାଇ କୋର୍ଟରେ ମାମଲା ପହଞ୍ଚିଥିବା ବେଳେ ଆଜି ଆଦିତ୍ୟଙ୍କ ସମାଜସେବା ସଙ୍ଗଠନ ‘ପିପୁଲ ଫର ସେବା’ର ତିନି ଜଣ ସଦସ୍ୟ ସ୍ମୃତିରଞ୍ଜନ ସେଠୀ ଓରଫ ପପୁ, ବିକାଶ ବରାଳ ଓ ଦୀପକ ବେହେରାଙ୍କର ଲାଇ ଡିଟେକ୍ସନ ଟେଷ୍ଟ କରାଯାଇଛି l ଜେରା ବେଳେ ଏମାନଙ୍କ ବୟାନରେ କୌଣସି ତାଳମେଳ ରହୁ ନ ଥିବା ଜଣାପଡ଼ିଛି l ଏମାନେ ଦେଇଥିବା ଉତ୍ତରରେ କ୍ରାଇମ ବ୍ରାଞ୍ଚ ସନ୍ତୁଷ୍ଟ ନ ଥିଲା ବୋଲି ଜଣାପଡ଼ିଛି l
ଆଦିତ୍ୟଙ୍କ ସହ ପପୁ, ବିକାଶ ଓ ଦୀପକଙ୍କର ଥିଲା ଘନିଷ୍ଠ ସମ୍ପର୍କ l ଜୁଲାଇ ୬ ତାରିଖ ସନ୍ଧ୍ୟାରେ ଅର୍ଥାତ ଆଦିତ୍ୟ ଓ ବିଦ୍ୟାଶ୍ରୀ ଘରୁ ବାହାରିଯିବା ପରେ ଆଦିତ୍ୟଙ୍କୁ ଖୋଜିବାକୁ ତାଙ୍କ ଘରକୁ ପ୍ରଥମେ ପପୁ ଯାଇଥିଲା l ପରେ ଦୀପକ ଓ ପପୁ ମିଶି ସେହି ଘରକୁ ଯାଇଥିଲେ l ତା’ ପର ଦିନ ବିକାଶ ସେହି ଘରକୁ ଯାଇ ଆଦିତ୍ୟଙ୍କ ସୁଇସାଇଡ ନୋଟ ଲେଖାଥିବା ଡାଏରି ପାଇଥିଲା l
ଆଦିତ୍ୟଙ୍କ ଧୋତି ଓ ନାଲି ରଙ୍ଗର ଟି’ସାର୍ଟ ଗାଏବ ହେବା, ଡାଏରି ହଠାତ୍ ମିଳିବା ଓ ସେବାଶ୍ରମର ଆର୍ଥିକ କାରବାର ନେଇ ବିଦ୍ୟାଶ୍ରୀ ଏହି ତିନି ଜଣଙ୍କ ଉପରେ ସନ୍ଦେହ ପ୍ରକଟ କରିଥିଲେ l
ପୂର୍ବରୁ ହୋଇଥିବା ଜେରାରେ ଏହି ତିନି ଜଣଙ୍କ ବୟାନରେ ତାଳମେଳ ରହୁ ନ ଥିଲା ଓ ତଥ୍ୟ ନ ଦେଇ ସେମାନେ ବିଦ୍ୟାଶ୍ରୀଙ୍କ ଉପରେ ଓଲଟା ଦୋଷ ଲଦୁଥିଲେ l ତେଣୁ ସେମାନଙ୍କର ଲାଇ ଡିଟେକ୍ସନ ଟେଷ୍ଟ ନେବାକୁ ନିଷ୍ପତ୍ତି ନେଇଥିଲା କ୍ରାଇମ ବ୍ରାଞ୍ଚ l
ଏହା ବି ପଢ଼ନ୍ତୁ | ଗଧ ଘାସ ଖାଉଥିବା ବେଳେ ତା’ ପାଟିରେ ସାପ ପଶିଗଲା; ତା’ ପରେ କଣ ହେଲା ଦେଖନ୍ତୁ VIDEOଏହା ବି ପଢ଼ନ୍ତୁ | ଏହି ଫୋନଗୁଡ଼ିକର କ୍ୟାମେରା ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ! ଏଥିରେ ଚମତ୍କାର ଫଟୋ ଉଠାଇପାରିବେମଙ୍ଗଳବାର ସୁଦ୍ଧା ଚାରି ଜଣଙ୍କର ଲାଇ ଡିଟେକ୍ସନ ରିପୋର୍ଟ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯିବ l ଆଶା କରାଯାଉଛି ଏହି ରିପୋର୍ଟ ତଦନ୍ତକୁ ଆଗକୁ ବଢ଼ାଇବାରେ କ୍ରାଇମ ବ୍ରାଞ୍ଚକୁ ସାହାଯ୍ୟ କରିବ ।
‘‘ଲାଇ ଡିଟେକ୍ସନ ଟେଷ୍ଟରେ ପ୍ରାୟ ୧୫ରୁ ୨୦ଟି ପ୍ରଶ୍ନ ମୋତେ କରାଯାଇଥିଲା l ମୁଁ ସବୁ କଥା କହିଛି,’’ ଲାଇ ଡିଟେକ୍ସନ ଟେଷ୍ଟ ସରିବା ପରେ କହିଛନ୍ତି ବିକାଶ ବରାଳ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।