ACF ସୌମ୍ୟ ମୃତ୍ୟୁ: DFO ସଂଗ୍ରାମ ବେହେରାଙ୍କୁ ଓ ପୋଲିସ ଅଧିକାରୀ ମମତା ପଣ୍ଡାଙ୍କୁ କ୍ଲିନ୍‌ ଚିଟ୍

ବିଦ୍ୟାଭାରତୀଙ୍କ ସହ DFOଙ୍କର ଅନୈତିକ ସମ୍ପର୍କ ସୌମ୍ୟ ଓ ବିଦ୍ୟାଙ୍କ ମଧ୍ୟରେ ମନୋମାଳିନ୍ୟର କାରଣ ଥିଲା ବୋଲି ଅଭିଯୋଗ ହୋଇଥିଲେ ବି ଗଜପତି SP କହିଛନ୍ତି ଯେ ପଡ଼ୋଶୀମାନେ DFO ବିଦ୍ୟାଭାରତୀଙ୍କ ଘରକୁ ଆସୁ ନ ଥଲେ ବୋଲି କହିଛନ୍ତି ।

(ବାମରୁ ଡାହାଣ) ସୌମ୍ୟରଞ୍ଜନ, ବିଦ୍ୟାଭାରତୀ ଓ ସଂଗ୍ରାମ କେଶରୀ ବେହେରା

(ବାମରୁ ଡାହାଣ) ସୌମ୍ୟରଞ୍ଜନ, ବିଦ୍ୟାଭାରତୀ ଓ ସଂଗ୍ରାମ କେଶରୀ ବେହେରା

  • Share this:
News18 Odia Digital

ପାରଳାଖେମୁଣ୍ଡି: ବନ ବିଭାଗର ଯୁବ ଅଧିକାରୀ ସୌମ୍ୟରଞ୍ଜନ ମହାପାତ୍ରଙ୍କ ରହସ୍ୟମୟ ମୃତ୍ୟୁ ମାମଲାରେ ତାଙ୍କ ଉପରିସ୍ଥ ଅଧିକାରୀ ତଥା ପାରଳାଖେମୁଣ୍ଡିର ଡି.ଏଫ୍‌.ଓ. ସଂଗ୍ରାମ କେଶରୀ ବେହେରାଙ୍କୁ ପ୍ରାୟ କ୍ଲିନ୍‌ ଚିଟ୍‌ ଦେଇଛି ପୋଲିସ । ଗଜପତି ଏସ୍‌.ପି. ତପନ କୁମାର ପଟ୍ଟନାୟକ ଶୁକ୍ରବାର ଦିନ କହିଛନ୍ତି ଯେ ଏହି ମାମଲାରେ ଜଣେ ଅଭିଯୁକ୍ତ ଭାବେ ତଦନ୍ତ ପରିସରଭୁକ୍ତ ଥିବା ବେହେରାଙ୍କ ସଂପୃକ୍ତି ନାହିଁ ବୋଲି ପ୍ରାଥମିକ ତଦନ୍ତରୁ ଜଣା ପଡୁଛି । ହେଲେ ସେ କହିରଖିଛନ୍ତି ଯେ ଏ ପର୍ଯ୍ୟନ୍ତ ତଦନ୍ତର ନିଷ୍କର୍ଷ ଆସିନାହିଁ ।

ସୌମ୍ୟରଞ୍ଜନଙ୍କ ବାପା ଓ ପରିବାର ବର୍ଗଙ୍କ ସମେତ ସୌମ୍ୟରଞ୍ଜନଙ୍କ କେତେକ ବନ୍ଧୁ ଅଭିଯୋଗ କରିଥିଲେ ଯେ ସଂଗ୍ରାମ କେଶରୀ ବେହେରା ସୌମ୍ୟରଞ୍ଜନଙ୍କୁ ଚାକିରି କାର୍ଯ୍ୟରେ ହଇରାଣ କରୁଥିଲେ ଓ ତାଙ୍କୁ ଦୂରବର୍ତ୍ତୀ ସ୍ଥାନକୁ ପାଟ୍ରୋଲିଂ ପାଇଁ ରାତିରେ ପଠାଇ ବିଦ୍ୟାଭାରତୀଙ୍କ ସହ ସମ୍ପର୍କରେ ରହୁଥିଲେ । ହେଲେ ପୋଲିସ ତଦନ୍ତରୁ ସେମିତି ତଥ୍ୟ ଆସି ନ ଥିବା କହିଛନ୍ତି ଏସ୍‌.ପି. ତପନ କୁମାର ପଟ୍ଟନାୟକ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ PHOTOS | ରାଜ କୁନ୍ଦ୍ରାଙ୍କ ସ୍ତ୍ରୀ ଶିଳ୍ପା ଶେଟ୍ଟୀ ଦକ୍ଷିଣ ଭାରତୀୟ ସିନେମାରେ ବି ଖୁବ୍‌ ଧୁମ୍ ମଚେଇଛନ୍ତି

ସୌମ୍ୟଙ୍କ ମୃତ୍ୟୁର ୧୧ ଦିନ ପରେ ଶୁକ୍ରବାର (ଜୁଲାଇ ୨୩) ପାରଳାଖେମୁଣ୍ଡି ଡି.ଏଫ୍‌.ଓ. ସଂଗ୍ରାମ କେଶରୀ ବେହେରାଙ୍କୁ ଜେରା କରାଯାଇଥିଲା । ପୋଲିସ ଟିମ୍‌ ସହ କ୍ରାଇମ୍‌ ବ୍ରାଞ୍ଚର ଏକ ମିଳିତ ଟିମ୍ ସଂଗ୍ରାମଙ୍କୁ ତାଙ୍କ ପାରଳାଖେମୁଣ୍ଡି କାର୍ଯ୍ୟାଳୟରେ ଜେରା କରିଥିଲା । କ୍ରାଇମ୍‌ ବ୍ରାଞ୍ଚର ଚାରି ଜଣ ଅଫିସରଙ୍କ ସହ ଏସ୍‌.ଡି.ପି.ଓ. ରାମକୃଷ୍ଣ ପତି ଓ ତଦନ୍ତ ଅଧିକାରୀ ବିବେକାନନ୍ଦ ସ୍ବାଇଁ ପ୍ରାୟ ତିନି ଘଣ୍ଟା ଧରି ଡି.ଏଫ.ଓ.ଙ୍କୁ ପଚରାଉଚରା କରିଥିଲେ । କାର୍ଯ୍ୟାଳୟ ଭିତରେ ଡିଏଫଓଙ୍କୁ ସବୁ ଦିଗରୁ ଗୁଡ଼େଇ ତୁଡ଼େଇ ୬୦ରୁ ଅଧିକ ପ୍ରଶ୍ନ ପଚାରିଥିଲେ ଏହି ଛଅ ଅଫିସର୍‌ । ଗୁରାଣ୍ଡି ଥାନାଧିକାରୀ ମମତା ପଣ୍ଡାଙ୍କୁ ବି ଜେରା ହୋଇଥିଲା । ମମତା ପଣ୍ଡା ୩୦ ମିନିଟରୁ ଊର୍ଦ୍ଧ୍ୱ ସମୟ ଧରି ଜେରାର ସମ୍ମୁଖୀନ ହୋଇଥିଲେ ।

ବିନା ଡାକରାରେ ଆସି ତଦନ୍ତରେ ସାହାଯ୍ୟ କରୁଛନ୍ତି ମମତା ରାଣୀ ପଣ୍ଡା 


‘‘ଡି.ଏଫ୍‌.ଓ.ଙ୍କର ତାଙ୍କ (ବିଦ୍ୟାଭାରତୀ) ସହ ସମ୍ପର୍କ ଥିବା ଅଭିଯୋଗ ହୋଇଥିଲା, ହେଲେ ଆମେ ପାଖ ପଡ଼ୋଶୀ ପ୍ରାୟତଃ ସମସ୍ତଙ୍କୁ ପଚାରିସାରିଛୁ ଆଉ ସମସ୍ତଙ୍କର କହିବା କଥା ଯେ ଡି.ଏଫ୍‌.ଓ. କେବେ ତାଙ୍କ ଘରକୁ ଆସି ନାହାନ୍ତି । କେବଳ ଘଟଣା ଦିନ ହିଁ ସେ ସ୍ପଟକୁ ଆସିଥିଲେ । ତାଙ୍କର ଯେତିକି ନୈତିକ ଦାୟିତ୍ୱ ଥିଲା ତାଙ୍କୁ (ସୌମ୍ୟରଞ୍ଜନଙ୍କୁ) ଇମର୍ଜେନ୍ସି ଚିକିତ୍ସା ପାଇଁ ହସପିଟାଲକୁ ପଠେଇବା ପାଇଁ ଓ ହସପିଟାଲରେ ଉଚିତ ଚିକିତ୍ସା ବ୍ୟବସ୍ଥା କରାଇବା ପାଇଁ ତାହା ସେ କରିଥିଲେ। ତାଙ୍କ ଷ୍ଟାଫମାନେ ଆଉ ଗୋଟେ ଗାଡ଼ିରେ ସୌମ୍ୟରଞ୍ଜନଙ୍କୁ କଟକ ପଠେଇଥିଲେ,’’ ସାମ୍ବାଦିକମାନଙ୍କୁ କହିଥିଲେ ପଟ୍ଟନାୟକ ।

ଏହା ବି ପଢ଼ନ୍ତୁ | UPରେ ଯୋଗୀ ଆଦିତ୍ୟନାଥଙ୍କ ଯୁବ ପିଢ଼ିକୁ ଚେତାବନୀ: ‘ଭୁଲ୍ କାମ କଲେ ସମ୍ପତ୍ତି ଜବତ ହେବ

ଯେଉଁ ୧୦୮ ଆମ୍ବୁଲାନ୍ସରେ ସୌମ୍ୟରଞ୍ଜନଙ୍କୁ କଟକ ଅଣାଯାଇଥିଲା ତା’ର କ୍ଲଷ୍ଟର୍‌ ମ୍ୟାନେଜରଙ୍କ ସମେତ ପାଞ୍ଚ-ଛଅ ଜଣଙ୍କୁ ବି ଜେରା କରାଯାଇଥିଲା । ତାଙ୍କ ଷ୍ଟାଫ୍‌ ଓ ଆମ୍ବୁଲାନ୍ସରେ ଯେଉଁ ଫରେଷ୍ଟ ଷ୍ଟାଫମାନେ ଯାଇଥିଲେ ସେମାନଙ୍କୁ ବି ଜେରା କରିଥିଲା ପୋଲିସ ଟିମ୍‌ । ଉଦ୍ଦେଶ୍ୟ ଥିଲା ଆମ୍ବୁଲାନ୍ସକୁ ବାଟରେ ଦୁଇ ଘଣ୍ଟା ଧରି ଅଟକାଇ ରଖିଥିବା ଅଭିଯୋଗର ସତ୍ୟତା ଜାଣିବା । ଆମ୍ବୁଲାନ୍ସକୁ ଡି.ଏଫ୍‌.ଓ.ଙ୍କ କାର୍ଯ୍ୟାଳୟ ସାମନାରେ ମାତ୍ର ୧୫ ମିନିଟ୍‌ ପାଇଁ ଅଟକାଯାଇଥିଲା କାରଣ ବିଦ୍ୟାଭାରତୀ କିଛି ଜରୁରୀ ଜିନିଷ ଆଣିବାକୁ ଯାଇଥିଲେ ବୋଲି ପୋଲିସ୍‌ ଟିମ୍‌ ପଚରାଉଚରାରୁ ଜାଣିବାକୁ ପାଇଛି ବୋଲି କହିଛନ୍ତି ଜଣେ ଅଧିକାରୀ ।

ବିଦ୍ୟାଭାରତୀଙ୍କ ବାପଘରେ ତାଙ୍କ ସହ ପଚରାଉଚରା କରିବାକୁ ପହଞ୍ଚିଥିଲା ଏକ ଛଅ-ଜଣିଆ ପୋଲିସ ଟିମ୍‌ ।


‘‘ସି.ଡି.ଆର୍.ରୁ‌ (କଲ୍‌ ଡିଟେଲ୍ସ ରିପୋର୍ଟ) ଯାହା ଜଣାପଡୁଛି ଡି.ଏଫ୍‌.ଓ.ଙ୍କର ନା ବିଦ୍ୟାଭାରତୀଙ୍କର ନା ତାଙ୍କ ରୋଷେଇଆଙ୍କ ସହିତ ସମ୍ପର୍କ ଥିଲା । ବିଦ୍ୟାଭାରତୀ ଓ ତାଙ୍କ ସ୍ୱାମୀ ସୌମ୍ୟରଞ୍ଜନ ଯେଉଁଟା ଲେଖିଛନ୍ତି ତାହା ସେମାନଙ୍କ ନିଜ ହସ୍ତାକ୍ଷର ବୋଲି ତାଙ୍କ ଘର ଲୋକେ ଓ ବିଦ୍ୟାଭାରତୀ ସ୍ୱୀକାର କରିଛନ୍ତି । ସେଥିରୁ ଯାହା ଜଣାପଡୁଛି ତାଙ୍କର ସ୍ୱାମୀ-ସ୍ତ୍ରୀଙ୍କ ଭିତରେ କିଛି ଝଗଡ଼ା ବା ଅଶାନ୍ତି ଥିଲା,’’ କହିଛନ୍ତି ଏସ୍‌.ପି. ପଟ୍ଟନାୟକ ।

ଏହା ବି ପଢ଼ନ୍ତୁ | Horror Story: ଖାଇ ପିଇ ୧୦ ଦିନ ନବଦମ୍ପତି ଗଛରେ ବିତାଇଲେ; ତଳେ ଭୋକିଲା ଭାଲୁ ଅନେଇଥିଲା

ନିକଟସ୍ଥ ଗୁରାଣ୍ଡି ଥାନାର ଅଧିକାରୀ ମମତା ପଣ୍ଡାଙ୍କ ବିରୋଧରେ ଅଭିଯୋଗ ଥିଲା ଯେ ସେ ବିଦ୍ୟାଭାରତୀଙ୍କର ସମ୍ପର୍କୀୟା ଭାଉଜ ହୋଇଥିବା ସତ୍ତ୍ୱେ ବିନା ଡାକରାରେ ଏମ୍‌.କେ.ସି.ଜି. ହସପିଟାଲରେ ଓ ସୌମ୍ୟରଞ୍ଜନଙ୍କ ବସାରେ ପହଞ୍ଚିଥିଲେ ଓ ତଦନ୍ତରେ ସାହାଯ୍ୟ କରିଥିଲେ । ଏହା ବିଷୟରେ ଏସ୍‌.ପି. କହିଛନ୍ତି, ‘‘ମମତା ପଣ୍ଡାଙ୍କୁ ତାଙ୍କର ଜଣେ ଦୂର ସମ୍ପର୍କୀୟା, ବିଦ୍ୟାଭାରତୀଙ୍କ ମା‘, ଫୋନ୍‌ କରି କହିଥିଲେ ସୌମ୍ୟରଞ୍ଜନଙ୍କୁ ହସପିଟାଲକୁ ନିଆଯାଉଥିବା କଥା ଓ ଅନୁରୋଧ କରିଥିଲେ ଯାଇ ସାହାଯ୍ୟ କରିବାକୁ । ସେ ମାନବିକତା ଦୃଷ୍ଟିକୋଣରୁ ହସପିଟାଲକୁ ଯାଇଥିଲେ ଓ ତା’ ପରେ ବିଦ୍ୟାଭାରତୀଙ୍କ ଘରକୁ ଜିନିଷପତ୍ର ଆଣି ହସପିଟାଲ୍‌ ପଠାଇବା ପାଇଁ ଯାଇଥିଲେ ।’’



ପାରଳାଖେମୁଣ୍ଡିରୁ ଗୋଟିଏ ପୋଲିସ୍‌ ଟିମ୍‌ ବଲାଙ୍ଗିର ଯିବ ଜାଣିବା ପାଇଁ ଯେ ବିଦ୍ୟାଭାରତୀ ସେଠାରେ ଯେଉଁ ପାର୍ଟି ଦେଇଥିଲେ ତାହା ବ୍ୟାଚେଲର୍‌ ପାର୍ଟି ଥିଲା କି ଆଉ କିଛି ଥିଲା । ‘‘ସୌମ୍ୟରଞ୍ଜନଙ୍କ ମୃତ୍ୟୁ ଘଟଣାରେ ଆମ ତଦନ୍ତର ନିଷ୍କର୍ଷ ଏ ପର୍ଯ୍ୟନ୍ତ ଆସି ନାହିଁ । ଆସିଲା ପରେ ଆମେ ଗଣମାଧ୍ୟମକୁ ଜଣେଇବୁ,’’ କହିଛନ୍ତି ପଟ୍ଟନାୟକ ।
Published by:Anand ST Das
First published: