• ହୋମ୍
  • »
  • ଓଡ଼ିଶା ନ୍ୟୁଜ୍
  • »
  • ଓଡ଼ିଶା
  • »
  • ନା ହାତୀ ପାଉଛନ୍ତି ଟ୍ରେନିଂ, ନା ତିଆରି ହେଉଛନ୍ତି ଓଡ଼ିଆ ମାହୁନ୍ତ; କୁମୁକି ତାଲିମ ନାଁରେ ପାଣିରେ ପଡୁଛି ଟଙ୍କା

ନା ହାତୀ ପାଉଛନ୍ତି ଟ୍ରେନିଂ, ନା ତିଆରି ହେଉଛନ୍ତି ଓଡ଼ିଆ ମାହୁନ୍ତ; କୁମୁକି ତାଲିମ ନାଁରେ ପାଣିରେ ପଡୁଛି ଟଙ୍କା

ନା ତାଲିମପ୍ରାପ୍ତ ହାତୀ ସୃଷ୍ଟି ହୋଇଛନ୍ତି ନା ଟ୍ରେନି ଓଡ଼ିଆ ମାହୁନ୍ତ। ୧୨ ବର୍ଷରେ ୨ କୋଟିରୁ ଉର୍ଦ୍ଧ୍ବ ଟଙ୍କା ହାତୀ ତାଲିମ ଓ ମାହୁନ୍ତ ନାମରେ ଖର୍ଚ୍ଚ ସରିଲାଣି।

କୁମୁକି ତାଲିମ ନାଁରେ ପାଣିରେ ପଡୁଛି ଟଙ୍କା (ପ୍ରତୀକାତ୍ମକ ଛବି)

କୁମୁକି ତାଲିମ ନାଁରେ ପାଣିରେ ପଡୁଛି ଟଙ୍କା (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ରାଜ୍ୟରେ କୁମୁକି ଟ୍ରେନିଂ ନାମରେ କେଳେଙ୍କାରୀ। ବର୍ଷକୁ ଲକ୍ଷ ଲକ୍ଷ ଟଙ୍କା ପାଣିରେ ପଡୁଛି। ୧୨ ବର୍ଷରେ ୨ କୋଟିରୁ ଉର୍ଦ୍ଧ୍ବ ଟଙ୍କା ହାତୀ ତାଲିମ ଓ ମାହୁନ୍ତ ନାମରେ ଖର୍ଚ୍ଚ ସରିଲାଣି। ନା ତାଲିମପ୍ରାପ୍ତ ହାତୀ ସୃଷ୍ଟି ହୋଇଛନ୍ତି ନା ଟ୍ରେନି ଓଡ଼ିଆ ମାହୁନ୍ତ। ଏପଟେ ରାଜ୍ୟରେ ପ୍ରତିବର୍ଷ  ହାତୀ ମଣିଷ ଲଢ଼େଇରେ ଗଜରାଜ ଓ ମଣିଷଙ୍କ ଜୀବନ ଯାଉଛି।

ଜଙ୍ଗଲ ଛାଡ଼ି ଜନ ବସତି ମୁହାଁ ହେଉଛନ୍ତି ଗଜରାଜ। ଜଙ୍ଗଲ ବି ହ୍ରାସ ପାଉଛି। ଧନ ଜୀବନ ସହିତ ଜଙ୍ଗଲ ସୁରକ୍ଷା କ୍ଷେତ୍ରରେ ପ୍ରଶିକ୍ଷିତ ବଣୁଆ ହାତୀ - ବଣୁଆ ହାତୀ ପଲ ବିରୋଧରେ ଲଢ଼ି ସେମାନଙ୍କୁ ଘଉଡାଇବା କଥା। ହେଲେ ସେଭଳି କିଛି ସୁଫଳ ପାଇନି ଓଡ଼ିଶା କୁମୁକି। ନନ୍ଦ ଚାଲିଯିବା ପରେ କୁମାରଖୁଣ୍ଟିରେ ରହୁଛି ଶଙ୍କର। ଏଲିଫେଣ୍ଟ ରେସ୍କୁ ସେଣ୍ଟରରେ କୁମୁକି ତାଲିମ ଦେଇ ବ୍ୟବହାର ଉପଯୋଗୀ କରିବା କଥା। ସେତକ ନକରି ନନ୍ଦ ଭଳି ତା ଗୋଡ଼ରେ ସିକୁଳି ବନ୍ଧା ଯାଇ ଖାଇବାକୁ ଦିଆଯାଉଛି।

କୁମୁକି ଟ୍ରେନି ପାଇଁ ଆସାମର ଜଣେ ମାହୁନ୍ତ ତଥା service  provider ହେଉଛନ୍ତି ଦିପେନ କଲିତା। ୨୦୧୦ ମସିହାରୁ ସେ କୁମୁକି ଟ୍ରେନି ପାଇଁ ଆସାମ ମାହୁନ୍ତ ନିଯୁକ୍ତି ଓ ଓଡ଼ିଆ ମାହୁନ୍ତ ସୃଷ୍ଟି ନିମନ୍ତେ ଦାୟିତ୍ୱ ନେଇଥିଲେ। ଏଥିପାଇଁ ୨୦୧୦ ମସିହାରେ ଜଣେ ମାହୁନ୍ତ ପିଛା ମାସକୁ ସେ ୨୫ ହଜାର ଟଙ୍କା ନେଉଥିଲା। ତା ସହ service provider ଭାବରେ ମାସକୁ ଦିପେନ ୫୦ ହଜାର ଟଙ୍କା ଦରମା ନେଉଥିଲେ ।

କୁମକି ଟ୍ରେନିଂରେ ଥିବା ନନ୍ଦନକାନନର ନନ୍ଦ ମରିବା ପରେ ଏବେ ସମସ୍ତଙ୍କ ନଜର କପିଳାସ ହାତୀ ଉଦ୍ଧାର କେନ୍ଦ୍ରରେ ଥିବା ଅଣ୍ଡିରା ହାତୀ ରାକେଶ ଉପରେ।ତାଳଚେରରୁ ନରହନ୍ତା ଦନ୍ତା ରାକେଶକୁ ଉଦ୍ଧାର କରି ୨୦୨୦ ମସିହା ଜାନୁଆରୀ ୨୨ତାରିଖରେ କପିଳାସ ହାତୀ ଉଦ୍ଧାର କେନ୍ଦ୍ର କୁ ଅଣା ଯାଇଥିଲା। ଆସାମର ଏକ୍ସପର୍ଟମାନଙ୍କ ଦ୍ୱାରା ସେ ସମୟରେ କୁମକି ଟ୍ରେନିଂ ପାଇଁ ଆରମ୍ଭ ହୋଇଥିଲା ପ୍ରୟାସ। କିନ୍ତୁ ସେତେବେଳେ ନରହନ୍ତା ରାକେଶର ଗୋଡରେ କ୍ଷତ ସୃଷ୍ଟି ହେବା ସହ ସେ ଅସୁସ୍ଥ ଥିବା କାରଣରୁ କୁମକି ଟ୍ରେନିଂରେ ଲାଗିଥିଲା ବ୍ରେକ। କିନ୍ତୁ ନରହନ୍ତା ଦନ୍ତା ରାକେଶକୁ ଦେଢବର୍ଷରୁ ଅଧିକ ହେବ କୁମକି ଟ୍ରେନିଂ ପାଇଁ ଆସାମର ଏକ୍ସପର୍ଟ ଥାଇ ମଧ୍ୟ ଦିଆଯାଇ ନାହିଁ।

"ସରକାରଙ୍କ ପରବର୍ତ୍ତୀ ନିଷ୍ପତ୍ତି ଆସିନାହିଁ। ନିର୍ଦ୍ଦେଶ ଆସିବା ପରେ ପୁଣି କୁମକି ଟ୍ରେନିଂ ଆରମ୍ଭ କରାଯିବ ଏବଂ ଏଥିପାଇଁ ଢେଙ୍କାନାଳ ବନଖଣ୍ଡ ପ୍ରସ୍ତୁତ ଅଛି," କହିଛନ୍ତି ଡିଏଫଓ।
Published by:Soumya Das
First published: