ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»୧୧ମାସରେ ଜବତ ହୋଇଛି ୨୧ଟି ବାଘ ଛାଲ; ବନ ବିଭାଗକୁ ଦାୟୀ କଲେ ବୁଦ୍ଧିଜୀବୀ

୧୧ମାସରେ ଜବତ ହୋଇଛି ୨୧ଟି ବାଘ ଛାଲ; ବନ ବିଭାଗକୁ ଦାୟୀ କଲେ ବୁଦ୍ଧିଜୀବୀ

ରାଜ୍ୟରେ ବିଲୁପ୍ତ ହେବାକୁ ଯାଉଛି କଲରାପତରିଆ ବାଘ ବଂଶ । ଶିକାରୀ ବାଘ ଶିକାର କରିବା ସହ ବେଧଡକ ଭାବେ ରାଜ୍ୟ ବାହାରକୁ କରୁଛନ୍ତି ଚୋରା ଚାଲାଣ । ବନ ବିଭାଗର ଭୂମିକା ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠୁଛି।

୧୧ମାସରେ ଜବତ ହୋଇଛି ୨୧ଟି ବାଘ ଛାଲ; ବନ ବିଭାଗକୁ ଦାୟୀ କଲେ ବୁଦ୍ଧିଜୀବୀ
ଦିନକୁ ଦିନ ବାଘ ସଂଖ୍ୟା ଲୋପ ପାଇ ପାଇ ଯାଉଛି (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: November 24, 2021, 12:02 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜ୍ୟରେ ବିଲୁପ୍ତ ହେବାକୁ ଯାଉଛି କଲରାପତରିଆ ବାଘ ବଂଶ । ଶିକାରୀ ବାଘ ଶିକାର କରିବା ସହ ବେଧଡକ ଭାବେ ରାଜ୍ୟ ବାହାରକୁ କରୁଛନ୍ତି ଚୋରା ଚାଲାଣ । ଏହି ଚୋରା ଚାଲାଣକୁ ରୋକିବା ପାଇଁ କ୍ରାଇମବ୍ରାଞ୍ଚ ଏସ.ଟି.ଏଫ୍ କାମ କରୁଥିବା ବେଳେ ବନବିଭାଗ ଚୁପ୍ ବସିଛି । ବନ ବିଭାଗର ଭୂମିକା ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠୁଛି।

ଏସ.ଟି.ଏଫ୍ ତଥ୍ୟ ଅନୁସାରେ, ଗତ ୧୧ମାସରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଜବତ ହେଲାଣି ୨୧ଟି କଲରାପତରିଆ ବାଘ ଛାଲ । ବାଘ ଛାଲ ଚୋରା ଚାଲାଣ କରିବା ଅଭିଯୋଗରେ ଏସ.ଟି.ଏଫ୍ ଦ୍ୱାରା ଗିରଫ ହୋଇ ଜେଲ ଯାଇଛନ୍ତି ପ୍ରାୟ ୩୦ରୁ ଅଧିକ ବେପାରୀ । କିନ୍ତୁ ବାଘ ଗୁଡିକୁ କେଉଁ ଜଙ୍ଗଲରୁ ଶିକାର କରାଯାଉଛି, ଓ ଶିକାରୀ କିଏ ସେନେଇ କୌଣସି ନିର୍ଦ୍ଦିଷ୍ଟ ତଥ୍ୟ ତଦନ୍ତକାରୀ ସଂସ୍ଥା ପାଖରେ ନାହୌିଁ ।

“ରବିବାର ବୌଦ୍ଧ ଜିଲ୍ଲା କଣ୍ଟାମାଳ ରେଞ୍ଜ ଘଣ୍ଟାପଡା ଅଞ୍ଚଳ ଖୁଣ୍ଟିଗୋରା ଖଣ୍ଡଙ୍ଗ ନଦୀ ବ୍ରିଜ ଉପରେ ବାଘ ଛାଲ ଡିଲ ଚାଲିଥିବା ବେଳେ ଏକ ବାଘ ଛାଲକୁ ଜବତ କରାଯାଇଛି । ଜବତ ବାଘର ଛାଲକୁ ୩ଲକ୍ଷ ଟଙ୍କାରେ ଡିଲ କରିବାକୁ ଅଭିଯୁକ୍ତ ମାନେ ଯୋଜନା କରିଥିଲେ । ଖବର ପାଇ ଆମର ଏକ ଟିମ୍ ମାଡି ବସିଥିଲା । ବାଘ ଛାଲକୁ ଆମେ ଜବତ କରିବା ସହ ଜଣେ ଅଭିଯୁକ୍ତକୁ ଗିରଫ କରିଛୁ,”କହିଛନ୍ତି ଏସ.ଟି.ଏଫ୍ ଏସ.ପି ତେଜରାଜ ପଟେଲ ।

ଗିରଫ ହୋଇଥିବା ଅଭିଯୁକ୍ତ ଜଣଙ୍କ ବାଲିଗୁଡା ଥାନା ତରୁଘାଟ ଗାଁର ସଚିତନ ନାୟକ (୩୬)। ଏସ.ଟି.ଏଫ୍ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ବାଘଟିକୁ ଗୁଳିମାରି ଶିକାର କରାଯାଇଛି । ବର୍ଷା ରୁତୁ ପୂର୍ବରୁ ବାଘକୁ ଶିକାର କରାଯାଇଛି ।  ହେଲେ କେଉଁ ଜଙ୍ଗଲରୁ ଶିକାର ହୋଇଛି ତାହା ତଦନ୍ତ ଚାଲିଥିବା ଏସଟିଏଫ୍ ପକ୍ଷରୁ କୁହାଯାଇଛି ।

ଗତ ୧୧ମାସରେ ରାଜ୍ୟରୁ ୨୧ଟି ବାଘ ଛାଲ ଜବତ କରିଛି କ୍ରାଇମବ୍ରାଂଚ ଏସଟିଏଫ୍ । ଅଧିକ ବାଘ ଛାଲ ବୌଦ୍ଧ ଜିଲ୍ଲାରୁ ଜବତ ହୋଇଛି । ଚଳିତ ବର୍ଷ ବୌଦ୍ଧରୁ ୬ଟି ବାଘ ଛାଲ ଜବତ ହୋଇଛି। ଜବତ ବାଘ ଛାଲଗୁଡିକ ବୌଦ୍ଧ ଜିଲ୍ଲା ବାଉସୁଣି, ମୁନମୁଣ୍ଡା ଘଂଟାପଡା ଆଦି ଅଞ୍ଚଳରୁ ଜବତ କରିଛି ତଦନ୍ତକାରୀ ଟିମ୍ ।

ଏସ.ଟି.ଏଫ୍ ଏସ.ପି ଶ୍ରୀ ପଟେଲ କହିଛନ୍ତି, “ବୌଦ୍ଧ ଜିଲ୍ଲାରୁ ରାଜ୍ୟ ବାହାର ଦେଇ ବିଦେଶକୁ ଚୋରା ଚାଲାଣ ହେଉଛି ବାଘ ଛାଲ । ବିଶେଷ କରି ଛତିଶଗଡ ଦେଇ ମିଆଁମାର ଚାଲାଣ ହେଉଛି ବାଘ ଛାଲ । ଏବେ ସୁଦ୍ଧା କେବଳ ମଧ୍ୟସ୍ଥି ସାଜିଥିବା ଅଭିଯୁକ୍ତୁ ମାନଙ୍କୁ ଆମେ ଗିରଫ କରିଛୁ । ତେଣୁ ମାଷ୍ଟରମାଇଣ୍ଡ କିଏ, ତାକୁ ନେଇ ଏବେ ଆମେ ତଦନ୍ତ କରୁଛୁ"।

ରାଜ୍ୟରେ ବାଘ ବଂଶ ବୃଦ୍ଧି ଓ ସୁରକ୍ଷା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି । ଅନ୍ୟପଟେ ରାଜ୍ୟରୁ ବେଧଡକ ଭାବେ ଚାଲାଣ ହେଉଛି ବାଘ ଛାଲ । ଆଗାମୀ ଦିନରେ ଏହା ଉପରେ ରୋକ୍ ନଲଗାଇଲେ ରାଜ୍ୟରୁ ବାଘ ବଂଶ ଲୋପ ପାଇବ ବୋଲି ମତ ରଖିଛନ୍ତି ବୁଦ୍ଧିଜିବୀ ।
Published by: Soumya Das
First published: November 24, 2021, 12:02 PM IST