ଭାରତର ଶକ୍ତି ଯୋଗୁଁ ବ୍ୟାକଫୁଟରେ ପାକିସ୍ତାନ; ଇମ୍ରାନ ଖାନ ଏହି ଅନୁରୋଧ କଲେ

ଇମ୍ରାନ ଖାନ ଦୁଇ ଦିନିଆ ଇସଲାମାବାଦ ସୁରକ୍ଷା କଥାବାର୍ତ୍ତାର ଉଦ୍ଘାଟନୀ ଭାଷଣରେ କହିଛନ୍ତି ଯେ ୨୦୧୮ ରେ କ୍ଷମତାକୁ ଆସିବା ପରେ ତାଙ୍କ ସରକାର ଭାରତ ସହ ଉତ୍ତମ ସମ୍ପର୍କ ପାଇଁ ସବୁକିଛି କରିଛନ୍ତି ଓ ବର୍ତ୍ତମାନ ଭାରତର ପାଳି ।

ଭାରତର ଶକ୍ତି ଯୋଗୁଁ ବ୍ୟାକଫୁଟରେ ପାକିସ୍ତାନ; ଇମ୍ରାନ ଖାନ ଏହି ଅନୁରୋଧ କଲେ
ଭାରତର ଶକ୍ତି ଯୋଗୁଁ ବ୍ୟାକଫୁଟରେ ପାକିସ୍ତାନ
  • News18 Odia
  • Last Updated: March 17, 2021, 6:24 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ଇସଲାମାବାଦ: ପାକିସ୍ତାନ ପ୍ରଧାନ ମନ୍ତ୍ରୀ (Pakistan) ଇମ୍ରାନ ଖାନ (Imran Khan) ବୁଧବାର କହିଛନ୍ତି ଯେ ତାଙ୍କ ଦେଶ ସହ ଶାନ୍ତି ସ୍ଥାପନ ଦ୍ୱାରା ଭାରତ ଆର୍ଥିକ ଲାଭ ହେବ । ଏହା ଭାରତକୁ ସିଧାସଳଖ ପାକିସ୍ତାନୀ ଅଞ୍ଚଳ ଦେଇ ସମ୍ବଳ ସମୃଦ୍ଧ ମଧ୍ୟ ଏସିଆରେ ପହଞ୍ଚିବାରେ ସାହାଯ୍ୟ କରିବ । ଦୁଇ ଦିନିଆ ଇସଲାମାବାଦ ସୁରକ୍ଷା କଥାବାର୍ତ୍ତାର ଉଦଘାଟନୀ ଉତ୍ସବରେ ଇମ୍ରାନ ଖାନ କହିଛନ୍ତି ଯେ ୨୦୧୮ ରେ କ୍ଷମତାକୁ ଆସିବା ପରେ ତାଙ୍କ ସରକାର ଭାରତ ସହ ଭଲ ସମ୍ପର୍କ ସ୍ଥାପନ କରିବାକୁ ସମସ୍ତ ପ୍ରକାର ଉଦ୍ୟମ କରିଛନ୍ତି ଓ ବର୍ତ୍ତମାନ ଭାରତର ପାଳି ।

ଭାରତକୁ ନେବାକୁ ପଡ଼ିବ ପ୍ରଥମ ପଦକ୍ଷେପ
ସେ କହିଛନ୍ତି, ଭାରତକୁ ପ୍ରଥମ ପଦକ୍ଷେପ ନେବାକୁ ପଡ଼ିବ । ଯେପର୍ଯ୍ୟନ୍ତ ସେମାନେ ଏହା ନକରନ୍ତି, ଆମେ ଅଧିକ କିଛି କରିପାରିବୁ ନାହିଁ । ଉଲ୍ଲେଖନୀୟ କଥା ହେଉଛି, ଗତ ମାସରେ ଭାରତ କହିଛି ଯେ ଆତଙ୍କବାଦ, ଘୃଣା ଓ ହିଂସା ମୁକ୍ତ ପରିବେଶ ସହିତ ପାକିସ୍ତାନ ସହିତ ସାଧାରଣ ପଡୋଶୀ ସମ୍ପର୍କ ପାଇଁ ଇଚ୍ଛା କରେ । ଆତଙ୍କବାଦ ଓ ଶତ୍ରୁତା ମୁକ୍ତ ପରିବେଶ ସୃଷ୍ଟି କରିବା ଏହାର ଦାୟିତ୍ବ ପାକିସ୍ତାନର ବୋଲି ଭାରତ କହିଛି ।

ଶ୍ରୀଲଙ୍କା ସହ ସମ୍ପର୍କ ମଜବୁତ କରିବାରେ ବ୍ୟସ୍ତ ଅଛି ପାକିସ୍ତାନ
ଏହାପୂର୍ବରୁ ଶ୍ରୀଲଙ୍କା ଗସ୍ତରେ ଆସିଥିବା ଇମ୍ରାନ ଖାନ ମଙ୍ଗଳବାର କହିଛନ୍ତି ଯେ ସିପିଇସି ମାଧ୍ୟମରେ ଶ୍ରୀଲଙ୍କା ସହ ବ୍ୟବସାୟିକ ସମ୍ପର୍କ ବୃଦ୍ଧି ଦିଗରେ ପାକିସ୍ତାନ ଦୃଷ୍ଟି ରଖିଛି । ସେ କହିଛନ୍ତି ଯେ ଶ୍ରୀଲଙ୍କା ଚୀନ୍‌ର ଉଚ୍ଚାଭିଳାଷୀ ବେଲ୍ଟ ଆଣ୍ଡ ରୋଡ୍ କାର୍ଯ୍ୟକ୍ରମର ଏକ ଅଂଶ ହୋଇସାରିଛି ଓ ଏହାର ସର୍ବୋତ୍ତମ ଉଦାହରଣ ହେଉଛି ସିପିଇସି ।

ପାକିସ୍ତାନୀ ପ୍ରଧାନ ମନ୍ତ୍ରୀ କହିଛନ୍ତି, 'ଆମେ ଏପରି କ୍ଷେତ୍ର ବିଷୟରେ ଆଲୋଚନା କରିଥିଲୁ ଯେଉଁଠାରେ ଆମେ ଆମର ବ୍ୟବସାୟିକ ସମ୍ପର୍କକୁ ବଢ଼ାଇ ପାରିବା, ଯେଉଁଠାରେ ଶ୍ରୀଲଙ୍କା ଭବିଷ୍ୟତରେ ମଧ୍ୟ ଏସିଆ ସହିତ ପାକିସ୍ତାନର ସଂଯୋଗରୁ ଲାଭବାନ ହୋଇପାରିବ । ଓ ଆମର ବ୍ୟବସାୟିକ ସମ୍ପର୍କର ଅର୍ଥ ହେଉଛି ଉଭୟ ଦେଶ ଏକାଠି ଚାଲିବେ । ବଲୁଚିସ୍ତାନର ଗ୍ୱାଦର ବନ୍ଦରକୁ ଚାଇନାର ଜିନଜିଆଙ୍ଗ ପ୍ରଦେଶ ସହିତ ସଂଯୋଗ କରୁଥିବା CPEC ହେଉଛି ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ଡ୍ରିମ ପ୍ରୋଜେକ୍ଟ ।
Published by: Jagdish Barik
First published: March 17, 2021, 6:24 PM IST