News18 Odia Digital
ନୂଆ ଦିଲ୍ଲୀ: ଯଦି ଆପଣ ସୁନା କିଣିବାକୁ ଯାଉଛନ୍ତି ତାହେଲେ ଆପଣଙ୍କ ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଖବର । ଜୁନ୍ ୧୫ ତାରିଖରୁ ସୁନା ହଲମାର୍କିଂ (GOLD Hallmarking) ବାଧ୍ୟତାମୂଳକ କରାଯାଇଛି ।ତେଣୁ ସୁନା କିଣିବାକୁ ଯିବା ପୂର୍ବରୁ ଆପଣ ବଦଳିଥିବା ନିୟମ ଜାଣିବା ଜରୁରୀ ।ସୁନା ଅଳଙ୍କାର (gold jewellery) ଉପରେ କେନ୍ଦ୍ର ସରକାର ବି.ଏସ୍. ହଲମାର୍କିଂକୁ ବାଧ୍ୟତାମୂଳକ କରିଛନ୍ତି। ଜୁନ୍ ୧୫ ତାରିଖରୁ ଦେଶର ସବୁ ଅଳଙ୍କାର ଦୋକାନୀମାନଙ୍କ ପାଇଁ କେବଳ ବି.ଏସ୍. ପ୍ରମାଣିତ ଗହଣା (BS certified jewellery) ବିକିବା ବାଧ୍ୟତାମୂଳକ କରାଯାଇଛି ।
ସୁନା ହଲମାର୍କିଂ ବିଷୟରେ ଗତ ଦେଢ଼ ବର୍ଷ ଧରି କେନ୍ଦ୍ର ସରକାର ଯୋଜନା କରୁଛନ୍ତି, ଆଉ ଶେଷରେ ଏହାକୁ ଜୁନ୍ ୧୫ ତାରିଖଠାରୁ ସାରା ଦେଶରେ କାର୍ଯ୍ୟକାରୀ କରାଯାଇଛି । ଯଦିଓ ଏହି ଆଦେଶ ପୂର୍ବରୁ କାର୍ଯ୍ୟକାରୀ ହେବାର ଥିଲା, କିନ୍ତୁ ଦେଶରେ କରୋନା ମହାମାରୀ ବ୍ୟାପିବା ଯୋଗୁଁ ଏହା କାର୍ଯ୍ୟକାରୀ ହୋଇପାରିଲା ନାହିଁ । ଏବେ ଏହି ନିୟମ ବିଷୟରେ ବିସ୍ତୃତ ଭାବରେ ଜାଣନ୍ତୁ । ଏହି ନିୟମ କ’ଣ ଓ ଏହା ସାଧାରଣ ଜନତାଙ୍କୁ କେମିତି ପ୍ରଭାବିତ କରିବ ତାହା ଜାଣନ୍ତୁ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | ଶେଷ VIDEO: ଟ୍ରକ୍ ଓ କାର୍ ମଧ୍ୟରେ ମୁହାଁମୁହିଁ ଧକ୍କାରେ କାରରେ ଥିବା ଗୋଟିଏ ପରିବାରର ୧୦ ଜଣଙ୍କ ମୃତ୍ୟୁ
ସୁନା ହଲମାର୍କିଂ କ’ଣ?
କେନ୍ଦ୍ର ସରକାର କହିଛନ୍ତି ଯେ ସୁନା ହଲମାର୍କିଂ ଅଧୀନରେ ଦେଶର ସବୁ ସୁନା ବ୍ୟବସାୟୀ ସୁନା ଅଳଙ୍କାର ବା କଳାକୃତି ବିକିବା ପାଇଁ ବି.ଏସ୍. ମାନାକ ପୂରଣ କରିବା ଉଚିତ । ଏହି ମାନଦଣ୍ଡ ପୂରଣ କରୁ ନ ଥିବା କୌଣସି ବ୍ୟବସାୟୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସରକାର ଚେତାବନୀ ଦେଇଛନ୍ତି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ୨ ଯାଆଁଳା ଭଉଣୀଙ୍କୁ ଜଣେ ଯୁବକଙ୍କ ସହ ପ୍ରେମ ହେଲା; ଦୁହେଁ ତାଙ୍କୁ ବାହା ହୋଇ ଏକାଠି ଗର୍ଭବତୀ ହେବେ
ଜେଲ୍ ହୋଇପାରେ
ଯଦି କୌଣସି ସୁନା ଅଳଙ୍କାର ଦୋକାନୀ ସରକାରଙ୍କ ଦ୍ୱାରା ଜାରି ହୋଇଥିବା ନିୟମ ମାନୁ ନାହାଁନ୍ତି, ତାହେଲେ ତାଙ୍କୁ ବି.ଏସ୍. ଆଇନ୍, ୨୦୧୬ର (BS Act, 2016) ଧାରା ୨୯ ଅନୁଯାୟୀ ଏକ ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ କିମ୍ବା ୧ ଲକ୍ଷ ଟଙ୍କାରୁ ଅଧିକ ଜୋରିମାନାରେ ଦଣ୍ଡିତ କରାଯାଇପାରେ ।
ଏହା ବି ପଢ଼ନ୍ତୁ | SSR: ସୁଶାନ୍ତ ସିଂ ରାଜପୁତଙ୍କୁ ମନେ ପକାଇ ଅତି ଭାବପ୍ରବଣ ପୋଷ୍ଟ ଲେଖିଲେ ତାଙ୍କୁ ଝୁରୁଥିବା ଗର୍ଲଫ୍ରେଣ୍ଡ୍ ରିୟା
କେତେ କ୍ୟାରେଟ୍ ସୁନାର ହଲମାର୍କିଂ ହେବ?
ଆପଣ ଜାଣି ରଖନ୍ତୁ ଯେ ୧୪ କ୍ୟାରେଟ୍, ୧୮ କ୍ୟାରେଟ୍ ଓ ୨୨ କ୍ୟାରେଟ୍ ଶୁଦ୍ଧତା ଥିବା ସୁନାର ହଲମାର୍କିଂ (ଚିହ୍ନିତ କରିବା ପ୍ରକ୍ରିୟା) ହେବ ।
ଏହା ବି ପଢ଼ନ୍ତୁ | ମର୍ମନ୍ତୁଦ ଦୁର୍ଘଟଣା! ଗୋଟିଏ ଚିତାରେ ଜଳିଲା ପତି ଓ ପତ୍ନୀଙ୍କ ଶବ; ପାଖରେ ପୁଅକୁ ପୋତାଗଲା
ଘରେ ପଡ଼ିଥିବା ସୁନାର କ’ଣ ହେବ?
ଅନେକ ଲୋକଙ୍କ ମନରେ ପ୍ରଶ୍ନ ଆସୁଛି ଯେ ଏବେ ଲୋକଙ୍କ ଘରେ ରଖାଯାଇଥିବା ସୁନାର କ’ଣ ହେବ । ଯଦି ଏହି ପ୍ରଶ୍ନ ଆପଣଙ୍କ ମନରେ ବି ଆସୁଛି, ତେବେ ଜାଣି ରଖନ୍ତୁ ଯେ ସରକାରଙ୍କ ଦ୍ୱାରା ଜାରି ହୋଇଥିବା ନିୟମ ଅନୁସାରେ ସୁନା ଅଳଙ୍କାର ବିକ୍ରୟ କରୁଥିବା ଦୋକାନୀମାନଙ୍କ ପାଇଁ ହଲମାର୍କିଂର ଏହି ନିୟମ ପ୍ରଯୁଜ୍ୟ ହେବ । ଗ୍ରାହକମାନେ ବିନା ହଲମାର୍କିଂରେ ନିଜ ଅଳଙ୍କାର ବିକ୍ରି କରିପାରିବେ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | ଭୂଇଁ ଗିଳିଦେଲା କାର୍! ମୁମ୍ବାଇ ଓ ଇସ୍ରାଏଲରେ ଏମିତି ଦୁଇଟି ଘଟଣା ଘଟିଛି; ଦେଖନ୍ତୁ VIDEO
ଏହି ନିୟମରୁ କ’ଣ ଲାଭ ହେବ?
ସରକାରଙ୍କ ଏହି ପଦକ୍ଷେପ ଦ୍ୱାରା ସୁନାର ଶୁଦ୍ଧତାର ପ୍ରମାଣ ସହଜରେ ଦିଆଯାଇପାରିବ । ଏହାର ପ୍ରମାଣ ରହିବା ଦ୍ୱାରା ସୁନା ହସ୍ତକାର୍ଯ୍ୟ ବଜାର ବି ବୃଦ୍ଧି ପାଇବ ।ଏହା ସହ ଅଳଙ୍କାର ଶିଳ୍ପ ବି ବିସ୍ତାର ପାଇବ ।
ବର୍ତ୍ତମାନ ଦେଶର ୨୩୪ଟି ଜିଲ୍ଲାରେ ୮୯୨ଟି ହଲମାର୍କିଂ କେନ୍ଦ୍ର କାର୍ଯ୍ୟ କରୁଛନ୍ତି, ଯେଉଁମାନେ ୨୮,୮୪୯ଟି ବି.ଏସ୍. ପଞ୍ଜୀକୃତ ଅଳଙ୍କାର ଦୋକାନୀଙ୍କ ପାଇଁ ହଲମାର୍କିଂ କରୁଛନ୍ତି । ବର୍ତ୍ତମାନ ଏହି ସଂଖ୍ୟା ଆହୁରି ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।