CBSE ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଖବର; ପ୍ରାକ୍ଟିକାଲ ପରୀକ୍ଷାର ପ୍ରଣାଳୀରେ ହେଲା ପରିବର୍ତ୍ତନ

ପ୍ରାକ୍ଟିକାଲ୍ ପରୀକ୍ଷା ହେଉଥିବା ସମୟରେ ବୋର୍ଡ଼ ପାଖକୁ ତିନି ଥର ଲ୍ୟାବ୍‌ର ଫଟୋ ପଠେଇବାକୁ ହେବ । ଏହି ଫଟୋରେ ପରୀକ୍ଷା ଦେଉଥିବା ଛାତ୍ର, ପରୀକ୍ଷକ ଓ ଅବ୍‌ଜର୍ଭର୍ ଥିବା ଦରକାର । ଫଟୋରେ ତିନି ଜଣ ସ୍ପଷ୍ଟ ଦିଶୁଥିବା ଆବଶ୍ୟକ ।

CBSE ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଖବର; ପ୍ରାକ୍ଟିକାଲ ପରୀକ୍ଷାର ପ୍ରଣାଳୀରେ ହେଲା ପରିବର୍ତ୍ତନ
ପ୍ରତୀକାତ୍ମକ ଛବି
  • News18 Odia
  • Last Updated: January 16, 2020, 10:06 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ସିବିଏସ୍‌ଇ (CBSE) ବୋର୍ଡ଼ରେ ଦଶମ ଓ ଦ୍ୱାଦଶ ଶ୍ରେଣୀର ପରୀକ୍ଷା ଦେବାକୁ ଯାଉଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ଗୋଟେ ବଡ଼ ଖବର ଆସିଛି । ଏଥର କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ବା CBSE ପ୍ରାକ୍ଟିକାଲ୍‌ ପରୀକ୍ଷାର ପ୍ରଣାଳୀରେ ବଡ଼ ପରିବର୍ତ୍ତନ ଆଣିଛନ୍ତି ।

ସବୁଠୁ ବଡ଼ ପରିବର୍ତ୍ତନ ଏହା ଯେ ପ୍ରାକ୍ଟିକାଲ୍‌ ପରୀକ୍ଷା ସରିବା ମାତ୍ରେ ହିଁ ପ୍ରାକ୍ଟିକାଲ୍‌ର ମାର୍କ୍ସ ବୋର୍ଡ଼କୁ ପଠେଇବାକୁ ହେବ । ତା’ ଛଡ଼ା ପ୍ରାକ୍ଟିକାଲ୍‌ ପରୀକ୍ଷା ହେଉଥିବା ସମୟରେ ବୋର୍ଡ଼ ପାଖକୁ ତିନି ଥର ଲ୍ୟାବ୍‌ର ଫଟୋ ପଠେଇବାକୁ ହେବ । ଏହି ଫଟୋରେ ପରୀକ୍ଷା ଦେଉଥିବା ଛାତ୍ର, ପରୀକ୍ଷକ ଓ ଅବ୍‌ଜର୍ଭର୍‌ ଥିବା ଦରକାର । ଫଟୋରେ ତିନି ଜଣ ସ୍ପଷ୍ଟ ଦିଶୁଥିବା ଆବଶ୍ୟକ ।

ଏଥର (୨୦୨୦ର) ପ୍ରାକ୍ଟିକାଲ୍‌ ପରୀକ୍ଷା ପାଇଁ ପରୀକ୍ଷା କେନ୍ଦ୍ର ଚ଼ିହ୍ନିତ କରିବା ଆବଶ୍ୟକ । ଏହା ପୂର୍ବରୁ କେବଳ ଲିଖିତ ପରୀକ୍ଷା ପାଇଁ ପରୀକ୍ଷା କେନ୍ଦ୍ର ଚ଼ିହ୍ନିତ କରି କେନ୍ଦ୍ରର ନାମ ଓ କୋଡ଼୍‌ ଲେଖିବା ଆବଶ୍ୟକ ହେଉଥିଲା ।

ପ୍ରାକ୍ଟିକାଲ୍‌ ପରୀକ୍ଷା ସମୟରେ ଜିଓ ଟ୍ୟାଗ୍‌ ଦ୍ୱାରା ହିଁ ଫଟୋ ବୋର୍ଡ଼କୁ ପଠାଯିବ । ଏଥିରୁ ସ୍ପଷ୍ଟ ହୋଇଯିବ ଯେ ପରୀକ୍ଷାଟି ଯେଉଁ କେନ୍ଦ୍ରରେ ହେବ ବୋଲି ପୂର୍ବରୁ କୁହା ଯାଇଛି ସେଇଠି ହେଉଛି ନା ଆଉ କେଉଁଠି ହେଉଛି । ପ୍ରାକ୍ଟିକାଲ ପରୀକ୍ଷା ସମୟରେ ତିନି ଥର ଏମିତି ଫଟୋ ପଠେଇବାକୁ ହେବ ।

ଯେମିତି ଲିଖିତ ପରୀକ୍ଷା ପାଇଁ ହୁଏ, ସେମିତି ପ୍ରାକ୍ଟିକାଲ୍‌ ପରୀକ୍ଷା ପାଇଁ ଶହେ ବା ତହିଁରୁ ଅଧିକ ସଂଖ୍ୟା ଥିବା ସ୍କୁଲ୍‌ ପାଇଁ ଜଣେ ଅବ୍‌ଜର୍ଭର୍‌ ନିଯୁକ୍ତ କରାଯିବ ।
First published: January 16, 2020, 10:06 PM IST
corona virus btn
corona virus btn
Loading