ରଥଯାତ୍ରା ପାଇଁ ପରିବହନ ବିଭାଗର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି; ଅଧିକ ଭଡ଼ା ନେଇ ପାରିବେନି କୌଣସି ବସ

ମୁଖ୍ୟ କଥା ହେଲା ସଡ଼କ ସୁରକ୍ଷାକୁ ଦିଆଯାଇଛି ଅଧିକ ଗୁରୁତ୍ୱ। ବସ ଗୁଡିକ ଓଭର ଲୋଡ଼ିଂ କରିପାରିବେ ନାହିଁ। ରାସ୍ତାରେ ଯିବା ଆସିବା ସମୟରେ ଓଭର ସ୍ପିଡ଼ିଂ, ପରିବହନ ନିୟମ ଉଲ୍ଲଂଘନ କରିବା କିମ୍ବା ଯାତ୍ରୀଙ୍କୁ ହଇରାଣ କଲେ ତିନି ଦିନ ପାଇଁ ସିଜ ହେବ ବସ।

ରଥଯାତ୍ରା ପାଇଁ ପରିବହନ ବିଭାଗର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ରଥଯାତ୍ରା ପାଇଁ ପରିବହନ ବିଭାଗର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

  • Share this:
News18 Odia Digital

କଟକ: ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ବୁଧବାର ପରିବହନ ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। କୋରୋନା କଟକଣାର ଦୁଇ ବର୍ଷ ପରେ ରଥଯାତ୍ରାରେ ଭକ୍ତଙ୍କ ସମାଗମ ହେବାକୁ ଥିବାରୁ ଯାତ୍ରୀ ପରିବହନକୁ ଦିଆଯାଇଛି ଗୁରୁତ୍ୱ।

ଯେପରି ଭକ୍ତମାନେ ସୁରୁଖୁରୁରେ ପୁରୀ ସହରରେ ପହଞ୍ଚିବେ ସେ ନେଇ ବ୍ୟାପକ ପ୍ରସ୍ତୁତି ଆରମ୍ଭ କରିଛି ବିଭାଗ। ପରିବହନ କମିଶନର ଅରୁଣ ବୋଥ୍ରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବୈଠକରେ ନିଷ୍ପତ୍ତି ଅନୁଯାୟୀ, ରଥଯାତ୍ରା ସମୟରେ ପୁରୀକୁ ଯିବା ଆସିବା କରିବାକୁ ଥିବା ବସ ପାଇଁ ନିର୍ଦ୍ଧାରିତ ହୋଇଥିବା ଭଡ଼ା ଠାରୁ କେହି ଅଧିକ ଭଡ଼ା ଆଦାୟ କରିପାରିବେ ନାହିଁ। ପ୍ରତ୍ୟେକ ବସରେ ଲାଗିବ ରେଟ ଚାର୍ଟ। ଯଦି କୌଣସି ଗାଡି ଅଧିକ ଭଡ଼ା ଆଦାୟ କରୁଥିବ ସେହି ଗାଡି ସମ୍ବନ୍ଧରେ ସୂଚନା ଦେବା ପାଇଁ ଜାରି ହେବ ଟୋଲ ଫ୍ରି ନମ୍ବର।

ସବୁଠାରୁ ମୁଖ୍ୟ କଥା ହେଲା ସଡ଼କ ସୁରକ୍ଷାକୁ ଦିଆଯାଇଛି ଅଧିକ ଗୁରୁତ୍ୱ। ବସ ଗୁଡିକ ଓଭର ଲୋଡ଼ିଂ କରିପାରିବେ ନାହିଁ। ରାସ୍ତାରେ ଯିବା ଆସିବା ସମୟରେ ଓଭର ସ୍ପିଡ଼ିଂ, ପରିବହନ ନିୟମ ଉଲ୍ଲଂଘନ କରିବା କିମ୍ବା ଯାତ୍ରୀଙ୍କୁ ହଇରାଣ କଲେ ତିନି ଦିନ ପାଇଁ ସିଜ ହେବ ବସ।

ଏଥିପାଇଁ କଟକରୁ ପୁରୀ ମଧ୍ୟରେ ପ୍ରତି ଛକରେ ପୋଲିସ ମୁତୟନ କରାଯିବ।ସବୁ ସ୍ଥାନରେ ଏନଫୋରସମେଣ୍ଟ କୁ କଡାକଡି କରାଯିବ।ଗରମ କୁ ଦୃଷ୍ଟି ରେ ରଖି ସମସ୍ତ ବସରେ ପିଇବା ପାଣି ବ୍ୟବସ୍ଥା କରାଯିବ ସହ, ଦିବ୍ୟାଙ୍ଗଙ୍କ ପାଇଁ ଦୁଇଟି ସିଟ ଖାଲି ରହିବ। ଯେଉଁଥିରେ ସେମାନେ ମାଗଣା ଯାତ୍ରା କରିପାରିବେ।

କଟକ, ଭୁବନେଶ୍ୱର ଓ ପୁରୀ ତାଳବଣିଆ ବସ ଷ୍ଟାଣ୍ଡରେ ଯାତ୍ରୀଙ୍କ ପାଇଁ ସୂଚନା କେନ୍ଦ୍ର ରହିବା ସହ ଏହି ତିନୋଟି ସ୍ଥାନରେ ଆମ୍ବୁଲାନ୍ସ ନିୟୋଜିତ କରାଯିବ। ମୋଟାମୋଟି ଭାବେ ଚଳିତ ବର୍ଷ ରଥଯାତ୍ରା ସମୟରେ ଶୃଙ୍ଖଳିତ ଯାତ୍ରୀ ପରିବହନ ଉପରେ ଅଧିକ ଫୋକସ କରାଯିବ ବୋଲି କହିଛନ୍ତି ରାଜ୍ୟ ପରିବହନ କମିଶନର ଅରୁଣ ବୋଥ୍ରା।

ରାଜ୍ୟ ଘରୋଇ ବସ ମାଲିକ ସଙ୍ଘ ସମ୍ପାଦକ ଦେବେନ୍ଦ୍ର ସାହୁ କହିଛନ୍ତି, ‘‘ରଥଯାତ୍ରା, ବାହୁଡା ଓ ମହାପ୍ରଭୁଙ୍କ ସୁନାବେଶ ଦିନ ୨୪ ଘଣ୍ଟା ଅର୍ଥାତ ଦିନରାତି ବସ ଚଳାଚଳ କରିବ। ଯାତ୍ରୀମାନଙ୍କ ସୁବିଧା ପାଇଁ କଟକ, ଭୁବନେଶ୍ୱର ଓ ପୁରୀ ବସଷ୍ଟାଣ୍ଡରେ ପର୍ଯ୍ୟାପ୍ତ ପରିମାଣରେ ଥଣ୍ଡା ପାନୀୟ ଜଳଯୋଗାଣ ବ୍ୟବସ୍ଥା କରାଯିବ। ଏହା ବ୍ୟତୀତ ପ୍ରତ୍ୟେକ ବସରେ ଫାଷ୍ଟ -ଏଡ଼ କିଟ ରହିବ। ପୁରୀ ତାଳବଣିଆ ଷ୍ଟାଣ୍ଡରେ ଯାତ୍ରୀମାନଙ୍କ ପାଇଁ ମାଲିକ ସଙ୍ଘ ପକ୍ଷରୁ ୫ ଟଙ୍କାରେ ଭାତ ଡାଲମାର ବ୍ୟବସ୍ଥା କରାଯିବ ଓ ସେହିଠାରୁ ଦିବ୍ୟଙ୍ଗ ମାନଙ୍କୁ ନେବା ଆଣିବା କରିବା ପାଇଁ ବ୍ୟାଟେରୀ ଚାଳିତ ଗାଡିର ମଧ୍ୟ ବ୍ୟବସ୍ଥା କରାଯିବ।’’

ବୁଧବାର ବସିଥିବା ଏହି ବୈଠକରେ ପରିବହନ କମିଶନରଙ୍କ ସହ କଟକ, ଭୁବନେଶ୍ୱର ଓ ପୁରୀର ଆଞ୍ଚଳିକ ପରିବହନ ଅଧିକାରୀ, ପୋଲିସ, ଟ୍ରାଫିକ ଅଧିକାରୀଙ୍କ ସହ ରାଜ୍ୟ ଘରୋଇ ବସ ମାଲିକ ସଙ୍ଘ ଓ କଟକ, ଭୁବନେଶ୍ୱର, ପୁରୀ ଜିଲ୍ଲାର ବସ ମାଲିକ ସଂଘ କର୍ମକର୍ତ୍ତା ଯୋଗ ଦେଇଥିଲେ।
Published by:Lipina Das
First published: