• ହୋମ୍
  • »
  • ଓଡ଼ିଶା ନ୍ୟୁଜ୍
  • »
  • ଓଡ଼ିଶା
  • »
  • ବିଜେପିର ଗୁରୁତ୍ତ୍ୱପୂର୍ଣ୍ଣ କୋର କମିଟି ବୈଠକ; ୨୦୨୪ ନିର୍ବାଚନ ପାଇଁ ରୋଡ଼ମ୍ୟାପ ପ୍ରସ୍ତତି ଉପରେ ଗୁରୁତ୍ୱ

ବିଜେପିର ଗୁରୁତ୍ତ୍ୱପୂର୍ଣ୍ଣ କୋର କମିଟି ବୈଠକ; ୨୦୨୪ ନିର୍ବାଚନ ପାଇଁ ରୋଡ଼ମ୍ୟାପ ପ୍ରସ୍ତତି ଉପରେ ଗୁରୁତ୍ୱ

ବିଜେପିର କୋର କମିଟି ବୈଠକରେ ବ୍ରଜରାଜନଗର ନିର୍ବାଚନ ପାଇଁ ରଣକୌଶଳ ପ୍ରସ୍ତୁତ ଉପରେ ଗୁରୁତ୍ୱ ଦିଆଯିବା ସହିତ ୨୦୨୪ ସାଧାରଣ ନିର୍ବାଚନ ପାଇଁ ରୋଡ଼ ମ୍ୟାପ ପ୍ରସ୍ତୁତି ଉପରେ ଦିଆଯାଇଥିଲା ଗୁରୁତ୍ୱ।

ବିଜେପିର ଗୁରୁତ୍ତ୍ୱପୂର୍ଣ୍ଣ କୋର କମିଟି ବୈଠକ

ବିଜେପିର ଗୁରୁତ୍ତ୍ୱପୂର୍ଣ୍ଣ କୋର କମିଟି ବୈଠକ

  • Share this:
News18 Odia Digital

ଭୁବନେଶ୍ବର: ରାଜ୍ୟରେ ବିଜେପି ଦୁର୍ବଳ ଥିବା ୧୦୦ଟି ଲେଖାଁଏ ବୁଥ ବୁଲିବେ ପ୍ରତି ବିଜେପି ସାଂସଦ। ବିଶେଷ କରି ଏହି ବୁଥରେ କଣ ପାଇଁ ବିଜେପି ଦୁର୍ବଳ, ବୁଥ ସ୍ତରରେ ବିଜେପିର ଲୋକପ୍ରିୟତା କେତେ ରହିଛି, ବୁଥସ୍ତରର ଦଳୀୟ କାର୍ଯ୍ୟକର୍ତ୍ତା କେତେ ଲୋକାଭିମୁଖୀ ସେ ସବୁର ତୃଣମୂଳ ସ୍ତରରେ ସ୍ଥିତି ଅନୁଧ୍ୟାନ କରିବେ ସାଂସଦ। ବିଜେପି ରାଜ୍ୟ ମୁଖ୍ୟାଳୟରେ ଆୟୋଜିତ କୋଟି କମିଟି ବୈଠକରେ ଏହା ଉପରେ ଦିଆଯାଇଛି ଗୁରୁତ୍ୱ।

ଦଳୀୟ କୋର କମିଟିର ପ୍ରଥମ ବୈଠକ ପରେ ସାଂସଦ ସୁରେଶ ପୂଜାରୀ ପ୍ରତିକ୍ରିୟାରେ କହିଛନ୍ତି, ‘‘ପ୍ରାୟ ୪ ଘଣ୍ଟା ଧରି ଏହି କୋର କମିଟିର ପ୍ରଥମ ମାରଥନ ବୈଠକ ଆୟୋଜିତ ହୋଇଥିଲା। ଏଥିରେ ବ୍ରଜରାଜନଗର ନିର୍ବାଚନ ପାଇଁ ରଣକୌଶଳ ପ୍ରସ୍ତୁତ ଉପରେ ଗୁରୁତ୍ୱ ଦିଆଯିବା ସହିତ ୨୦୨୪ ସାଧାରଣ ନିର୍ବାଚନ ପାଇଁ ରୋଡ଼ ମ୍ୟାପ ପ୍ରସ୍ତୁତି ଉପରେ ଦିଆଯାଇଥିଲା ଗୁରୁତ୍ୱ। ବିଶେଷ କରି ଏଥିପାଇଁ ଦାୟିତ୍ବ ନ୍ୟସ୍ତ କରାଯାଇଛି ସାଂସଦଙ୍କୁ। ପ୍ରତ୍ୟେକ ବିଜେପି ସାଂସଦ ନିଜ ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ୧୦୦ଟି ଦୁର୍ବଳ ବୁଥ ବୁଲି ସମୀକ୍ଷା କରିବେ। ଏଥିପାଇଁ ସେମାନଙ୍କ ଦାୟିତ୍ବ ଦିଆଯାଇଛି। ଧାର୍ଯ୍ୟ ସମୟ ମଧ୍ୟରେ ଏହାକୁ ସାରିବା ପାଇଁ ମଧ୍ୟ କୋର କମିଟି ବୈଠକରେ ପ୍ରାଥମିକତା ଦିଆଯାଇଛି।’’

ସୁରେଶ ପୂଜାରୀଙ୍କ ସୂଚନା ଅନୁସାରେ, ଏହି କୋର କମିଟି ପ୍ରଥମ ବୈଠକରେ ଓଡ଼ିଶାର ବିଭିନ୍ନ ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ଶ୍ରୀମନ୍ଦିର ପ୍ରସଙ୍ଗରେ ଆଲୋଚନା ହେବା ସହ ଦଳର ଖସଡ଼ା ପ୍ରସ୍ତୁତ ହୋଇଛି। ତା' ଛଡା ବ୍ରଜରାଜନଗର ନିର୍ବାଚନ ଉତ୍ତର ଦାୟିତ୍ବ ତାଙ୍କ ଉପରେ ନ୍ୟସ୍ତ କରାଯିବା ସହ ବିଧାୟକ ପ୍ରାର୍ଥୀନୀଙ୍କୁ କିଭଳି ଜିତାଯିବ ସେ ନେଇ ଉଦ୍ୟମ ହେବା ନେଇ ଆଲୋଚନା ହୋଇଥିଲା।

ରାଜ୍ୟ ବିଜେପି କୋର କମିଟିର ପ୍ରଥମ ବୈଠକ ପରେ ସାଂସଦ ତଥା ପୂର୍ବତନ ମନ୍ତ୍ରୀ ଜୁଏଲ ଓରାମ ପ୍ରତିକ୍ରିୟାରେ କହିଛନ୍ତି, ‘‘ଦଳକୁ ଆଗକୁ ବଢ଼ିବାକୁ ବିଭିନ୍ନ ନିର୍ଣ୍ଣୟ ନିଆଯାଇଛି। ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ତୃତୀୟ ବର୍ଷ ପୂର୍ତ୍ତି ଅବସରରେ କେନ୍ଦ୍ର ସମେତ ବିଭିନ୍ନ ରାଜ୍ୟ ଓ ଜିଲ୍ଲାୱାରୀ ଅଭିଯାନ ଆରମ୍ଭ କରାଯିବ। ଏହି ୧୫ ଦିନିଆ ଅଭିଯାନରେ ଧାର୍ଯ୍ୟ ହୋଇ ଥିବା ବିଭିନ୍ନ କାର୍ଯ୍ୟକ୍ରମକୁ ତୃଣମୂଳ ସ୍ତରକୁ ନେବା ପାଇଁ ଖସଡ଼ା ପ୍ରସ୍ତୁତ ହୋଇଛି। ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ଲୋକଙ୍କ ପାଖରେ ପହଞ୍ଚାଯିବ। ଗତ ପଞ୍ଚାୟତ ଓ ପୌର ନିର୍ବାଚନରେ ଦଳର ପରାଜୟ ନେଇ ମଧ୍ୟ ଆଲୋଚନା ହୋଇଛି। ଜିଲ୍ଲାବାରୀ ତ୍ରୁଟିକୁ ସୁଧରାଯିବ। ଏହା ସହିତ ଆସନ୍ତା ୨୦୨୪ ସାଧାରଣ ନିର୍ବାଚନ ରୋଡ଼ ମ୍ୟାପ ପାଇଁ ଏହା ପ୍ରଥମ ଚରଣ।’’

ସେହିଭଳି କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ପ୍ରତିକ୍ରିୟ।ରେ କହିଛନ୍ତି, ‘‘ଏହା ଦଳର ନିୟମିତ ବୈଠକ। ଏଥିରେ ଦଳର ବିଭିନ୍ନ କାର୍ଯ୍ୟକ୍ରମର ଅଗ୍ରଗତି ସମ୍ପର୍କରେ ଆଲୋଚନା ହୋଇଛି। ସଙ୍ଗଠନ ସୁଦୃଢ଼ କରାଯିବ ନେଇ ବିସ୍ତୃତ ଆଲୋଚନା ମଧ୍ୟ ହୋଇଛି। ବୈଠକରେ ୨୦୨୪ ସାଧାରଣ ନିର୍ବାଚନ ପାଇଁ ପ୍ରତି ନିର୍ବାଚନମଣ୍ଡଳି ସ୍ଥରରେରେ ରିଭ୍ୟୁ ଚାଲିଛି। ରିଭ୍ୟୁ ଶେଷ ପରେ ପରବର୍ତ୍ତୀ ରଣନୀତି ଧାର୍ଯ୍ୟ ହେବ। ଏପର୍ଯ୍ୟନ୍ତ ୧୧୮ଟି ବିଧାନସଭା କ୍ଷେତ୍ରରେ ରିଭ୍ୟୁ ସରିଥିବା ବେଳେ ଖୁବ୍ ଶୀଘ୍ର ବଳକା କ୍ଷେତ୍ରର ରିଭ୍ୟୁ ଶେଷ ହେବ।’’

କୋର କମିଟିର ଏହି ପ୍ରଥମ ଦଳୀୟ ବୈଠକରେ ଦୁଇ କେନ୍ଦ୍ର ମନ୍ତ୍ରୀଙ୍କ ସମେତ ୫ଜଣ ଅନୁପସ୍ଥିତ ଥିଲେ। ଅନଲାଇନରେ କୌଣସି ବୈଠକ ହୋଇନାହିଁ।
Published by:Lipina Das
First published: