• ହୋମ୍
  • »
  • ଓଡ଼ିଶା ନ୍ୟୁଜ୍
  • »
  • ଓଡ଼ିଶା
  • »
  • ଲାଗୁ ହେଲା ଶ୍ରୀମନ୍ଦିର ନିୟମ ସଂଶୋଧନ ଓ ୟୁନିଫର୍ମ ପଲିସି; ମହାପ୍ରଭୁଙ୍କ ଜମି ବିକ୍ରି ଓ ମାମଲା ସମାଧାନ ପାଇଁ ପ୍ରସ୍ତୁତି

ଲାଗୁ ହେଲା ଶ୍ରୀମନ୍ଦିର ନିୟମ ସଂଶୋଧନ ଓ ୟୁନିଫର୍ମ ପଲିସି; ମହାପ୍ରଭୁଙ୍କ ଜମି ବିକ୍ରି ଓ ମାମଲା ସମାଧାନ ପାଇଁ ପ୍ରସ୍ତୁତି

୨୦୦୩ ୟୁନିଫର୍ମ ପଲିସି ଆଧାରରେ ଘରବାଡ଼ି କରି ମହାପ୍ରଭୁଙ୍କ ଜମିରେ ରହୁଥିବା ଲୋକେ ଜମି ଅଧିକାର ପାଇବା ଉପରେ ସରଳୀକରଣ କରିବାକୁ ଦାବି କରିଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଓ ପୁରୀ ବିଧାୟକ।

ଲାଗୁ ହେଲା ଶ୍ରୀମନ୍ଦିର ନିୟମ ସଂଶୋଧନ ଓ ୟୁନିଫର୍ମ ପଲିସି

ଲାଗୁ ହେଲା ଶ୍ରୀମନ୍ଦିର ନିୟମ ସଂଶୋଧନ ଓ ୟୁନିଫର୍ମ ପଲିସି

  • Share this:
News18 Odia Digital

ପୁରୀ: ଶ୍ରୀଜଗନ୍ନାଥ ମନ୍ଦିର ନିୟମ ସଂଶୋଧନ ଓ ୟୁନିଫର୍ମ ପଲିସି ଲାଗୁ ନେଇ ଭୁବନେଶ୍ୱର ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ କାର୍ଯ୍ୟାଳୟରେ ଗୁରୁତ୍ୱପୁର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇସାରିଛି। ଜମି ବିକ୍ରି ଓ ମାମଲା ସମାଧାନ ନେଇ ଖସଡା ପ୍ରସ୍ତୁତ ହୋଇଛି। ଜିଲ୍ଲାପାଳ ଓ ଉପ-ଜିଲ୍ଲାପାଳଙ୍କ ମତାମତ ସଂଗ୍ରହ କରାଯିବା ସହ ପାଞ୍ଚଟି ବିଷୟ ଉପରେ ଆଲୋଚନା ହୋଇଥିବା ସୂଚନା ମିଳିଛି।

ସେହିପରି ୨୦୦୩ ୟୁନିଫର୍ମ ପଲିସି ଆଧାରରେ ଘରବାଡ଼ି କରି ମହାପ୍ରଭୁଙ୍କ ଜମିରେ ରହୁଥିବା ଲୋକେ ଜମି ଅଧିକାର ପାଇବା ଉପରେ ସରଳୀକରଣ କରିବାକୁ ଦାବି କରିଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଓ ପୁରୀ ବିଧାୟକ।

ଏହି ମାମଲାରେ ନିଜର ପ୍ରତିକ୍ରିୟା ରଖି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା କହିଥିଲେ, "ମହାପ୍ରଭୁଙ୍କ ଜମି ବିକ୍ରି ଓ ମମଲା ସମାଧାନ ନେଇ ପ୍ରସ୍ତୁତ ହୋଇଛି ଖସଡ଼ା। ଜାନୁଆରୀ ୧୦ରେ ବସିଥିବା ଗୁରୁତ୍ୱପୁର୍ଣ୍ଣ ଉଚ୍ଚସ୍ତରୀୟ ବୈଠକରେ କରାଯାଇଛି ରୂପରେଖ । କ୍ୟାବିନେଟର ଅଧ୍ୟାଦେଶ ପରେ ଏହା ହେଉଛି ପ୍ରଥମ ବୈଠକ। ପ୍ରସ୍ତାବିତ ଶ୍ରୀଜଗନ୍ନାଥ ମନ୍ଦିର ନିୟମ ୧୯୬୦ର ସଂଶୋଧନ , ଶ୍ରୀଜଗନ୍ନାଥ ମନ୍ଦିର ନିୟମ ୧୯୫୪ ସଂଶୋଧନ ଅଧ୍ୟାଦେଶ ଓ ୟୁନିଫର୍ମ ପଲିସି ବା ସମାନନୀତି ଲାଗୁ ନେଇ ଭୁବନେଶ୍ୱର ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ କାର୍ଯ୍ୟାଳୟରେ ଗୁରୁତ୍ୱପୁର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ରାଜସ୍ୱ ବିଭାଗ ଅତିରିକ୍ତ ସଚିବ, ଶ୍ରୀମନ୍ଦିର ରାଜସ୍ୱ ପ୍ରଶାସକ, ତହସିଲଦାର, ରାଜସ୍ୱ ଅଧିକାରୀ, ଜଟଣୀ ତହସିଲଦାର ଓ ରାଜସ୍ୱ ଅଧିକାରୀ ଏହି ବୈଠକରେ ଯୋଗଦେଇଛନ୍ତି । ମୁଖ୍ୟତଃ ପାଞ୍ଚଟି ବିଷୟ ଉପରେ ଆଲୋଚନା କରାଯାଇଥିଲା । ଜମି ବିକ୍ରି ଓ ମାମଲା ସମାଧନ ବ୍ୟବସ୍ଥା ନେଇ ପ୍ରସ୍ତୁତ ହୋଇଛି ବ୍ଲୁ ପ୍ରିଣ୍ଟ । ଶ୍ରୀଜଗନ୍ନାଥ ମନ୍ଦିର ଅଧିନିୟମ ୧୯୫୪ ସଂଶୋଧନ ସମ୍ପର୍କିତ ପ୍ରସ୍ତାବ ଉପରେ ରାଜ୍ୟ କ୍ୟାବିନେଟ ମୋହର ବାଜିଥିବାରୁ ଅଧ୍ୟାଦେଶ କିପରି ଲାଗୁ କରାଯିବ ସେ ନେଇ ନିଷ୍ପତ୍ତି ହୋଇଛି। ଅଧ୍ୟାଦେଶ ଯୋଗୁଁ ଶ୍ରୀମନ୍ଦିର ପରିଚାଳନା କମିଟି ଅଧୀନରେ ଥିବା ସ୍ଥାବର ସମ୍ପତ୍ତି, ଜମିବାଡିର ମାଲିକାନା ସତ୍ତ୍ୱେ ପରିବର୍ତ୍ତନ ସହଜ ହେବ। ଘରବାଡ଼ି କରିଥିବା ଲୋକେ ଜମି ଅଧିକାର ପାଇବା ଆଶା ସଞ୍ଜାର ହେବ ।’’

ପୁରୀ ଜିଲ୍ଲାର ଭିଟାମାଟି ଅଧିକାର ମଞ୍ଚ


"ତେବେ ୨୦୦୩ ୟୁନିଫର୍ମ ପଲିସି ଆଧାରରେ ଘରବାଡ଼ି କରି ମହାପ୍ରଭୁଙ୍କ ଜମିରେ ରହୁଥିବା ଲୋକେ ଜମି ଅଧିକାର ପାଇବା ଉପରେ ସରଳୀକରଣ କରିବା ଆବଶ୍ୟକ ଅଛି। ଆଉ ଏହି ପ୍ରସଙ୍ଗରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଖୁବ୍ ଶୀଘ୍ର ଆଲୋଚନା ହେବ,’’ କହିଥିଲେ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଦୁର୍ଗାଦାସ ମହାପାତ୍ର।

ସେହିପରି ବିଜେପି ବିଧାୟକ ଜୟନ୍ତ ଷଡ଼ଙ୍ଗୀ କହିଥିଲେ, "ରାଜ୍ୟର ୨୩ଟି ଜିଲ୍ଲାରେ ବନ୍ଦୋବସ୍ତ ରେକର୍ଡକୁ ଭିତ୍ତି କରି ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପ୍ରାୟ ୬୦,୪୧୮ ଡିସିମିଲ ଜମି ଚିହ୍ନଟ ହୋଇଛି । ଏହା ମଧ୍ୟରୁ ୩୩,୮୪୩ ଏକର ୬୪୩ ଡିସିମିଲ ଜମି ଶ୍ରୀଜଗନ୍ନାଥ ମହାପ୍ରଭୁ ମାର୍ଫତ ଶ୍ରୀମନ୍ଦିର ପରିଚାଳନା କମିଟି ନାମରେ ରେକର୍ଡ ହୋଇ ସଂସୋଧିତ ହୋଇଛି । ସେହିପରି ସରଜମିନ ତଦନ୍ତ ବେଳେ ମହାପ୍ରଭୁଙ୍କ ଜମି ଅବରୋଧ କରିଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇ ଉଚ୍ଛେଦ କରିବା ନିମନ୍ତେ ଛଅଟି ଜିଲ୍ଲାରେ ୯୬.୨୬ ଡିସିମିଲ ଜମି ଉପରେ ୩୮୬ଟି ଅବରୋଧ ମକଦ୍ଦମା ଶ୍ରୀଜଗନ୍ନାଥ ମନ୍ଦିର ଆଇନ ଅନୁସାରେ ଦାଖଲ ରହିଛି । ତେଣୁ ଖୁବ୍ ଶୀଘ୍ର ସରଳୀକରଣ ପ୍ରକ୍ରିୟାରେ ଗରିବ ଓ ୧୦ ଡିସିମିଲରୁ କମ୍ ଜମି ଥିବା ଲୋକଙ୍କୁ ସେମାନଙ୍କୁ ଜମି ଅଧିକାର ଦିଆଯିବା ଦରକାର ।’’

"ରାଜନୈତିକ ଉଦ୍ଦେଶ୍ୟ ନ ରଖି କିଭଳି ଲୋକେ ସେମାନଙ୍କ ଭିଟାମାଟିର ଅଧିକାର ପାଇବେ ସେ ନେଇ ନିରପେକ୍ଷତା ଆଧାରରେ ଓ ଜମି ଦଲାଲିକୁ ରୋକିବା ଉପରେ ପଦକ୍ଷେପ ନେବା କଥା,’’ କହିଛନ୍ତି ଦଇତାପତି ନିଯୋଗର ସଭାପତି ରବିନ୍ଦ୍ର ଦାସ ମହାପାତ୍ର।

ରାଜ୍ୟ ସରକାରଙ୍କୁ ଭିଟାମାଟି ସୁରକ୍ଷା ମଞ୍ଚ ପକ୍ଷରୁ ବାରମ୍ବାର ଦାବି ଜଣାଇବା ସହ ଲୋକଙ୍କୁ ୨୦୦୩ ୟୁନିଫର୍ମ ପଲିସି ଆଧାରରେ ଘରବାଡ଼ି ପାଇଁ ପଦକ୍ଷେପ ନିଆଯାଉ। ଆଉ ଏ ନେଇ ଶ୍ରୀଗୁଣ୍ଡିଚା ମନ୍ଦିର ଶରଧାବାଲି ଠାରେ ମଞ୍ଚର କର୍ମକର୍ତ୍ତା ଓ ସହରବାସୀ କଳାବ୍ୟାଚ ପରିଧାନ କରି ବିରୋଧ ପ୍ରଦର୍ଶନ କରିବା ସହ ଆଗାମୀ ଦିନରେ ଶ୍ରୀମନ୍ଦିର ପ୍ରଶାସନ ଓ ମୁଖ୍ୟ ମନ୍ତ୍ରୀଙ୍କୁ ମଧ୍ୟ ଅଭିଯୋଗ କରାଯିବ ବୋଲି କହିଛନ୍ତି ଭିଟାମାଟି ସୁରକ୍ଷା ମଞ୍ଚର ଆବାହକ ଶ୍ରୀକାନ୍ତ ପରିଜା।

ଗୋଟିଏ ପଟେ ପ୍ରସ୍ତାବ ସଂଶୋଧନରେ ବହୁ ଜମି ଜବରଦଖଲ କରିଥିବା ଜମି ମାଫିଆମାନେ ଫାଇଦା ଉଠାଇବା ଆଶଙ୍କା ପାଇଥିବା ବେଳେ ଅନ୍ୟପଟେ ଦୀର୍ଘ ଦିନ ଧରି ଘରଦ୍ୱାର କରି ରହୁଥିବା ଲୋକେ ଜମି ଅଧିକାର ପାଇବା ଆଶା ସାକାର ହେବ । ତେବେ କ'ଣ ରହିବ ଜମି ଅଧିକାର ପାଇଁ ଶ୍ରୀମନ୍ଦିର ପ୍ରଶାସନର ପ୍ରକ୍ରିୟା ତାହା ଉପରେ ବର୍ତ୍ତମାନ ସମସ୍ତଙ୍କ ନଜର ଅଛି ।
Published by:Lipina Das
First published:
)}